ପାଟକୁରାର ସାମୂହିକ ବିକାଶ ମୁଖ୍ୟ ଲକ୍ଷ୍ୟ: ଅରବିନ୍ଦ

କେନ୍ଦ୍ରାପଡ଼ା ଜିଲା ପାଟକୁରା ବିଧାନସଭା ନିର୍ବାଚନମଣ୍ଡଳୀ ରାଜ୍ୟ ରାଜନୀତିରେ ଗୁରୁତ୍ୱ ବହନ କରିଆସିଛି। ଅତୀତରେ ଏଠାରୁ ରାଜ୍ୟର ବହୁ ପ୍ରମୁଖ ନେତା ନିର୍ବାଚିତ ହୋଇ ପାଟକୁରାକୁ ରାଜନୈତିକ କ୍ଷେତ୍ରରେ ଏକ ନୂତନ ଦିଗ୍‌ଦର୍ଶନ ଦେଇଛନ୍ତି। ତେବେ ଚଳିତ ନିର୍ବାଚନରେ ପାଟକୁରା ପାଇଁ ବିଜେଡି ନୂଆ ଯୁବ ଚେହେରା ଭାବେ ଅରବିନ୍ଦ ମହାପାତ୍ରଙ୍କୁ ପ୍ରାର୍ଥୀ କରିଛି। ଅରବିନ୍ଦ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ରଙ୍କ ପୁତ୍ର। ନୂତନ ଚିନ୍ତାଧାରା ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବା ଲକ୍ଷ୍ୟରେ ସେ ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି। ଏହି ପରିପ୍ରେକ୍ଷୀରେ ‘ଧରିତ୍ରୀ’କୁ ଏକ ସାକ୍ଷାତ୍‌କାର ଦେଇ ପାଟକୁରାର ସାମୂହିକ ବିକାଶ ତାଙ୍କର ମୁଖ୍ୟ ଲକ୍ଷ୍ୟ ବୋଲି କହିଛନ୍ତି।

ପ୍ରଶ୍ନ: ପ୍ରାର୍ଥୀଙ୍କ ନିର୍ବାଚନୀ ପ୍ରସଙ୍ଗ କ’ଣ ରହିଛି ?
ଉତ୍ତର: ପାଟକୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ଚାଷୀଙ୍କ ପାଇଁ ବହୁ ସମସ୍ୟା ଅଛି। ସେଥିମଧ୍ୟରୁ ଚାଷଜମିକୁ ଜଳସେଚନ ଗୁରୁତ୍ୱ ରଖୁଛି। ସେହିପରି ଯୁବବର୍ଗଙ୍କ ପାଇଁ ବେକାରି ସମସ୍ୟା ମୁଣ୍ଡ ଟେକିଛି। ଚଳିତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀ ଓ ଯୁବବର୍ଗଙ୍କ ପାଇଁ ଇସ୍ତାହାରରେ ଯେଉଁସବୁ ପ୍ରସଙ୍ଗ ଘୋଷଣା କରିଛନ୍ତି, ତାହାକୁ କାର୍ଯ୍ୟକାରୀ କରିବା ଉପରେ ପ୍ରାଥମିକତା ଦେବି। ଗ୍ରାମାଞ୍ଚଳରେ ବିଦ୍ୟୁତ୍‌ ସମସ୍ୟା ସାଧାରଣ ଲୋକଙ୍କ ପାଇଁ ଉତ୍କଟ ହେବାରେ ଲାଗିଛି। କମ୍‌ ଉପତ୍ାଦନ ଓ ଅଧିକ ବିଦ୍ୟୁତ୍‌ ଯୋଗାଣ ପାଇଁ ଏଭଳି ସମସ୍ୟା ଉପୁଜୁଥିବାରୁ ପାଟକୁରା ଅଞ୍ଚଳବାସୀଙ୍କ ପାଇଁ କିପରି ଏହି ସମସ୍ୟା ଦୂର ହେବ ସେ ଦିଗରେ ଉଦ୍ୟମ କରିବି।
ପ୍ରଶ୍ନ: ଭୋଟରଙ୍କୁ ନିଜ ସପକ୍ଷରେ କ’ଣ କହିବାକୁ ପ୍ରାର୍ଥୀ ଚାହୁଁଛନ୍ତି ?
ଉତ୍ତର: ଦୀର୍ଘବର୍ଷ ହେବ ଏହି ନିର୍ବାଚନମଣ୍ଡଳୀଟି ବିଜୁବାବୁଙ୍କ ଜନତା ଦଳ ଓ ପରେ ବିଜେଡିର ନିର୍ବାଚିତ ପ୍ରତିନିଧିମାନେ ପ୍ରତିନିଧିତ୍ୱ କରିଆସୁଛନ୍ତି। ପାଟକୁରା ବିଜୁବାବୁ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପିତା ବିଜୟ ବାବୁଙ୍କ ଗଡ଼ ଭାବେ ପରିଚିତ। ବିଶେଷକରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳ ପକ୍ଷରୁ ତାଙ୍କୁ ପ୍ରାର୍ଥୀ କରି ନିର୍ବାଚନମଣ୍ଡଳୀର ସେବା କରିବା ପାଇଁ ସୁଯୋଗ ଦେଇଛନ୍ତି। ତେଣୁ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ନବୀନବାବୁ ଶପଥ ନେବା ନିଶ୍ଚିତ ଥିବାରୁ ତାଙ୍କ ପ୍ରାର୍ଥତ୍ତ୍ୱ ସପକ୍ଷରେ ଜନମତ ଅଧିକ ରହିବ ଓ ଭୋଟର ତାଙ୍କୁ ଆଶୀର୍ବାଦ କରିବେ ବୋଲି ଭାବୁଛନ୍ତି।
ପ୍ରଶ୍ନ: ମତଦାତାଙ୍କୁ କ’ଣ ସବୁ ପ୍ରତିଶ୍ରୁତି ଦେବେ ?
ଉତ୍ତର: ପାଟକୁରାରେ ମହିଳା ସଶକ୍ତୀକରଣ ପାଇଁ ମିଶନ ଶକ୍ତିକୁ ଅଧିକ ସମୃଦ୍ଧ କରିବା ସହ ମହିଳାଙ୍କୁ ପେନ୍‌ସନ ଯୋଜନା କାର୍ଯ୍ୟକାରୀ କରାଯିବ। ମୁଖ୍ୟମନ୍ତ୍ରୀ ଛାତ୍ରମାନଙ୍କ ପାଇଁ ଛାତ୍ରବୃତ୍ତି ଯୋଜନା, ଯୁବକମାନଙ୍କ ପାଇଁ କରିଥିବା ସ୍ବତନ୍ତ୍ର ବଜେଟକୁ କାର୍ଯ୍ୟକାରୀ କରିବା ପାଇଁ ସେ ପ୍ରତିଶ୍ରୁତିବଦ୍ଧ।
ପ୍ରଶ୍ନ: ଭୋଟର କାହିଁକି ଆପଣଙ୍କୁ ସମର୍ଥନ କରିବେ ବୋଲି ଭାବୁଛନ୍ତି ?
ଉତ୍ତର: ଯେହେତୁ ମୁଖ୍ୟମନ୍ତ୍ରୀ ମୋତେ ପ୍ରାର୍ଥୀ କରିଛନ୍ତି, ମୁଁ ଜଣେ ଯୁବବର୍ଗର ହୋଇଥିବାରୁ ବହୁସଂଖ୍ୟାରେ ଯୁବପିଢ଼ି ସହ ସାଧାରଣ ଲୋକ ବିଶେଷକରି ମହିଳାଙ୍କ ବିକାଶ ପାଇଁ ଅଧିକ କାର୍ଯ୍ୟ କରିବାର ଲକ୍ଷ୍ୟ ରଖିଥିବାରୁ ଭୋଟରମାନେ ମୋ ଉପରେ ବିଶ୍ୱାସ ରଖିବେ।
ପ୍ରଶ୍ନ: ଆପଣଙ୍କ ସହିତ କାହାର ପ୍ରତିଦ୍ୱନ୍ଦ୍ୱିତା ହେବ ବୋଲି ଭାବୁଛନ୍ତି ?
ଉତ୍ତର: ଏହି ନିର୍ବାଚନମଣ୍ଡଳୀରେ ସମୁଦାୟ ୮ ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି। ବିଜେଡିରୁ ପ୍ରାର୍ଥୀ ହୋଇଥିବାରୁ ସମସ୍ତ ଦଳୀୟ କର୍ମୀ ସେମାନଙ୍କ ଅକୁଣ୍ଠଚିତ୍ତ ସମର୍ଥନ ଦେଉଛନ୍ତି। ଅତୀତରେ ତାଙ୍କ ପିତା ବିଜୟବାବୁ ଭାଜପା ଦଳରେ ବିଧାୟକ ପ୍ରାର୍ଥୀ ଭାବେ ଦୁଇଥର ନିର୍ବାଚନ ଲଢ଼ିଛନ୍ତି। ମୋତେ ପ୍ରାର୍ଥୀ କରାଯିବା ପରେ ତାଙ୍କର ସମର୍ଥକମାନେ ମୋତେ ସମର୍ଥନ କରୁଛନ୍ତି। ହେଲେ ଭାଜପା ଏକ ଜାତୀୟ ଦଳ ହୋଇଥିବାରୁ ତାଙ୍କ ଦଳ ପକ୍ଷରୁ କରାଯାଇଥିବା ପ୍ରାର୍ଥୀ ଓ କଂଗ୍ରେସ ମଧ୍ୟ ଏକ ଜାତୀୟ ଦଳ ଭାବେ ପରିଚିତ ଥିବାରୁ ସେହି ଦଳରୁ ହୋଇଥିବା ପ୍ରାର୍ଥୀ ମୋର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ରହିବେ ବୋଲି ଭାବୁଛି।

ସାକ୍ଷାତ୍‌କାର: ଡେରାବିଶରୁ ବେବର୍ତ୍ତା ଅଜୟ ଦାସ, ପାଟକୁରାରୁ ରବୀନ୍ଦ୍ର ନାଥ ବାରିକ।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri