ଭୁବନେଶ୍ୱର,୨୧।୭: ସୋମବାର ରାଜ୍ୟପାଳ ହରିବାବୁ କମ୍ଭମପତିଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟପାଳଙ୍କ ସହ ସାକ୍ଷାତର ନିର୍ଦ୍ଦିଷ୍ଟ କାରଣ ଅସ୍ପଷ୍ଟ ରହିଥିବା ବେଳେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଚର୍ଚ୍ଚା ଭିତରେ ଏହି ଭେଟଘାଟ ମାହୋଲକୁ ଆହୁରି ଗରମ କରିଦେଇଛି। ମନ୍ତ୍ରିମଣ୍ଡଳରେ ଖାଲି ପଡ଼ିଛି ୬ଟି ମନ୍ତ୍ରୀ ପଦ। ଜଣେ ଜଣେ ମନ୍ତ୍ରୀଙ୍କ ହାତରେ ଅଛି ଏକାଧିକ ବିଭାଗ। ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ ଚର୍ଚ୍ଚା ହୋଇଥିବା ସୂଚନା ମିଳିଛି। କିଏ ପଡିବେ ବାଦ୍, କିଏ ହେବେ ସାମିଲ ତାକୁ ନେଇ ଚର୍ଚ୍ଚା।
ବିଗତ ଦିନରେ ଏଫଏମ କଲେଜ ଘଟଣା, ବଳଙ୍ଗା ଅଘଟଣକୁ ନେଇ ରାଜ୍ୟରେ ହୋହଲ୍ଲା ପରିସ୍ଥିତି ସୃଷ୍ଟି ହୋଇଛି । ଘଟଣାରେ ତଦନ୍ତ ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଏହି ଭେଟଘାଟ ସସପେନ୍ସ ସୃଷ୍ଟି କରିଛି। ଘଣ୍ଟାଏ ଆହୁରି ମଧ୍ୟ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ଚର୍ଚ୍ଚା ଭିତରେ ଏହି ସାକ୍ଷାତକାର ହୋଇଥିବାରୁ ଆଗକୁ କିଛି ବଡ ନିଷ୍ପତ୍ତି ଆସିପାରେ ବୋଲି କୁହାଯାଉଛି।


