ସାଗଯୁରୀ ଉନ୍ନୀତ ହାଇସ୍କୁଲରେ କ୍ଲଷ୍ଟର ସ୍ତରୀୟ ସୁରଭି: ଅଂଶଗ୍ରହଣ କଲେ ୧୧୫ ଛାତ୍ରୀଛାତ୍ର

ଅମରପାଲି, ୧୧।୧୦(ପୀତାମ୍ବର ସାହୁ ): ପ୍ରତ୍ୟେକ ଛାତ୍ରୀଛାତ୍ରଙ୍କ ଠାରେ କିଛି ନା କିଛି ପ୍ରତିଭା ଅଛି। ଏହି ପ୍ରତିଭାର ବିକାଶ କରିବାକୁ ସମସ୍ତେ ପ୍ରୟାସ କରିବା ଆବଶ୍ୟକ। ଏନେଇ ପିଲାଙ୍କ ଅଭିଭାବକ, ଶିକ୍ଷୟିତ୍ରୀ, ଶିକ୍ଷକ ତତ୍ପରତା ପ୍ରକାଶ କରିବା ଜରୁରୀ। ପିଲାଙ୍କ ପ୍ରତିଭାକୁ ଲୋକଲୋଚନ ଆଣିବାକୁ ସୁରଭି ହେଉଛି ପ୍ରକୃଷ୍ଟ ମଞ୍ଚ। ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଦୁର୍ଜନତୈଲା ପଞ୍ଚାୟତର ସାଗଯୁରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ କ୍ଲଷ୍ଟର ସ୍ତରୀୟ ସୁରଭୀରେ ମଞ୍ଚାସିନ ଅତିଥିମାନେ ଉପରୋକ୍ତ ମତବ୍ୟକ୍ତ କରିଛନ୍ତି। ଦୁର୍ଜନତୈଲା କ୍ଲଷ୍ଟରର ସିଆରସିସି ଅଶୋକ ଲୁହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସାଗଯୁରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଧାଂଶୁ ମଲ୍ଲିକ ମୁଖ୍ୟ ଅତିଥି ଏବଂ କୁଞ୍ଜାପାଲି ଆଶ୍ରମ ସ୍କୁଲର ପ୍ରଧାନ ଶିକ୍ଷକ ଜୟ ଗୋପାଳ ସେଠ ଓ ବରିଷ୍ଠ ଶିକ୍ଷକ ବ୍ରଜମୋହନ ତାମଲିଆ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମତବ୍ୟକ୍ତ କରିଥିଲେ। ଶିକ୍ଷକ କିଶୋର କୁମାର ମେହେର କାର୍ଯ୍ୟକ୍ରମରେ ମଞ୍ଚପରିଚାଳନା କରିଥିଲେ। ଶିକ୍ଷକ ଚିରଞ୍ଜିବୀ ସେଠୀ ଅତିଥି ପରିଚୟ ପ୍ରଦାନ ଓ ରୁଦ୍ର ବରିହା ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଶେଷରେ ଆନନ୍ଦ ଭୁଏ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସୁରଭି କାର୍ଯ୍ୟକ୍ରମରେ କ୍ଲଷ୍ଟରର ସାଗଯୁରୀ, କୁଞ୍ଜାପାଲି, ମସିଣାପାଲି, ଗୋଘାଟ, ଦୁର୍ଜନତୈଲା, ଦାଦରପାଲି, ବରଘାଟ ଦାଦର, ନୂଆଁ ଗନିଆଁ ଓ ବ୍ରାହ୍ମଣୀପାଲି ସ୍କୁଲରୁ ପ୍ରାୟ ୧୧୫ ଜଣ ଛାତ୍ରୀଛାତ୍ର ଅଂଶଗ୍ରହଣ କରିଥିଲେ। ଜୁନିଅର ଓ ସିନିଅର ବର୍ଗରେ ବିତର୍କ,ପ୍ରବନ୍ଧ ଲିଖନ,ଚିତ୍ରାଙ୍କନ, କୁଇଜ,ସୃଜନ ଲିଖନ,ବକୃତା,ହସ୍ତାକ୍ଷର, ଶୃତଲିଖନ,ସଙ୍ଗୀତ,ନୃତ୍ୟ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରତ୍ୟେକ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରିଥିବା ପ୍ରତିଯୋଗୀଙ୍କୁ ବ୍ଲକ ସ୍ତରୀୟ ସୁରଭିକୁ ଚୟନ କରାଯାଇଥିଲା। ଏହା ସହିତ ପ୍ରତ୍ୟେକ କୃତି ପ୍ରତିଯୋଗୀଙ୍କୁ ଟ୍ରଫି ଓ ମାନପତ୍ର ଦେଇ ଅତିଥିମାନେ ପୁରସ୍କୃତ କରିଥିଲେ। ମଧୁସ୍ମିତା ନାୟକ,ମିନତି ମେହେର, ରେଖାଚନ୍ଦ୍ର ମେହେର,ସୁଶାନ୍ତ ଧରୁଅ, ବିଚିତ୍ର ବେହେରା, ସୁଶିଳା ଲାକ୍ରା ଙ୍କ ସମେତ ବିଭିନ୍ନ ସ୍କୁଲରୁ ଆସିଥିବା ଶିକ୍ଷକମାନେ ବିଚାରକ ଭାବେ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାକୁ ମୂଲ୍ୟାଙ୍କନ କରିଥିଲେ।

 

Dharitri – The Largest & Most Trusted Odia Daily

 

 


Enter your email to get our daily news in your inbox.

All Right Reserved By Dharitri.Com

ବଂଶଧାରା ବସନ୍ତ ମହୋତ୍ସବକୁ ନେଇ ସାର୍ବଜନିକ ଅଭିଯୋଗ, ଅନୁମତି ବିନା…

ଗୁଣୁପୁର,୨୨।୧(ସଂକେତ ପାତ୍ର ): ଗୁଣୁପୁର ନବ ନିର୍ମାଣ ସମିତି ପକ୍ଷରୁ ପ୍ରତିବର୍ଷ ଆୟୋଜିତ “ବଂଶଧାରା ବସନ୍ତ ମହୋତ୍ସବ” କାର୍ଯ୍ୟକ୍ରମକୁ ନେଇ ଅଭିଯୋଗ ସାମ୍ନାକୁ ଆସିଛି ।...

1984 Anti-Sikh Riots: ଶିଖ ବିରୋଧୀ ଦଙ୍ଗା ମାମଲାରେ ପୂର୍ବତନ କଂଗ୍ରେସ ଏମପି ସଜ୍ଜନ କୁମାରଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୨।୧: ରାଜଧାନୀ ଦିଲ୍ଲୀରେ ୧୯୮୪ ମସିହାରେ ହୋଇଥିବା ଶିଖ ବିରୋଧୀ ଦଙ୍ଗା ସହିତ ଜଡିତ ଏକ ମାମଲାରେ କଂଗ୍ରେସ ଏମପି ସଜ୍ଜନ କୁମାରଙ୍କୁ ଆଜି (ଜାନୁଆରୀ...

ଗଣତନ୍ତ୍ର ଦିବସରେ ବଡ଼ ଆତଙ୍କବାଦୀ ଆକ୍ରମଣ ଯୋଜନା! ଟାର୍ଗେଟରେ ରାଜଧାନୀ ସମେତ ରାମ ମନ୍ଦିର, ଆଲର୍ଟରେ ଏଜେନ୍ସି

ନୂଆଦିଲ୍ଲୀ,୨୨।୧: ଗଣତନ୍ତ୍ର ଦିବସ (ଜାନୁଆରୀ ୨୬) ରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ହେବାର ସମ୍ଭାବନା ଥିବାରୁ ଭାରତର ବିଭିନ୍ନ ସହରରେ ସତର୍କତା ଜାରି କରାଯାଇଛି।...

ରେଳଯାତ୍ରୀଙ୍କୁ Indian Railwayର ବଡ଼ ଉପହାର! ଏହାର ଦାମ୍‌ କମାଇଲା…         

ନୂଆଦିଲ୍ଲୀ,୨୨।୧: ଭାରତୀୟ ରେଳ ବିଭାଗ ଯାତ୍ରୀଙ୍କୁ ଏକ ଛୋଟ କିନ୍ତୁ ମହତ୍ତ୍ୱପୂର୍ଣ୍ଣ ଉପହାର ଦେଇଛି। ଏବେ ଟ୍ରେନ ଓ ରେଳଷ୍ଟେଶନରେ ମିଳୁଥିବା ପ୍ୟାକେଜ୍ଡ ପାଣି ବୋତଲ...

BJD ରାଜ୍ୟସଭା ଏମପି ଶୁଭାଶିଷଙ୍କୁ ହତ୍ୟା ଧମକ, ୧୦ ଲକ୍ଷ ଟଙ୍କା ଦିଅ…

ପୁରୀ,୨୨।୧(ଅଜିତ୍‌ କୁମାର ମହାନ୍ତି)- ପୁରୀ ଜଗନ୍ନାଥ ମନ୍ଦିରରେ ଖୁବଶୀଘ୍ର ବୋମା ପଡ଼ିବ,ଖୁବଶୀଘ୍ର ପୁରୀ ଗ୍ରାଣ୍ଡ ସେଣ୍ଟରରେ ଗୁଳି ଫୁଟେଇବୁ ଏବଂ ରାଜ୍ୟ ସଭା ଏମପି ଶୁଭାଶିଷ...

ଜୁଆର ମାଡକୁ ସହି ପାରୁନାହିଁ ଜିଓ ସିନ୍ଥେଟିକ ଟ୍ୟୁବୱାଲ, ଖସୁଛି ପଥର ପ୍ୟାକିଂ, ବର୍ଷା ପୂର୍ବରୁ କାମ ନ ହେଲେ…

କେନ୍ଦ୍ରାପଡ଼ା, ୨୨ା୧ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ଗୋବିନ୍ଦପୁର, ଡିମିରିପାଳ, ପେତପଡା, ସଂସିଧା, ଏରଡଙ୍ଗ, ଦେସାହି, ପାଳମୀ, କେତୁଆପାଳ ପଞ୍ଚାୟତକୁ କାଣୀ, ଖରସ୍ରୋତା,...

ଗୋଟିଏ ସ୍ବାମୀଙ୍କୁ ୨ ସ୍ତ୍ରୀ: ପଞ୍ଚାୟତ ନେଲା ବଡ଼ ନିଷ୍ପତ୍ତି, ଜଣଙ୍କ ସହ ୩ ଦିନ, ଅନ୍ୟ ଜଣଙ୍କ ସହ ୩ ଦିନ, ଆଉ ରବିବାରରେ…

ଲକ୍ଷ୍ନୌ,୨୨।୧: ଉତ୍ତର ପ୍ରଦେଶର ରାମପୁର ଜିଲାରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ଗାଁ ପଞ୍ଚାୟତ ଏପରି ନିଷ୍ପତ୍ତି ଜାରି କରିଛି ଯାହା...

‘ମୁଁ ବିବାହିତ’…ଗର୍ଲଫ୍ରେଣ୍ଡଙ୍କୁ ନେଇ ଏମିତି କହିଲେ ଆମିର ଖାନ

ମୁମ୍ବାଇ: ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାନ ପୁଣିଥରେ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଖବରର ଶିରୋନାମା ପାଲଟିଛନ୍ତି। ସେ ନିକଟରେ ତାଙ୍କ ପ୍ରେମିକା ଗୌରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri