ତଣ୍ଡା ସୁରକ୍ଷା ପାଇଁ ଅଗରନାସୀରେ ହେଉ ପଥରବନ୍ଧ

କେନ୍ଦ୍ରାପଡ଼ା ଅଫିସ, ୯ା୬: ମେ ୩୦ରେ ସାବିତ୍ରୀ ଅମାବାସ୍ୟା ଥିଲା। ଏହି ତିଥିରେ ସମୁଦ୍ର କୂଳ ଲଂଘି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତଣ୍ଡା ଅଞ୍ଚଳରେ ପାଣି ପଶି ଯାଇଥିଲା। ତଟକ୍ଷୟର ଏହି ପରିସ୍ଥିତି ତଟାଞ୍ଚଳବାସୀଙ୍କ ମନରେ ଭୟ ଆଣିଛି। ବଙ୍ଗୋପସାଗରର ୪୮ କିଲୋମିଟର ଲମ୍ବର ତଟରୁ ପ୍ରାୟ ୨୮ କିମି ଅଞ୍ଚଳରେ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି। ସାତଭାୟାଠାରେ ଗତବର୍ଷକ ମଧ୍ୟରେ ପ୍ରାୟ ୪୦ ମିଟର ତଟକ୍ଷୟ ହୋଇଛି। ରାଜନଗର ବ୍ଲକ ସାତଭାୟାର ପୁରୁଣା ପଞ୍ଚୁବରାହୀ ମନ୍ଦିର ଏହି ବର୍ଷାଋତୁ ମଧ୍ୟରେ ଇତିହାସ ପାଲଟିବାକୁ ଯାଉଥିବା ବେଳେ ସମୁଦ୍ରର ଆଖି ନିକଟସ୍ଥ ସୁନେଇ ରୂପେଇ ଜଙ୍ଗଲ ଉପରେ ପଡିଛି। ଏହାର ନିରାକରଣ ପାଇଁ ସାତଭାୟାର ଅବଶିଷ୍ଟ ଚାଷଜମିକୁ ହେନ୍ତାଳବଣ ସୃଷ୍ଟି କରିବା ଆବଶ୍ୟକ ହୋଇପଡିଛି। ସେହିପରି କ୍ରମାଗତ ଭାବେ କ୍ଷୟ ହୋଇଚାଲିଥିବା ଅଗରନାସୀ ଦ୍ୱୀପରେ ପଥରବନ୍ଧ ଆବଶ୍ୟକ ବୋଲି ସ୍ଥାନୀୟ ଅନୁଭବୀ ଗ୍ରାମବାସୀ ମତ ଦେଇଛନ୍ତି।

ବଗପାଟିଆକୁ ସ୍ଥାନାନ୍ତର ଓ ବରାହୀପୁରର ମୂଳ ନିବାସୀ ସୁଦର୍ଶନ ସ୍ବାଇଁ କହିଛନ୍ତି, ସାତଭାୟା ପଞ୍ଚାୟତ ୭ ରାଜସ୍ବ ଗ୍ରାମକୁ ନେଇ ଗଠିତ ହୋଇଥିଲା। ଏହି ରାଜସ୍ବ ଗ୍ରାମଗୁଡିକ ଗତ ୫ ଦଶନ୍ଧି ମଧ୍ୟରେ ସମୁଦ୍ର ଗର୍ଭକୁ ଚାଲି ଯାଇଥିବା ବେଳେ ଏବେ ମଗରକନ୍ଦା, ଅଢ଼ସଲ ପ୍ରଭୃତି ପଡା ଗ୍ରାମ କିଛି ମାତ୍ରାରେ ଅଛି। ସମୁଦ୍ରର ଦ୍ରୁତ ତଟକ୍ଷୟ ସ୍ଥାନୀୟ ଅଞ୍ଚଳରୁ ସ୍ଥାନାନ୍ତର ହେବାକୁ ବାଧ୍ୟ କରିଛି। ଏ ନେଇ ୪ ଦଶନ୍ଧିର ସଂଘର୍ଷ ପରେ ଗତ ୪ ବର୍ଷ ପୂର୍ବେ ଏହି ଅଞ୍ଚଳର ୫୭୧ ପରିବାରଙ୍କୁ ନିକଟସ୍ଥ ବଗପାଟିଆକୁ ସ୍ଥାନାନ୍ତର କରାଯାଇଛି। ଜୁଆର ମାଡ ଏଠାରେ ପ୍ରବଳ ହେଉଥିବାରୁ ସୁନେଇ ରୂପେଇ ଜଙ୍ଗଲ ନଷ୍ଟ ହେବା ଆଶଙ୍କା ଦେଖାଦେଇଛି। ଏହାର ଦୀର୍ଘକାଳୀନ ନିରାକରଣ ନ ହେଲେ ଉପାନ୍ତ ଅଞ୍ଚଳବାସୀ ବିପଦରେ ପଡିବେ ବୋଲି ସେ ମତ ରଖିଛନ୍ତି। ତଟକ୍ଷୟ ରୋକିବାକୁ ସାତଭାୟାର ଅବଶିଷ୍ଟ ଚାଷଜମିକୁ ହେନ୍ତାଳବଣରେ ପରିଣତ କରିବା ଆବଶ୍ୟକ ବୋଲି ପରିବେଶବିତ୍‌ ହେମନ୍ତ କୁମାର ରାଉତ କହିଛନ୍ତି। ସେ କହିଛନ୍ତି, ପେଣ୍ଠଠାରେ ଜିଓ ସିନ୍ଥେଟିକ ଟ୍ୟୁବ୍‌ ୱାଲ ନିର୍ମାଣ ହୋଇଛି। ଏହି ଜିଓ ଟ୍ୟୁବ୍‌ ୱାଲ ସମୁଦ୍ର ଜୁଆର ମାଡ଼କୁ ସହି ପାରୁନାହିଁ। ଏଠାରେ ଥିବା ଗାବିଅନ ବକ୍ସ (ଲୁହା ତାର ଜାଲି)କୁ ଛିଡାଇ ପଥରଗୁଡିକୁ ସମୁଦ୍ର ନିଜ ଗର୍ଭକୁ ନେଇ ଯାଉଛି। ଏପରି କି ଏହାର ସୁରକ୍ଷା ପାଇଁ ନିର୍ମାଣ ହୋଇଥିବା ପଥରବନ୍ଧ ମଧ୍ୟ ଏଥିରୁ ବାଦ ପଡୁନାହିଁ। ପରିବେଶ ଓ ପାଣିପାଗ ପରିବର୍ତ୍ତନ ସହ ବିଶ୍ୱ ତାପନ ଫଳରେ ସମୁଦ୍ରର ଜଳପତନ ବୃଦ୍ଧି ପାଉଛି। ଅମାବାସ୍ୟା, ପୂର୍ଣ୍ଣିମା ଆଦି ତିଥିରେ ଆସୁଥିବା ଜୁଆର ଲୁଣାବନ୍ଧକୁ ଡେଇଁ ଯାଉଛି। ସୁରକ୍ଷା ପ୍ରାଚୀର ଭାବେ ହେନ୍ତାଳବଣ ବୃଦ୍ଧିର ଆବଶ୍ୟକତା ଅଛି। ତେବେ ଏହି ଆର୍ଦ୍ରଭୂମିରେ ହେନ୍ତାଳବଣ ବୃଦ୍ଧି ପାଇଁ ଯଥେଷ୍ଟ ପରିମାଣର ମଧୁର ଜଳ ପହଞ୍ଚତ୍ ପାରୁନାହିଁ। ଆର୍ଦ୍ରଭୂମି ପାଇଁ ଅନୂ୍ୟନ ୪୦ ପ୍ରତିଶତ ମଧୁର ଜଳ ଆବଶ୍ୟକ ଥିବା ବେଳେ ଖରାଦିନେ ମାତ୍ର ୧୫ ପ୍ରତିଶତ ପହଞ୍ଚତ୍ ପାରୁଥିବା ସେ ମତ ଦେଇଛନ୍ତି। ରାଜନଗରର ସାମାଜିକ କର୍ମୀ ପ୍ରମିଳା ମଲ୍ଲିକ କହିଛନ୍ତି, ଅଗରନାସୀ ଦ୍ୱୀପ ପୂର୍ବରୁ ୭ କିଲୋମିଟର ଲମ୍ବ ଥିଲା। ଏବେ ମାତ୍ର ୭୦୦ ମିଟର ରହିଛି। ଏଠାରେ ବଡ ପଥର ଦ୍ୱାରା ବନ୍ଧ ବନ୍ଧା ଗଲେ ତଟକ୍ଷୟ ରୋକାଯାଇ ପାରିବ। ତଣ୍ଡା ସହ ସ୍ଥାନୀୟ ସୁନୀତି, ବାବର ଆଦି ପଞ୍ଚାୟତକୁ ସୁରକ୍ଷା ଦିଆଯାଇ ପାରିବ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ରେଞ୍ଜର ମାନସ କୁମାର ଦାସ କହିଛନ୍ତି, ତଟାଞ୍ଚଳରେ ହେନ୍ତାଳବଣ ସୃଷ୍ଟି ପାଇଁ ଗୁରୁତ୍ୱ ଦିଆଯାଇଛି। ସାତଭାୟା, ପେଣ୍ଠ ଆଦି ଅଞ୍ଚଳରେ ବହୁ ପରିମାଣରେ ଚାରା ଲାଗିଛି। ତଟକ୍ଷୟ ସମ୍ପର୍କରେ ବିଶେଷଜ୍ଞଙ୍କୁ ଅବଗତ କରାଇ ରିପୋର୍ଟ ପ୍ରସ୍ତୁତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିକୁ ନେଇ ଏମିତି କହିଲେ ଅଶୋକ ପଣ୍ଡା, ଭାଜପା କଂଗ୍ରେସରେ ଯେଭଳି…

ଭୁବନେଶ୍ୱର,୨୧ା୧୨: ବିଜେଡିକୁ ନେଇ ବରିଷ୍ଠ ନେତା ଅଶୋକ ପଣ୍ଡା ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଭାଜପା-କଂଗ୍ରେସରେ ଯେଭଳି କନ୍ଦଳ ଥିଲା ବିଜେଡିରେ ସେଭଳି ନାହିଁ...

ସାଜସଜ୍ଜା ଅନନ୍ୟ, ଅପେକ୍ଷାରେ ଅଭିନୟ

ବରଗଡ଼,୨୧।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା। ଆସନ୍ତା ୨୪ରୁ ଏହି ମହୋତ୍ସବ ଆରମ୍ଭ ହେବ। ୨୦୨୬ ଜାନୁଆରୀ ୩ ପର୍ଯ୍ୟନ୍ତ ଏହା ଚାଲିବ।...

ସରକାରୀ ଜମିରୁ ଧାନକଟାକୁ ନେଇ ଦୁଇ ଗୋଷ୍ଠୀ ବିବାଦ: ଲାଗୁ ହେଲା ୧୬୩ ଧାରା

ମହାକାଳପଡ଼ା,୨୧ା୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ପେଟଛେଲା ଗ୍ରାମ ଜଙ୍ଗଲ ଜମି ଧାନ କାଟିବା ନେଇ ଦୁଇ ଗୋଷ୍ଠୀ...

ଘରେଥିଲେ ବୃଦ୍ଧ ହଠାତ୍‌ ଲାଗିଗଲା ନିଆଁ: ଶେଷରେ…

ବାରିପଦା, ୨୧।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ମୁଣ୍ଢାକଟା ପଞ୍ଚାୟତ ଜୁନା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଘରେ...

ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ପାଇଁ ଜୋରଦାର ପ୍ରସ୍ତୁତି: ଅଣ୍ଟା ଭିଡିଲେଣି ବିଡିଓ, କହିଲେ ଏଥର ମଞ୍ଚ ଦୁଲୁକିବ…

ଦାରିଙ୍ଗବାଡି, ୨୧।୧୨ (ଅରୁଣ ସାହୁ): ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ଶୀତ ମହୋତ୍ସବକୁ ନେଇ ଜିଲା ତଥା ଜଲା ବାହାରେ ଉତ୍କଣ୍ଠା ବଢିଛି। ଶୀତ ମହୋତ୍ସବ ଦାରିଙ୍ଗବାଡି...

ବୃଦ୍ଧାବସ୍ଥାରେ ଜୀବନଟା କଷ୍ଟଦାୟକ: ନଞ୍ଜାଙ୍କୁ ମିଳୁଛି କମ ଭତ୍ତା, ଦୁଇଓଳା ଦୁଇମୁଠା ଖାଇବା…

ଦାରିଙ୍ଗବାଡି, ୨୧।୧୨ (ଅରୁଣ ସାହୁ): ବୟସ ଥିବା ସମୟରେ ଜୀବନଟା ସେତେଟା କଷ୍ଟ ଲାଗେନି କିନ୍ତୁ ବୃଦ୍ଧାବସ୍ଥା ଶରୀରକୁ ରୋଗକ୍ରାନ୍ତ କରିପକାଏ। ଏଭଳି କିଛି ଦୃଶ୍ୟ...

ଆଖିବୁଜା ଗୁଳିମାଡ଼ କଲେ ଦୁର୍ବୃତ୍ତ, ଚାଲିଗଲା ୧୦ ଜଣଙ୍କ ଜୀବନ

କେପଟାଉନ୍‌,୨୧ା୧୨: ଦକ୍ଷିଣ ଆଫ୍ରିକା ଜୋହାନ୍ସବର୍ଗରେ ଆଖିବୁଜା ଗୁଳିମାଡ଼ ହୋଇଛି। ଫଳରେ ୧୦ ଜଣଙ୍କ ଜୀବନ ଚାଲିଯାଇଛି। ଦୁର୍ବୃତ୍ତମାନେ ଗୁଳିମାଡ଼ କରି ଫେରାର ହୋଇଯାଇଥିବାବେଳେ ପୋଲିସ ଛାନ୍‌ଭିନ୍‌...

ବସ୍‌ଷ୍ଟାଣ୍ଡ ପାଇଁ ଗଛକଟା: ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ…

ବାରିପଦା, ୨୧।୧୧ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ପାଲବଣୀଠାରେ ଆନ୍ତଃରାଜ୍ୟ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଚାଲିଥିବା ଗଛକଟାକୁ ତୀବ୍ର ବିରୋଧ କରାଯାଇଛି। ପରିବେଶବିତ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri