ଜିଲାପାଳଙ୍କ କାର୍ଯ୍ୟାଳୟ ଗ୍ରୀଲ ତାଲା ଭାଙ୍ଗି ଚୋରି

ନବରଙ୍ଗପୁର,୩୧ା୧୦(ସଦାଶିବ ପ୍ରହରାଜ): ଜିଲାପାଳଙ୍କ କାର୍ଯ୍ୟାଳୟରେ ପଶି ଚୋରି କରିବାକୁ ମଧ୍ୟ ଭୟ କଲେନି ଚୋର। ଜିଲାପାଳଙ୍କ କାର୍ଯ୍ୟାଳୟ ସୁରକ୍ଷା ବଳୟରେ ଥିଲେ ମଧ୍ୟ ଏହା ଚୋରଙ୍କ ପାଇଁ କିଛି ଫରକ ପଡିନି। ସେମାନେ ତାଲା ଭାଙ୍ଗି ନିର୍ଭୟରେ ଚୋରି କରିଛନ୍ତି। ଏହି ଖବର ଜଣାପଡିବା ପରେ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ଚୋରମାନେ ଜିଲାପାଳଙ୍କ କାର୍ଯ୍ୟାଳୟ ଗ୍ରୀଲ ତାଲା ଭାଙ୍ଗି ୪ଟି ମନିଟର, ୨ଟି ସିପିୟୁ ସହ ଗୋଟିଏ ପ୍ରିଣ୍ଟର ଚୋରି କରି ନେଇଯାଇଛନ୍ତି l ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ତଳମହଲାରେ ଥିବା ନିର୍ବାଚନ ଉପ ବିଭାଗ କକ୍ଷ ଏବଂ ଡେପୁଟି କଲେକ୍ଟରଙ୍କ କକ୍ଷରୁ ଏହି ଚୋରି ହୋଇଛି। ସୋମବାର କର୍ମଚାରୀମାନେ କାର୍ଯ୍ୟାଳୟ ଭିତରକୁ ଯିବା ବେଳେ ତାଲା ଭାଙ୍ଗିଥିବା ଏବଂ ଏହା ତଳେ ପଡିଥିବା ଦେଖି ନବରଙ୍ଗପୁର ଥାନାକୁ ଖବର ଦେଇଥିଲେ। ଏଡିପିଓ ନିହାର ରଞ୍ଜନ ପ୍ରଧାନ, ଥାନା ଅଧିକାରୀ ସମ୍ବିତ ବେହେରା, ଏସ୍‌ଆଇ ସବୀର ଅହମ୍ମଦ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି l ସାଇଣ୍ଟିଫିକ ଟିମ୍‌ ଏବଂ ସନ୍ଧାନୀ କୁକୁର ମଧ୍ୟ ଘଟଣା ସ୍ଥଳରେ ଛାନଭିନ୍‌ ଚଳାଇଛି। ଏହି ଘଟଣା ସାଧାରଣରେ ଆଲୋଡନ ଖେଳାଇ ଦେଇଛି।

ନବରଙ୍ଗପୁର ଜିଲାପାଳଙ୍କ କାର୍ଯ୍ୟାଳୟ ଯେଉଁଠି ସୁରକ୍ଷିତ ନୁହେଁ ସେଠାରେ ଜନସାଧାରଣ କିପରି ସୁରକ୍ଷିତ ରହିବେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ, ସରକାରୀ ସମ୍ପତ୍ତି ଓ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓ ଫାଇଲ ରହୁଥିବା ଜିଲାପାଳଙ୍କ କାର୍ଯ୍ୟାଳୟର ସିସିଟିଭି ଦୀର୍ଘ ମାସ ହେବ ଅଚଳ ହୋଇପଡିଛି। ଏହାର ମରାମତି କରାଯାଉନାହିଁ । ସରକାର ରାତ୍ର ଜଗୁଆଳି ନିଯୁକ୍ତି କରିଛନ୍ତି ଏଥିସହ ପୋଲିସ ରାତ୍ରକାଳୀନ ପାଟ୍ରୋଲିଂ କରାଯାଉଥିବା କୁହାଯାଉଛି। ଏହା ସତ୍ତ୍ୱେ ଜିଲାପାଳଙ୍କ କାର୍ଯ୍ୟାଳୟରୁ ଚୋରି ହେବା ପ୍ରଶାସନିକ କାର୍ଯ୍ୟଦକ୍ଷତା ପ୍ରତି ପ୍ରଶ୍ନ ଉଠାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

ବୁଲାଣି ରାସ୍ତାରେ ଅଘଟଣ: ଓଭରଟେକ୍‌ କରିବା ବେଳେ ଓଲଟି ପଡ଼ିଲା ବସ୍‌, ୧୪ ଯାତ୍ରୀ…

ଗଜପତି/ମୋହନା,୧୪।୨(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର )): ଗଜପତି ଜିଲା ଚାନ୍ଦିପୁଟ କଲେଜ ନିକଟରେ ଥିବା ବୁଲାଣି ରାସ୍ତାରେ ଶନିବାର ବଡ଼ ଦୁର୍ଘଟଣା ଘଟିଛି। ରାସ୍ତାକଡ଼ରେ ଥିବା ମାଟି ଅତଡ଼ାରେ…

ନବ ନିଯୁକ୍ତ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କଲା କଂଗ୍ରେସ

କର୍ଲାମୁଣ୍ଡା:୧୪।୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତ ବିଜାପାଟିଠାରେ କଂଗ୍ରେସ ଦଳର ନବ ନିଯୁକ୍ତ କର୍ମକର୍ତ୍ତାଙ୍କ ଉଦ୍ଦେଶ୍ୟରେ ଏକ ସମ୍ବର୍ଦ୍ଧନା ସଭା ଶନିବାର…

ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି…

କୋରାପୁଟ,୧୪ା୨(ଅମିତାଭ ବେହେରା): କୋରାପୁଟ ନିକଟରେ ଏକ ମାଲବାହୀ ଟ୍ରେନର ଗୋଟିଏ ଓ୍ବାଗନ ଲାଇନଚ୍ୟୁତ ହୋଇଥିବା ଜଣାଯାଇଛି। କେ କେ ଲାଇନର ଦୟାନିଧିଗୁଡ଼ା-ମାନବାର ମଧ୍ୟରେ ଏହି ଓ୍ବାଗନ ଲାଇନଚ୍ୟୁତ…

ଲକ୍ଷ ଲକ୍ଷ ଟଙ୍କା ଠକେଇ: ଜୟଦୂର୍ଗା ଫାଉଣ୍ଡେସନ ଅଧ୍ୟକ୍ଷା ଗିରଫ

ହାଟଡିହୀ,୧୪।୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜଳକଳଙ୍ଗ ଗ୍ରାମର ସୁରେଶରୀ ସାଗରିକା ଜେନା ନାମ୍ନୀ ଜଣେ ମହିଳାଙ୍କୁ କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ସହାୟତାରେ ଖଣ୍ଡଗିରି…

ପ୍ରେମ ସପ୍ତାହରେ ପଢ଼ାଉଥିଲେ ପ୍ରେମପାଠ, ଛାତ୍ରୀଙ୍କୁ ଗୁଲଗୁଲା-ସିଙ୍ଗଡ଼ା ଡାକି ବନ୍ଧାହେଲେ ବିଜ୍ଞାନ ଶିକ୍ଷକ

ଦେବଗଡ଼,୧୪ା୨(ଶଶାଙ୍କ ଶେଖର ଝାଙ୍କର): ପ୍ରେମ ସପ୍ତାହରେ ବିଜ୍ଞାନ ଶିକ୍ଷକ ସ୍କୁଲ ଛାତ୍ରୀଙ୍କୁ ପ୍ରେମର ପାଠ ପଢ଼ାଉଥିବା ଘଟଣାରେ ଶନିବାର ଗିରଫ ହେଇଥିବା ଜଣାପଡ଼ିଛି। ଖବର ମୁତାବକ କୁଣ୍ଢେଇଗୋଳା…

ବିଧାୟକଙ୍କ ବଡ଼ ବୟାନ: ଏଣିକି ତଡ଼ିପାର୍‌ ହେବେ ସହରର…

ବରଗଡ଼,୧୪ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ବିକାଶ ଆଡ଼କୁ ମୁହାଁଉଛି। ମାତ୍ର ଏଠାରେ ଆଇନଶୃଙ୍ଖଳା ତଥା ସୁରକ୍ଷା ବ୍ୟବସ୍ଥା ହୁଗୁଳା ହୋଇପଡ଼ିଛି। ସ୍ଥାନୀୟ ଯୁବପିଢ଼ି ନିଶାଖୋର୍‌ ହୋଇ ପଥଭ୍ରଷ୍ଟ…

ଜୀବିତ ବୃଦ୍ଧାଙ୍କୁ ମୃତ ସଜାଇ ୪ ବର୍ଷ ହେଲା ମୁହଁରୁ ଦାନା ଛଡ଼ାଇ ନେଇଛନ୍ତି, ଏଯାଏ ମିଳିନି ଆବାସ କି…

ଥୁଆମୂଳ ରାମପୁର,୧୪ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଅଡ୍ରି ପଞ୍ଚାୟତସ୍ଥିତ ଦୋଲଗୁଡ଼ା (ଟଟା ପଡ଼ା) ଗ୍ରାମରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଛି, ତାହା ବିକାଶର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri