ନଭେମ୍ବର ୩୦ରୁ ଖରିଫ ଧାନ ସଂଗ୍ରହ

ସୋନପୁର,୩୧।୧୦(ନି.ପ୍ର.)ସୁବର୍ଣ୍ଣପୁର ଜିଲାରେ ନଭେମ୍ବର ୩୦ରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ । ରବିବାର ବ୍ୟତୀତ ସପ୍ତାହକୁ ୬ଦିନ ମଣ୍ଡି ଖୋଲା ରହିବ । ସକାଳ ୭ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଚାଷୀଙ୍କ ଧାନ ସଂଗୃହୀତ ହେବ ଏବଂ ଅପରାହ୍ନରୁ ଉଠାଣ ଆରମ୍ଭ ହେବ । ପୂର୍ବଭଳି ଟୋକନ ମାଧ୍ୟମରେ ଚାଷୀଙ୍କ ଧାନ କିଣାଯିବ। ଟୋକନର ବୈଧତା କେତେ ଦିନ ରହିବ ତାହା ରାଜ୍ୟ ସରକାର ଚୂଡାନ୍ତ କରିବେ ବୋଲି ସୋମବାର ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଜିଲାସ୍ତରୀୟ ଖରିଫ ଧାନ ସଂଗ୍ରହ କିମିଟି ବୈଠକରେ ସୂଚନା ଦିଆଯାଇଛି । ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି । ଚଳିତ ଖରିଫରେ ସାଧାରଣ ଧାନ କୁଇଣ୍ଟାଲ ପ୍ରତି ୨୦୪୦ଟଙ୍କା ଦରରେ ଚାଷୀଙ୍କ ଠାରୁ କିଣା ଯିବ ।
ଜିଲାପାଳ ଅବୋଲି ସୁନିଲ ନରଓ୍ବଣେ ବୈଠକରେ ଅଧ୍ୟକ୍ଷତା କରିଥିଲେ । ୬୩ଟି ପ୍ୟାକ୍ସ ଓ ୩୮ଟି ଏସ୍‌ଏଚ୍‌ଜି ଜରିଆରେ ଓଡିଶା ରାଜ୍ୟ ଖାଦ୍ୟ ଯୋଗାଣ ନିଗମ ଜିଲାର ଚାଷୀଙ୍କ ଧାନ କ୍ରୟ କରିବ । ଗତ ଖରିଫରେ ସୁବର୍ଣ୍ଣପୁର ଜିଲାର ୪୭ଟି ଓ ସମ୍ବଲପୁର ଜିଲାର ୪ଟି ମିଲର୍ସ ଧାନ ସଂଗ୍ରହ ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିଲେ। ଏଥର ଅକ୍ଟୋବର ୩୧ ତାରିଖ ସୁଦ୍ଧା ୧୦୦ପ୍ରତିଶତ କଷ୍ଟମ ମିଲିଂ ଚାଉଳ ସରକାରଙ୍କୁ ପ୍ରଦାନ କରିଥିବା ମିଲର୍ସଙ୍କୁ ହିଁ ସୁଯୋଗ ମିଳିବ ବୋଲି ସୂଚନା ଦିଆ ଯାଇଥିଲା । ଜିଲା ଯୋଗାଣ ଅଧିକାରୀ ସୁରେଶ ପାଣିଗ୍ରାହୀ ସ୍ବାଗତ ଭାଷଣ ପ୍ରଦାନ କରିବା ସହ ପ୍ରାରମ୍ଭିକ ସୂଚନା ଦେଇଥିଲେ। ଧାନ କ୍ରୟ ପାଇଁ ଜିଲାରେ ୧୦୭ଟି ମଣ୍ଡି ଖୋଲାଯିବ । ଧାନ ବିକ୍ରି କରିବା ପାଇଁ ଚଳିତ ଥର ୬୫ହଜାର ୫୨୩ଜଣ ଚାଷୀ ପଞ୍ଜୀକୃତ ହୋଇଛନ୍ତି ଯାହାକି ଗତ ବର୍ଷ ଠାରୁ ପ୍ରାୟ ୧ ହଜାର ଅଧିକ। ସେଥିମଧ୍ୟରୁ ସମବାୟ ବିଭାଗ ପକ୍ଷରୁ ୬୫ହଜାର ୩୬୦ଜଣ ଚାଷୀଙ୍କ କାଗଜାତ ବିଧିସିଦ୍ଧ ହୋଇଛି। ବୈଠକରେ ସୋନପୁର ବିଧାୟକ ତଥା ଅର୍ଥ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ଯୋଗଦେଇ ଖରିଫ ଋତୁ ଧାନ କିଣାରେ ଯେଭଳି କୌଣସି ବିଶୃଙ୍ଖଳା ସୃଷ୍ଟି ନ ହୁଏ ସେଥିପ୍ରତି ବିଭାଗୀୟ ଅଧିକାରୀମାନେ ଦୃଷ୍ଟି ଦେବାକୁ କହିଥିଲେ। ଧାନ ସଂଗ୍ରହ ସମୟରେ ନୋଡାଲ ଅଫିସର, ଯୋଗାଣ ଓ ସମବାୟ ବିଭାଗର ଅଧିକାରୀମାନେ ମଣ୍ଡି ବୁଲିବାକୁ ମନ୍ତ୍ରୀ ପୂଜାରୀ ପରାମର୍ଶ ଦେଇଥିଲେ । ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ବୈଠକରେ ଯୋଗ ଦେଇ ଜଳସେଚିତ ବିନିକା ଓ ଡୁଙ୍ଗୁରିପାଲି ବ୍ଲକର ଧାନ ଆଗ କିଣିବା ସହ ଉଲୁଣ୍ଡା ଓ ବୀରମହାରାଜପୁର ବ୍ଲକର ସଅଳ କିସମ ଧାନ ଅମଳ ହୋଇଥିଲେ ଆଗୁଆ କିଣିବାକୁ ପରାମର୍ଶ ଦେଇଥିଲେ। ପ୍ରତ୍ୟେକ ମଣ୍ଡିରେ ଆବଶ୍ୟକ ପାନୀୟ ଜଳ, ତାର୍ପୋଲିନ ବ୍ୟବସ୍ଥା କରିବା ପାଇଁ ଜିଲାପାଳ ନରଓ୍ବଣେ ଆରଏମସି ସମ୍ପାଦକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଚାଷୀ ପ୍ରତିନିଧିମାନେ ମିଲର୍ସ ନ ଆସିଲେ ମଣ୍ଡିରୁ ଧାନ ଉଠୁ ନ ଥିବା, ଧାନର ମାନ ଠିକ୍‌ ନ ଥିବା ଆଳରେ କଟ୍‌ନି ଛଟ୍‌ନି କରା ଯାଉଥିବା ଓ ବାହାର ଜିଲାର ମିଲର୍ସ ଅଖା ବସ୍ତା ଚାଷୀଙ୍କୁ ଫେରାଉ ନ ଥିବା ଅଭିଯୋଗ କରିଥିଲେ । ଏହି ବୈଠକରେ ଜିଲା ପରିଷଦ ଅଧ୍ୟକ୍ଷା ସୁପାର ଠେଲା, ଅତିରିକ୍ତ ଜିଲାପାଳ ସୂର୍ଯ୍ୟନାରାୟଣ ଦାଶ, ଜିଲା ପରିଷଦ ନିର୍ବାହୀ ଅଧିକାରୀ ନିହାର ରଞ୍ଜନ କହଁର, ସୋନପୁର ଉପଜିଲାପାଳ ଡ. ଇପ୍ସିତା ପ୍ରିୟଦର୍ଶନୀ ମିଶ୍ର, ବୀରମହାରାଜପୁର ଉପଜିଲାପାଳ ଅଶୋକ କୁମାର ଭୋଇ, ଚାଷୀ ପ୍ରତିନିଧି ସଜ୍ଜନ କୁମାର ପଣ୍ଡା, ପ୍ରକାଶ ହୋତା, ଜିଲା କୃଷକ ସଂଗଠନ ସଭାପତି ବୈକୁଣ୍ଠନାଥ ଶତପଥୀ, ସହକାରୀ ଜିଲା ଯୋଗାଣ ଅଧିକାରୀ ଲଳିତ ମୋହନ ପଟ୍ଟନାୟକ, ବଲାଙ୍ଗୀର ଜିଲା ସମବାୟ ନିବନ୍ଧକ ଦମୟନ୍ତୀ ସିଂ, ଲଳିତ ମାଝୀ, ଗଜେନ୍ଦ୍ର ପଣ୍ଡା, ଉଦିତ କୁମାର ବାବୁ, ମନୋଜ କୁମାର ଜେନା, ମିଶନ ଶକ୍ତିର ଜିଲା ପ୍ରକଳ୍ପ ଅଧିକାରୀ କାର୍ତ୍ତିକ ନାୟକ ଏବଂ ମିଲର୍ସ ପ୍ରତିନିଧିମାନେ ଯୋଗ ଦେଇଥିଲେ । ଏହାଛଡା ମିର୍ଲସ ପ୍ରତିନିଧି ମନୋଜ କୁମାର ପ୍ରଧାନ, ଆନନ୍ଦ କୁମାର ବାବୁ, ଆଶିଷ କୁମାର ବାବୁ, ସୁଶାନ୍ତ କୁମାର ସାହୁ ଓ ବଜରଙ୍ଗ ଅଗ୍ରଓ୍ବାଲା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri