ବିନା ଟେଣ୍ଡରରେ ଆସୁଛି ନଡ଼ିଆ ଚାରା

ଛତ୍ରପୁର,୨୧ା୧୨(ଡି.ଏନ.ଏ): ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଉଦ୍ୟାନ ବିଭାଗ ସହକାରୀ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟକୁ ବିନା ଟେଣ୍ଡରରେ ଆନ୍ଧ୍ରପ୍ରଦେଶରୁ ଟ୍ରକ ମାଧ୍ୟମରେ ନଡିଆ ଚାରା ଅଣାଯାଉଥିବା ଅଭିଯୋଗ ହୋଇଛି, ଯାହାକି ଅଧିକାରୀଙ୍କ ଆନ୍ଧ୍ର ପ୍ରୀତି ପଦାରେ ପଡ଼ିଛି। ଆନ୍ଧ୍ରରୁ ନଡ଼ିଆ ଚାରାଗୁଡ଼ିକ ଟ୍ରକ୍‌ ଯୋଗେ ଅଣାଯାଇ ସହକାରୀ ନିର୍ଦ୍ଦେଶକ କାର୍ଯ୍ୟାଳୟ ପରିସରରେ ନାମକୁ ମାତ୍ର ଲଗାଇବା ପରେ ଲୋକଙ୍କୁ ବିକ୍ରି କରାଯାଉଥିବା ସ୍ଥାନୀୟ ଅଞ୍ଚଳର ଚାଷୀମାନେ ଅଭିଯୋଗ କରିଛନ୍ତି । ଏଥିରେ ଲକ୍ଷାଧିକ ଟଙ୍କାର ଦୁର୍ନୀତି ହେଉଥିବା ଅଭିଯୋଗ ହେଉଛି। ଦୀର୍ଘ ଦିନ ହେଲା ଏପରି କାର୍ଯ୍ୟ ଚାଲୁଛି ବୋଲି ପୂର୍ବତନ ସରପଞ୍ଚ ତଥା ବର୍ତ୍ତମାନର ଶ୍ରୀରାମଚନ୍ଦ୍ରପୁର ସମିତି ସଭ୍ୟ ଏସ.ଚକ୍ରପାଣି ରେଡ୍ଡି ଅଭିଯୋଗ କରିଛନ୍ତି। ଏ ନେଇ ବିଧିବଦ୍ଧ ଭାବେ ତଦନ୍ତ କଲେ ସବୁ ଜଣାପଡ଼ିବ ବୋଲି ସେ କହିଛନ୍ତି । ଏଠାରେ ନଡ଼ିଆ ଚାରା ହେଉଛି ବୋଲି କହି ଚାଷୀମାନଙ୍କୁ ଦିଆଯାଉଛି। ମାତ୍ର ଏହିସବୁ ନଡ଼ିଆ ଚାରା ଅନ୍ୟ ରାଜ୍ୟରୁ ଅଣାଯାଉଛି। ପୂର୍ବରୁ ଏଠାରେ ନଡ଼ିଆ ଗଛ ଯାହାଥିଲା ସ୍ଥାନୀୟ ଲୋକେ ଲିଜ ସୂତ୍ରରେ ନେଇ ଅର୍ଥ ଉପାର୍ଜନ କରୁଥିଲେ । କିନ୍ତୁ ଏବେ ଲୋକମାନଙ୍କୁ ଲିଜ୍‌ ଦିଆ ନ ଯାଇ ଅଫିସ୍‌ ସବୁ ବୁଝାଶୁଝା କରୁଛି। କେବଳ ନଡ଼ିଆ ଚାରା ଦୁର୍ନୀତିରେ ସୀମିତ ନୁହେଁ, ଅନ୍ୟାନ୍ୟ କାର୍ଯ୍ୟରେ ମଧ୍ୟ ଦୁର୍ନୀତି ହେଉଥିବା ଭିକାରୀପଲ୍ଲୀ ପୂର୍ବତନ ସମିତିସଭ୍ୟ ମଥୁରା ସୁବୁଦ୍ଧି ଅଭିଯୋଗ କରିଛନ୍ତି। ରାତିରେ ଆନ୍ଧ୍ରରୁ ଚାରା ଆଣି ଏଠାରେ ରୋପଣ କରାଯାଉଛି। ପରବର୍ତ୍ତୀ ସମୟରେ ଅଧିକ ଦରରେ ଚାଷୀ ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସହାୟତାରେ ବିକ୍ରି କରାଯାଉଛି। ଅନ୍ୟପକ୍ଷରେ ବୁଧବାର ଟ୍ରକ ଦ୍ୱାରା ଆସିଥିବା ହଜାର ହଜାର ନଡ଼ିଆ ଚାରାକୁ ଓହ୍ଲାଯାଇ ତରବରିଆ ଭାବେ ପୋତାଯାଉଥିଲା । ଏପରିକି ଅଫିସ୍‌ର ମୁଖ୍ୟ ଫାଟକରେ ତାଲା ପକାଇ ଏହିସବୁ କାର୍ଯ୍ୟ କରାଯାଉଥିଲା। ଉକ୍ତ ଟ୍ରକର ଚାଳକ ମଧ୍ୟ ଗଣମାଧ୍ୟମ ଆଗରେ ଏହାସବୁ ଆନ୍ଧ୍ରରୁ ଆସିଥିବା ସ୍ବୀକାର କରିଥିଲେ। ସ୍ଥାନୀୟ ଚାଷୀମାନଙ୍କ ଠାରୁ ଖବର ପାଇ ଗଣମାଧ୍ୟମ ପ୍ରତିନିଧିମାନେ ପହଞ୍ଚତ୍ବା ପରେ ଅଫିସ ମୁଖ୍ୟ ଫାଟକରେ ତାଲା ପକାଇ ଦିଆଯାଇଥିଲା । କିଛି କର୍ମଚାରୀ ତାଲା ଖୋଲିବାକୁ ଅମଙ୍ଗ ହୋଇଥିଲେ । ବହୁ ସମୟ ପରେ ତାଲା ଖୋଲାଯାଇଥିଲା। ଏ ନେଇ ସହକାରୀ ନିର୍ଦ୍ଦେଶକ ପ୍ରତାପ ପଣ୍ଡାଙ୍କୁ କେଉଁଠୁ ଚାରା ଆସୁଛି, ଏହାର ଟେଣ୍ଡର ହୋଇଛି କି ନାହିଁ ପଚାରିବାରୁ ସେ କୌଣସି ଉତ୍ତର ନ ଦେଇ ଫାଟକ ବନ୍ଦ କରିଦେଇଥିଲେ। ଜିଲା ଉଦ୍ୟାନ ଉପନିର୍ଦ୍ଦେଶକ ସୁବାସ ପଣ୍ଡାକୁ ପଚାରିବାରେ ଅଫିସ ମୁଖ୍ୟ ଫାଟକ ତାଲା ପକାଇ ରଖିବା ନିୟମ ନାହିଁ ବୋଲି କହିଛନ୍ତି । ଚାରା ସବର୍ଦା ପୁରୀ ଜିଲା କିମ୍ବା ଗଜପତିରୁ ହିଁ ଆସିଥାଏ ଏବଂ ଆନ୍ଧ୍ରରୁ ଆସୁଥିବା ସମ୍ପର୍କରେ ସେ ଜାଣନ୍ତି ନାହିଁ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ଲାଞ୍ଜିଗଡ଼ ବ୍ଲକ ଗସ୍ତରେ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକ

ଲାଞ୍ଜିଗଡ଼, ୧୭ା୧୨ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଦିନିକିଆ ଗସ୍ତରେ ଆସି ବୁଧବାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି ଜାତୀୟ ସ୍ବାସ୍ଥ୍ୟ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

ଦିଗପହଣ୍ଡି ବସଷ୍ଟାଣ୍ଡକୁ ଯାଉନି ଯାତ୍ରୀବାହୀ ବସ, ଜରିମାନା ପାଇଁ ନୋଟିସ  

ଦିଗପହଣ୍ଡି,୧୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିସ୍ଥିତ ନୂଆ ବସଷ୍ଟାଣ୍ଡକୁ ଯାତ୍ରୀବାହୀ ବସଗୁଡ଼ିକ ପ୍ରବେଶ କରୁନାହିଁ। ଏନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନଙ୍କ ତାଗିଦ ପରେ ମଧ୍ୟ ବସ ଚାଳକମାନେ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

୪୮ ଘଣ୍ଟା ପୂରିଲାନି: ଧରାପଡିଲେ ୨ଅଭିଯୁକ୍ତ, ଉଦ୍ଧାର ହେଲା ସାମଗ୍ରୀ

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସଦର ଥାନା ଅନ୍ତର୍ଗତ ଗାଇସୀମାସ୍ଥିତ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରୁ ଗତ ୧୬ତାରିଖ ବିଳମ୍ବିତ ରାତିରେ ହୋଇଥିବା ଚୋରି ଘଟଣାର ପର୍ଦ୍ଧାଫାସ ହୋଇଛି।...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri