ଚାଷୀଙ୍କ ସହ ଖେଳିଲେ ସିଧା ପଠାଯିବ ଜେଲ, ଏମିତି କାହିଁକି କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୪।୧୧: ବିଜେଡିକୁ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ଚାଷୀଙ୍କ ସ୍ବାର୍ଥରେ ବାଧା ଆଣିଲେ ଜେଲ ପଠାଯିବ। ସମବାୟ ସପ୍ତାହରେ ସମବାୟ ବିଭାଗରେ ଦୁର୍ନୀତିଗ୍ରସ୍ତ ଅଧିକାରୀ ଏବଂ ମିଡିଲମ୍ୟାନଙ୍କୁ ଏମିତି କହିଛନ୍ତି ମୁଖ୍ୟମନ୍ତ୍ରୀ। ସେ କହିଛନ୍ତି, ପୂର୍ବ ସରକାର ସମୟରେ ସମବାୟରେ ହେଉଥିବା ବିଶୃଙ୍ଖଳା କାରବାର ଓ ଅବ୍ୟବସ୍ଥା ଏ ସରକାରରେ ହେବନି। ଏମିତି ହେଲେ କ୍ଷମା ଦିଆଯିବନି। ପୂର୍ବ ସରକାର ସମୟରେ ହୋଇଥିବା ଦୁର୍ନୀତିର ତଦନ୍ତ ହେବ। ଢୋଲ ଭିତରେ ମୂଷା ଭଳି କିଛି ଲୋକ ବିଶୃଙ୍ଖଳା କରିବା ପାଇଁ ଅଛନ୍ତି। ଆଉ ଯେଉଁମାନେ ଦୁର୍ନୀତି କରିବେ ସେମାନଙ୍କୁ ସରକାର ଚିହ୍ନଟ କରିବେ ଏବଂ ଆକ୍ସନ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ଗୁରୁବାର ଅନୁଷ୍ଠିତ ‘ନିଖିଳ ଭାରତ ସମବାୟ ସପ୍ତାହ’ର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗଦେଇଛନ୍ତି। ଏହି ଅବସରରେ ସେ କହିଛନ୍ତି, ଏକ ସାଧାରଣ ସମସ୍ୟାର ସମାଧାନ କରିବାକୁ ଯାଇ ସମବାୟ ସଂସ୍ଥା ଆରମ୍ଭ ହୋଇଥିଲା। ଏହା ବର୍ତ୍ତମାନ ବିଶାଳ ଦ୍ରୁମରେ ପରିଣତ ହୋଇଛି। ଭାରତବର୍ଷରେ ୩୦ କୋଟି ସଦସ୍ୟ ଏବେ ଏଥିରେ ଯୋଡ଼ିହୋଇଛନ୍ତି। ରାଜ୍ୟରେ ୫୦ ଲକ୍ଷରୁ ଅଧିକ ପରିବାର ଏହି ସଂସ୍ଥା ସହ ସିଧାସଳଖ ଜଡ଼ିତ। ଏହି ସରକାର ଜରିଆରେ ଗରିବ ଲୋକ ଓ ଚାଷୀଙ୍କ ଆର୍ଥିକ ଉନ୍ନତି ଘଟାଇ ସେମାନେ ଯେପରି ସୁଖ ସମୃଦ୍ଧିରେ ଜୀବନ ବିତାଇବେ ସେଥିପ୍ରତି ରାଜ୍ୟ ସରାକର ସଂକଳ୍ପବଦ୍ଧ। କିନ୍ତୁ କେତେଜେଣ ନ୍ୟସ୍ତସ୍ବାର୍ଥ ବ୍ୟକ୍ତି କାମ ବିଗାଡ଼ିବା ପାଇଁ ଚେଷ୍ଟା କରୁଛନ୍ତି। ଢୋଲ ଭିତରେ ମୂଷା ଭଳି କେତେଜଣ ବ୍ୟକ୍ତି ବିଶୃଙ୍ଖଳା କରିବା ପାଇଁ ଅଛନ୍ତି। ଯେଉଁମାନେ ଦୁର୍ନୀତି କରିବେ ସେମାନଙ୍କୁ ଚିହ୍ନଟ କରାଯିବ। ଚାଷୀଙ୍କ ସ୍ବାର୍ଥରେ ବାଧା ଆସିଲେ କ୍ଷମା ଦିଆଯିବ ନାହିଁ। ସେମାନଙ୍କୁ ଜେଲ ପଠାଯିବ ବୋଲି ସେ କହିଛନ୍ତି।
ଦଳର ସମବାୟ ପ୍ରକୋଷ୍ଠ ରାଜ୍ୟ ସଂଯୋଜକ ଶ୍ରୀରନ ମଙ୍ଗରାଜଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଯୋଗଦେଇ କହିଛନ୍ତି, ଓଡ଼ିଶାରେ ସମବାୟ ଆନ୍ଦୋଳନକୁ ତୀବ୍ର କରାଯିବ। ଏହାକୁ ତୃଣମୂଳସ୍ତରରେ ପହଞ୍ଚାଯିବ। ସମବାୟ ସଂସ୍ଥାର ବିନା ସହଯୋଗରେ ରାଜ୍ୟର ବିକାଶ ଅସମ୍ଭବ। ତେଣୁ ଲୋକଙ୍କ ସରକାର ବିକଶିତ ଏବଂ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ସମବାୟ ଅନୁଷ୍ଠାନକୁ ଗୁରୁତ୍ୱ ଦେଉଛନ୍ତି। ଆଗାମୀ ଦିନରେ ସ୍ଥାନୀୟ ସମବାୟ ସମିତି ଗ୍ରାମ୍ୟ ଅର୍ଥନୀତିର ପ୍ରାଣକେନ୍ଦ୍ର ହେବ ବୋଲି ସେ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଯୋଗଦେଇ କହିଛନ୍ତି, ରାଜ୍ୟର ପ୍ରତ୍ୟେକ ପଞ୍ଚାୟତର ବହୁମୁଖୀ ସମବାୟ ସମିତି ଗଠନ ହେବ। ବିଜେଡି ସରକାର ସମୟରେ ଏହି ସଂସ୍ଥା ଦୁର୍ନୀତିର ଗନ୍ତାଘର ସାଜିଥିଲା। ଭାଜପା ସରକାର ଆସିବା ପରେ ଏହି ସଂସ୍ଥାକୁ ଦୁର୍ନୀତିମୁକ୍ତ କରି ଚାଷୀ ଓ ଗରିବ ଲୋକଙ୍କ ଆର୍ଥତ୍କ ଉନ୍ନତି ଘଟାଇବାକୁ ବଦ୍ଧପରିକର ବୋଲି ସେ କହିଛନ୍ତି। କାର୍ଯ୍ୟକ୍ରମ ପ୍ର୍ରାରମ୍ଭରେ ରାଜ୍ୟ କାର୍ଯ୍ୟାଳୟରେ ପ୍ରଥମେ ସମବାୟ ପତାକା ଉତ୍ତୋଳନ କରାଯାଇଥିଲା।

Enter your email to get our daily news in your inbox.

All Right Reserved By Dharitri.Com

ଦାଦନ ସାଜିଲା କାଳ: କେରଳରୁ ଫେରିବା ବେଳେ ଯୁବକ ନିଖୋଜ, ମୁକ୍ତି ପାଇଁ ମଗାଯାଉଛି ଟଙ୍କା,ଶୁଖୁ ନାହିଁ…

ଥୁଆମୂଳ ରାମପୁର, ୩୧।୧ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଆଉ ପରିବାର ପ୍ରତିପୋଷଣର ଚିନ୍ତା ଜଣେ ଗରିବ ଯୁବକଙ୍କୁ ସୁଦୂର କେରଳକୁ ଟାଣି ନେଇଥିଲା। କିନ୍ତୁ ସେହି…

ବାଇକ୍‌କୁ ଧକ୍କା ଦେଇ ଘୋଷାଡ଼ି ନେଲା ବୋଲେରୋ: ଚାଲିଗଲା ସ୍ବାମୀଙ୍କ ଜୀବନ, ସ୍ତ୍ରୀ ଗୁରୁତର

ଗୋଡ଼ଭଗା,୩୧ା୧(ସୁରେଶ ଦାଶ): ଗୋଡ଼ଭଗା ଫାଣ୍ଡି ଅନ୍ତର୍ଗତ ଗୋଡ଼ଭଗା ମାରୱାଡି ଧର୍ମଶାଳା ପାଖରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ କଳାମାଟି ପଞ୍ଚାୟତ ମାଉଲିଭାଗର ହେମସାଗର…

ସୀମାନ୍ତ ଗ୍ରାମରେ ଗୋଷ୍ଠୀ କେନ୍ଦ୍ର ଉଦଘାଟନ କଲା ବ୍ଲକ ପ୍ରଶାସନ 

ପଟ୍ଟାଙ୍ଗି,୩୧।୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତର ସୀମାନ୍ତ ନେରିଡିବାଲସା ଗ୍ରାମରେ ବ୍ଲକ ପ୍ରଶାସନ ପକ୍ଷରୁ ନବନିର୍ମିତ ଗୋଷ୍ଠୀ କେନ୍ଦ୍ର ଗୃହକୁ…

କାଉନ୍‌ସିଲରଙ୍କ ଘରୁ ଲୁଟ୍‌: ବର୍ଷକର ଝିଅ ବେକରେ ଛୁରୀ ଲଗାଇ ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ, ଭୟରେ…

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ବର୍ଷକର ଝିଅ ବେକରେ ଛୁରୀ ଲଗାଇଲେ। ପରେ ମା’ଙ୍କୁ କାବୁ କରି ଘରୁ ସୁନା ଲୁଟିନେଲେ ଦୁଇ ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି…

ବରଗଡ଼ର ଗୌରବ: ମାଷ୍ଟର ଗେମ୍‌ରେ ସ୍ବର୍ଣ୍ଣ ପଦକ ହାତେଇଲେ ୨ଭଉଣୀ

ବରଗଡ଼,୩୧।୧(ପ୍ରେମାନନ୍ଦ ଖମାରୀ): ମହାରାଷ୍ଟ୍ରର ମିନାତାଇ ଠାକରେ ଷ୍ଟାଡିୟମ, ନାସିକରେ ପ୍ରଥମ ଯୁନାଇଟେଡ ନ୍ୟାସନାଲ ମାଷ୍ଟର୍ସ ଗେମ୍ସ ୨୦୨୬ ଅନୁଷ୍ଠିତ ହୋଇଯାଇଛି। ଗତ ୨୮ତାରିଖରୁ ଶନିବାର ପର୍ଯ୍ୟନ୍ତ ଚାଲିଥିବା…

ଦିଗପହଣ୍ଡିରେ ଅତିରିକ୍ତ ଜିଲା ଜଜ୍‌ କୋର୍ଟ ପ୍ରତିଷ୍ଠା ଦାବି: ହାଇକୋର୍ଟ ଜଷ୍ଟିସଙ୍କ ସହ ଆଲୋଚନା

ଦିଗପହଣ୍ଡି, ୩୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିରେ ଅତିରିକ୍ତ ଜିଲା ଜଜ କୋର୍ଟ ପ୍ରତିଷ୍ଠା ପାଇଁସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ ପକ୍ଷରୁ ଦାବି କରାଯାଇଛି। ଶନିବାର…

ଆନ୍ଧ୍ର ପ୍ରଦେଶରେ ଦାଦନ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ତଥ୍ୟ ସଂଗ୍ରହ କଲେ ଶ୍ରମ ଅଧିକାରୀ

ବଘିଆପଡ଼ା,୩୧।୧(ଶ୍ରୀକାନ୍ତ ସାହୁ): ଆନ୍ଧ୍ର ପ୍ରଦେଶକୁ ଦାଦନ ଖଟିବାକୁ ଯାଇଥିବା ବୌଦ୍ଧ ବ୍ଲକ ଟିକରପଡା ପଞ୍ଚାୟତର ବୁରଗୋରା ଗ୍ରାମର ଅରୁଣ ରଣବିଡାଙ୍କ ମୃତ୍ୟୁ ଘଟିଛି। ତାଙ୍କ ମୃତଦେହ ଜନ୍ମମାଟିକୁ…

୧୧୨କୁ ଫୋନ କରନ୍ତୁ: ଅଗ୍ନିଶମ ଡିଜି

ଭୁବନେଶ୍ୱର,୩୧।୧: ଓଡ଼ିଶା ଅଗ୍ନିଶମ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ସଚେତନତା କରିବା ପାଇ ଶନିବାର ଏକ ନିଆରା ପ୍ରୟାସ ଆରମ୍ଭ କରାଯାଇଛି। ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri