ଖେଳାଳିରୁ କୋଚ୍‌

ଢେଙ୍କାନାଳ ଗୁଡ଼ିଆନାଳିର ଝିଅ କାଦମ୍ବିନୀ ମହାକୁଡ଼। ମା’ ବାସନ୍ତୀ ମହାକୁଡ଼ ଓ ବାପା ମଦନ ମୋହନ ମହାକୁଡ଼। ୧୯୮୨ ଜୁଲାଇ ୧୩ରେ ଜନ୍ମିତ କାଦମ୍ବିନୀ ଓଡ଼ିଶା ମହିଳା କ୍ରିକେଟରେ ଜଣେ ଦକ୍ଷ ଉଇକେଟକିପର ଏବଂ ଆକ୍ରମଣାତ୍ମକ ଓପନର/ମିଡ୍‌ଲଅର୍ଡର ବ୍ୟାଟ୍ସଓମ୍ୟାନ ଭାବେ ପରିଚିତ। ୨୦୦୩ରୁ ପେସାଦାର କ୍ରିକେଟ ଖେଳି ସେ ରାଜ୍ୟ ପାଇଁ ଅନେକ ସ୍ମରଣୀୟ ଇନିଂସ ଖେଳିବାର ପୁରସ୍କାର ସ୍ବରୂପ ୨୦୧୧ ବିଶ୍ୱକପ୍‌ ପାଇଁ ଭାରତୀୟ ସମ୍ଭାବ୍ୟ କ୍ୟାମ୍ପ୍‌ରେ ସ୍ଥାନ ପାଇଥିଲେ। ୨୦୧୦ରେ ସେ ବୋର୍ଡ ସଭାପତି ଏକାଦଶର ସଦସ୍ୟ ଭାବେ ଇଂଲଣ୍ଡ ବିପକ୍ଷରେ ଖେଳିଥିଲେ ଏବଂ ଭାରତ ‘ଏ’ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। ସେହିବର୍ଷ ସେ ଇଣ୍ଡିଆ ଗ୍ରୀନ୍‌ ପକ୍ଷରୁ ଚ୍ୟାଲେଞ୍ଜର ଟ୍ରଫିରେ ମଧ୍ୟ ଖେଳିଥିଲେ। ୨୦୧୨ରେ ପାକିସ୍ତାନ ବିପକ୍ଷରେ ଖେଳିବାର ଅଭିଜ୍ଞତା ରଖିଥିବା କାଦମ୍ବିନୀ ୨୦୧୭ରେ ନ୍ୟାଶନାଲ କ୍ରିକେଟ ଏକାଡେମୀର ସ୍ପେଶାଲ କ୍ୟାମ୍ପ୍‌ରେ ସାମିଲ ହୋଇଥିଲେ। ୨୦୧୮ରେ ସେ ଓସିଏର ଓମ୍ୟାନ କ୍ରିକେଟର ଅଫ୍‌ ଦି ଇୟର ପୁରସ୍କାର ପାଇଥିଲେ। କୋଚିଂରେ ଏନ୍‌ଆଇଏସ୍‌ କୋର୍ସ କରିଥିବା କାଦମ୍ବିନୀ ବିସିସିଆଇର ଲେଭଲ-୧ ଟ୍ରେନି ଏବଂ ଲେଭଲ-୨ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିଥିଲେ। ୨୨ ବର୍ଷ ଖେଳାଳି ଜୀବନ ବିତାଇବା ପରେ ଏବେ କୋଚ୍‌ ଭାବେ ନିଜକୁ ପ୍ରତିଷ୍ଠିତ କରିବା ଦିଗରେ ଅଗ୍ରସର ହୋଇଛନ୍ତି। କାଦମ୍ବିନୀଙ୍କୁ ମିଳିଛି ଏକ ଗୁରୁଦାୟିତ୍ୱ। ଓଡ଼ିଶା କ୍ରିକେଟ ଆସୋସିଏଶନ ପକ୍ଷରୁ ତାଙ୍କୁ ୧୯ ବର୍ଷରୁ କମ୍‌ ମହିଳା କ୍ରିକେଟ ଦଳର କୋଚ୍‌ ଦାୟିତ୍ୱ ଅର୍ପଣ କରାଯାଇଛି। ନୂଆ ଦାୟିତ୍ୱ ପାଇବା ପରେ କାଦମ୍ବିନୀଙ୍କ ସହ ଧରିତ୍ରୀର ଆଳାପ…

ଦୀର୍ଘ ୨୨ ବର୍ଷ ଧରି ଆପଣ କ୍ରିକେଟ ଖେଳି ଆସିଛନ୍ତି। ଜଣେ ଖେଳାଳି ଭାବେ କେତେ ଆତ୍ମସନ୍ତୋଷ ମିଳିଛି ?
*୨୦୦୬ରେ ବିସିସିଆଇ ମହିଳା କ୍ରିକେଟକୁ ହାତକୁ ନେଲା। ତା’ ପୂର୍ବରୁ ଏହା ମହିଳା କ୍ରିକେଟ ଆସୋସିଏଶନ (ଡବ୍ଲ୍ୟୁସିଏ) ଅଧୀନରେ ଥିଲା। ସେତେବେଳେ ମହିଳା କ୍ରିକେଟକୁ ବିଶେଷ କେହି ଜାଣୁ ନ ଥିଲେ। ବିସିସିଆଇ ମହିଳା କ୍ରିକେଟକୁ ହାତକୁ ନେବା ପରେ ଆମେ ସବୁପ୍ରକାର ସୁବିଧା ପାଇଲୁ। ପୂର୍ବରୁ ତାହା ନ ଥିଲା। ମୁଁ ୧୯୯୬-୯୭ରୁ ବହୁତ ଛୋଟ ବେଳରୁ କ୍ରିକେଟ ଖେଳି ଆସିଛି। ୨୦୦୬ରୁ ମୁଁ ଇଣ୍ଡିଆ-ଏ, ଇଣ୍ଡିଆ ଗ୍ରୀନ୍‌ ଖେଳିଲି, ଭାରତୀୟ କ୍ୟାମ୍ପରେ ସୁଯୋଗ ପାଇଲି। ବହୁତ ପରିିଶ୍ରମ କରିଥିଲେ ହେଁ ଭାରତୀୟ ଦଳରୁ ଖେଳି ନ ପାରିବା ମୋତେ ଦୁଃଖ ଦେଇଥିଲା ସତ, ମାତ୍ର ଓଡ଼ିଶା ପାଇଁ ଏତେ ବର୍ଷ ଧରି କିଛି କରିପାରି ଥିବାରୁ ବହୁତ ଆତ୍ମସନ୍ତୋଷ ମଧ୍ୟ ମିଳିଥିଲା।
କେଉଁ ମ୍ୟାଚ ବା ଇନିଂସ ସବୁଠାରୁ ସ୍ମରଣୀୟ ହୋଇ ରହିଛି ?
*ମୁଁ ମଣିପୁର ବିପକ୍ଷରେ ଶତକ ହାସଲ କରିଥିଲି। ତେବେ ଏକ ମ୍ୟାଚରେ ଇଷ୍ଟଜୋନ ପକ୍ଷରୁ ପ୍ରତିନିଧିତ୍ୱ କରି ମୁଁ ୨୦୧୭-୧୮ରେ ସାଉଥ୍‌ଜୋନ ବିପକ୍ଷରେ ୯୪ ରନ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ଥିଲି। ଏହି ଇନିଂସ ମୋ ପାଇଁ ବିଶେଷ ସ୍ମରଣୀୟ ହୋଇ ରହିଛି। ମୁଁ ୨୦୦୬ରୁ ୨୦୧୮ ପର୍ଯ୍ୟନ୍ତ ଦୀର୍ଘ ୧୨ ବର୍ଷ ଧରି ଇଷ୍ଟଜୋନ ଉଇକେଟକିପର ମଧ୍ୟ ଥିଲି।
ଦଳରେ ଜଣେ ଉଇକେଟକିପରର ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ ?
*ଜଣେ ଉଇକେଟକିପର ପ୍ରଥମତଃ ମାନସିକ ଭାବେ ଦୃଢ଼ ହେବା ଆବଶ୍ୟକ। ଫିଟ୍‌ନେସ ଅତ୍ୟନ୍ତ ଜରୁରୀ। ଉଇକେଟକିପର ଯେଉଁ ପୋଜିଶନରେ ରହେ ପୂରା ପଡ଼ିଆକୁ ସମାନ ଭାବେ ଦେଖିପାରେ। ତେଣୁ କେଉଁ ଫିଲ୍ଡର କେଉଁ ସ୍ଥାନରେ ରହିବା ଉଚିତ ଜଣେ ଉଇକେଟକିପର ହିଁ କ୍ୟାପଟେନଙ୍କୁ ଅଧିକ ବୁଝାଇପାରେ। ପ୍ରତି ମୁହୂର୍ତ୍ତରେ ଉଇକେଟକିପରଙ୍କୁ ସଜାଗ ରହିବାକୁ ପଡ଼ିଥାଏ, ତେଣୁ ଦଳରେ କିପରଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
କ୍ରିକେଟରୁ କେବେ ଅବସର ନେଲେ, କାହିଁକି ?
*ମୁଁ ୨୦୧୮ରେ କ୍ରିକେଟରୁ ଅବସର ନେଲି। ମୋର ଆହତ ସମସ୍ୟା ନ ଥିଲା। ଏବେ ମଧ୍ୟ ସମ୍ପୂର୍ଣ୍ଣ ଫିଟ୍‌ ଅଛି। ତେବେ ଜୁନିୟର ଖେଳାଳିଙ୍କୁ ସୁଯୋଗ ଦେବା ଉଦ୍ଦେଶ୍ୟରେ ମୁଁ କ୍ରିକେଟରୁ ଅବସର ନେବାକୁ ଉଚିତ ମନେକଲି।
କୋଚିଂ ପାଇଁ କାହିଁକି ମନ ବଳିଲା?
*କ୍ରିକେଟ ପ୍ରତି ମୋର ଭଲପାଇବା ଏବଂ ଆବେଗ ବା ରୁଚି ରହିଛି। ତେଣୁ ଏହା ସହିତ ଜଡ଼ିତ ହୋଇ ରହିବାକୁ ଚାହିଁଲି। ଅମ୍ପାୟର ହେଉ କି ମ୍ୟାଚ ରେଫରି କ୍ରିକେଟ ସହିତ ଏତେଟା ଜଡ଼ିତ ହୋଇ ରହିପାରି ନ ଥାନ୍ତି। ଯେହେତୁ ମୁଁ ଦୀର୍ଘଦିନ ଖେଳିଛି ଜଣେ ଖେଳାଳିର ଭଲ ସମୟର ଅନୁଭବ, ଖରାପ ସମୟର ଯନ୍ତ୍ରଣାକୁ ଅନୁଭବ କରିଛି। ତେଣୁ ଜଣେ କୋଚ୍‌ ହେବାକୁ ମୁଁ ଅଧିକ ପସନ୍ଦ କଲି। ମୁଁ କିଟ୍‌ରେ ୧୦୦ରୁ ଊର୍ଦ୍ଧ୍ୱ ବାଳିକା ଓ ବାଳକଙ୍କୁ କୋଚିଂ ଦେଇଛି। ସେଠାରୁ ବହୁତ ସମର୍ଥନ ମଧ୍ୟ ପାଇଛି। ମା’ବାପାଙ୍କ ସମର୍ଥନ ଯୋଗୁ ମୁଁ ଆଜି ଏଠାରେ ପହଞ୍ଚତ୍ ପାରିଛି।
ଏବେ ଓଡ଼ିଶା କ୍ରିକେଟ ଆସୋସିଏଶନ ପକ୍ଷରୁ ନୂଆ ଦାୟିତ୍ୱ ମିଳିଛି। ଏହାକୁ କିପରିି ଦେଖୁଛନ୍ତି।
*୧୯ ବର୍ଷରୁ କମ୍‌ ଖେଳାଳିଙ୍କୁ କୋଚିଂ ଦେବା ନିଶ୍ଚିତ ଏକ ଚ୍ୟାଲେଞ୍ଜ। କାରଣ ପିଲାମାନେ କିପରି ଶୃଙ୍ଖଳିତ ରହିବେ, କ୍ରିକେଟ ପ୍ରତି କିପରି ସେମାନଙ୍କ ଭଲପାଇବା ବଢ଼ିବ ସେ ଦିଗପ୍ରତି ଧ୍ୟାନ ଦେବି। ରୁଚି ରହିବା ନିହାତି ଆବଶ୍ୟକ। ମୁଁ ଯେତେବେଳେ ୧୯ ବର୍ଷରୁ କମ୍‌ରେ ଖେଳୁଥିଲି ଆମେ ଅଲ୍‌ ଇଣ୍ଡିଆ ଏଲିଟ୍‌ ଗ୍ରୁପ୍‌ରେ ରନର୍ସଅପ୍‌ ହୋଇଥିଲୁ। ଓଡ଼ିଶା କ୍ରିକେଟର ଅନ୍ୟ କୌଣସି କାଟେଗୋରିରେ ଏହା ସମ୍ଭବ ହୋଇନାହିଁ। ୧୯ ବର୍ଷରୁ କମ୍‌ ଓଡ଼ିଶା ସୁପରଲିଗ୍‌ରେ ଏ ପର୍ଯ୍ୟନ୍ତ ସେପରି କିଛି ଭଲ ପ୍ରଦର୍ଶନ କରିପାରିନାହିଁ। ତେଣୁ ସୁପରଲିଗ୍‌ରେ ଭଲ ପ୍ରଦର୍ଶନ କରି ଆମେ ଟପ୍‌-୪ରେ ରହିବାକୁ ଚେଷ୍ଟା କରିବୁ।
ଭବିଷ୍ୟତକୁ ନେଇ କ’ଣ ଲକ୍ଷ୍ୟ ରଖିଛନ୍ତି?
*ମୁଁ ଏତେବର୍ଷ ଖେଳିବା ପରେ କୋଚିଂ ଲାଇନ୍‌କୁ ଆସିଛି। ଜଣେ ଖେଳାଳି ଭାବେ ଯେପରି ମୁଁ ସଫଳ ହୋଇଥିଲି ସେପରି ଜଣେ ଭଲ କୋଚ ହୋଇ ବାହାରିବା ମୋର ଲକ୍ଷ୍ୟ ରହିବ।
-ତପନ ସ୍ବାଇଁ


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri