ଠିକାଦାରଙ୍କ କବ୍‌ଜାରେ ବନ୍ଦ ବିଦ୍ୟାଳୟ ଗୃହ

ନାଉଗାଁ,୧୩ା୧୦(ସୁଧା ବେହୁରା): ନାଉଗାଁ ବ୍ଲକରେ ୪୦ରୁ ଊର୍ଦ୍ଧ୍ୱ ବିଦ୍ୟାଳୟ ବନ୍ଦ ହୋଇରହିଛି। ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ନିୟମାନୁସାରେ ଯେଉଁ ବିଦ୍ୟାଳୟରେ ୨୦ରୁ କମ୍‌ ଉପସ୍ଥାନ ଓ ୧ କିଲୋମିଟର ବ୍ୟବଧାନ ମଧ୍ୟରେ ଗୋଟିଏ ଅଧିକ ବିଦ୍ୟାଳୟ ରହିଛି। ସେଗୁଡିକୁ ବନ୍ଦ କରାଯାଇ ନିକଟସ୍ଥ ସର୍ବାଧିକ ଉପସ୍ଥାନ ଥିବା ବିଦ୍ୟାଳୟସହ ମିଶ୍ରଣ କରାଯିବ। ଏହି ନିୟମ ଅନୁଯାୟୀ ଉପରୋକ୍ତ ବିଦ୍ୟାଳୟଗୁଡ଼ିକୁ ବନ୍ଦ କରାଯାଇଥିଲେ ମଧ୍ୟ ଗୃହରେ ତାଲା ପକାଯାଇନାହିଁ। ଏସବୁ ବିଦ୍ୟାଳୟ ଗୃହର ରକ୍ଷଣାବେକ୍ଷଣ ଦାୟିତ୍ୱ ବ୍ଲକ ପ୍ରଶାସନ ଉପରେ ନ୍ୟସ୍ତ କରାଯାଇଛି। କିନ୍ତୁ ପ୍ରଶାସନର ମନମୁଖି କାର୍ଯ୍ୟ ଯୋଗୁ ରକ୍ଷଣାବେକ୍ଷଣ ତ ଦୂରର କଥା ଅନେକ ବିଦ୍ୟାଳୟ ଠିକାଦାରଙ୍କ କବ୍‌ଜାରେ ରହିଛି। ଏପରିକି କେତେକ ବିଦ୍ୟାଳୟକୁ ଗ୍ରାମବାସୀ ବ୍ୟବହାର କରୁଥିବା ଜଣାଯାଇଛି। ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ବିଦ୍ୟାଳୟ ପ୍ରକୋଷ୍ଠ ନିର୍ମାଣ କରାଯାଇଥିବା ବେଳେ ଅନେକ ବିଦ୍ୟାଳୟରେ ଝରକା, କବାଟ ଭାଙ୍ଗିଯାଇଛି। ଅରିଓଦା ଉପ୍ରା ବିଦ୍ୟାଳୟ, ଚାନ୍ଦପୁରା ଉପ୍ରା ବିଦ୍ୟାଳୟରେ ଠିକାଦାରମାନେ ଶ୍ରମିକ ରଖି କାର୍ଯ୍ୟ କରୁଥିବାବେଳେ ଆଉ କିଛି ବିଦ୍ୟାଳୟ ଧାନ ବେପାରୀଙ୍କ କବଜାରେ ରହିଛି। ଏସବୁ ବିଦ୍ୟାଳୟରେ ଶ୍ରମିକମାନଙ୍କୁ ରଖିବା ପାଇଁ କିଏ ନିର୍ଦ୍ଦେଶ ଦେଇଛି ତାହା ତଦନ୍ତ ସାପେକ୍ଷ। ଏହାଛଡ଼ା ଅନେକ ବିଦ୍ୟାଳୟ ଏବେ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଯାଇଛି। ତେଣୁ ବନ୍ଦ ହୋଇ ରହିଥିବା ବିଦ୍ୟାଳୟଗୁଡ଼ିକରେ ତାଲା ପକାଯିବା ସହ ସେଗୁଡ଼ିକର ରକ୍ଷାଣ ବେକ୍ଷଣ ପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି। ଏବିଷୟରେ ଜିପିଓ ଦିନେଶ ରାୟଙ୍କୁ ପଚାରିବାରେ, ବନ୍ଦ ହୋଇଥିବା ବିଦ୍ୟାଳୟଗୁଡ଼ିକୁ ଉକ୍ତ ପଞ୍ଚାୟତର ସରପଞ୍ଚ ଓ ପଞ୍ଚାୟତ ଅଧିକାରୀଙ୍କୁ ତାଲା ପକାଇବା ପାଇଁ ନିର୍ଦ୍ଦେଶ ଦିଆଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri