ଦାରିଙ୍ଗବାଡି ଅଞ୍ଚଳରେ ବନ୍ଦର ପ୍ରଭାବ ଶୂନ: ଦୋକାନ ବଜାର ଖୋଲା

ଦାରିଙ୍ଗବାଡ଼ି, ୨୮।୧(ଅରୁଣ ସାହୁ): ରାଜ୍ୟରେ ନବ ନିର୍ମାଣ କୃଷକ ସଙ୍ଘଠନ ପକ୍ଷରୁ ବିଭିନ୍ନ ଦାବି ନେଇ ବୁଧବାର ବନ୍ଦ ଡାକରା ଦିଆଯାଇଛି। କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ କୌଣସି ପ୍ରଭାବ ପଡ଼ି ନ ଥିବା ଜଣାପଡିଛି। ଦୋକାନ ବଜାର, ବ୍ୟାଙ୍କ ସେବା, ସ୍କୁଲ, କଲେଜସରକାରୀ ଓ ବେସରକାରୀ ଅନୁଷ୍ଠାନ ଆଦି ଖୋଲା ଯାଇଥିବା ବେଳେ ଭୋର ସମୟରୁ ହିଁ ଚା’ ଦୋକାନ ଗୁଡିକ ଖୋଲିଥିଲା। ଅଞ୍ଚଳରେ ଶୀତର ପ୍ରଭାବ ଯୋଗୁ ଧୀରେ ଧୀରେ ୯ଟା ଠାରୁ ଅନ୍ୟ ଦୋକାନ ବଜାର ଖୋକିବା ଆରମ୍ଭ ହୋଇଥିଲା। ସେହିପରି ସରକାରୀ ଲଷ୍ମୀ ବସ ଗୁଡିକ ସମସ୍ତ ପଞ୍ଚାୟତ ହେଡ଼ କ୍ୱାର୍ଟରକୁ ଯାତାୟାତ କରୁଥିବା ଜଣାପଡିଛି। ତେବେ କୁହାଯାଉଛି ଘରୋଇ ବସ ପକ୍ଷରୁ ଗାଡି ଚଳାଚଳକୁ ବନ୍ଦ କରାଯାଇଛି । ଉକ୍ତ ବ୍ଲକର ବ୍ରାହ୍ମଣୀଗାଁ, ଗଦାପୁର ଦେଇ ଦାରିଙ୍ଗବାଡି ପର୍ଯ୍ୟନ୍ତ ବ୍ରହ୍ମପୁରକୁ ସକାଳୁ ବସ ପହଞ୍ଚିଥିବା ଜଣାପଡିଛି। ବ୍ରାହ୍ମଣୀଗାଁ, ଦାରିଙ୍ଗବାଡି, ସିମନବାଡି, ବୁଡ଼ାଗୁଡା, ବାଡାବାଙ୍ଗା ଅଞ୍ଚଳରେ ସମସ୍ତ ପ୍ରକାର ଦୋକାନ ଖୋଲା ରହିଛି। ଖବର ଲେଖିବା ସୁଦ୍ଧା ବନ୍ଦ ରଖିବାକୁ ଉକ୍ତ ସଙ୍ଘ ପକ୍ଷରୁ କୌଣସି ପିକେଟିଂ କରାଯାଇ ନ ଥିବା ଜଣାପଡିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଅଜିତ ପାଓ୍ବାରଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ ମହାରାଷ୍ଟ୍ର ବିକାଶରେ…

ନୂଆଦିଲ୍ଲୀ,୨୮ା୧: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ତାଙ୍କ ସୋସିଆଲ ମିଡିଆ ‘ଏକ୍ସ’ରେ ଶୋକ ପ୍ରକାଶ କରି…

୨ ପୁଅ, ସ୍ତ୍ରୀଙ୍କୁ ଛାଡିଦେଇ ଗଲେ ଅଜିତ ପାୱାର: ଜାଣନ୍ତୁ ତାଙ୍କ ରାଜନୈତିକ ଯାତ୍ରା ବିଷୟରେ ଅଜଣା କଥା…

ପୁଣେ,୨୮।୧: ମହାରାଷ୍ଟ୍ରର ଏନସିପି ନେତା ଏବଂ ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ପରଲୋକ ଘଟିଛି। ନିର୍ବାଚନ ପ୍ରଚାର ପାଇଁ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଛି। ତାଙ୍କ…

ମା’ଙ୍କ ପ୍ରତିମୂର୍ତ୍ତିରୁ ଲୁଟିନେଲେ ଲକ୍ଷାଧିକ ଟଙ୍କା ମୂଲ୍ୟର ଅଳଙ୍କାର, ସକାଳୁ ଆସି ପୂଜାରୀ ଦେଖିଲେ…

ଦିଗପହଣ୍ଡି,୨୮।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର କୁକୁଡ଼ାଖଣ୍ଡି ବ୍ଲକ ଅଧୀନ ମା ’ ମହୁରୀ କାଳୁଆଙ୍କ ମନ୍ଦିର ଗର୍ଭଗୃହରୁ ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କା…

ବଞ୍ଚାଇଦେଲେ ମହାପ୍ରଭୁ: ୩ କିମି ପୂର୍ବରୁ ଡ୍ରାଇଭରଙ୍କ ସାଙ୍ଗରେ ପାଟିତୁଣ୍ଡ କରି… 

ଆନନ୍ଦପୁର୨୭।୧(ସୁଶାନ୍ତ କୁମାର ସାହୁ): ଆନନ୍ଦପୁର ଉପଖଣ୍ଡ, ଛେନାପଦି  ବଉଳା ରାସ୍ତାର ବୈଦାଖିଆ  ନିକଟରେ ଓଲଟିଲା ଯାତ୍ରୀବାହୀ ବସ୍‌। ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯାତ୍ରୀ। ସୂଚନା ଅନୁସାରେ, ଭୂବନେଶ୍ବରରୁ …

ଅଜିତ ପାଓ୍ବାରଙ୍କ ମୃତ୍ୟୁକୁ ନେଇ ଏମିତି କହିଦେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୮।୧:  ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏବଂ ଏନସିପି ମୁଖ୍ୟ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ପରଲୋକ ଘଟିଛି। ଏହି ଦୁର୍ଘଟଣା ମହାରାଷ୍ଟ୍ରର ବାରମତିରେ ଘଟିଛି। ବିମାନଟି ବାରମତିରେ ଅବତରଣ…

ମୃତ୍ୟୁର କିଛି ମିନିଟ୍‌ ପୂର୍ବରୁ ଏହି ବ୍ୟକ୍ତିଙ୍କୁ ମନେ ପକାଇଥିଲେ ଅଜିତ ପାଓ୍ବାର: ଭାଇରାଲ ହେଉଛି ଶେଷ ପୋଷ୍ଟ

ପୁଣେ,୨୮।୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏକ ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି। ମୁମ୍ବାଇରେ ଏକ କ୍ୟାବିନେଟ ବୈଠକରେ ଯୋଗ ଦେବା ପରେ, ଅଜିତ ପାୱାର ଏକ…

ଦୁର୍ଘଟଣା ସମୟରେ ଅଜିତ ପାୱାରଙ୍କ ସହ ବିମାନରେ କିଏ ଥିଲେ? ଦେଖନ୍ତୁ ପୂରା ଲିଷ୍ଟ

ନୂଆଦିଲ୍ଲୀ,୨୮।୧: ବାରାମତିରେ ଏକ ବିମାନ ଦୁର୍ଘଟଣାରେ ବୁଧବାର ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ମୃତ୍ୟୁ ଘଟିଛି। ଜିଲା ପଞ୍ଚାୟତ ପରିଷଦ ନିର୍ବାଚନ ପାଇଁ ପ୍ରଚାର କରିବା ପାଇଁ…

କୋଟିଆ ସୀମାନ୍ତ ଗ୍ରାମରେ ଲୋକଙ୍କୁ କଲେ ଏକାଠି: ୧୨ଟି ଗ୍ରାମ ଆନ୍ଧ୍ର ରାଜ୍ୟର ଦାବି କରି…

ପଟ୍ଟାଙ୍ଗି,୨୮।୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ଉପର ସେମ୍ବି ଗ୍ରାମରେ ଆନ୍ଧ୍ର ରାଜ୍ୟର ଜନସେନା ଦଳ ଗ୍ରାମବାସୀଙ୍କୁ ଏକାଠି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri