ଭଞ୍ଜନଗର ଅଞ୍ଚଳରେ ହାଡ଼ ଭଙ୍ଗା ଶୀତ: ଥଣ୍ଡାରେ ଚାଲିଗଲା ବୃଦ୍ଧଙ୍କ ଜୀବନ…

ଭଞ୍ଜନଗର,୧୦।୧(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଜିଲୁଣ୍ଡିରେ ଅତ୍ୟଧିକ ଥଣ୍ଡା ଯୋଗୁ ଶୁକ୍ରବାର ରାତିରେ ଜଣେ ବୃଦ୍ଧ ମୃତ୍ୟୁବରଣ କରିଛନ୍ତି। ସେ ହେଲେ ଗାଙ୍ଗପୁର ଥାନା ଅନ୍ତର୍ଗତ ବେଣୀପଲ୍ଲୀର ବିଦ୍ୟାଧର ବିଶାଳ (୭୦)। ଭଞ୍ଜନଗର ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ହସ୍ପିଟାଲ ପଠାଇ ଦେଇଛି।
ଘଟଣାରୁ ପ୍ରକାଶ ଯେ, ବିଦ୍ୟାଧରଙ୍କ ଦେହ କିଛି ଦିନ ଧରି ଖରାପ ଥିଲା। ତେଣୁ ସେ ଚିକିତ୍ସିତ ହେଉଥିଲେ। ଏଭଳି ପରିସ୍ଥିତିରେ ଶନିବାର ସକାଳେ ବିଦ୍ୟାଧରଙ୍କ ମୃତଦେହ ଜିଲୁଣ୍ଡିର ଏକ ବାଲିଗଦା ଉପରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏନେଇ ଗ୍ରାମବାସୀ ପୋଲିସକୁ ସୂଚନା ଦେଇଥିଲେ। ଏହାପରେ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ହସ୍ପିଟାଲକୁ ପଠାଇଥିଲା। ଏହାପରେ ତଦନ୍ତ କରି ବିଦ୍ୟାଧରଙ୍କ ଠିକଣା ସାରେ ପୋଲିସ ପାଇଥିଲା।

ତେବେ ବିଗତ କିଛି ଦିନ ଧରି ଭଞ୍ଜନଗର ଅଞ୍ଚଳରେ ପ୍ରବଳ ଥଣ୍ଡା ହେଉଛି। ଖୋଲା ଆକାଶ ତଳେ ରାତି ତମାମ ବିଦ୍ୟାଧର ଶୋଇ ରହିବା ଯୋଗୁ ସେ ମୃତ୍ୟୁବରଣ କରିଥିବା ଆଶଙ୍କା କରାଯାଉଛି । କିନ୍ତୁ ସେ ସେଠାକୁ କେଉଁ ପରିସ୍ଥିତିରେ ଗଲେ ତାହାର ସଠିକ କାରଣ ଜଣାପଡିନାହିଁ। ତଦନ୍ତ ପରେ ତାହା ଜଣାପଡ଼ିବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭାଜପା କର୍ମୀଙ୍କୁ ସଂଘବଦ୍ଧ ଆକ୍ରମଣ: ୧୦ରୁ ଊର୍ଦ୍ଧ୍ୱ ଆହତ, ପୋଲିସ ପହଞ୍ଚିବାରୁ…

ହାଟଡିହୀ,୧୧ା୧(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ଏବେ ରାଜନୈତିକ ଅଶାନ୍ତ ଆରମ୍ଭ ହେଲାଣି। ଫଳରେ ଛକାପଞ୍ଝା ବଢ଼ିବାରେ ଲାଗିଛି l ଖବରରୁ ଜଣାଯାଇଛି,...

ଦାରିଙ୍ଗବାଡ଼ି ଶୀତ ମହୋତ୍ସବ: ଗଞ୍ଜେଇ ଚାଷୀଙ୍କୁ ଡରାଇଲେ  ଅତିରିକ୍ତ ଆରକ୍ଷୀ ଅଧିକ୍ଷକ

ଦାରିଙ୍ଗବାଡି,୧୧।୧(ଅରୁଣ ସାହୁ ): ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ଶୀତ ମହୋତ୍ସବର ଆଜି ଶେଷ ରାତି।  ଗତ ୪ ଦିନ ଧରି ଏହି ମହୋତ୍ସବ ପାଇଁ ଅଞ୍ଚଳ...

ରାଉରକେଲା ବିମାନ ଦୁର୍ଘଟଣାସ୍ଥଳରେ ପରିବହନ ସଚିବ ଉଷା ପାଢ଼ୀ

ରାଉରକେଲା,୧୧ା୧: ରାଉରକେଲା ଚାର୍ଟର ବିମାନ ଦୁର୍ଘଟଣାସ୍ଥଳରେ ପହଞ୍ଚିଛନ୍ତି ପରିବହନ ସଚିବ ଉଷା ପାଢ଼ୀ। ଏହି ଦୁର୍ଘଟଣାର ତଦନ୍ତ କରିବ AAIB ଓ DGCA। କେମିତି ଦୁର୍ଘଟଣା...

୧୫ରେ ବରଗଡ଼ ଜିଲା ଅଖଚକ ବନ୍ଦ ଅନୁପ୍ରବେଶକାରୀଙ୍କୁ ହଟାଇବା, ଅପରାଧ ନିୟନ୍ତ୍ରଣ ଦାବି

ବରଗଡ଼,୧୧।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରୁ ବାଙ୍ଗଲାଦେଶୀ ରୋହିଙ୍ଗୀଆ ଅନୁପ୍ରବେଶକାରୀଙ୍କୁ ହଟାଇବା ଏବଂ ଅପରାଧ ନିୟନ୍ତ୍ରଣ ଦାବି ନେଇ ବଜରଙ୍ଗ ଦଳ ଆସନ୍ତା ୧୫ତାରିଖ ବରଗଡ଼ ଜିଲା...

ନଦୀକୂଳରେ ପଡ଼ିଛି ଶିଶୁପୁତ୍ରର ମୃତଦେହ, ଲାଗିଛି ଅନ୍ତନାଡ଼ୀ; କିଏ ଫିଙ୍ଗିଛି…

କେନ୍ଦ୍ରାପଡା, ୧୧।୧ (ଜଗନ୍ନାଥ ଧଳ)- କେନ୍ଦ୍ରାପଡ଼ା ଜିଲା ସଦର ଥାନା କେନ୍ଦ୍ରାପଡା ବ୍ଲକ ଗୁଲନଗର ପଞ୍ଚାୟତ ଭ୍ରମରଦିଆ ପାଟଣା ନିକଟ ଗୋବରୀ ନଦୀକୂଳରୁ ଶିଶୁପୁତ୍ରର ମୃତଦେହ...

ହସଖୁସିରେ ଘରୁ ବୁଲି ବାହାରିଥିଲେ: ତପ୍ତପାଣି ଘାଟିରେ ଠିଆ ହୋଇଥିବା ଟ୍ରକ୍‌କୁ ପିଟିଲା ଟାଭେଲର୍ସ, ୨୫ ଯାତ୍ରୀ…

ଦିଗପହଣ୍ଡି,୧୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ – ଗଜପତି ସୀମାନ୍ତ ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣି ଘାଟି ପାଳୁଖଳା ଗ୍ରାମ ନିକଟ ମୁଖ୍ୟରାସ୍ତାରେ ରବିବାର ଭୋରରେ ଏକ ଲୁହାଛଡ଼...

ଘରୁ ବାହାରି ଆସିଥିଲେ ପୁଅ ରାସ୍ତାରେ ଜଗି ବସିଥିଲା ମୃତ୍ୟୁ: ବାହୁନି ବାହୁନି କାନ୍ଦୁଛି ମା’

ଦିଗପହଣ୍ଡି,୧୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଶ୍ରୀ ଶନିଶ୍ଚର ମନ୍ଦିର ନିକଟ ମୁଖ୍ୟରାସ୍ତାରେ ରବିବାର ଦୁର୍ଘଟଣା ଘଟିଛି। ସକାଳେ ବୀଣାପାଣି ନାମକ...

ଧାନବିକ୍ରି ଅବ୍ୟବସ୍ଥା ପ୍ରତିବାଦ: ଆନ୍ଦୋଳନରତ ଚାଷୀଙ୍କୁ ଉଠାଇ ନେଲା ପୋଲିସ

ବରଗଡ଼/ଅତାବିରା,୧୧।୧(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲାରେ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟାକୁ ଆଉ ସପ୍ତାହକ ପରେ ୨ ମାସ ପୂରିବ। କିନ୍ତୁ ଏପର୍ଯ୍ୟନ୍ତ ଧାନବିକ୍ରି ଅବ୍ୟବସ୍ଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri