ଓଡ଼ିଶାର ସବୁ ବନ୍ଦରରେ ରହିବ କୋଷ୍ଟଗାର୍ଡ ବର୍ଥ

ପାରାଦୀପ ୧୬ା୧୧(ଶରତ ରାଉତ): ସାମ୍ପ୍ରତିକ ଭୂ-ରାଜନୈତିକ ଓ ସାମରିକ ଘଟଣାକ୍ରମକୁ ଦେଖିଲେ ଉପକୂଳ ଅଞ୍ଚଳ ଓ ବନ୍ଦରଗୁଡ଼ିକର ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ଏହାକୁ ହୃଦୟଙ୍ଗମ କରାଯାଇ ଓଡ଼ିଶା ସମେତ ପୂର୍ବ ଭାରତର ଉପକୂଳ ନିରାପତ୍ତା ନିମନ୍ତେ କେତେକ ବର୍ଦ୍ଧିତ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବାକୁ ତଟ ସୁରକ୍ଷା ବାହିନୀ(କୋଷ୍ଟଗାର୍ଡ) ପକ୍ଷରୁ ଯୋଜନା କରାଯାଇଛି। ତଦନୁଯାୟୀ ଓଡ଼ିଶାର ସବୁ ବନ୍ଦରରେ କୋଷ୍ଟଗାର୍ଡ ବର୍ଥ ସହିତ ପାଟ୍ରୋଲିଂ ଜାହାଜ ରହିବ। ଗୋପାଳପୁର ବନ୍ଦରରେ ମୁତୟନ ହେବ କୋଷ୍ଟ ଗାର୍ଡ ଶିପ୍‌। ସେହିପରି ପାରାଦୀପ ବନ୍ଦରରେ କୋଷ୍ଟଗାର୍ଡ ଶିପ୍‌ ସଂଖ୍ୟା ବଢ଼ାଯିବ। ଧାମରା ବନ୍ଦରରେ ଏକ ଡ୍ରୋନ୍‌ ୟୁନିଟ୍‌ ରହିବ। ଏନେଇ କୋଷ୍ଟଗାର୍ଡ କମାଣ୍ଡାଣ୍ଟ ଇକବାଲ ସିଂହ ଚୌହ୍ବାନ ଶନିବାର ପାରାଦୀପରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମ ପରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହି ସବୁ ପ୍ରକଳ୍ପ ଓ ସୁରକ୍ଷା ସମ୍ପର୍କରେ କମାଣ୍ଡାଣ୍ଟ ଚୌହ୍ବାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଆଲୋଚନା କରିଥିବା ଜଣାପଡିଛି।

ପାରାଦୀପରେ କୋଷ୍ଟଗାର୍ଡ ଆଞ୍ଚଳିକ ମୁଖ୍ୟାଳୟ (ଉତ୍ତର-ପୂର୍ବ) ଏବଂ କମାଣ୍ଡର ତଟ ସୁରକ୍ଷା ବାହିନୀ (ଓଡ଼ିଶା) ଦ୍ୱାରା ସମନ୍ବିତ ଆଞ୍ଚଳିକ ସ୍ତରୀୟ ସାମୁଦ୍ରିକ ସନ୍ଧାନ ଏବଂ ଉଦ୍ଧାର କର୍ମଶାଳା ସମେତ ସମୁଦ୍ର ଅଭ୍ୟାସ ଶନିବାର କରାଯାଇଥିଲା। ଏଥିରେ ଅଂଶୀଦାର ଏବଂ ଓଡ଼ିଶାର ସମ୍ବଳ ସଂସ୍ଥା ଯଥା ଓସ୍‌ଡମା, ଜିଲା ପ୍ରଶାସନ, ବନ୍ଦର, କଷ୍ଟମ୍ସ, ଭାରତୀୟ ନୌସେନା, ସାମୁଦ୍ରିକ ପୋଲିସ, ଓଡ଼ିଶା ପୋଲିସ, ସିଆଇଏସ୍‌ଏଫ୍‌, ମତ୍ସ୍ୟ ବିଭାଗ, ଜଙ୍ଗଲ ବିଭାଗ ଏବଂ ଜିଲା ଚିକିତ୍ସା ବିଭାଗ ଆଦି ସାମିଲ ହୋଇଥିଲା। କର୍ମଶାଳାରେ ଟେବୁଲ୍‌ ଟପ ଅଭ୍ୟାସ ଅନ୍ତର୍ଭୁକ୍ତ ଥିଲା। ପାରାଦୀପରେ ସମୁଦ୍ର ଅଭ୍ୟାସବେଳେ ବିଭିନ୍ନ ପ୍ରତିକୂଳ ପରିସ୍ଥିତିରେ ଏଜେନ୍ସିଗୁଡିକ କିଭଳି ବାସ୍ତବ ସମୟରେ ସାମୂହିକ ଉଦ୍ଧାର କାର୍ଯ୍ୟ, ଚିକିତ୍ସା ଏବଂ ଉଦ୍ଧାର କାର୍ଯ୍ୟ କରିବେ ତାହାର କୌଶଳ ପ୍ରଦର୍ଶନ କରାଯାଇଥିଲା। ଜାହାଜ ମଧ୍ୟରେ ଓଡିଶା କୋଷ୍ଟଗାର୍ଡ ମୁଖ୍ୟ ତଥା ଡିଆଇଜି ସଞ୍ଜୟ ନେଗୀ ସର୍ଚ୍ଚ ଅପରେଶନ ସମ୍ପର୍କରେ ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୮ ବର୍ଷର ଛାତ୍ର ହେଲେ କଲେଜ ପ୍ରଫେସର: ଭାଙ୍ଗିଗଲା ୩୦୬ ବର୍ଷର ପୁରୁଣା ରେକର୍ଡ

ଯେଉଁ ବୟସରେ ଅଧିକାଂଶ ଛାତ୍ର ସେମାନଙ୍କର କଲେଜ ଶିକ୍ଷା ଆରମ୍ଭ କରୁଛନ୍ତି, ସେହି ବୟସରେ ଆମେରିକାର ଜଣେ ଯୁବକ କଲେଜ ପ୍ରଫେସର ଭାବରେ ଛାତ୍ରମାନଙ୍କୁ ପାଠ ପଢ଼ାଉଛନ୍ତି।…

ଭାଙ୍ଗିଲା କେନାଲ: ଉଜୁଡିଲା ଚାଷୀଙ୍କ ଫସଲ

ରିଷିଡା,୫।୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା ଉତେଇ ଜଳସେଚନ ବିଭାଗ ପକ୍ଷରୁ କର୍ଲାମୁଣ୍ଡା ବ୍ଲକ ରାଜପୁର ଗ୍ରାମର ଭୋରପଡା( ଆର ୧) ସବମାଇନର କେନାଲ ବିଭିନ୍ନ ସ୍ଥାନରେ ନୂତନ…

ଆନାଲଗ ପନିର ବ୍ୟାନ୍‌: ଜାଣନ୍ତୁ ଏହା କ’ଣ

ମୁମ୍ବାଇ,୫।୮: ଜନସ୍ବାସ୍ଥ୍ୟକୁ ପ୍ରାଥମିକତା ଦେଇ ମହାରାଷ୍ଟ୍ର ସରକାର ରାଜ୍ୟ ମଧ୍ୟରେ ଆନାଲଗ ପନିର(ନକଲି କିମ୍ବା ନନ୍‌-ଡାୟରୀ ପନିର) ଉତ୍ପାଦନ, ବିକ୍ରୟ, ରଖିବା, ପରିବହନ ଏବଂ ବଣ୍ଟନ ଉପରେ…

ଅଗରକରଙ୍କ ହେବ ଛୁଟି! ତାଙ୍କୁ ସ୍ଥାନ ନେଇପାରନ୍ତି ଏହି ମହାନ ଖେଳାଳି

ନୂଆଦିଲ୍ଲୀ,୫।୮: ଅଜିତ ଅଗରକରଙ୍କୁ ଟିମ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ପଦରୁ ହଟାଯାଇପାରେ। ବିସିସିଆଇ ଏହି ଦାୟିତ୍ୱ ସେଣ୍ଟର ଅଫ ଏକ୍ସଲେନ୍ସ (ସିଓଇ)ର ମୁଖ୍ୟ ଭିଭିଏସ ଲକ୍ଷ୍ମଣଙ୍କୁ ଦେଇପାରେ।…

ମୋବାଇଲ୍‌ ନ ଦେବାକୁ ଚରମ ନିଷ୍ପତ୍ତି ନେଲେ ସପ୍ତମ ଶ୍ରେଣୀ ଛାତ୍ର: ଘରେ ଖେଳିଗଲା…

ସୁରତ,୫।୮:ଗୁଜରାଟର ସୁରତରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ମୋବାଇଲ ଫୋନ ନିଶା ପିଲାମାନଙ୍କ ଜୀବନ ଉପରେ କେତେ ପ୍ରଭାବ ପକାଇପାରେ ତାହାର ଏକ ହୃଦୟ ବିଦାରକ…

ଆଜିଠୁ ଚମକିବ ଏହି ୬ ରାଶିର ଭାଗ୍ୟ: ବୁଧ କର୍କଟ ରାଶିରେ ପ୍ରବେଶ….

ଆଜି ବୁଧ ମିଥୁନ ରାଶିରୁ କର୍କଟ ରାଶିକୁ ପ୍ରବେଶ କରୁଛନ୍ତି। ଜ୍ୟୋତିଷ ଶାସ୍ତ୍ରରେ ବୁଧକୁ ବୁଦ୍ଧି, ଯୋଗାଯୋଗ, ଶିକ୍ଷା, ବ୍ୟବସାୟ, ଧନ ଏବଂ ଚିନ୍ତା ପ୍ରକ୍ରିୟାର ମୁଖ୍ୟ…

ଲାଞ୍ଚ ନେବା ପଡିଲା ମହଙ୍ଗା: ପଞ୍ଚାୟତ ସମିତିର ବରିଷ୍ଠ ରାଜସ୍ବ ସହାୟକଙ୍କୁ ଚାକିରିରୁ ନିଲମ୍ବନ କଲେ ଜିଲାପାଳ

ଖଡ଼ିଆଳ,୫।୮(ସୁଜିତ କୁମାର ପ୍ରଧାନ ): ଦୁର୍ନୀତି ପ୍ରତି ନୂଆପଡ଼ା ଜିଲା ପ୍ରଶାସନର ଶୂନ୍ୟ ସହନଶୀଳତା ନୀତିକୁ ପୁନର୍ବାର ସ୍ପଷ୍ଟ କରି ଜିଲାପାଳ ମଧୁସୂଦନ ଦାଶ ଜଣେ ସରକାରୀ…

ଚାପରୁ ବର୍ଷା

ଯୁଦ୍ଧ, ଅନ୍ତର୍ଜାତୀୟ ରାଜନୀତି ଓ ଅର୍ଥନୈତିକ ଅସ୍ଥିରତା ପୃଥିବୀକୁ ଯେତିକି ଆକ୍ତାମାକ୍ତା କରୁଛି, ତା’ଠାରୁ ଅଧିକ କ୍ଷତାକ୍ତ କଲାଣି ଜଳବାୟୁ ପରିବର୍ତ୍ତନଜନିତ ଅସ୍ବାଭାବିକତା। ଥଣ୍ଡା ଜଳବାୟୁରେ ବଢ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri