କଫ୍‌ ସିରପ୍‌ର ମଜା

ଔଷଧର ବ୍ୟବସାୟିକ ଲାଭ ତୁଳନାରେ ମଣିଷ ଜୀବନ ଗୌଣ ହୋଇଗଲାଣି। ଯେଉଁ ଔଷଧ ଘାତକ, ତାହା ଉପରେ କାହାରି ଦୃଷ୍ଟି ନ ରହିଲା ଭଳି ମନେହେଉଛି। ଓଡ଼ିଶାରେ ବିିଶେଷକରି ସମ୍ବଲପୁରରୁ ବାରମ୍ବାର ଜବତ ହେଉଥିବା କଫ୍‌ ସିରପ୍‌ ଏହା ପ୍ରମାଣ କରୁଛି। ମେ ୫ ତାରିଖରେ ସମ୍ବଲପୁର ପୋଲିସ ସହରର ବିଭିନ୍ନ ସ୍ଥାନରୁ ୫,୦୧୧ଟି କଫ୍‌ ସିରପ୍‌ ବୋତଲ ଜବତ କରିବା ସହ ୧୦ ଜଣଙ୍କୁ ଗିରଫ କରିଛି। ଏହାର ଦିନକ ପୂର୍ବରୁ ଅର୍ଥାତ୍‌ ମେ ୪ ତାରିଖରେ ବରଗଡ଼ ପୋଲିସ ୮୩୧ଟି କଫ୍‌ ସିରପ୍‌ ବୋତଲ ଜବତ କରି ୨ ଜଣଙ୍କୁ ଗିରଫ କରିଥିଲା। ଏମାନେ ସମସ୍ତେ ଓଡ଼ିଶାର। କିନ୍ତୁ ପଶ୍ଚିମବଙ୍ଗ ହାଓ୍ବଡ଼ାରୁ ଏମାନେ କଫ୍‌ ସିରପ୍‌ ଆଣି ସମ୍ବଲପୁରର ବିଭିନ୍ନ ସ୍ଥାନରେ ବିକ୍ରି କରିଥା’ନ୍ତି ବୋଲି ପୋଲିସ ପକ୍ଷରୁ କୁହାଯାଇଛି। ସମ୍ବଲପୁରରେ ଏହା ପ୍ରଥମ ଘଟଣା ନୁହେଁ। ଅତୀତରେ ମଧ୍ୟ ବିପୁଳ ପରିମାଣରେ କଫ୍‌ ସିରପ୍‌ ଜବତ ହୋଇଛି। ଚଳିିତବର୍ଷ ଫେବୃଆରୀ ୧୦ରେ ସମ୍ବଲପୁରରୁ ୧୨୮୭ ବୋତଲ ସିରପ୍‌ ଜବତ ହୋଇଥିଲା। ଏହା ସହ ୯ ଅକ୍ଟୋବର ୨୦୨୩ରେ ୫ ହଜାରରୁ ଅଧିକ ଏବଂ ୨୫ ମାର୍ଚ୍ଚ ୨୦୨୪ରେ ପାଖାପାଖି ୧୬ ହଜାର କଫ୍‌ ସିରପ୍‌ ବୋତଲ ଜବତ ହେବା ବେଧଡ଼କ ବେଆଇନ କାରବାରକୁ ସୂଚିତ କରୁଛି। ଦେଖିବାକୁ ଗଲେ ସମ୍ବଲପୁର କଫ୍‌ ସିରପ୍‌ର ପେଣ୍ଠ ପାଲଟିଗଲାଣି। ଏବେ ସମ୍ବଲପୁରରୁ ମୁଖ୍ୟତଃ କୋରାକ୍ସ ଓ ଓ୍ବିନ୍ସିିରେକ୍ସ କଫ୍‌ ସିରପ୍‌ ଜବତ ହେଉଛି। ବିନା ପ୍ରେସ୍‌କ୍ରିପ୍‌ସନରେ ଏସବୁ ବିକ୍ରି କରାଯାଇପାରିବ ନାହିଁ। କିନ୍ତୁ ଚୋରାରେ ଏହାକୁ ମାଦକ ଦ୍ରବ୍ୟ ଅର୍ଥାତ୍‌ ନିଶା ଦ୍ରବ୍ୟ ଭାବେ ବିକ୍ରି କରାଯାଉଛି। ପୂର୍ବରୁ ବଲାଙ୍ଗୀରରେ ନକଲି ଓଷଧ ପ୍ରସ୍ତୁତକର୍ତ୍ତାମାନେ ସକ୍ରିୟ ଥିଲେ। ଏବେ ବାହ୍ୟ ରାଜ୍ୟଠାରୁ ଅସଲି ଓଷଧ କିଣି ଆଣି ମାଦକ ଦ୍ରବ୍ୟ ଭାବେ ବିକ୍ରି କରିବାରେ ନୂଆ ଗ୍ୟାଙ୍ଗ ଗଢ଼ି ଉଠିଲାଣି। ଏଥିସହିତ ନିଶା ସେବନକାରୀମାନେ ବିନା ପ୍ରେସ୍‌କ୍ରିପ୍‌ସନରେ ଏହିସବୁ କଫ୍‌ ସିରପ୍‌ କିଣି ନେଇଯାଉଛନ୍ତି। ଏହିସବୁ ସିରପ୍‌ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ, ବିଶେଷକରି ପିଲାମାନଙ୍କ ପାଇଁ ଘାତକ।
ସମ୍ବଲପୁରରୁ ଜବତ ହେଉଥିବା କଫ୍‌ ସିରପ୍‌ ମାମଲାରେ ବେଆଇନ କାରବାରରେ ଜଡ଼ିତ ଲୋକଙ୍କୁ କେବଳ ଗିରଫ କରାଗଲେ ଏହାର ସମାଧାନ ବାଟ ବାହାରିବା କଷ୍ଟକର। ଏଠାରେ କୁହାଯାଇପାରେ ଯେ, କୌଣସି ରାଜ୍ୟ ସରକାର କଠୋରତମ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ମଧ୍ୟ କିଛି ପରିବର୍ତ୍ତନ ଦେଖାଯିବ ନାହିଁ। ଯେଉଁ ଔଷଧ କାରଖାନାରେ ଏସବୁ କାଶ ଔଷଧ ନିର୍ମିତ ହେଉଛି, ସେଠାରେ କୌଣସି ବେଆଇନ କାର୍ଯ୍ୟ ହେଉଥିବାର ପ୍ରମାଣ ମିଳିବା ଅସମ୍ଭବ। ଏହି ଉପଦ୍ରବକୁ ରୋକିବା ପାଇଁ ପୋଲିସର ଭୂମିକା ଅତ୍ୟନ୍ତ ଅର୍ଥହୀନ। କାରଣ ପୋଲିସ କିଛି କରିପାରିବ ନାହିଁ। ଗୋଟିଏ ପଟେ ନିଶାସକ୍ତଙ୍କ ମଧ୍ୟରେ ସଚେତନତା ଜାଗ୍ରତ କରିବା ସହିତ ଅନ୍ୟପଟେ ଡ୍ରଗ୍‌ ଇନ୍ସିପେକ୍ଟରମାନଙ୍କ ଦ୍ୱାରା କଡ଼ାକଡ଼ି ନିରୀକ୍ଷଣ କରାଇବା ଏକମାତ୍ର ବାଟ ବୋଲି କୁହାଯାଇପାରିବ। କାଶ ରୋକିବା ପାଇଁ ଔଷଧର ଚାହିଦା ରହିବା ସ୍ବାଭାବିକ। ସମସ୍ୟାଟି ଉପୁଜୁଛି ଯେତେବେଳେ ତାହାର ବଦ୍‌ଉପଯୋଗ ହେଉଛି। ଭାରତରେ ତିଆରି ହେଉଥିବା କଫ୍‌ ସିରପ୍‌ର ଇତିହାସ ବିଦେଶରେ ମଧ୍ୟ ବଦନାମ ଅର୍ଜନ କରିଛି। ଉଦାହରଣ ସ୍ବରୂପ, ୨୦୨୨ରେ ଗାମ୍ବିଆରେ, ଭାରତର ହରିୟାଣାରେ ଉତ୍ପାଦିତ କଫ ସିରପ୍‌ ସେବନ କରି ୭୦ ଜଣ ପିଲାଙ୍କର କିଡ୍‌ନୀ ନଷ୍ଟ ହେବା ସହ ମୃତ୍ୟୁ ଘଟିବା ଖବର ସାମ୍ନାକୁ ଆସିଥିଲା। ପରେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଏସବୁ ସିରପ୍‌ର ଗୁଣବତ୍ତା ମାନ ପୂରଣ କରୁ ନ ଥିବା ଦର୍ଶାଇଥିଲା। ତଥାପି ଏହାର ଉତ୍ପାଦନ ଓ ଯୋଗାଣ ଉପରେ ଅଙ୍କୁଶ ଲାଗିପାରୁନାହିଁ। କେବଳ କଫ୍‌ ସିରପ୍‌ ନୁହେଁ, ଓଡ଼ିିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ବିଷାକ୍ତ ଔଷଧ ବେଆଇନ ଭାବେ ବିକ୍ରି ହେଉଛି। ଗତବର୍ଷ ଶେଷାର୍ଦ୍ଧରେ ଦି ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିିଆ (ଡିସିଜିଆଇ) ବା ଭାରତୀୟ ଔଷଧ ମହାନିରୀକ୍ଷକ ୧୬ଟି ଔଷଧକୁ ବିଷାକ୍ତ ଘୋଷଣା କରିଥିଲା। ଉଲ୍ଲେଖନୀୟ ଯେ, ବିଷାକ୍ତ ଘୋଷିତ ୧୬ଟି ଔଷଧ ମଧ୍ୟରେ ରକ୍ତଚାପକୁ ନିୟନ୍ତ୍ରଣରେ ରଖୁଥିବା ଗ୍ଲେନ୍‌ମାର୍କର ଟେଲ୍‌ମା ଏଚ୍‌ ଓ ପିତ୍ତକୋଷ ପଥର ଚିକିତ୍ସାରେ ବ୍ୟବହୃତ ସନ୍‌ଫାର୍ମାର ଉର୍ସୋକୋଲ ୩୦୦ ରହିଥିଲା। ତେବେ ଦୁଇ ବୃହତ୍‌ ଭାରତୀୟ କମ୍ପାନୀର ଔଷଧ ନିୟାମକର ଗୁଣବତ୍ତା ଓ ସୁରକ୍ଷା ମାନକ ପୂରଣ ନ କରିପାରିବାକୁ ନେଇ ଆଶଙ୍କା ପ୍ରକାଶ ପାଇଥିଲା। ଏହା ବ୍ୟତୀତ ସେପ୍ଟେମ୍ବର ୨୦୨୩ରେ ଭାରତର ଶୀର୍ଷ ରେଗୁଲେଟର କୁହାଯାଉଥିବା ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେଶନ ଦ୍ୱାରା ଦେଶରେ ବିକ୍ରି ହେଉଥିବା ନକଲି କ୍ୟାନ୍‌ସର ଓ ଲିଭର ମେଡିସିନ ଉପରେ ସତର୍କତା ଜାରି କରାଯାଇଥିଲା। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ମଧ୍ୟ ଏ ସମ୍ପର୍କରେ ଚିନ୍ତା ପ୍ରକଟ କରିଥିଲା। ଉପତ୍ାଦିତ ଔଷଧଗୁଡ଼ିକୁ ସ୍ବୀକୃତି ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ନିୟାମକ ସଂସ୍ଥାମାନେ କଡ଼ା ଯାଞ୍ଚ ଓ ପଦକ୍ଷେପ ନେଲେ ହୁଏତ ଔଷଧଗୁଡ଼ିକର ଗୁଣବତ୍ତା ରକ୍ଷା ହୋଇପାରନ୍ତା। କିନ୍ତୁ ସ୍ବାଭାବିକ ଭାବେ ବିପୁଳ ଅର୍ଥ ଅର୍ଜନ କରୁଥିବା ଔଷଧକମ୍ପାନୀଗୁଡ଼ିକ ସରକାରୀ ଯାଞ୍ଚ ସଂସ୍ଥାମାନଙ୍କୁ ଯଥେଷ୍ଟ ଖୁସି କରି ରଖିଥା’ନ୍ତି। ତେଣୁ ସମ୍ବଲପୁରରେ ମୁଣ୍ଡ ଟେକିଥିବା କଫ୍‌ ସିରପ୍‌ର ମନ୍ଦ ବ୍ୟବହାରକୁ ଅଟକାଇବା ଅତ୍ୟନ୍ତ କଷ୍ଟକର କାର୍ଯ୍ୟ ଭାବେ ମନେହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ବଢ଼ିଲା ସହାୟତା ଭତ୍ତା, ଉପକୃତ ହେବେ ୪୭ ହଜାର

ଭୁବନେଶ୍ୱର,୨୮ା୧୨: କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

୨୦୨୫ରେ ବଦଳିଲା ଚାକିରିର ରୂପରେଖ: ଜାଣନ୍ତୁ କେଉଁ କ୍ୟାରିୟରକୁ ଅଧିକ ବାଛିଲେ ଜେନ ଜି?

ନୂଆଦିଲ୍ଲୀ,୨୮ା୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ପ୍ରଭାବ ଏବଂ ଅର୍ଥନୈତିକ ଅସ୍ଥିରତା ଯୋଗୁଁ ୨୦୨୫ ମସିହାରେ ନୂତନ ଗ୍ରାଜୁଏଟମାନେ ନିଜର କର୍ମକ୍ଷେତ୍ର ବାଛିବା ଶୈଳୀରେ ବ୍ୟାପକ...

ବାଲେଶ୍ୱରରେ କାଠ ମାଫିଆଙ୍କ ଆତଙ୍କ: ବନ ବିଭାଗ ଗାଡ଼ି ଭଙ୍ଗାରୁଜା ସହ ଜବତ ଗାଡ଼ି ଛଡ଼ାଇ ନେଲେ

ବାଲେଶ୍ୱର,୨୮ା୧୨: ନୀଳଗିରି ବନଖଣ୍ଡରେ କାଠ ମାଫିଆଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଛି। ବନବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ନେଇଗଲେ ଜବତ ହୋଇଥିବା କାଠ ବୋଝେଇ...

ଶ୍ୱଶୁର ଘରୁ ଫେରିବା ବେଳେ ବାଟରେ ବିଷ ଖାଇ ସ୍ୱାମୀ-ସ୍ତ୍ରୀ ମୃତ, ରାତିସାରା ଜଙ୍ଗଲରେ ଜଗି ରହିଲା ୫ ବର୍ଷର ପୁଅ

ଦେବଗଡ,୨୮|୧୨(ଶଶାଙ୍କ ଶେଖର ଝାଙ୍କର): ପାରିବାରିକ କଳହର କରୁଣ ପରିଣତି । ନିଛାଟିଆ ଜଙ୍ଗଲ ଭିତରେ ବିଷ ପିଇ ସ୍ୱାମୀର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର...

ଜାନୁଆରୀ ୧ ପାଇଁ ମଧ୍ୟରାତ୍ରରୁ ଶ୍ରୀମନ୍ଦିର ଖୋଲାକୁ ବିରୋଧ, ମହାପ୍ରଭୁଙ୍କ ରାତି ଅନିଦ୍ରା କରା ନଯାଉ ବୋଲି ଚିଠି

ପୁରୀ,୨୮ା୧୨: ପାଖେଇ ଆସୁଛି ନୂଆବର୍ଷ । ହାତରେ ମାତ୍ର ଆଉ ଅଳ୍ପଦିନ ରହିଥିବା ବେଳେ ଏନେଇ ସମସ୍ତେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଯଦି ଦେଖିବା...

ପ୍ରଧାନମନ୍ତ୍ରୀଙ୍କ ‘ମନ୍‌ କି ବାତ୍‌’ରେ ପାର୍ବତୀ ଗିରିଙ୍କୁ ପ୍ରଶଂସା ସହ ବଖାଣିଲେ ୨୦୨୫ର ଏସବୁ ସଫଳତା

ନୂଆଦିଲ୍ଲୀ,୨୮ା୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୨୯ ତମ ‘ମନ କି ବାତ୍‌’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ୨୦୨୫ର ଅନେକ ସଫଳତା ବିଷୟରେ କହିଛନ୍ତି ପ୍ରଧାନମନ୍ତ୍ରୀ।...

ଏଇ ଭାରତରେ

ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ର ଜଣେ ପୂର୍ୱତନ ଅଧିକାରୀ ଉତ୍କୃଷ୍ଟ ପାଣ୍ଡେ। ଜୈବିକ ପଦ୍ଧତିରେ ସେ ହଳଦୀ ଏବଂ ଧାନଚାଷ କରି ବିହନ ସଂରକ୍ଷଣ କରୁଛନ୍ତି। ଉତ୍ତରପ୍ରଦେଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri