ସିଏମ୍‌ସି ଟିକାକରଣ ପ୍ରହସନ

କଟକ ଅଫିସ,୧୬ା୬: ସହରରେ ଟିକାକରଣ ବ୍ୟାପକ ଭାବରେ କରାଯାଇଛି ବୋଲି କଟକ ମହାନଗର ନିଗମ (ସିଏମସି) ପକ୍ଷରୁ ଡିଣ୍ଡିମ ପିଟାଯାଉଛି। ବିଦେଶ ଯିବାକୁ ଥିବା ଛାତ୍ରୀଛାତ୍ର, ଦିବ୍ୟାଙ୍ଗ, ବସ୍ତିବାସିନ୍ଦା ଏବଂ ବୃଦ୍ଧାବୃଦ୍ଧଙ୍କ ପାଇଁ ସ୍ବତନ୍ତ୍ର ଟିକାକରଣ, ଘରେ ଘରେ ସ୍କ୍ରିନିଂ, ଟେଷ୍ଟିଂ ସହ ଟିକା ପ୍ରଦାନ ଆଦି ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଉଛି ବୋଲି ସିଏମ୍‌ସି କମିଶନର ଅନନ୍ୟା ଦାସ ଗଣମାଧ୍ୟମ ନିକଟରେ ପ୍ରକାଶ କରି କଟକବାସୀଙ୍କୁ ସାନ୍ତ୍ୱନା ଦେଇଚାଲିଛନ୍ତି। ହେଲେ ବାସ୍ତବ ଚିତ୍ର ଭିନ୍ନ।
କଟକ ଜିଲା କୋଭିଡ୍‌ ନୋଡାଲ ଅଧିକାରୀ ଉମେଶ ରାୟଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ଗତ ଜାନୁୟାରୀ ୧୬ ରୁ ଆରମ୍ଭ ହୋଇଥିବା ଟିକାକରଣ ପ୍ରକ୍ରିୟାରେ ଜୁନ୍‌ ୧୧ତାରିଖ ସୁଦ୍ଧା ଜିଲାର ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ପ୍ରଥମ ଓ ଦ୍ୱିତୀୟ ଡୋଜ୍‌ ମିଶାଇ ୬ଲକ୍ଷ ୭୩ହଜାର ୯୦୭ ଜଣ ଟିକା ନେଇଛନ୍ତି। ସେମାନଙ୍କ ମଧ୍ୟରୁ ସହରାଞ୍ଚଳରେ ୩ ଲକ୍ଷ ୪୮ ହଜାର ୮୭୪ ଡୋଜ୍‌ ପ୍ରଦାନ କରାଯାଇଥିବାବେଳେ ଗ୍ରାମାଞ୍ଚଳରେ ୩ଲକ୍ଷ ୨୫ହଜାର ୩୩ଜଣ ଟିକା ନେଇଛନ୍ତି। ତେବେ ପ୍ରଥମ ଡୋଜ୍‌ ୫ଲକ୍ଷ ୭୩ହଜାର ୮୧ଜଣ ନେଇଥିବାବେଳେ ଦ୍ୱିତୀୟ ଡୋଜ୍‌ ମାତ୍ର ୧ଲକ୍ଷ ୮୨୬ଜଣ ନେଇଛନ୍ତି। ଲୋକମାନେ ଦ୍ୱିତୀୟ ଡୋଜ୍‌ ନେବାପାଇଁ ଟିକାକେନ୍ଦ୍ର ବୁଲିବୁଲି ନୟାନ୍ତ ହେଉଥିଲେ ମଧ୍ୟ ଟିକା ପାଇପାରୁ ନାହାନ୍ତି। ସେହିଭଳି ଗତ ୯ତାରିଖରୁ ବିଦେଶ ଯିବାକୁ ଥିବା ଛାତ୍ରୀଛାତ୍ରଙ୍କ ପାଇଁ ସିଏମ୍‌ସି ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବା କୁହାଯାଉଥିଲେ ମଧ୍ୟ ଏଯାବତ୍‌ କେତେଜଣ ଟିକା ନେଲେଣି ସେନେଇ କୌଣସି ତଥ୍ୟ ଦେଇପାରିବେ ନାହିଁ ବୋଲି ସିଏମ୍‌ସିର ଯୁଗ୍ମ କମିଶନର ସୁମିତା ସରକାର କହିଛନ୍ତି। ଏପରି କି ସିଏମ୍‌ସି ପକ୍ଷରୁ ସହରରେ ଲୋକଙ୍କୁ ଟିକା ଦେବା ପାଇଁ କି କି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି, ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳୁନାହିଁ। ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ଟିକାକରଣ ବ୍ୟବସ୍ଥା କରିବାକୁ ବାରମ୍ବାର ଦାବି ଆସୁଥିଲେ ମଧ୍ୟ ଏନେଇ ପଦକ୍ଷେପ ନିଆଯାଇ ନାହିଁ। ଅନ୍ୟପକ୍ଷରେ ୱାର୍ଡସ୍ତରରେ ଟିକାକରଣର ବ୍ୟବସ୍ଥା ମଧ୍ୟ ହୋଇ ନାହିଁ। ସାହିରେ କରାଯାଇଥିବା ଟିକାକେନ୍ଦ୍ରରେ ଅନ୍ୟ ଅଞ୍ଚଳର ଲୋକ ଆସି ଟିକା ନେଉଛନ୍ତି। ହେଲେ ସ୍ଥାନୀୟ ଲୋକ ଟିକା ନେବାରୁ ବଞ୍ଚତ୍ତ ହୋଇଛନ୍ତି ବୋଲି ବିଭିନ୍ନ ୱାର୍ଡ ବାସିନ୍ଦା ଅଭିଯୋଗ କରିଛନ୍ତି। ସିଏମ୍‌ସିର ଅଦୂରଦର୍ଶିତା ପାଇଁ ସରକାରୀ ତଥା ବେସରକାରୀ ଟିକା କେନ୍ଦ୍ରଗୁଡ଼ିକରେ ବିଭିନ୍ନ ସମୟରେ ସମସ୍ୟା ଦେଖାଦେଇଛି। ଗତ ମେ’ ୨୫ରେ ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ହୋଇଥିବା ଅସ୍ଥାୟୀ ଟିକା କେନ୍ଦ୍ରକୁ ଆସିଥିବା ଲୋକଙ୍କୁ ଟିକା ନ ମିଳିବାରୁ ଉତ୍ତେଜନା ଦେଖାଦେଇଥିଲା। ସେହିଭଳି ଗତ ମାସରେ ସିଡିଏ ସେକ୍ଟର ୬ ସ୍ଥିତ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆସିଥିବା ଲୋକଙ୍କୁ ଟିକା ଦିଆ ନ ଯାଇ ଅନ୍ୟ ସ୍ଥାନକୁ ପଠାଯାଇଥିଲା। ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ମଧ୍ୟ ପାଇଥିଲା। ଏପରି କି ସିଏମ୍‌ସି ଦ୍ୱାରା ଅନୁମୋଦିତ ଘରୋଇ ହସ୍ପିଟାଲରେ ଟିକାକରଣକୁ ନେଇ ଅନେକ ସମୟରେ ସମସ୍ୟା ଦେଖିବାକୁ ମିଳିଛି। ସ୍ଲଟ୍‌ ବୁକିଂ କରି ଅନ୍ୟ ଜିଲାରୁ ୧୫୦ରୁ ଊର୍ଦ୍ଧ୍ୱ ଲୋକ ଗତ ୮ତାରିଖରେ ଏକ ଘରୋଇ ହସ୍ପିଟାଲକୁ ଟିକା ନେବାକୁ ଆସିଥିଲେ।
ହେଲେ ସେଠାରେ ହସ୍ପିଟାଲ କର୍ତ୍ତୃପକ୍ଷ ଟିକା ଦିଆଯାଉନାହିଁ କହି ସେମାନଙ୍କୁ ଫେରାଇ ଦେଇଥିଲେ। ଘରୋଇ ହସ୍ପିଟାଲ ପକ୍ଷରୁ ଟିକା ଦିଆଯାଉଛି ବୋଲି ଲୋକଙ୍କୁ ମେସେଜ୍‌ ଆସୁଛି। କିନ୍ତୁ ଟିକା ନେବା ପାଇଁ ଆସିବା ବେଳେ ଟିକାକରଣ ବନ୍ଦ ଥିବା ଦେଖିବାକୁ ମିଳୁଛି। ଫଳରେ ଲୋକମାନେ ଫେରିବାକୁ ବାଧ୍ୟ ହେଉଛନ୍ତି। ବିଶେଷକରି ଟିକା ନେବା ପାଇଁ ସିଏମ୍‌ସି ପକ୍ଷରୁ ଲୋକଙ୍କୁ ସଚେତନ କରାଇବା ପାଇଁ ବିଧିବଦ୍ଧ ବ୍ୟବସ୍ଥା କରାଯାଇ ନାହିଁ। ବର୍ତ୍ତମାନ ସ୍ଥିତିରେ ସହରବାସୀଙ୍କ ପାଇଁ ଅନ୍‌ଲାଇନ ପଞ୍ଜୀକରଣ ଆଉ ଏକ ସମସ୍ୟା ପାଲଟିଛି। ଅନ୍‌ଲାଇନ ପଞ୍ଜୀକରଣ କରି ମଧ୍ୟ ଲୋକ ଟିକାକେନ୍ଦ୍ରରୁ ଟିକା ନ ନେଇ ଫେରୁଥିବା ଦେଖିବାକୁ ମିଳିଛି। ଏସବୁକୁ ଅନୁଧ୍ୟାନ କଲେ କଟକ ସହରରେ ଟିକାକରଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ଫେଲ୍‌ ମାରିଥିବା ମନେହେଉଛି। ଏ ନେଇ ସିଏମ୍‌ସି କମିଶନର ଦାସଙ୍କୁ ଯୋଗାଯୋଗ କରିବାକୁ ଗତ ୧୨ତାରିଖରେ ତାଙ୍କ ମୋବାଇଲ ନମ୍ବର ୯୪୩୭୧୬୪୨୪୦କୁ କଲ୍‌ କରାଯାଇଥିଲେ ମଧ୍ୟ ସେ ଫୋନ୍‌ ଉଠାଇ ନ ଥିଲେ। ଏପରି କି ମେସେଜ ପଠାଯାଇଥିଲେ ମଧ୍ୟ ସେ ତାହାର ଉତ୍ତର ଦେଉ ନାହାନ୍ତି।

ସୁପ୍ରିୟା ପ୍ରିୟଦର୍ଶିନୀ


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri