Categories: ଫୁରସତ

ଥଣ୍ଡା ବଢିବାରୁ ଠାକୁରଙ୍କୁ ପିନ୍ଧାଇ ଦିଆଗଲା ସ୍ୱେଟର

ବାରାଣସୀ,୨୦ ।୧୨: ସାରା ଦେଶରେ ଶୀତ ଲହରି ଆରମ୍ଭ ହୋଇଯାଇଛି । ଆଗାମୀ ଦିନରେ ଏହା ଆହୁରି ବଢିବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ । ଉତ୍ତର ଭାରତରେ ପାରଦ ତଳକୁ ଖସୁଥିବା ବେଳେ ଏପଟେ ରାଜସ୍ଥାନରେ ମାଇନସ୍ ଡିଗ୍ରୀ ତାପମାତ୍ରା ରେକର୍ଡ କରାଗଲାଣି । ଏହି ସମୟରେ ମନ୍ଦିରରେ ଶୀତର ପ୍ରଭାବ ଦେଖିବାକୁ ମିଳିଛି । ବାରାଣସୀର ମନ୍ଦିରରେ ଈଶ୍ୱରଙ୍କୁ ସାଲ, ସ୍ୱେଟର ପିନ୍ଧାଇ ଦିଆଯାଇ ପୂଜା କରାଯାଉଛି । ବାରାଣସୀର ଏକ ମନ୍ଦିରରେ ଠାକୁରଙ୍କୁ ସ୍ୱେଟର, ରେଜେଇ ଇତ୍ୟାଦି ଦ୍ୱାରା ଘୋଡାଇ ଦିଆଯାଇ ପୂଜା କରାଯାଉଛି । ବାରାଣସୀର ଲୋହଟିଆରେ ଥିବା ବଡ ଗଣେଶ ମନ୍ଦିରରେ ଠାକରଙ୍କୁ କମ୍ବଳରେ ଢାଙ୍କି ଦିଆଯାଇଛି, ଏହାସହ ଗଣେଶଙ୍କ ମୁଣ୍ଡରେ ଟୋପି ପିନ୍ଧାଇ ଦିଆଯାଇଛି । ସେହିପରି ରାମ ଜାନକି ମନ୍ଦିରରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି । ମନ୍ଦିରର ପୂଜାରୀ କୁହନ୍ତି ଆମକୁ ଯେମିତି ଥଣ୍ଡା ଲାଗୁଛି ଭଗବାନଙ୍କୁ ବି ସେମିତି ଥଣ୍ଡା ଲାଗୁଥିବ । ତେଣୁ ଠାକୁରଙ୍କୁ ଶୀତବସ୍ତ୍ର ପିନ୍ଧାଇ ଦିଆଯାଇଛି ।

Share