ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ‘ଆନିମଲ’ ର ସହ-ନିର୍ମାତା, ଓଟିଟି ରିଲିଜ୍‌ ଉପରେ ରୋକ ଲଗାଇବାକୁ ଦାବି

ମୁମ୍ବାଇ: ୨୦୨୩ ବର୍ଷର ବ୍ଲକବଷ୍ଟର ଚଳଚ୍ଚିତ୍ର ‘ଆନିମଲ’ ବକ୍ସ ଅଫିସରେ ରେକର୍ଡ ଭାଙ୍ଗିଛି। ଏହି ଚଳଚ୍ଚିତ୍ର ସାରା ବିଶ୍ୱରେ ୯୦୦ କୋଟିରୁ ଅଧିକ ଆୟ କରିଛି, କିନ୍ତୁ ‘ଆନିମଲ’ର ଓଟିଟି ରିଲିଜକୁ ନେଇ ବିବାଦ ଉପୁଜିଛି। ଏହି ଚଳଚ୍ଚିତ୍ରଟି ଜାନୁଆରୀ ୨୬ରେ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବାର ରହିଛି, କିନ୍ତୁ ଏହାପୂର୍ବରୁ ଏହି ଚଳଚ୍ଚିତ୍ରର ସହ-ନିର୍ମାତା ବୋଲି ଦାବି କରୁଥିବା ସିନେ ୧ ଷ୍ଟୁଡିଓଜ ଓଟିଟି ସମେତ ଅନ୍ୟ ଚାରୋଟି ପ୍ଲାଟଫର୍ମରେ ଏହାର ରିଲିଜ୍‌ ବନ୍ଦ କରିବାକୁ ଦାବି କରିଛି। ସିନେ ଷ୍ଟୁଡିଓ ଫିଲ୍ମର ଡିଜିଟାଲ ଷ୍ଟ୍ରିମିଂ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦିଲ୍ଲୀ ହାଇକୋର୍ଟରେ ଏକ ପିଟିଶନ ଦାଖଲ କରିଛି।

ସିନେ ୧ ଷ୍ଟୁଡିଓଜ ପ୍ରାଇଭେଟ୍‌ ଲିମିଟେଡ ସୁପର କ୍ୟାସେଟ ଇଣ୍ଡଷ୍ଟ୍ରିଜ ପ୍ରାଇଭେଟ୍‌ (ଟି-ସିରିଜ) ବିରୋଧରେ ଗୁରୁତର ଅଭିଯୋଗ ଆଣିଛି ଯେ ସେମାନେ ଚୁକ୍ତିନାମାକୁ ଉଲ୍ଲଂଘନ କରିଛନ୍ତି ଏବଂ ଗୋଟିଏ ପଇସା ମଧ୍ୟ ଦେଇନାହାନ୍ତି। ଏହାର ଜବାବରେ ସୁପର କ୍ୟାସେଟ୍‌ସ କହିଛି, ଆବେଦନକାରୀଙ୍କୁ ୨.୬ କୋଟି ଟଙ୍କା ପ୍ରଦାନ କରାଯାଇଛି, ଯାହାର ସବିଶେଷ ତଥ୍ୟ କୋର୍ଟରେ ପ୍ରକାଶ କରାଯାଇନାହିଁ।

ସିନେ ୧ ଷ୍ଟୁଡିଓଜ ପକ୍ଷରୁ କୁହାଯାଇଛି, ଫିଲ୍ମର ନିର୍ମାଣ ପାଇଁ ଦୁଇଟି ପ୍ରଡକ୍ସନ ହାଉସ ଚୁକ୍ତିନାମା କରିଥିଲା। ଚୁକ୍ତିନାମା ଅନୁଯାୟୀ, ସିନେ ୧ର ୩୫ ପ୍ରତିଶତ ଲାଭ ଅଂଶ ଥିଲା, କିନ୍ତୁ ସୁପର କ୍ୟାସେଟ୍‌ସ ଏହାକୁ ସିନେ ୧ ଷ୍ଟୁଡିଓଜର ଅନୁମୋଦନ ବିନା ଚଳଚ୍ଚିତ୍ର କରିବା, ପ୍ରମୋଟ ଏବଂ ରିଲିଜ ପାଇଁ ଖର୍ଚ୍ଚ କରିଥିଲା ଏବଂ କୌଣସି ବିବରଣୀ ବାଣ୍ଟି ନପାରି ବକ୍ସ ଅଫିସ ବିକ୍ରିରେ ଲାଭ କରିଥିଲା। ଏହା ସତ୍ତ୍ୱେ, ସିନେ ୧ ଷ୍ଟୁଡିଓଜକୁ ଗୋଟିଏ ପଇସା ମଧ୍ୟ ଦିଆଯାଇନଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ଭତ୍ତା କାର୍ଡରେ ମୃତ, ରାଶନକାର୍ଡରେ ଜୀବିତ

କେନ୍ଦୁଝର,୨୬ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ବ୍ଲକ ବୋଦାପଳଶା ପଞ୍ଚାୟତର ଶଙ୍କରପୁର ଗ୍ରାମରେ ଗୀତାଞ୍ଜଳି ମୁଣ୍ଡା ସ୍ବାମୀଙ୍କ ମୃତ୍ୟୁ ପରେ ୨୦୧୭ରୁ ବିଧବା ଭତ୍ତା ପାଇ ଆସୁଥିଲେ। କିନ୍ତୁ…

ମଧ୍ୟପ୍ରାଚ୍ୟ ସଙ୍କଟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ମୋଦିଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ,୨୬।୩: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ଦୃଷ୍ଟିରେ ରଖି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୭ ମାର୍ଚ୍ଚ, ୨୦୨୬ ସା ୬ଟା ୩୦ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ହର୍ମୁଜକୁ ନେଇ ବଡ଼ ଯୋଜନାରେ ଅଛି ଇରାନ? ସଂସଦରେ ଉପସ୍ଥାପନ ହେବ ବିଲ୍‌! ଜାଣନ୍ତୁ ଭାରତ ଉପରେ କ’ଣ ପଡିବ ପ୍ରଭାବ

ତେହରାନ୍‌,୨୬।୩: ଇରାନ-ଇସ୍ରାଏଲ-ଆମେରିକା ବିବାଦ ମଧ୍ୟରେ, ଇରାନ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼ ପଦକ୍ଷେପ ନେଇଛି। ଇରାନ ସଂସଦ ଏବେ ଏକ ବିଲ ପ୍ରସ୍ତୁତ କରିବାକୁ ପ୍ରସ୍ତୁତ…

ବହୁଚର୍ଚ୍ଚିତ ପ୍ରକାଶ ପ୍ରଧାନ ହତ୍ୟା ମାମଲା; ୫ବର୍ଷ ପରେ ମିଳିଲା ନ୍ୟାୟ, ଏକକାଳୀନ ୭ ଅଭିଯୁକ୍ତଙ୍କୁ…..

ସମ୍ବଲପୁର,୨୬।୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା କତରବଗା ଥାନା ଅନ୍ତର୍ଗତ ଗୁଲାମାଲ ଗ୍ରାମରେ ଗତ ୨୦୨୧ ମସିହାରେ ସଂଘଟିତ ବହୁ ଚର୍ଚ୍ଚିତ ପ୍ରକାଶ ପ୍ରଧାନ ହତ୍ୟା ମାମଲାରେ ଜିଲା…

ସୋନିଆଙ୍କ ସ୍ବାସ୍ଥ୍ୟକୁ ନେଇ ଆସିଲା ବଡ଼ ଅପଡେଟ, ଆଣ୍ଟିବାୟୋଟିକରେ ଚାଲିଛି ଚିକିତ୍ସା

ନୂଆଦିଲ୍ଲୀ,୨୬।୩: କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି। ଦିଲ୍ଲୀର ସାର୍‌ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୋନିଆ ଗାନ୍ଧୀ…

ପ୍ରଧାନମନ୍ତ୍ରୀ ମୋଦି, ନିର୍ବାଚନ କମିଶନଙ୍କ AI ଭିଡିଓ ଭାଇରାଲ, X ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ,୨୬।୩: କେରଳ ପୋଲିସର ସାଇବର ଶାଖା ସୋସିଆଲ ମିଡିଆ ପ୍ଲାଟଫର୍ମ X ଏବଂ ଏହାର ଏକ ହ୍ୟାଣ୍ଡେଲ ବିରୋଧରେ ଏକ ମାମଲା ରୁଜୁ କରିଛି। ଅଭିଯୋଗ ହୋଇଛି…

ଯୁବକଙ୍କ ଗୀତରେ ହଠାତ୍‌ ମୁଣ୍ଡ ହଲାଇ ନାଚି ଉଠିଲା ଦନ୍ତା ହାତୀ, Video ଦେଖିଲେ…..

କେନ୍ଦୁଝର,୨୬ା୩ (ନରେଶ ଚନ୍ଦ୍ର ପଟ୍ଟନାୟକ): ଦନ୍ତା ହାତୀର ଜଳ କ୍ରୀଡ଼ା ଏବଂ ଉଗ୍ରରୂପ ସମସ୍ତେ ଦେଖିଛନ୍ତି । ତେବେ ହାତୀର ମଜାଳିଆ ଢଙ୍ଗ ବହୁତ୍ କମ ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri