ବିଜେଡି ନିଜ ପ୍ରାର୍ଥୀଙ୍କୁ ବିକ୍ରୟକରି ଅକର୍ମଣ୍ୟ ହୋଇଯାଇଛି, କାହିଁକି ଏମିତି କହିଲେ…

ନୂଆପଡ଼ା,୧୫।୧୦ (ମକାରୁ ବେମାଲ): ବିଜେଡି ନିଜ ପ୍ରାର୍ଥୀଙ୍କୁ ବିକ୍ରୟ କରି ଅକର୍ମଣ୍ୟ ହୋଇଯାଇଛି। ମଙ୍ଗଳବାର କୋମନା ବ୍ଲକ ଲଖନା ଖେଳ ପଡିଆଠାରେ କଂଗ୍ରେସ ପକ୍ଷରୁ ଆୟୋଜିତ ମିଶ୍ରଣ ପର୍ବରେବିଜେଡି ନିଜ ପ୍ରାର୍ଥୀଙ୍କୁ ବିକ୍ରୟକରି ଅକର୍ମଣ୍ୟ ହୋଇଯାଇଛି, କାହିଁକି ଏମିତି କହିଲେ…
ନୂଆପଡ଼ା,୧୫ା୧୦(ମକାରୁ ବେମାଲ): ବିଜେଡି ନିଜ ପ୍ରାର୍ଥୀଙ୍କୁ ବିକ୍ରୟ କରି ଅକର୍ମଣ୍ୟ ହୋଇଯାଇଛି। ମଙ୍ଗଳବାର କୋମନା ବ୍ଲକ ଲଖନା ଖେଳ ପଡିଆଠାରେ କଂଗ୍ରେସ ପକ୍ଷରୁ ଆୟୋଜିତ ମିଶ୍ରଣ ପର୍ବରେ ଯୋଗଦେଇ ପିସିସି ସଭାପତି ଭକ୍ତଚରଣ ଦାସ ଏହା କହିଛନ୍ତି। ସେ ଆହୁରି କହିଛନ୍ତି, ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେଡି ଓ ଭାଜପାରେ ପ୍ରାର୍ଥୀ ଚୟନ ବିଳମ୍ବ ହେଉଥିବା ବେଳେ କଂଗ୍ରେସ ନିର୍ବାଚନୀ ମଇଦାନକୁ ଓହ୍ଲାଇ ପ୍ରଚାର କାର୍ଯ୍ୟ ଆରମ୍ଭ କରିଦେଇଛି। ଭାଜପାର ଜୟ ଢୋଲକିଆଙ୍କ ନାମ ଏକପ୍ରକାର ଚୂଡାନ୍ତ ହୋଇଥିବା ବେଳେ ଘୋଷଣା ନ କରି ମାନସ ମନ୍ଥନ କରୁଛି। ପ୍ରାର୍ଥୀ ଚୟନରେ ଅସମର୍ଥ ଥିବାରୁ ଉଭୟ ଦଳର କର୍ମୀ କଂଗ୍ରେସ ସପକ୍ଷରେ ଆସୁଛନ୍ତି। ପ୍ରତିଦିନ ଶତାଧିକ କର୍ମୀ ଯୋଗଦେଉଥିବାରୁ କଂଗ୍ରେସର ସ୍ଥିତି ସୁଦୃଢ଼ ହେବାରେ ଲାଗିଛି। ଚଳିତ ଉପ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝି ବହୁମତରେ ବିଜୟୀ ହେବେ ବୋଲି ଭକ୍ତ କହିଛନ୍ତି। ମିଶ୍ରଣ ପର୍ବରେ ଅଞ୍ଚଳର ଶତାଧିକ ମହିଳା ଓ ପୁରୁଷ କଂଗ୍ରେସରେ ଯୋଗ ଦେଇଛନ୍ତି। ଏହା ମଧ୍ୟରେ ଅବସରପ୍ରାପ୍ତ ଶିକ୍ଷକ, ସରପଞ୍ଚ, ପୂର୍ବତନ ସରପଞ୍ଚ, ଅନ୍ୟ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ରହିଛନ୍ତି। କାର୍ଯ୍ୟକ୍ରମରେ ଜାତୀୟ କଂଗ୍ରେସ ମୁଖପାତ୍ର ହମିତ ହୁସେନ, ନୂଆପଡ଼ା ଜିଲା ପର୍ଯ୍ୟବେକ୍ଷକ ମୁରଲୀଧର ନାୟକ, ଗରିବସେନା ଆବାହକ ରବି ମଙ୍ଗରାଜ, ଜିଲା ପରିଷଦ ସଭ୍ୟ ଭରତ ଲାଲ ରାଉତ, ଅଙ୍କିତ ସିଂଘାଇ, ଯୁବ କଂଗ୍ରେସ ରାଜ୍ୟ ସମ୍ପାଦକ ଶାହରୁଖ ଖାନ, ଯୁବ କଂଗ୍ରେସ ଜିଲା ସଭାପତି ଅମିତ କୁମାର ଅହିର, ଖଡିଆଳ ବିଧାୟକ ପ୍ରାର୍ଥୀ କମଳ ଚରଣ ତାଣ୍ଡି, ଈଶାକ ମହମ୍ମଦ, ଭକ୍ତରାମ ଶବର, କୈଳାସ ଚନ୍ଦ୍ର ବାଗ ପ୍ରମୁଖ ଉପସ୍ଥିତ ଥିଲେ।
ଫଟୋ-କଂଗ୍ରେସର ମିଶ୍ରଣପର୍ବରେ ଯୋଗଦେଇଥିବା ଅତିଥିମାନେ। ଯୋଗଦେଇ ପିସିସି ସଭାପତି ଭକ୍ତଚରଣ ଦାସ ଏହା କହିଛନ୍ତି। ସେ ଆହୁରି କହିଛନ୍ତି, ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେଡି ଓ ଭାଜପାରେ ପ୍ରାର୍ଥୀ ଚୟନ ବିଳମ୍ବ ହେଉଥିବା ବେଳେ କଂଗ୍ରେସ ନିର୍ବାଚନୀ ମଇଦାନକୁ ଓହ୍ଲାଇ ପ୍ରଚାର କାର୍ଯ୍ୟ ଆରମ୍ଭ କରିଦେଇଛି। ଭାଜପାର ଜୟ ଢୋଲକିଆଙ୍କ ନାମ ଏକପ୍ରକାର ଚୂଡାନ୍ତ ହୋଇଥିବା ବେଳେ ଘୋଷଣା ନ କରି ମାନସ ମନ୍ଥନ କରୁଛି। ପ୍ରାର୍ଥୀ ଚୟନରେ ଅସମର୍ଥ ଥିବାରୁ ଉଭୟ ଦଳର କର୍ମୀ କଂଗ୍ରେସ ସପକ୍ଷରେ ଆସୁଛନ୍ତି। ପ୍ରତିଦିନ ଶତାଧିକ କର୍ମୀ ଯୋଗଦେଉଥିବାରୁ କଂଗ୍ରେସର ସ୍ଥିତି ସୁଦୃଢ଼ ହେବାରେ ଲାଗିଛି। ଚଳିତ ଉପ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝି ବହୁମତରେ ବିଜୟୀ ହେବେ ବୋଲି ଭକ୍ତ କହିଛନ୍ତି। ମିଶ୍ରଣ ପର୍ବରେ ଅଞ୍ଚଳର ଶତାଧିକ ମହିଳା ଓ ପୁରୁଷ କଂଗ୍ରେସରେ ଯୋଗ ଦେଇଛନ୍ତି। ଏହା ମଧ୍ୟରେ ଅବସରପ୍ରାପ୍ତ ଶିକ୍ଷକ, ସରପଞ୍ଚ, ପୂର୍ବତନ ସରପଞ୍ଚ, ଅନ୍ୟ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ରହିଛନ୍ତି। କାର୍ଯ୍ୟକ୍ରମରେ ଜାତୀୟ କଂଗ୍ରେସ ମୁଖପାତ୍ର ହମିତ ହୁସେନ, ନୂଆପଡ଼ା ଜିଲା ପର୍ଯ୍ୟବେକ୍ଷକ ମୁରଲୀଧର ନାୟକ, ଗରିବସେନା ଆବାହକ ରବି ମଙ୍ଗରାଜ, ଜିଲା ପରିଷଦ ସଭ୍ୟ ଭରତ ଲାଲ ରାଉତ, ଅଙ୍କିତ ସିଂଘାଇ, ଯୁବ କଂଗ୍ରେସ ରାଜ୍ୟ ସମ୍ପାଦକ ଶାହରୁଖ ଖାନ, ଯୁବ କଂଗ୍ରେସ ଜିଲା ସଭାପତି ଅମିତ କୁମାର ଅହିର, ଖଡିଆଳ ବିଧାୟକ ପ୍ରାର୍ଥୀ କମଳ ଚରଣ ତାଣ୍ଡି, ଈଶାକ ମହମ୍ମଦ, ଭକ୍ତରାମ ଶବର, କୈଳାସ ଚନ୍ଦ୍ର ବାଗ ପ୍ରମୁଖ ଉପସ୍ଥିତ ଥିଲେ।

 

Dharitri – Odisha’s No.1, Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri