Categories: ବାଣିଜ୍ୟ

ପୁଣି ବଢ଼ିଲା ସିଏନ୍‌ଜି, ପିଏନ୍‌ଜି ଦାମ୍‌

ମୁମ୍ବାଇ,୧୩।୪: ପୁଣିଥରେ ସିଏନ୍‌ଜି ଓ ରନ୍ଧନ ଗ୍ୟାସ୍‌ ପିଏନ୍‌ଜି ଦାମ ବୃଦ୍ଧି କରିଛି ମହାନଗର ଗ୍ୟାସ ଲିମିଟେଡ୍‌ (ଏମ୍‌ଜିଏଲ୍‌)। ଏହି ତୈଳ କମ୍ପାନୀ ସିଏନ୍‌ଜି ଦାମ କେଜି ପିଛା ୫ ଟଙ୍କା ବଢ଼ାଇଥିବା ବେଳେ ପିଏନ୍‌ଜି ଦର ୪.୫୦ ଟଙ୍କା ବୃଦ୍ଧି କରିଛି। ବର୍ଦ୍ଧିତ ଦର ପରେ ସିଏନ୍‌ଜି ଦାମ କେଜି ପିଛା ୭୨ ଟଙ୍କାରେ ପହଞ୍ଚିଛି। ସେହିପରି ପିଏନ୍‌ଜି ଦର ୪୫.୫୦ ଟଙ୍କା ଛୁଇଁଛି। ଏହି ନୂଆ ଦର ସମଗ୍ର ମୁମ୍ବାଇ ଏବଂ ଏହାର ଆଖପାଖ ଅଞ୍ଚଳରେ ଲାଗୁ ହୋଇଥିବା ଏମଜିଏଲ୍‌ କହିଛି। ଏହାପୂର୍ବରୁ ଏପ୍ରିଲ ୬ରେ ଏମ୍‌ଜିଏଲ୍‌ ପକ୍ଷରୁ ସିଏନ୍‌ଜି ଓ ରନ୍ଧନ ଗ୍ୟାସ ଦାମ ବୃଦ୍ଧି କରାଯାଇଥିଲା। ସେତେବେଳେ ସିଏନଜି ୭ ଟଙ୍କା ଓ ପିଏନଜି ୫ ଟଙ୍କା ବଢ଼ିଥିଲା।

Share