ବାଦଲ ଫାଟିବା ବିତ୍ପାତ

ଗତ ମାସ ୮ ତାରିଖ ଦିନ ଜମ୍ମୁ-କଶ୍ମୀରର ପବିତ୍ର ଅମରନାଥ ଗୁମ୍ଫା ରାସ୍ତାର ପହଲଗାମ ନିକଟରେ ବାଦଲ ଫାଟିବା କାରଣରୁ ଅଚାନକ ବନ୍ୟା ଅସି ୧୫ ଜଣ ଲୋକଙ୍କ ମୃତ୍ୟୁ ଘଟିବା ସାଙ୍ଗକୁ ବହୁ ଲୋକ ଆହତ ହୋଇଛନ୍ତି ଏବଂ ଅନେକ ଅସ୍ଥାୟୀ ଶିବିର, ଭୋଜନାଳୟ ଓ ଲାଙ୍ଗରର ତମ୍ବୁ ପାଣିରେ ଭାସି ଯାଇଛି। ଫଳରେ ଅମରନାଥ ଯାତ୍ରାକୁ ଅସ୍ଥାୟୀ ରୂପେ ସ୍ଥଗିତ କରିବାକୁ ପଡ଼ିଥିଲା।
ବାଦଲ ଫାଟିବା କାରଣ
ଅତି ସୀମିତ ସ୍ଥାନରେ ସ୍ବଳ୍ପ ସମୟ ମଧ୍ୟରେ ଅତ୍ୟଧିକ ବର୍ଷା ହୋଇଗଲେ ଏହାକୁ ‘ବାଦଲ ଫାଟିବା’ ଘଟଣା କୁହାଯାଏ। କୌଣସି ୨୦ ରୁ ୩୦ ବର୍ଗ କି.ମି. ପରିମିତ ଅଞ୍ଚଳ ମଧ୍ୟରେ ଘଣ୍ଟାଏ କିମ୍ବା ତା’ଠାରୁ କମ୍‌ ସମୟ ମଧ୍ୟରେ ୧୦୦ ମି.ମି. ରୁ ଅଧିକ ବଷ୍ଟିପାତ ହେଲେ ଏହାକୁ ‘ବାଦଲ ଫାଟିବା’ ଘଟଣା କୁହାଯାଏ। ପୂର୍ବେ ବିଶ୍ୱାସ କରାଯାଉଥିଲା ଯେ, ବାଦଲ ଏକ ଜଳ ଭର୍ତ୍ତି ବେଲୁନ୍‌ ସଦୃଶ ଏବଂ ଏହା ଫାଟିଗଲେ ଏଥିରେ ଥିବା ସମସ୍ତ ଜଳ ବର୍ଷା ଆକାରରେ ଅଚାନକ ତଳକୁ ଖସି ପଡେ। ସେଥିପାଇଁ ଏହାକୁ ପୂର୍ବେ ବାଦଲ ଫାଟିବା (Cloud Bursting) ବୋଲି କୁହାଯାଉଥିଲା। ବାଦଲ ଫାଟିବାର ପ୍ରକୃତ କାରଣ ଅଲଗା ହୋଇଥିଲେ ସୁଦ୍ଧା ପୂର୍ବର ଏହି ନାମକରଣ ଏବେ ମଧ୍ୟ ପ୍ରଚଳିତ ହେଉଛି।
ଯେତେବେଳେ ଜଳୀୟବାଷ୍ପ ଭରା ମୌସୁମୀ ବାୟୁ କୌଣସି ଉଚ୍ଚ ପର୍ବତରେ ବାଧା ପାଇ ଏହାର ପୃଷ୍ଠ ଦେଇ ଉପରକୁ ଉଠିବା ପାଇଁ ବାଧ୍ୟ ହୁଏ, ଏହା ଅଚାନକ ପ୍ରସାରିତ ହୋଇଥାଏ। ଏଥିରେ ଥିବା ସମସ୍ତ ଜଳୀୟବାଷ୍ପ ଘନୀଭୂତ ହୋଇ ଜଳକଣାରେ ପରିଣତ ହୁଏ। ମାତ୍ର ଏହି ଜଳକଣା ଊର୍ଦ୍ଧ୍ୱକୁ ଉଠୁଥିବା ବାୟୁସ୍ରୋତ ଦ୍ୱାରା ତଳେ ନ ପଡି ଆକାଶରେ ବିପୁଳ ଜଳକଣା ଭରା ଏକ ବିଶାଳ ପିଣ୍ଡ ରୂପରେ ଜମା ହୋଇ ରହେ। ସମୟକ୍ରମେ ଊର୍ଦ୍ଧ୍ୱକୁ ଉଠୁଥିବା ବାୟୁସ୍ରୋତ ଦୁର୍ବଳ ହୋଇଗଲେ, ଏହି ସମସ୍ତ ଜଳକଣା ଏକାବେଳକେ ତଳକୁ ଖସିପଡିଥାଏ। ଏହାକୁ ‘ବାଦଲ ଫାଟିବା’ ଘଟଣା କୁହାଯାଏ।
ଭାରତରେ ପ୍ରଳୟଙ୍କରୀ ବାଦଲ ଫଟା ଘଟଣା
୧୯୦୮ ମସିହା ସେପ୍ଟେମ୍ବର ୨୮ ତାରିଖରେ ବାଦଲ ଫାଟିବା ଯୋଗୁ ତେଲଙ୍ଗାନା ରାଜ୍ୟର ମୁସି ନଦୀରେ ଅଚାନକ ଜଳସ୍ତର ୩ ରୁ ୪ ମିଟର ବୃଦ୍ଧି ପାଇଥିଲା। ଏହାଦ୍ୱାରା ପ୍ରବଳ ବନ୍ୟା ଆସି ନଦୀ କୂଳରେ ଥିବା ୧୫,୦୦୦ ଲୋକଙ୍କ ମୃତ୍ୟୁ ଘଟିବା ସାଙ୍ଗକୁ ସମୁଦାୟ ୮୦,୦୦୦ ଘର ଭାସି ଯାଇଥିଲା। ୧୯୭୦ ମସିହା ଜୁଲାଇ ୨୦ ତାରିଖରେ ଅଳକାନନ୍ଦା ନଦୀର ଉପରମୁଣ୍ଡ ଜଳଗ୍ରହଣ କ୍ଷେତ୍ରରେ ବାଦଲ ଫାଟିବା ଦ୍ୱାରା ଅଚାନକ ବନ୍ୟା ଆସି ୧୩ଟି ସେତୁ, ୩୦ଟି ତୀର୍ଥଯାତ୍ରୀ ବସ୍‌ ସମେତ ଏକ ବସ୍ତି ସମ୍ପୂର୍ଣ୍ଣ ଭାସି ଯାଇଥିଲା। ୧୯୯୭ ମସିହା ଅଗଷ୍ଟ ୧୫ ତାରିଖରେ ହିମାଚଳ ପ୍ରଦେଶର ସିମଲା ଜିଲାର ଚିଦଗାଓଁଠାରେ ବାଦଲ ଫାଟିବା କାରଣରୁ ୧୧୫ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା। ୧୯୯୮ ମସିହା ଅଗଷ୍ଟ ୧୭ ତାରିଖରେ ଉତ୍ତରାଖଣ୍ଡର ପିଥୋରାଗଡ ଜିଲାରେ ବାଦଲ ଫାଟିବା ଯୋଗୁ ଭୂସ୍ଖଳନ ଘଟି ବହୁ କୈଳାସ-ମାନସରୋବର ତୀର୍ଥଯାତ୍ରୀଙ୍କ ସମେତ ସମୁଦାୟ ୨୫୦ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା। ୨୦୦୩ ମସିହା ଜୁଲାଇ ୧୬ ତାରିଖରେ ହିମାଚଳ ପ୍ରଦେଶର ଶିଲାଗଢଠାରେ ବାଦଲ ଫାଟିବାରୁ ଅଚାନକ ବନ୍ୟା ଆସି ୪୦ ଜଣଙ୍କ ପ୍ରାଣହାନି ଘଟିଥିଲା। ୨୦୦୫ ମସିହା ଜୁଲାଇ ୨୬ ତାରିଖରେ ବାଦଲ ଫାଟିବା ଯୋଗୁ ବାଣିଜ୍ୟ ନଗରୀ ମୁମ୍ବାଇରେ ୮ ଘଣ୍ଟା ମଧ୍ୟରେ ୯୫୦ ମିମି ବୃଷ୍ଟିପାତ ହୋଇଥିଲା, ଯାହାଦ୍ୱାରା ୧୦୦୦ ରୁ ଊର୍ଦ୍ଧ୍ୱ ଲୋକ ପ୍ରାଣ ହରେଇଥିଲେ। ୨୦୦୯ ମସିହା ଅଗଷ୍ଟ ୭ ତାରିଖରେ ଉତ୍ତରାଖଣ୍ଡ ରାଜ୍ୟର ପିଥୋରାଗଡ ଜିଲାର ମୁନସ୍ୟାରି ଗାଁ ନିକଟରେ ବାଦଲ ଫାଟିବା ଫଳରେ ଭୂସ୍ଖଳନ ଘଟି ୩୮ ଜଣ ଲୋକ ପ୍ରାଣ ହରେଇଥିଲେ। ୨୦୧୦ ମସିହା ସେପ୍ଟେମ୍ବରରେ ଉତ୍ତରାଖଣ୍ଡ ରାଜ୍ୟର ଆଲମୋଡାଠାରେ ବାଦଲ ଫାଟିବା ଯୋଗୁ ବନ୍ୟା ଆସି ଦୁଇଟି ଗାଁ ସମ୍ପୂର୍ଣ୍ଣ ବୁଡି ଯାଇଥିଲା ଏବଂ ଅଧିକାଶ ଗ୍ରାମବାସୀଙ୍କ ମୃତ୍ୟୁ ଘଟିଥିଲା। ସେହି ୨୦୧୦ ମସିହା ଅଗଷ୍ଟ ୬ ତାରିଖରେ ଲଦାଖ କ୍ଷେତ୍ରର ସୀମାନ୍ତ ସହର ଲେହଠାରେ ବାଦଲ ଫାଟିବାରୁ ୧୭୯ ଜଣଙ୍କ ପ୍ରାଣହାନି ଘଟିଥିଲା। ୨୦୧୩ ମସିହା ଜୁନ୍‌ରେ ଉତ୍ତରାଖଣ୍ଡ ରାଜ୍ୟର କେଦାରନାଥଠାରେ ବାଦଲ ଫାଟିବାରୁ ୫୦୦୦ ଲୋକଙ୍କ ମୃତ୍ୟୁ ଘଟିଥିଲା। ୨୦୧୮ ମସିହା ମେ’ ମାସରେ ସେହି ଉତ୍ତରାଖଣ୍ଡ ରାଜ୍ୟର ଚମୋଲୀ ଜିଲାରେ ବାଦଲ ଫାଟିବା ଦ୍ୱାରା ଅନେକ ଯାନବାହନ ଆବର୍ଜନା ଓ କାଦୁଅରେ ପୋତି ହୋଇ ପଡିଥିଲା। ୨୦୨୧ ଜୁଲାଇ ୨୧ ତାରିଖରେ ଜମ୍ମୁ-କଶ୍ମୀରର କିସ୍ତୱାଡା ଜିଲାର ଦଛନ ଅଞ୍ଚଳରେ ବାଦଲ ଫାଟିବାରୁ ୨୬ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା।
ହିମାଳୟ ଅଞ୍ଚଳ ବାଦଲଫଟା ପ୍ରବଣ କାହିଁକି
ହିମାଳୟ ପର୍ବତମାଳାରେ ଅବସ୍ଥିତ କିଛି ଅଞ୍ଚଳ ଯଥା ବଦ୍ରିନାଥ, କେଦାରନାଥ ଭଳି ଉଚ୍ଚ ସ୍ଥାନରେ ଅଧିକାଂଶ ବାଦଲ ଫାଟିବା ଘଟଣା ଦେଖିବାକୁ ମିଳିଥାଏ। ବଦ୍ରିନାଥ ଓ କେଦାରନାଥର ସମୁଦ୍ର ପତ୍ତନଠାରୁ ଉଚ୍ଚତା ଯଥାକ୍ରମେ ୩୩୦୦ ଓ ୩୫୮୩ ମିଟର। ଏହି ଉତ୍ତୁଙ୍ଗ ପର୍ବତମାଳାରେ ବାଧା ପାଇ ଜଳୀୟବାଷ୍ପ ଭରା ମୌସୁମୀବାୟୁ ଆକାଶରେ ବିପୁଳ ମାତ୍ରାରେ ଜମା ହେବାକୁ ଲାଗେ ଏବଂ ବାଦଲ ଫାଟିବା ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି ହୁଏ। କିଛି ବାଦଲ ଫାଟିବା ଘଟଣା ମଧ୍ୟ ସମତଳ ଭୂମିରେ ଲକ୍ଷ୍ୟ କରାଯାଏ।
ବାଦଲଫଟା ଓ ପ୍ରବଳ ବର୍ଷା ମଧ୍ୟରେ ପାର୍ଥକ୍ୟ
କୌଣସି ସ୍ଥାନରେ ବୃଷ୍ଟିପାତ ପରିମାଣ ସାଧରଣତଃ ମିଲିମିଟର (ମି.ମି.) ଏକକରେ ପ୍ରକାଶ କରାଯାଏ। ଏହି ଏକକରେ, ୧ ବର୍ଗ ମିଟର ଅଞ୍ଚଳ ଉପରେ ୧ ଲିଟର ବର୍ଷାଜଳ ସଂଗୃହୀତ ହେଲେ ତାହାକୁ ୧ ମି.ମି. ବୃଷ୍ଟିପାତ ବୋଲି ଧରାଯାଏ। ଘଣ୍ଟାକୁ ବୃଷ୍ଟିପାତ ପରିମାଣ ୨.୫ ମି.ମି. କିମ୍ବା ତା’ଠାରୁ କମ୍‌ ହେଲେ ତା’ହାକୁ ସ୍ବଳ୍ପ ବର୍ଷା (Light Rain), ୨.୫ ମି.ମି. ରୁ ୧୦ ମି.ମି. ମଧ୍ୟରେ ରହିଲେ ମଧ୍ୟମ ବର୍ଷା (Moderate Rain), ୧୦ ମି.ମି. ରୁ ୫୦ ମି.ମି. ମଧ୍ୟରେ ରହିଲେ ଭାରି ବର୍ଷା (Heavy rain) ଏବଂ ୫୦ ମି.ମି. ରୁ ଅଧିକ ହେଲେ ପ୍ରବଳ ବର୍ଷା (Violent Rain) ବୋଲି କୁହାଯାଏ। ମାତ୍ର କୌଣସି ସ୍ଥାନରେ ଘଣ୍ଟାଏ ସମୟ ମଧ୍ୟରେ ୧୦୦ ମି.ମି. କିମ୍ବା ତା’ଠାରୁ ଅଧିକ ପରିମାଣର ବର୍ଷା ହୋଇଗଲେ ତାହାକୁ ସଂଜ୍ଞା ଅନୁଯାୟୀ ‘ବାଦଲ ଫାଟିବା’ ବୋଲି କୁହାଯିବ। ଅର୍ଥାତ କୌଣସି ସ୍ଥାନରେ ବଷ୍ଟିପାତକୁ ‘ବାଦଲ ଫାଟିବା’ କୁହାଯିବା ପାଇଁ ହେଲେ ପ୍ରବଳ ବର୍ଷା (Heavy rain) ସ୍ଥିତି ସମୟରେ ହେଉଥିବା ବୃଷ୍ଟିପାତ ପରିମାଣର ଦ୍ୱିଗୁଣ କିମ୍ବା ତା’ଠାରୁ ଅଧିକ ବର୍ଷା ହେଉଥିବା ଆବଶ୍ୟକ।
ବିଶ୍ୱର ସବୁଠାରୁ ପ୍ରଳୟଙ୍କରୀ ବାଦଲଫଟା ଘଟଣା ୧୯୭୨ ନଭେମ୍ବର ୨୬ ତାରିଖରେ ଆଟଲାଣ୍ଟିକ ମହାସାଗରର କାରିବିଆନ୍‌ ସାଗର ମଧ୍ୟରେ ଅବସ୍ଥିତ ଫ୍ରାନ୍ସ ଶାସିତ ଏକ ଦ୍ୱୀପପୁଞ୍ଜ ଗୁଆଡେଲୁପ (Guadeloupe)ର ବସେ-ଟେରେ (Basse-Terre) ଦ୍ୱୀପରେ ଦେଖିବାକୁ ମିଳିଥିଲା ଯେଉଁଥିରେ ମାତ୍ର ୧ ମିନିଟ ସମୟ ମଧ୍ୟରେ ୩୮.୧୦ ମି.ମି. ପରିମାଣର ବଷ୍ଟିପାତ ରେକର୍ଡ କରାଯାଇଥିଲା।
ବନ୍ୟା, ବାତ୍ୟା, ଭୂମିକମ୍ପ ଭଳି ବାଦଲ ଫାଟିବା ଘଟଣା ଏକ ପ୍ରାକୃତିକ ବିତ୍ପାତ। ଏଥିରେ ସାରା ବିଶ୍ୱରେ ପ୍ରତି ବର୍ଷ ବହୁ ଧନଜୀବନ ହାନି ଘଟିଥାଏ। ମାତ୍ର ପାଣିପାଗ ବିଜ୍ଞାନର ଏବେକାର ଜ୍ଞାନକୌଶଳରେ ବନ୍ୟା, ବାତ୍ୟା ଭଳି ବାଦଲ ଫାଟିବା ଘଟଣାର ପୂର୍ବାନୁମାନ କରାଯାଇ ପାରିବ ନାହିଁ ଏବଂ ଏଥିନିମନ୍ତେ କୌଣସି ଆଗୁଆ ସୂଚନା ଜାରି କରିବା ସମ୍ଭବ ନୁହେଁ। କେବଳ ବାଦଲ ଫାଟିବା ପ୍ରବଣ ସ୍ଥାନଠାରୁ ଦୂରେଇ ରହିବା ଏବଂ ବ୍ୟକ୍ତିଗତ ସତର୍କତା ଅବଲମ୍ବନ ହିଁ ଏଥି ନିମନ୍ତେ ଏକମାତ୍ର ପ୍ରତିକାର ବ୍ୟବସ୍ଥା।

ନିକୁଞ୍ଜ ବିହାରୀ ସାହୁ
-ଏଜୁକେଶନ୍‌ ଅଫିସର, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୋପାଳ, ମଧ୍ୟପ୍ରଦେଶ
ମୋ: ୮୦୧୮୭୦୮୮୫୮


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri