Categories: ବାଣିଜ୍ୟ

ଭାରତ ବଜାରରୁ କଗ୍‌ନିଜାଣ୍ଟର ଛଟେଇ

ନୂଆଦିଲ୍ଲୀ,୪।୭: ଭାରତ ବଜାରର ବିଭିନ୍ନ ସ୍ଥାନରେ ରହିଥିବା କାର୍ଯ୍ୟାଳୟରୁ ପ୍ରମୁଖ ଆଇଟି କମ୍ପାନୀ କଗ୍‌ନିଜାଣ୍ଟ ଛଟେଇ କରୁଥିବା ଜଣାପଡିଛି। କେତେ କର୍ମଚାରୀ ଛଟେଇ ହେଉଛନ୍ତି ସେ ସମ୍ପର୍କରେ କିଛି ଜଣାପଡି ନାହିଁ। ମାତ୍ର ବୃହତ୍‌ ସଂଖ୍ୟକ କର୍ମଚାରୀ ଛଟେଇ ହେବେ ବୋଲି ଆଇଟି କର୍ମଚାରୀ ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି। ଚେନ୍ନାଇ, ବାଙ୍ଗାଲୋର, ହାଇଦ୍ରାବାଦ, ପୁଣେ, କୋଚି, କୋଲକାତା ଭଳି ସ୍ଥାନରେ କାର୍ଯ୍ୟରତ ଏହି କମ୍ପାନୀର କର୍ମଚାରୀ ଛଟେଇ ଦ୍ୱାରା ପ୍ରଭାବିତ ହେବେ ବୋଲି ସର୍ବଭାରତୀୟ ଆଇଟି କର୍ମଚାରୀ ଫୋରମ(ଏଆଇଏଫ୍‌ଆଇଟିଇ)ର ମହାସଚିବ ବିନୋଦ ଏଜେ ସୂଚନା ଦେଇଛନ୍ତି।

Share