ପ୍ରାଥମିକ ଶିକ୍ଷକରୁ ଜିଲାପାଳ ଯାତ୍ରା

ଭୁବନେଶ୍ୱର, ୪।୯ (ବନ୍ଦନା ସେଠୀ): ଏକ ସାଧାରଣ ମଧ୍ୟବିତ୍ତ ପରିବାରରୁ ଆସି ନିଜକୁ ପ୍ରତିଷ୍ଠିତ କରିବାରେ ସଫଳ ହୋଇଛନ୍ତି ବର୍ତ୍ତମାନର ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେ। ପ୍ରାଥମିକ ଶିକ୍ଷକରୁ ଚାକିରି ଜୀବନ ଆରମ୍ଭ କରିଥିବା କୁଲାଙ୍ଗେ ପରେ ଆଇଏଏସ୍‌ ପାଇ କଲେକ୍ଟର ହୋଇଥିଲେ। ଏହି ଯାତ୍ରା ସହଜସାଧ୍ୟ ନ ଥିଲେ ବି ଏହାକୁ ସଫଳ କରି ଦେଖାଇଛନ୍ତି ସେ। ବେଷ୍ଟ ଟିଚର୍‌, ବେଷ୍ଟ ସେଲ୍‌ଟାକ୍ସ ଇନ୍ସପେକ୍ଟର ଏବଂ ୩ଥର ବେଷ୍ଟ ତହସିଲ୍‌ଦାର ଆଓ୍ବାର୍ଡ ମଧ୍ୟ ପାଇଛନ୍ତି। ନିଜ ଜୀବନଯାତ୍ରା, ଆଉ ସଂଘର୍ଷମୟ ଅନୁଭୂତିକୁ ନେଇ ସେ ଲେଖିଛନ୍ତି ଆତ୍ମଜୀବନୀ ପୁସ୍ତକ ‘ଆଜିର ଦିନ ମୋର’। ବକୁଳ ଫାଉଣ୍ଡେଶନ ପକ୍ଷରୁ ରବିବାର ଅନୁଷ୍ଠିତ ‘ଇଣ୍ଟରାକ୍ସନ ଓ୍ବିଥ୍‌ ବିଜୟ ଅମୃତା କୁଲାଙ୍ଗେ’ କାର୍ଯ୍ୟକ୍ରମରେ କମିଶନର କୁଲାଙ୍ଗେ ନିଜ ଅନୁଭୂତି, ଘଟଣାବହୁଳ ଜୀବନ ସମ୍ପର୍କରେ ଆଲୋକପାତ କରିଥିଲେ। ଫାଉଣ୍ଡେଶନ ମୁଖ୍ୟ ସୁଜିତ୍‌ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବକୁଳ ଲାଇବ୍ରେରିରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ଲୋକଙ୍କ ସହ କମିଶନରଙ୍କ ମା’ ତାରାବାଈ କୁଲାଙ୍ଗେ ଓ ବାପା ଅମୃତା କୁଲାଙ୍ଗେ ଉପସ୍ଥିତ ରହି ପୁଅର ସଫଳ କାହାଣୀ ଶୁଣିଥିଲେ।
ଡାକ୍ତର ହେବାର ଇଚ୍ଛା ଥିଲେ ବି ଆର୍ଥିକ ସମସ୍ୟା ଥିବାରୁ ପ୍ରାଥମିକ ଶିକ୍ଷକ ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ ବିଜୟ ଅମୃତା କୁଲାଙ୍ଗେ। ଏକ ନିପଟ ମଫସଲରେ ତାଙ୍କର ପୋଷ୍ଟିଂ ହୋଇଥିଲା। ସେଠାରେ ଚଳିବା ପାଇଁ ସେ ଏକ ଅଖାରେ ଲୁଗାପଟା ସହିତ ଷ୍ଟୋଭ୍‌ ଓ ଖାଦ୍ୟ ସାମଗ୍ରୀ ନେଇଯାଇଥିଲେ। ତେବେ ପିଲାଙ୍କ ଭବିଷ୍ୟତ ଗଢ଼ିବା ଭିତରେ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ବାକୁ ଲାଗି ପଡିଥିଲେ। ଶିକ୍ଷକତା ପରେ ସେଲ୍‌ଟାକ୍ସ ଇନ୍ସପେକ୍ଟର ଓ ପରେ ତହସିଲଦାର ଭାବେ ଦାୟିତ୍ୱ ତୁଲାଇଥିଲେ। ସେ ସମୟରେ ତାଙ୍କ ସମ୍ମୁଖରେ ଥିବା ବିଭିନ୍ନ ସମସ୍ୟା, ଆହ୍ବାନ ସମ୍ପର୍କରେ ମଧ୍ୟ ସେ କହିଥିଲେ। ଏହାପରେ ୟୁପିଏସ୍‌ସି ପରୀକ୍ଷା ଦେବାପାଇଁ ମନସ୍ଥ କରିଥିଲେ। ତେବେ ଏଥିପାଇଁ ତାଙ୍କୁ ଛୁଟି ନେବାକୁ ମନ୍ତ୍ରୀଙ୍କ ପାଖକୁ ଯିବାକୁ ପଡିଥିଲା। ପ୍ରଥମେ ମନ୍ତ୍ରୀ ମନା କରିଥିଲେ ବି ପରେ ତାଙ୍କୁ ଡାକି ‘ଛୁଟି ନିଅ ମାତ୍ର କଲେକ୍ଟର ହୋଇ ଫେରିବ’ ବୋଲି କହିଥିଲେ, ଯାହାକୁ କୁଲାଙ୍ଗେ ସତ କରି ଦେଖାଇଥିଲେ। ବିନା କୌଣସି କୋଚିଂରେ ପ୍ରଥମ ଥରରେ ହିଁ ସେ ୟୁପିଏସ୍‌ସି ପାସ୍‌ କରିଥିଲେ। ସଫଳତା ପାଇବା ପରର ଅନୁଭୂତି କହିବା ସମୟରେ ସେ ଅତ୍ୟନ୍ତ ଭାବବିହ୍ବଳ ହୋଇପଡିଥିଲେ। ଏଥିସହ ତାଙ୍କ ମା’ ବାପାଙ୍କ ବିବାହ କିଭଳି ଏକ ଘଟଣାଚକ୍ରରେ ହୋଇଥିଲା ତାହା ମଧ୍ୟ ସେ ବଖାଣିଥିଲେ। କର୍ମମୟ ଜୀବନ ଭିତରୁ ସମୟ ବାହାର କରି ଫଟୋଗ୍ରାଫି କରିବା ତାଙ୍କର ଅନ୍ୟଏକ ନିଶା। ଖୁବ୍‌ଶୀଘ୍ର ସେ ତାଙ୍କର ଦ୍ୱିତୀୟ ବହି ଲେଖିବାକୁ ଯାଉଛନ୍ତି ବୋଲି କହିଥିଲେ। ଇଚ୍ଛାଶକ୍ତି ଓ ପରିବାରର ଆଶୀର୍ବାଦ ଥିଲେ କିପରି ସଫଳତା ମିଳେ ତାହା ତାଙ୍କଠାରୁ ଜାଣିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri