କେନ୍ଦୁଝର,୨୨।୧୧:(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ଚମ୍ପୁଆ ନିକଟ ଝାରଖଣ୍ଡ ରାଜ୍ୟ ଜଗନ୍ନାଥପୁର ଥାନା ମାଣିକପୁର ନିକଟରେ ଘନ କୁହୁଡି ଯୋଗୁ ଏକ କଲେଜ ବସ ଓ ଲୁହା ପଥର ବୋଝେଇ ହାଇଓ୍ବା ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଉଭୟ ଗାଡିର ଚାଳକ ଗୁରୁତର ଆହତ ହୋଇଥିବାବେଳେ ବସରେ ଥିବା କେତେକ ଛାତ୍ର ଆହତ ହୋଇଛନ୍ତି। ଆହତମାନଙ୍କୁ ଚମ୍ପୁଆ ଉପଖଣ୍ଡ ଡାକ୍ତର ଖାନା ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।
ପ୍ରକାଶ ଯେ, ଆଜି ସକାଳ ପ୍ରାୟ ୬ ଟାରେ ନୂଆମୁଣ୍ଡି କଲେଜର ଏକ ବସ ନୁଆମୁଣ୍ଡି ଆଡ଼କୁ ଯାଉଥିବାବେଳେ ଅପରପାଶର୍ବରୁ ଆସୁଥିବା ଏକ ହାଇୱା ସହ ମୁହାଁମୁହିଁ ଧକ୍କା ହୋଇ ଥିଲା। ଖବର ପାଇ ସ୍ଥାନୀୟ ପୋଲିସ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଇଥିବାବେଳେ ଉଭୟ ଗାଡି ଜବତ କରି ତଦନ୍ତ କରୁଛି।
Dharitri – Odisha’s No.1 Odia Daily


