Posted inଜାତୀୟ

ରାଗିଗଲେ ରାଜ୍ୟପାଳ: ଗୃହ ଛାଡି ପଳାଇଲେ

ଚେନ୍ନାଇ,୬।୧:ବିଧାନସଭା ଅଧିବେଶନରେ ଜାତୀୟ ସଂଗୀତକୁ ଅପମାନିତ ହେବା ଦେଖି ତାମିଲନାଡୁର ରାଜ୍ୟପାଳ ଆର.ଏନ ରବି କ୍ରୋଧିତ ହୋଇ ବିଧାନସଭା ଅଧିବେଶନକୁ ସମ୍ବୋଧନ ନ କରି ଗୃହରୁ ବାହାରିଥିଲେ। ତାମିଲନାଡୁ ବିଧାନସଭାର ୨୦୨୫ ବର୍ଷର ପ୍ରଥମ ବିଧାନସଭା ଅଧିବେଶନ ଆଜିଠାରୁ ଆରମ୍ଭ ହେଉଛି। ନିୟମ ଅନୁଯାୟୀ, ରାଜ୍ୟପାଳ ଆର.ଏନ ରବିଙ୍କ ସମ୍ବୋଧିତ ସହିତ ବିଧାନସଭା ଅଧିବେଶନ ଆରମ୍ଭ ହେବ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବିଧାନସଭା ଅଧିବେଶନ ଆରମ୍ଭରେ ତାମିଲନାଡୁ ସରକାରଙ୍କ ରାଜ୍ୟ ସଂଗୀତ ‘ତାମିଲ ଥାଇ ଭାଜାଥୁ’ ଗାନ କରାଯାଇଥିଲା।
ତାମିଲନାଡୁର ରାଜ୍ୟ ସଂଗୀତ ପରେ ରାଜ୍ୟପାଳ ଆର.ଏନ ରବି ଜାତୀୟ ସଂଗୀତ ବଜାଇବାକୁ ଦାବି କରିଥିଲେ ମଧ୍ୟ ତାଙ୍କ ଦାବି ଗ୍ରହଣ କରାଯାଇ ନ ଥିଲା। ରାଜ୍ୟପାଳ ଏହା ଉପରେ ଏତେ ରାଗିଗଲେ, ସେ ବିଧାନସଭା ଅଧିବେଶନକୁ ସମ୍ବୋଧିତ ନ କରି ଫେରିଯାଇଥିଲେ। ସମଗ୍ର ବିବାଦ ଉପରେ ତାମିଲନାଡୁ ରାଜ ଭବନ ଏକ ବିବୃତ୍ତି ଦେଇଛନ୍ତି। ସୋସିଆଲ ମିଡିଆରେ ଶେୟାର କରିଥିବା ବିବୃତ୍ତିରେ ରାଜ ଭବନ ପକ୍ଷରୁ କୁହାଯାଇଛି ଯେ, ତାମିଲନାଡୁ ବିଧାନସଭାରେ ଭାରତର ସମ୍ବିଧାନ ଏବଂ ଜାତୀୟ ସଂଗୀତ ପୁଣି ଥରେ ଅପମାନିତ ହୋଇଛି। ସମ୍ବିଧାନର ପ୍ରଥମ ମୌଳିକ କର୍ତ୍ତବ୍ୟ ଜାତୀୟ ସଂଗୀତ ପ୍ରତି ସମ୍ମାନ ବୋଲି କୁହାଯାଇଛି। ସମସ୍ତ ରାଜ୍ୟ ସଭାରେ ଅଧିବେଶନ ଆରମ୍ଭ ଏବଂ ଶେଷରେ ଜାତୀୟ ସଂଗୀତ ଗାନ କରାଯାଉଛି। ଆଜି ଯେତେବେଳେ ରାଜ୍ୟପାଳ ଗୃହରେ ପହଞ୍ଚିଲେ ସେତେବେଳେ କେବଳ ତାମିଲ ଥାଇ ଭାଜଥୁ ଗାନ କରାଯାଇଥିଲା। ରାଜ୍ୟପାଳ ସମ୍ମାନର ସହିତ ଗୃହକୁ ଏହାର ସାମ୍ବିଧାନିକ କର୍ତ୍ତବ୍ୟ ବିଷୟରେ ମନେ ପକାଇ ଜାତୀୟ ସଂଗୀତ ବଜାଇବାକୁ ଦାବି କରିଥିଲେ, କିନ୍ତୁ ତାଙ୍କ ଆବେଦନକୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଏବଂ ଗୃହର ବାଚସ୍ପତି ପ୍ରତ୍ୟାଖ୍ୟାନ କରିଥିଲେ। ଏହା ଏକ ଗମ୍ଭୀର ଚିନ୍ତାର ବିଷୟ। ଏଭଳି ପରିସ୍ଥିତିରେ ଜାତୀୟ ସଂଗୀତ ତଥା ଭାରତର ସମ୍ବିଧାନର ଅପମାନର ଅଂଶ ନ ହୋଇ ରାଜ୍ୟପାଳ ନିଜର ଅସନ୍ତୋଷ ବ୍ୟକ୍ତ କରି ଗୃହ ଛାଡିଥିଲେ।

ସୂଚନାଯୋଗ୍ୟ ଯେ ବିଗତ ଦୁଇ ବର୍ଷ ଧରି ବିଧାନସଭା ଅଧିବେଶନରେ ରାଜ୍ୟପାଳଙ୍କ ଅଭିଭାଷଣରେ ଅନେକ ବିବାଦ ଲାଗି ରହିଛି। ଗତଥର ରାଜ୍ୟପାଳ ତାଙ୍କ ସମ୍ବୋଧନ ସମୟରେ ସରକାରଙ୍କ ବିବୃତ୍ତିର କିଛି ଧାଡ଼ି ପଢିବାକୁ ମନା କରିଦେଇଥିଲେ। ଏହାକୁ ନେଇ ଅନେକ ବିବାଦ ଦେଖାଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri