ମୁଖ୍ୟମନ୍ତ୍ରୀ ରେଶମ ବିକାଶ ଯୋଜନାକୁ ଅନୁମୋଦନ, କ୍ୟାବିନେଟ୍‌ରେ ୬ ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର,୭ା୧୨(ସୁନିତ୍‌ ମିଶ୍ର): ରେଶମ ଶିଳ୍ପକୁ ଅଧିକ ସଶକ୍ତ ଏବଂ ସମ୍ପ୍ରସାରିତ କରିବା ଲାଗି ରାଜ୍ୟ ସରକାର ସ୍ଥିରକରି ମୁଖ୍ୟମନ୍ତ୍ରୀ ରେଶମ ବିକାଶ ଯୋଜନା ଆରମ୍ଭ କରିବାକୁ ନିଷ୍ପତ୍ତି କରିଛନ୍ତି। ଏହି ଯୋଜନା ଜରିଆରେ ରେଶମକୀଟର ବିହନ ପ୍ରସ୍ତୁତି, ରେଶମ ପ୍ରଜାତିର ସଂରକ୍ଷଣ ସହ ନୈତିକତା ଉପାୟରେ କରୁଣା ରେଶମର ଉତ୍ପାଦନ କରିବା ଉପରେ ବିଶେଷ ଧ୍ୟାନ ଦିଆଯିବ। ରେଶମ ଚାଷୀମାନଙ୍କୁ ଆବଶ୍ୟକ ପ୍ରୋତ୍ସାହନ, କାର୍ଯ୍ୟକାରୀ ମୂଳଧନ ସହାୟତା ପ୍ରଦାନ ଏବଂ ସମବାୟ ସମିତି ଜରିଆରେ ରେଶମ ଉତ୍ପାଦନର ବଜାରୀକରଣ କରି ସେମାନଙ୍କୁ ଉଚିତ ମୂଲ୍ୟ ଯୋଗାଇଦେବା ଲାଗି ଠିକ୍‌ ବାତାବରଣ ସୃଷ୍ଟି ସହ ଅଭାବୀ ବିକ୍ରିରୁ ଚାଷୀଙ୍କୁ ସୁରକ୍ଷା ପ୍ରଦାନ କରିବାରେ ସହାୟକ ହୋଇପାରିବ। ଏହି ଯୋଜନା ମାଧ୍ୟମରେ ଆସନ୍ତା ୫ ବର୍ଷରେ ସମୁଦାୟ ୨୭୪ କୋଟି ଟଙ୍କା ବ୍ୟୟ ଅଟକଳ ଧାର୍ଯ୍ୟ କରାଯାଇଛି। ଏହି ଯୋଜନାକୁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନର ୩ୟ ମହଲାଠାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ମଞ୍ଜୁରୀ ମିଳିଛି।
ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ମୋଟ୍‌ ୬ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ମଞ୍ଜୁରୀ ପାଇଥିବା ୬ ପ୍ରସ୍ତାବ ସମ୍ପର୍କରେ ଶନିବାର ଗୃହକୁ ଜଣାଇଛନ୍ତି। ସେହିପରି ଓଡ଼ିଶା ମତ୍ସ୍ୟସେବା(ଓଏଫ୍‌ଏସ୍‌) କ୍ୟାଡର ପୁନର୍ଗଠନକୁ ଅନୁମୋଦନ ମିଳିଛି। ଏହାଦ୍ୱାରା ଅତିରିକ୍ତ ମତ୍ସ୍ୟ ନିର୍ଦ୍ଦେଶକ ପଦ ସଂଖ୍ୟା ୨ରୁ ୪, ମିଳିତ ମତ୍ସ୍ୟ ନିର୍ଦ୍ଦେଶକ ପଦ ୩ରୁ ୧୯ ଏବଂ ଉପ ମତ୍ସ୍ୟ ନିର୍ଦ୍ଦେଶକ ପଦ ସଂଖ୍ୟା ୧୮ରୁ ୧୧୯କୁ ବୃଦ୍ଧି ପାଇଛି। ସେହିପରି ବ୍ଲକ୍‌ ମତ୍ସ୍ୟ ଅଧିକାରୀ ବା ସହକାରୀ ମତ୍ସ୍ୟ ନିର୍ଦ୍ଦେଶକ(ଗ୍ରୁପ୍‌-ଏ)ର ୧୯୫ଟି ନୂତନ ପଦବୀ ସୃଷ୍ଟି କରାଯାଇଛି। ସେହିଭଳି ଓଡ଼ିଶା ଔଷଧ ଏବଂ ଚିକିତ୍ସା ଉପକରଣ ନୀତି-୨୦୨୫କୁ ଅନୁମୋଦନ ଲାଭ କରିଛି। ଏହି ନୀତି ଦ୍ୱାରା ଆବଶ୍ୟକ ଶିଳ୍ପ ଭିତ୍ତିଭୂମିର ସୁବିଧା ଯୋଗାଇବା ପାଇଁ ଓଡ଼ିଶା ଫାର୍ମା ପାର୍କ ଏବଂ ଓଡ଼ିଶା ମେଡ୍‌ଟେକ୍‌ ପାର୍କର ପରିକଳ୍ପନା କରାଯାଇଛି। ଏଥିରେ ଓଡ଼ିଶା ଔଷଧ ବିକାଶ ସେଲ୍‌(ଓପିଡିସି) କ୍ଷେତ୍ରୀୟ ପ୍ରମୁଖ ସଂସ୍ଥା ଭାବେ କାର୍ଯ୍ୟ କରିବ। ଇପିକଲ୍‌ ଏବଂ ଇଡ୍‌କୋ ସ୍ୱଚ୍ଛ, ସମୟସୀମାବଦ୍ଧ ସୁବିଧା ଏବଂ ଆର୍ଥିକ ପରିଚାଳନାକୁ ସୁଲଭ କରିବ।

ଓଡ଼ିଶା ଜୁଡିସିଆଲ ସର୍ଭିସ୍‌ ଏବଂ ଓଡ଼ିଶା ଜୁଡିସିଆଲ ସର୍ଭିସ୍‌ ରୁଲ୍‌, ୨୦୦୭ର କିଛି ନିୟମାବଳୀରେ ସଂଶୋଧନ ହେବାକୁ ନିଷ୍ପତ୍ତି ହୋଇଛି। ସୁପ୍ରିମକୋର୍ଟଙ୍କ ପକ୍ଷରୁ ଗତ ମେ ୨୦ ତାରିଖରେ ଏନେଇ ଆଦେଶ ଦିଆଯାଇଥିଲା। ଏହି ସଂଶୋଧନରେ ମୁଖ୍ୟତଃ, ନିଯୁକ୍ତି ବର୍ଷ ପ୍ରଚଳନ, ସଂଶୋଧନ ଜିଲା ଜଜ୍‌ ନିଯୁକ୍ତିର ଅନୁପାତ, ସିଭିଲ ଜଜ୍‌(ବରିଷ୍ଠ ବିଭାଗ) ପାଇଁ ପଦୋନ୍ନତି, ସିଭିଲ ଜଜ୍‌(କନିଷ୍ଠ ବିଭାଗ) ପଦ ପାଇଁ ୩ ବର୍ଷର ଅଭ୍ୟାସ ସହ ସିଧାସଳଖ ନିଯୁକ୍ତି ଲାଗି ଉପର ବୟସସୀମାକୁ ୪୨ ବର୍ଷ ପାଇଁ ବୃଦ୍ଧି କରାଯାଇଛି। ଏହାସହ ପାଠ୍ୟକ୍ରମ, ପରୀକ୍ଷା, ତାଲିମ ଏବଂ ବରିଷ୍ଠତା ପ୍ରକ୍ରିୟାକୁ ସୁଗମ କରାଯାଇଛି। ସେହିପରି ରାଜ୍ୟରେ ବୟନ ଶିଳ୍ପର ଅନୁକୂଳ ପରିସ୍ଥିତିକୁ ସୁଦୃଢ଼ କରିବା ଏବଂ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ। ଏଥିପାଇଁ ୪୯୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇ ମୁଖ୍ୟମନ୍ତ୍ରୀ ବୟନ ଶିଳ୍ପ ବିକାଶ ଯୋଜନା(ଏମ୍‌ବିଏସ୍‌ବିଓ୍ୱାଇ)କୁ ଅନୁମୋଦନ ମିଳିଛି। ଏହି ଯୋଜନା ଦ୍ୱାରା ନୂତନ ନିବେଶକଙ୍କୁ ଆକର୍ଷିତ କରିବା, ଉତ୍ପାଦକତା ବୃଦ୍ଧି କରିବା, ସ୍ଥାନୀୟ ଉଦ୍ୟୋଗଗୁଡିକୁ ସଶକ୍ତ କରିବା ଏବଂ ରାଜ୍ୟରେ ଏକ ପ୍ରତିଯୋଗିତାମୂଳକ ବୟନ ମୂଲ୍ୟ ଶୃଙ୍ଖଳା ଗଠନ ହେବ। ଓଡ଼ିଶା ପୋଷାକ ଓ ବୈଷୟିକ ବସ୍ତ୍ରନୀତି ୨୦୨୨ ଓ ଶିଳ୍ପନୀତି ସଂକଳ୍ପ ୨୦୧୫ ଅନୁଯାୟୀ ନୂତନ ବସ୍ତ୍ର ଉତ୍ପାଦନ ସଂସ୍ଥାଗୁଡିକୁ ମିଲୁଥିବା ସୁବିଧା ସହ ଏମ୍‌ବିଏସ୍‌ବିଓ୍ୱାଇର ବିକାଶକୁ ମଧ୍ୟ ସାହାଯ୍ୟ ହେବ। ଏହାଦ୍ୱାରା ଆସନ୍ତା ୫ ବର୍ଷରେ ଏମ୍‌ବିଏସ୍‌ବିଓ୍ୱାଇ ଦ୍ୱାରା ଅଧିକ ନିବେଶକ ଆକର୍ଷିତ ହେବା ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ବିପୁଳ ରୋଜଗାର ସୃଷ୍ଟିହେବ। ଓଡ଼ିଶା ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟ(ଶିକ୍ଷକ କ୍ୟାଡରରେ ସଂରକ୍ଷଣ) ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏହାଦ୍ୱାରା ପ୍ରଫେସର, ଆସୋସିଏଟ୍‌ ପ୍ରଫେସର ଏବଂ ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତିରେ ସଂରକ୍ଷଣ କାର୍ଯ୍ୟକାରୀ କରିବା ପାଇଁ ପ୍ରତ୍ୟେକ ବିଶ୍ୱବିଦ୍ୟାଳୟକୁ ଏକକ ଭାବେ ବିଚାର କରିବାକୁ ପ୍ରସ୍ତାବ ନିଆଯାଇଛି। ଏହା ବର୍ତ୍ତମାନ ଚାଲୁଥିବା ବିଭାଗ ଭିତ୍ତିକ ସଂରକ୍ଷଣ ପ୍ରଣାଳୀକୁ ପରିବର୍ତ୍ତନ କରିବ। ଏହାଦ୍ୱାର ପ୍ରତ୍ୟେକ କ୍ୟାଡର୍‌ ନିମନ୍ତେ ପୋଷ୍ଟ ଆଧାରିତ ରୋଷ୍ଟର ବ୍ୟବସ୍ଥା କରାଯିବ, ଯାହାଦ୍ୱାରା ସଂରକ୍ଷଣ ନୀତି ସମସ୍ତ ବିଶ୍ୱବିଦ୍ୟାଳୟରେ ସମରୂପ ଭାବେ ପ୍ରୟୋଗ ହେବ। ନିଯୁକ୍ତି ପ୍ରକ୍ରିୟା ଅଧିକ ସ୍ୱଚ୍ଛ ଓ ସହଜ ହେବ। ଏହି ପ୍ରସ୍ତାବ ଫଳସ୍ୱରୂପ ଏସ୍‌ସି, ଏସ୍‌ଟି, ଏସ୍‌ଇବିସି ଓ ଅନ୍ୟାନ୍ୟ ଯୋଗ୍ୟ ବର୍ଗମାନଙ୍କ ପ୍ରତିନିଧିତ୍ୱ ବୃଦ୍ଧି, ପ୍ରଶାସନୀୟ ପ୍ରଣାଳୀରେ ସରଳତା ଏବଂ ରାଷ୍ଟ୍ରୀୟ ସ୍ତରର ଅନୁସରିତ ନୀତି ସହିତ ସମନ୍ୱୟ ସୁନିଶ୍ଚିତ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ…

ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ୱର,୧୯।୯: ଭୁବନେଶ୍ବର ଏୟରଫିଲ୍ଡ ଥାନା ଅଧୀନ ସୁନ୍ଦରପଦା ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ ଶନିବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ରେଷ୍ଟୁରାଣ୍ଟରେ ପୋଡି ଯାଇଥିବା ବେଳେ ଲକ୍ଷାଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?