ଭିିତରେ ସଂଗ୍ରହ, ବାହାରେ କୁଢ଼ କୁଢ଼ ଆବର୍ଜନା

ବ୍ରହ୍ମପୁର ଅଫିସ,୨୨।୧: ବ୍ରହ୍ମପୁର ସହରକୁ ସ୍ବଚ୍ଛ ଓ ସୁନ୍ଦର ଲକ୍ଷ୍ୟରେ ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍‌ସି) ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି କ୍ରମରେ ଗତ ବର୍ଷ ବିଇଏମ୍‌ସି ସ୍ବଚ୍ଛ ସର୍ବେକ୍ଷଣରେ ୪ ର୍ଥ ସ୍ଥାନ ହାସଲ କରିଛି। ପୂର୍ବରୁ ବିଇଏମ୍‌ସି ସ୍ବଚ୍ଛ ସର୍ବେକ୍ଷଣରେ ପ୍ରଥମ ସ୍ଥାନ ଅଧିକାର କରିଥିଲା। ସିଟିଜେନ ଭଏସ ସଂଖ୍ୟା ହ୍ରାସ ପାଇବାରୁ ଗତ ବର୍ଷ ର଼୍ୟାଙ୍କ ହ୍ରାସ ପାଇଥିବା ବିଇଏମ୍‌ସି ପକ୍ଷରୁ କୁହାଯାଏ।
କିନ୍ତୁ କେତେକ କ୍ଷେତ୍ରରେ ବିଇଏମ୍‌ସିର ଖାମ ଖିଆଲି ନୀତିରୁ ସହରବାସୀ ନାନା ହଇରାଣ ହେଉଛନ୍ତି। ପରିବେଶ ମଧ୍ୟ ପ୍ରଦୂଷିତ ହେଉଛି। ଏଭଳି ଭାବେ ସହରର ୮ ନମ୍ବର ୱାର୍ଡରେ ଥିବା ଆବର୍ଜନା ସଂଗ୍ରହ ପଏଣ୍ଟ୍‌ ଅର୍ଥାତ ଟ୍ରାନ୍ସପ୍ରୋଟେଶନ ପଏଣ୍ଟ୍‌ ରହିଛି। ଏହି ପଏଣ୍ଟକୁ ଆଖପାଖ ଅଞ୍ଚଳର ଆର୍ବଜନା ସଂଗ୍ରହ କରାଯାଇ କଣ୍ଟେନର ମଧ୍ୟରେ ପକାଯାଇଥାଏ। ପରେ ଏହାକୁ ଟ୍ରକ ମାଧ୍ୟମରେ ମହୁଡା ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପକୁ ପଠାଯାଇଥାଏ। କିନ୍ତୁ ବର୍ତ୍ତମାନ ଏହି ଆବର୍ଜନା ସଂଗ୍ରହ ପଏଣ୍ଟ୍‌ଟି ସାଧାରଣ ଲୋକଙ୍କ ସମସ୍ୟାର କେନ୍ଦ୍ର ବିନ୍ଦୁ ସାଙ୍ଗକୁ ପରିବେଶ ମଧ୍ୟ ଅସ୍ବାସ୍ଥ୍ୟକର ହୋଇ ପଡିଛି। ଫଳରେ ଉକ୍ତ ରାସ୍ତା ଦେଇ ଯାତାୟାତ ସମୟରେ ଦୁର୍ଗନ୍ଧରେ ନାକ ଫାଟି ପଡୁଛି। ଏପରିକି ରାସ୍ତା ଉପରେ ପଚାସଢା ଆବର୍ଜନା ଗୁଡିକ ପଡି ରହୁଛି।
ସୂଚନା ଯୋଗ୍ୟ, ଏହା ଫାଷ୍ଟଗେଟ ଓ ସାନ ବଜାର ଏବଂ ବଡ ବଜାରକୁ ସଂଯୋଗ କରୁଥିବା ରାସ୍ତା। ଏହି ରାସ୍ତା ଦେଇ ସାଧାରଣ ଲୋକ ଓ ଭାରୀଯାନ ଯାତାୟାତ କରିଥାଏ। କିନ୍ତୁ ଏଠାରେ ଥିବା ପଏଣ୍ଟ୍‌ ସମ୍ମୁଖରେ କୁଢ କୁଢ ଆବର୍ଜନା ଜମି ରହୁଛି। ଏପରିକି ପ୍ଲାଷ୍ଟିକ ଜରି ସମେତ ଅନ୍ୟାନ୍ୟ ଆବର୍ଜନା ଗୁଡିକୁ ଗୋରୁ ଓ ଘୁଷୁରିଙ୍କ ଚରା ଭୂମି ପାଲଟିଛି। ଆବର୍ଜନା ଜମି ରହିଥିବାରୁ ସମ୍ମୁଖରେ ଥିବା ଏକ ପୋଖରୀ ମଧ୍ୟ ଦୂଷିତ ହେଉଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତିି।
ସୂଚନା ଥାଉ କି, ବର୍ତ୍ତମାନ ୪୨ଟି ୱାର୍ଡ ନିମନ୍ତେ ଘରକୁ ଘର ଆବର୍ଜନା ସଂଗ୍ରହ ନିମନ୍ତେ ନିଗମର ୫୭ଟି ଗାଡି ରହିଛି। ଆବର୍ଜନା ସଂଗ୍ରହ ପରେ ଗାଡି ଗୁଡିକ ସହରରେ ଥିବା ୪ଟି ଆବର୍ଜନା ସଂଗ୍ରହ ପଏଣ୍ଟ୍‌କୁ ଯାଇଥାଏ। ଏଥିମଧ୍ୟରୁ ନୂଆ ବସ୍‌ଷ୍ଟାଣ୍ଡ, ଧାନମେରା ସାହି ରୋଡ, ଆମ୍ବ ମାର୍କେଟ ରୋଡ ଓ ଗୋଷାଣୀନୂଆଗଁାଠାରେ ପଏଣ୍ଟ ରହିଛି। ପ୍ରତି ପଏଣ୍ଟ୍‌ରେ ଥିବା କଣ୍ଟେନର ୪୦ ମେଟ୍ରିକ ଟନ୍‌ ଆବର୍ଜନା ସଂଗ୍ରହ ପାଇଁ କ୍ଷମତା ରଖିଥାଏ। କିନ୍ତୁ ଏହା ସଂଗ୍ରହ ପଏଣ୍ଟ୍‌ କ୍ଷେତ୍ରରେ ଏଭଳି ଅସୁବିଧା କାରଣରୁ ବହୁ ସମସ୍ୟା ଉପୁଜୁଛି। ସଫେଇ କ୍ଷେତ୍ରରେ ବିଇଏମ୍‌ସି ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ ହୋଇଛି। ଏ ନେଇ ବିଇଏମ୍‌ସି ଡେପୁଟି କମିଶନର ଆଶୀର୍ବାଦ ପରିଡାଙ୍କୁ ପଚାରିବାରୁ ନିଜେ ଉକ୍ତ ଜାଗା ପରିଦର୍ଶନ କରିବି। ସେଠାକାର ସ୍ଥାନ ସଫେଇ କ୍ଷେତ୍ରରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଛାତ୍ରୀଛାତ୍ର ଶୃଙ୍ଖଳାର ସହ ଦେଶ ପ୍ରେମରେ ନିଜକୁ ଦୀକ୍ଷିତ କରାଇ ଭଲ ମଣିଷ ହେବାକୁ ଆହ୍ବାନ’

ଗଞ୍ଜାମ,୫ା୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଐତିହାସିକ ଦନ୍ତପୁର ତଥା ଅଧୁନା ରାମଗଡ଼ ପଞ୍ଚାୟତର ରଘୁନାଥପୁରଠାରେ ଥିବା ସ୍ବାମୀ ବିବେକାନନ୍ଦ ବିଦ୍ୟା ମନ୍ଦିରର ତ୍ରୟୋଦଶ ବାର୍ଷିକ ଉତ୍ସବ…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri