କଟକର ଏକ କୋଚିଂ ସେଣ୍ଟର ସିଲ୍‌ କଲା ସିଏମ୍‌ସି

କଟକ ଅଫିସ,୮।୪: କଟକର ଅରୁଣଦୋୟ ନଗରସ୍ଥିତ ଏକ କୋଚିଂ ସେଣ୍ଟରକୁ ଗୁରୁବାର ସିଏମ୍‌ସି ସିଲ୍‌ କରିଛି। କୋଭିଡ୍‌ ଗାଇଡ୍‌ଲାଇନ୍‌ ଉଲ୍ଲଂଘନ ଅଭିଯୋଗରେ ଏହି ସେଣ୍ଟରକୁ ସିଲ୍‌ କରାଯାଇଥିବା ଜଣାପଡ଼ିଛି। ଗତ ୨୪ ଘଣ୍ଟା ମଧ୍ୟରେ କଟକରୁ ୫୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହା ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଆଜି ସିଏମ୍‌ସି ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ କଟକର ବିଭିନ୍ନ ଘରୋଇ ଶିକ୍ଷାନୁଷ୍ଠାନ ବୁଲି ତଦାରଖ କରିବା ସମୟରେ ଉକ୍ତ କୋଚିଂ ସେଣ୍ଟରରେ ଛାତ୍ରୀଛାତ୍ର ସାମାଜିକ ଦୂରତା ପାଳନ କରି ନ ଥିବା ବେଳେ ମାସ୍କ ପିନ୍ଧି ନ ଥିବା ଦେଖିବାକୁ ମିଳିଥିଲା। ଫଳରେ ସେଣ୍ଟରକୁ ସିଲ୍‌ କରିଥିଲା ସିଏମ୍‌ସି।