କଫ୍‌ ସିରପ୍‌ର ମଜା

ଔଷଧର ବ୍ୟବସାୟିକ ଲାଭ ତୁଳନାରେ ମଣିଷ ଜୀବନ ଗୌଣ ହୋଇଗଲାଣି। ଯେଉଁ ଔଷଧ ଘାତକ, ତାହା ଉପରେ କାହାରି ଦୃଷ୍ଟି ନ ରହିଲା ଭଳି ମନେହେଉଛି। ଓଡ଼ିଶାରେ ବିିଶେଷକରି ସମ୍ବଲପୁରରୁ ବାରମ୍ବାର ଜବତ ହେଉଥିବା କଫ୍‌ ସିରପ୍‌ ଏହା ପ୍ରମାଣ କରୁଛି। ମେ ୫ ତାରିଖରେ ସମ୍ବଲପୁର ପୋଲିସ ସହରର ବିଭିନ୍ନ ସ୍ଥାନରୁ ୫,୦୧୧ଟି କଫ୍‌ ସିରପ୍‌ ବୋତଲ ଜବତ କରିବା ସହ ୧୦ ଜଣଙ୍କୁ ଗିରଫ କରିଛି। ଏହାର ଦିନକ ପୂର୍ବରୁ ଅର୍ଥାତ୍‌ ମେ ୪ ତାରିଖରେ ବରଗଡ଼ ପୋଲିସ ୮୩୧ଟି କଫ୍‌ ସିରପ୍‌ ବୋତଲ ଜବତ କରି ୨ ଜଣଙ୍କୁ ଗିରଫ କରିଥିଲା। ଏମାନେ ସମସ୍ତେ ଓଡ଼ିଶାର। କିନ୍ତୁ ପଶ୍ଚିମବଙ୍ଗ ହାଓ୍ବଡ଼ାରୁ ଏମାନେ କଫ୍‌ ସିରପ୍‌ ଆଣି ସମ୍ବଲପୁରର ବିଭିନ୍ନ ସ୍ଥାନରେ ବିକ୍ରି କରିଥା’ନ୍ତି ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ସମ୍ବଲପୁରରେ ଏହା ପ୍ରଥମ ଘଟଣା ନୁହେଁ। ଅତୀତରେ ମଧ୍ୟ ବିପୁଳ ପରିମାଣରେ କଫ୍‌ ସିରପ୍‌ ଜବତ ହୋଇଛି। ଚଳିିତବର୍ଷ ଫେବୃଆରୀ ୧୦ରେ ସମ୍ବଲପୁରରୁ ୧୨୮୭ ବୋତଲ ସିରପ୍‌ ଜବତ ହୋଇଥିଲା। ଏହା ସହ ୯ ଅକ୍ଟୋବର ୨୦୨୩ରେ ୫ ହଜାରରୁ ଅଧିକ ଏବଂ ୨୫ ମାର୍ଚ୍ଚ ୨୦୨୪ରେ ପାଖାପାଖି ୧୬ ହଜାର କଫ୍‌ ସିରପ୍‌ ବୋତଲ ଜବତ ହେବା ବେଧଡ଼କ ବେଆଇନ କାରବାରକୁ ସୂଚିତ କରୁଛି। ଦେଖିବାକୁ ଗଲେ ସମ୍ବଲପୁର କଫ୍‌ ସିରପ୍‌ର ପେଣ୍ଠ ପାଲଟିଗଲାଣି। ଏବେ ସମ୍ବଲପୁରରୁ ମୁଖ୍ୟତଃ କୋରାକ୍ସ ଓ ଓ୍ବିନ୍ସିିରେକ୍ସ କଫ୍‌ ସିରପ୍‌ ଜବତ ହେଉଛି। ବିନା ପ୍ରେସ୍‌କ୍ରିପ୍‌ସନରେ ଏସବୁ ବିକ୍ରି କରାଯାଇପାରିବ ନାହିଁ। କିନ୍ତୁ ଚୋରାରେ ଏହାକୁ ମାଦକ ଦ୍ରବ୍ୟ ଅର୍ଥାତ୍‌ ନିଶା ଦ୍ରବ୍ୟ ଭାବେ ବିକ୍ରି କରାଯାଉଛି। ପୂର୍ବରୁ ବଲାଙ୍ଗୀରରେ ନକଲି ଓଷଧ ପ୍ରସ୍ତୁତକର୍ତ୍ତାମାନେ ସକ୍ରିୟ ଥିଲେ। ଏବେ ବାହ୍ୟ ରାଜ୍ୟଠାରୁ ଅସଲି ଓଷଧ କିଣି ଆଣି ମାଦକ ଦ୍ରବ୍ୟ ଭାବେ ବିକ୍ରି କରିବାରେ ନୂଆ ଗ୍ୟାଙ୍ଗ ଗଢ଼ି ଉଠିଲାଣି। ଏଥିସହିତ ନିଶା ସେବନକାରୀମାନେ ବିନା ପ୍ରେସ୍‌କ୍ରିପ୍‌ସନରେ ଏହିସବୁ କଫ୍‌ ସିରପ୍‌ କିଣି ନେଇଯାଉଛନ୍ତି। ଏହିସବୁ ସିରପ୍‌ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ, ବିଶେଷକରି ପିଲାମାନଙ୍କ ପାଇଁ ଘାତକ।
ସମ୍ବଲପୁରରୁ ଜବତ ହେଉଥିବା କଫ୍‌ ସିରପ୍‌ ମାମଲାରେ ବେଆଇନ କାରବାରରେ ଜଡ଼ିତ ଲୋକଙ୍କୁ କେବଳ ଗିରଫ କରାଗଲେ ଏହାର ସମାଧାନ ବାଟ ବାହାରିବା କଷ୍ଟକର। ଏଠାରେ କୁହାଯାଇପାରେ ଯେ, କୌଣସି ରାଜ୍ୟ ସରକାର କଠୋରତମ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ମଧ୍ୟ କିଛି ପରିବର୍ତ୍ତନ ଦେଖାଯିବ ନାହିଁ। ଯେଉଁ ଔଷଧ କାରଖାନାରେ ଏସବୁ କାଶ ଔଷଧ ନିର୍ମିତ ହେଉଛି, ସେଠାରେ କୌଣସି ବେଆଇନ କାର୍ଯ୍ୟ ହେଉଥିବାର ପ୍ରମାଣ ମିଳିବା ଅସମ୍ଭବ। ଏହି ଉପଦ୍ରବକୁ ରୋକିବା ପାଇଁ ପୋଲିସର ଭୂମିକା ଅତ୍ୟନ୍ତ ଅର୍ଥହୀନ। କାରଣ ପୋଲିସ କିଛି କରିପାରିବ ନାହିଁ। ଗୋଟିଏ ପଟେ ନିଶାସକ୍ତଙ୍କ ମଧ୍ୟରେ ସଚେତନତା ଜାଗ୍ରତ କରିବା ସହିତ ଅନ୍ୟପଟେ ଡ୍ରଗ୍‌ ଇନ୍ସିପେକ୍ଟରମାନଙ୍କ ଦ୍ୱାରା କଡ଼ାକଡ଼ି ନିରୀକ୍ଷଣ କରାଇବା ଏକମାତ୍ର ବାଟ ବୋଲି କୁହାଯାଇପାରିବ। କାଶ ରୋକିବା ପାଇଁ ଔଷଧର ଚାହିଦା ରହିବା ସ୍ବାଭାବିକ। ସମସ୍ୟାଟି ଉପୁଜୁଛି ଯେତେବେଳେ ତାହାର ବଦ୍‌ଉପଯୋଗ ହେଉଛି। ଭାରତରେ ତିଆରି ହେଉଥିବା କଫ୍‌ ସିରପ୍‌ର ଇତିହାସ ବିଦେଶରେ ମଧ୍ୟ ବଦନାମ ଅର୍ଜନ କରିଛି। ଉଦାହରଣ ସ୍ବରୂପ, ୨୦୨୨ରେ ଗାମ୍ବିଆରେ, ଭାରତର ହରିୟାଣାରେ ଉତ୍ପାଦିତ କଫ ସିରପ୍‌ ସେବନ କରି ୭୦ ଜଣ ପିଲାଙ୍କର କିଡ୍‌ନୀ ନଷ୍ଟ ହେବା ସହ ମୃତ୍ୟୁ ଘଟିବା ଖବର ସାମ୍ନାକୁ ଆସିଥିଲା। ପରେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଏସବୁ ସିରପ୍‌ର ଗୁଣବତ୍ତା ମାନ ପୂରଣ କରୁ ନ ଥିବା ଦର୍ଶାଇଥିଲା। ତଥାପି ଏହାର ଉତ୍ପାଦନ ଓ ଯୋଗାଣ ଉପରେ ଅଙ୍କୁଶ ଲାଗିପାରୁନାହିଁ। କେବଳ କଫ୍‌ ସିରପ୍‌ ନୁହେଁ, ଓଡ଼ିିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ବିଷାକ୍ତ ଔଷଧ ବେଆଇନ ଭାବେ ବିକ୍ରି ହେଉଛି। ଗତବର୍ଷ ଶେଷାର୍ଦ୍ଧରେ ଦି ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିିଆ (ଡିସିଜିଆଇ) ବା ଭାରତୀୟ ଔଷଧ ମହାନିରୀକ୍ଷକ ୧୬ଟି ଔଷଧକୁ ବିଷାକ୍ତ ଘୋଷଣା କରିଥିଲା। ଉଲ୍ଲେଖନୀୟ ଯେ, ବିଷାକ୍ତ ଘୋଷିତ ୧୬ଟି ଔଷଧ ମଧ୍ୟରେ ରକ୍ତଚାପକୁ ନିୟନ୍ତ୍ରଣରେ ରଖୁଥିବା ଗ୍ଲେନ୍‌ମାର୍କର ଟେଲ୍‌ମା ଏଚ୍‌ ଓ ପିତ୍ତକୋଷ ପଥର ଚିକିତ୍ସାରେ ବ୍ୟବହୃତ ସନ୍‌ଫାର୍ମାର ଉର୍ସୋକୋଲ ୩୦୦ ରହିଥିଲା। ତେବେ ଦୁଇ ବୃହତ୍‌ ଭାରତୀୟ କମ୍ପାନୀର ଔଷଧ ନିୟାମକର ଗୁଣବତ୍ତା ଓ ସୁରକ୍ଷା ମାନକ ପୂରଣ ନ କରିପାରିବାକୁ ନେଇ ଆଶଙ୍କା ପ୍ରକାଶ ପାଇଥିଲା। ଏହା ବ୍ୟତୀତ ସେପ୍ଟେମ୍ବର ୨୦୨୩ରେ ଭାରତର ଶୀର୍ଷ ରେଗୁଲେଟର କୁହାଯାଉଥିବା ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେଶନ ଦ୍ୱାରା ଦେଶରେ ବିକ୍ରି ହେଉଥିବା ନକଲି କ୍ୟାନ୍‌ସର ଓ ଲିଭର ମେଡିସିନ ଉପରେ ସତର୍କତା ଜାରି କରାଯାଇଥିଲା। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ମଧ୍ୟ ଏ ସମ୍ପର୍କରେ ଚିନ୍ତା ପ୍ରକଟ କରିଥିଲା। ଉପତ୍ାଦିତ ଔଷଧଗୁଡ଼ିକୁ ସ୍ବୀକୃତି ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ନିୟାମକ ସଂସ୍ଥାମାନେ କଡ଼ା ଯାଞ୍ଚ ଓ ପଦକ୍ଷେପ ନେଲେ ହୁଏତ ଔଷଧଗୁଡ଼ିକର ଗୁଣବତ୍ତା ରକ୍ଷା ହୋଇପାରନ୍ତା। କିନ୍ତୁ ସ୍ବାଭାବିକ ଭାବେ ବିପୁଳ ଅର୍ଥ ଅର୍ଜନ କରୁଥିବା ଔଷଧକମ୍ପାନୀଗୁଡ଼ିକ ସରକାରୀ ଯାଞ୍ଚ ସଂସ୍ଥାମାନଙ୍କୁ ଯଥେଷ୍ଟ ଖୁସି କରି ରଖିଥା’ନ୍ତି। ତେଣୁ ସମ୍ବଲପୁରରେ ମୁଣ୍ଡ ଟେକିଥିବା କଫ୍‌ ସିରପ୍‌ର ମନ୍ଦ ବ୍ୟବହାରକୁ ଅଟକାଇବା ଅତ୍ୟନ୍ତ କଷ୍ଟକର କାର୍ଯ୍ୟ ଭାବେ ମନେହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ତରଳୁଛି ହିମବାହ, ବିଶ୍ୱକୁ ବିପଦ

ଲଣ୍ଡନ୍‌/ ନୂଆଦିଲ୍ଲୀ,୧୬ା୨(ଏଜେନ୍ସି): ସାରା ବିଶ୍ୱରେ ପ୍ରାୟ ୩,୧୦୦ ହିମବାହ ଦ୍ରୁତଗତିରେ ତରଳୁଛି, ଯାହାକି ଅତ୍ୟନ୍ତ ବିରଳ ଘଟଣା। ବିଶ୍ୱରେ ଥିବା ମୋଟ ହିମବାହର ଏହା ମାତ୍ର ୧%…

‘ଭାରତ ରୁଷରୁ ତେଲ କିଣିବ ନାହିଁ’, ଆମେରିକା ଦାବିର କଡ଼ା ଜବାବ ଦେଲେ ଏସ ଜୟଶଙ୍କର

କଲମ୍ବୋ,୧୫।୨: ରୁଷିଆରୁ ତେଲ ଆମଦାନୀକୁ ନେଇ ଆମେରିକା ଏବଂ ଭାରତ ମଧ୍ୟରେ ପୁଣି ଥରେ କୂଟନୈତିକ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ଜର୍ମାନୀରେ ଅନୁଷ୍ଠିତ ମ୍ୟୁନିକ୍ ସୁରକ୍ଷା ସମ୍ମିଳନୀରେ…

ଟି-୨୦ ବିଶ୍ୱକପ୍: କଲମ୍ବୋରେ ପାକିସ୍ତାନକୁ ଧ୍ୱଂସ କରିଦେଲା ସୂର୍ଯ୍ୟକୁମାରଙ୍କ ସେନା, ଗର୍ଜିଲେ ଇଶାନ କିଷାନ

କଲମ୍ବୋ,୧୫।୨: ଶ୍ରୀଲଙ୍କାର ଆର୍. ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହାଇଭୋଲ୍ଟେଜ୍ ଟି-୨୦ ବିଶ୍ୱକପ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ରେ ପରାସ୍ତ କରିଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ…

ଧୋନିଙ୍କ ପାଇଁ ପାକିସ୍ତାନ ଦଳରେ ସୁଯୋଗ ପାଇଛନ୍ତି ଉସମାନ ତାରିକ! ହୋଇଗଲା ଖୁଲାସା

କଲମ୍ବୋ,୧୫।୨: ଚଳିତ ଟି-୨୦ ବିଶ୍ୱକପ୍‌ରେ ପାକିସ୍ତାନର ରହସ୍ୟମୟ ସ୍ପିନର ଉସ୍ମାନ ତାରିକ୍ ନିଜର ଅଜବ ବୋଲିଂ ଆକ୍ସନ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ତେବେ ତାଙ୍କ କ୍ରିକେଟ୍…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ଟି-୨୦ ବିଶ୍ୱକପ୍: ପାକିସ୍ତାନ ଆଗରେ ୧୭୬ ରନ୍‌ର ବିଜୟ ଲକ୍ଷ୍ୟ; ଇଶାନ କିଷାନଙ୍କ ଧୂଆଁଧାର ବ୍ୟାଟିଂ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ୨୦୨୬ର ହାଇଭୋଲ୍ଟେଜ୍ ମ୍ୟାଚରେ ଭାରତ, ପାକିସ୍ତାନ ସମ୍ମୁଖରେ ୧୭୬ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ୍ ରଖିଛି। ଓପନର୍ ଇଶାନ କିଷାନଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ଟି-୨୦ ବିଶ୍ୱକପ୍: ପାକିସ୍ତାନୀ ବୋଲରଙ୍କୁ ଧୂଳି ଚଟାଇଲେ ଇଶାନ କିଷାନ; ୨୭ ବଲ୍‌ରେ ବିସ୍ଫୋରକ ଅର୍ଦ୍ଧଶତକ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ମହାମୁକାବିଲାରେ ଭାରତୀୟ ଓପନର୍ ଇଶାନ କିଷାନଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ରନ୍ ବର୍ଷା। ପାକିସ୍ତାନ ବିପକ୍ଷ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଇଶାନ ମାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri