ଜୀବନଚର୍ଯ୍ୟାରେ ଘଣ୍ଟା ଅପରିହାର୍ଯ୍ୟ

ବର୍ତ୍ତମାନ ସମୟରେ ସମୟ ବହୁତ ମୂଲ୍ୟବାନ୍‌ ହୋଇପଡ଼ିଛି। ଏପରିକି ବ୍ୟସ୍ତବହୁଳ ଜୀବନରେ ସମୟକୁ ସଦୁପଯୋଗ କରିବା ସବୁସ୍ତରର ବ୍ୟକ୍ତିମାନଙ୍କ ପାଇଁ ଉଦ୍ଦିଷ୍ଟ ଥାଏ। ବିଶେଷକରି ସମୟ ପ୍ରତି ସଜାଗ ରହି କାମ କରିବା ପାଇଁ ଘଣ୍ଟା ଏକ ପରିମାପକ ଭାବେ ପରିଗଣିତ ହୋଇଛି। ସେଥିପାଇଁ ଜୀବନଚର୍ଯ୍ୟାରେ ଘଣ୍ଟା ଅପରିହାର୍ଯ୍ୟ ହୋଇପଡିଛି। ଆଧୁନିକ ଯୁଗରେ ଘଣ୍ଟା ଭଳି ଏକ ବ୍ୟବସାୟକୁ ବୃତ୍ତିକରି ଅନେକ ସଫଳତା ହାସଲ ସହ ଜଣେ ଅଭିଜ୍ଞ ବ୍ୟବସାୟୀର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଓ୍ବାଲର୍‌ଡ ଅଫ୍‌ ଟାଇଟାନ ଶୋ’ରୁମ୍‌ର ସ୍ବତ୍ୱାଧିକାରୀ ରମନ କୁମାର ବାଗାଡ଼ିଆଙ୍କ ସହ ଧରିତ୍ରୀର ସ୍ବତନ୍ତ୍ର ଆଲୋଚନା…

ପ୍ର-୧: ଜୀବନର ପ୍ରାରମ୍ଭିକ ସୋପାନ କିପରି କଟିଛି?
ଉ- କଟକ ସହରର ମାଣିକଘୋଷ ବଜାରରେ ମୋର ଜନ୍ମ। ଏପରିକି ମାରୱାଡି ହାଇସ୍କୁଲରୁ ପାଠ ପଢ଼ିସାରିବା ପରେ ରେଭେନ୍‌ଶା କଲେଜରୁ ଫିଜିକ୍ସ ଅନର୍ସ ସ୍ନାତକରେ ଉଚ୍ଚଶିକ୍ଷା ସମ୍ପୂର୍ଣ୍ଣ କରି କର୍ମମୟ ଜୀବନ ପଥରେ ଅଗ୍ରସର ହେଉଛି।
ପ୍ର- ୨: ବୃତ୍ତିଗତ ଜୀବନର ଆରମ୍ଭ କିପରି ଥିଲା ?
ଉ- କଟକ କହିଲେ ଓଡ଼ିଶାର ବ୍ୟବସାୟ କେନ୍ଦ୍ର କୁହାଯାଏ। ଯେହେତୁ କଟକରେ ବଢ଼ିଛି ଓ ପଢ଼ିଛି, ଏପରିକି ମୋ ବାପା ମୋହନଲାଲ ବାଗାଡ଼ିଆ ଜଣେ ବ୍ୟବସାୟୀ ଥିଲେ, ସେଥିପାଇଁ ମୁଁ ଅଧିକ ସମୟ ବାପାଙ୍କ ସହ ବିତାଇଛି। ବିଶେଷ କରି ବାପାଙ୍କ ସହ ମିଶି ବ୍ୟବସାୟ କୌଶଳ ଶିକ୍ଷା କରିଛି। ପରବର୍ତ୍ତୀ ସମୟରେ ଓଡ଼ିଶା ସରକାରଙ୍କ ମେଡିକାଲ ଷ୍ଟୋରକୁ ୧୯୭୮ରେ ବିଛଣା ସାମଗ୍ରୀ ଯୋଗାଇବା ବ୍ୟବସାୟ ଆରମ୍ଭ କଲି। ଏପରିକି ଦୀର୍ଘ ବର୍ଷ ଧରି ଉକ୍ତ ବ୍ୟବସାୟ ସଫଳ ଭାବେ ଚାଲିଲା, ବର୍ତ୍ତମାନ ମଧ୍ୟ ମୋ ସାନଭାଇ ଉକ୍ତ ବ୍ୟବସାୟକୁ ଚଳାଇ ରଖିଛନ୍ତି।
ପ୍ର-୩: ଟାଇଟାନ ସହ କିଭଳି ଜଡ଼ିତ ହେଲେ?
ଉ- ଦୀର୍ଘ ବର୍ଷ ବ୍ୟବସାୟିକ ଅଭିଜ୍ଞତା ଓ ଉଚ୍ଚଶିକ୍ଷିତ ହୋଇଥିବାରୁ ମୋର ବ୍ୟବସାୟିକ ଚିନ୍ତାଧାରା ଉନ୍ନତ ରହିଥିଲା। ତେଣୁ ମୁଁ ସବୁବେଳେ ଭଲ ବ୍ରାଣ୍ଡ୍‌ ଓ ସମୟ ଉପଯୋଗୀ ବ୍ୟବସାୟ ଚଳାଇବା ଲକ୍ଷ୍ୟରେ ଥିଲି। ଏପରିକି ୧୯୮୯ରେ ଟାଇଟାନ କମ୍ପାନୀର ଏକ ଏକ୍ସକ୍ଲୁସିଭ ଶୋ’ରୁମ୍‌ ପାଇଁ ବିଜ୍ଞାପନ ନଜରକୁ ଆସିଲା। ଏହା ପରେ ମୁଁ ଟାଇଟାନ ପରି ଏକ ବ୍ରାଣ୍ଡେଡ୍‌ ଘଣ୍ଟା ବ୍ୟବସାୟ ପାଇଁ ଆକର୍ଷିତ ହେଲି। ପରବର୍ତ୍ତୀ ସମୟରେ ଆବଶ୍ୟକ ବ୍ୟବସ୍ଥା ସହ ମୁଁ ଓଡ଼ିଶାରେ କମ୍ପାନୀର ପ୍ରଥମ ଫ୍ରାଞ୍ଚାଇଜ ପାଇବାର ସୌଭାଗ୍ୟ ପାଇଲି। କଟକର ବ୍ୟବସାୟିକ କେନ୍ଦ୍ର ବକ୍ସିବଜାରଠାରେ ବ୍ରାଣ୍ଡ୍‌ର ପ୍ରଥମ ବାତାନୁକୂଳିତ ଘଣ୍ଟା ଶୋ’ ରୁମ୍‌ ସ୍ଥାପନ କଲି, ଯାହା ଆଜି ପର୍ଯ୍ୟନ୍ତ ଏକ ମାଇଲଷ୍ଟୋନ ହୋଇ ରହିଛି।
ପ୍ର-୪: ଆଜିର ଦିନରେ ଆପଣଙ୍କ ବ୍ୟବସାୟ କିପରି ରହିଛି?
ଉ- ବର୍ତ୍ତମାନର ଆଧୁନିକ ସୁବିଧା ମଧ୍ୟରେ ମଧ୍ୟ ବ୍ୟବସାୟ ଭଲ ରହିଛି। କାରଣ ଲୋକଙ୍କ ଚାହିଦା ପୂରଣକୁ ସର୍ବଦା ଗୁରୁତ୍ୱ ଦେଇଆସୁଛି। ଏପରିକି ଗ୍ରାହକଙ୍କ ଆଗ୍ରହ ଅନୁଯାୟୀ କଟକରେ ମୋର ଆଉ ୩ଟି ଶୋ’ରୁମ୍‌ ମଧ୍ୟ ରହିଛି। ଏଥିରେ ଟାଇଟାନ ଘଣ୍ଟା ଓ ଚଷମାର ବ୍ୟାପକ ସମ୍ଭାର ଉପଲବ୍ଧ। ସେହିପରି ଯାଜପୁର ରୋଡ୍‌ରେ ମଧ୍ୟ ୧୬୦୦ବର୍ଗଫୁଟର ଅତ୍ୟାଧୁନିକ ଟାଇଟାନ ଶୋ’ରୁମ୍‌ ରହିଛି। ବିଶେଷ କରି ଘଣ୍ଟା ବ୍ୟବସାୟର ମୁଖ୍ୟତଃ ବିବାହ, ବ୍ରତ ଓ ଫେଷ୍ଟିଭ ସିଜନ୍‌ରେ ଅଧିକ ଡିମାଣ୍ଡ ଥାଏ। ଏହା ଛଡ଼ା ଅନ୍ୟାନ୍ୟ ଦିନରେ ମଧ୍ୟ କମ୍ପାନୀ ପକ୍ଷରୁ ଅଫର ଦେଇ ଗ୍ରାହକମାନଙ୍କୁ ଆକର୍ଷିତ କରାଯାଇଥାଏ। କରୋନା ପରେ ବ୍ୟବସାୟ ଯଦିଓ କମିଯାଇଥିଲା ଏବେ ଟିକେ ସୁଧାର ଆସୁଛି। ଆଶା କରେ ଚଳିତ ବିବାହ ଋତୁରେ ବ୍ୟବସାୟରେ ବୃଦ୍ଧି ଆସିପାରେ।
ପ୍ର-୫: ଟାଇଟାନ ଘଣ୍ଟା ବ୍ୟତୀତ ଶୋ’ରୁମ୍‌ରୁ ଆଉ କ’ଣ ଉପଲବ୍ଧ?
ଉ- ବର୍ତ୍ତମାନ ଟାଇଟାନ କେବଳ କ୍ବାର୍ଜ ଘଣ୍ଟାରେ ସୀମିତ ନୁହେଁ, ବରଂ ସମୟ ଉପଯୋଗୀ ସ୍ମାର୍ଟ ୱାଚ୍‌, ଡିଜିଟାଲ ୱାଚ୍‌ ପ୍ରସ୍ତୁତ କରି ବଜାରରେ ଚାହିଦା ସୃଷ୍ଟି କରିପାରିଛି। ଏଗୁଡ଼ିକ ସମୟ ଜଣାଇବା ସହ ଫିଟ୍‌ନେସ, ଷ୍ଟ୍ରେସ୍‌, ପଲ୍‌ସ ରେଟ୍‌, ରିମାଇଣ୍ଡର, ହାର୍ଟ ରେଟ୍‌, ମର୍ନିଂ ଆଲାରାମ୍‌ ପରି ବିଭିନ୍ନ ଫିଚର ସଂଯୁକ୍ତ ହୋଇଛି। ଏହାଛଡ଼ା ମେନ୍‌ ଆସେସୋରିଜ ଯଥା ୱାଲେଟ୍‌, ବେଲ୍‌ଟ, ପରଫ୍ୟୁମ୍‌, ସନ୍‌ଗ୍ଲାସ୍‌ ଓ ଖାଣ୍ଟି ସୁନାର ନେବୁଲା ବ୍ରାଣ୍ଡ୍‌ରେ ଉପହାର ଘଣ୍ଟା ମଧ୍ୟ ଉପଲବ୍ଧ ରହିଛି।
ପ୍ର-୬: ଅବସର ସମୟରେ କ’ଣ କରିଥାନ୍ତି?
ଉ- ବର୍ତ୍ତମାନର ପ୍ରତିଯୋଗିତାମୂଳକ ବ୍ୟବସାୟରେ ଅବସର ସମୟରେ ସଂଜ୍ଞା ବଦଳିଯାଇଛି। ହେଲେ ବଞ୍ଚତ୍ବା ପାଇଁ ବ୍ୟବସାୟ କରୁଥିଲେ ମଧ୍ୟ ସମାଜ ପାଇଁ ଆଉ କିଛି କାମ ମୁଁ କରିଥାଏ। ବିଶେଷକରି ଜନସେବାରେ ମୋ ଜୀବନ ଉତ୍ସର୍ଗୀକୃତ। ଯେପରି କି ସ୍ବାସ୍ଥ୍ୟ ଶିବିର ଆୟୋଜନ, ମହିଳାମାନଙ୍କୁ କର୍ମସଂସ୍ଥାନରେ ସହାୟତା, ଆର୍ଥିକ ଅନଗ୍ରସର ପିଲାମାନଙ୍କ ବିବାହ ଓ ବ୍ରତ ଆଦି ଉତ୍ସବ କରିବାରେ ମୁଁ ଖୁସିପାଏ। ବିଭିନ୍ନ ସମୟରେ ପ୍ରତିଷ୍ଠିତ ଯୁବ ଉଦ୍ୟୋଗୀମାନଙ୍କୁ ସମାଜସେବାରେ ନିୟୋଜିତ ହେବା ପାଇଁ ଉତ୍ସାହ, ପ୍ରେରଣା ଦେଇଥାଏ। ମୁଁ ନିରାମିଷାଶୀ। ନିଜେ ଭିନ୍ନ ଭିନ୍ନ ଖାଦ୍ୟ ଆଇଟମ୍‌ ପ୍ରସ୍ତୁତ କରି ସାଙ୍ଗମାନଙ୍କୁ ଖୁଆଇବାରେ ଆନନ୍ଦ ପାଏ। ପ୍ରତି ସପ୍ତାହରେ ମୁଁ ସମୟ ବାହାର କରି ବୟସ୍କ ଲୋକମାନଙ୍କ ବାସଭବନରେ ଭେଟି ସୁବିଧା ଅସୁବିଧା ବୁଝିଥାଏ। ଏହାଛଡ଼ା ଦେଶବିଦେଶ ବୁଲିବା ଓ ଆମ ସଂସ୍କୃତିର ପ୍ରଚାର ପ୍ରସାର କରିବାରେ ମୋର ଆଗ୍ରହ ରହିଛି।
ପ୍ର-୭: ବ୍ୟବସାୟ ପ୍ରତି ଆଗ୍ରହୀ ଯୁବବର୍ଗଙ୍କୁ କି ପରାମର୍ଶ ଦେବେ?
ଉ- ଆଜିକାର ଏହି ପ୍ରତିଯୋଗିତା ମାହୋଲରେ ଯୁବପିଢ଼ି ବ୍ୟବସାୟ ପ୍ରତି ଆଗ୍ରହ ପ୍ରକାଶ କରିବା ନିଶ୍ଚିତ ଭାବେ ଭଲ ଖବର। ଏପରିକି ମାତ୍ର ସଫଳ ହେବା ପାଇଁ ପୂର୍ଣ୍ଣ ପ୍ରାଣରେ ନିଜକୁ ସମର୍ପିତ କରିବାକୁ ପଡ଼ିବ। ବିଶେଷକରି ପ୍ରାରମ୍ଭରେ ଖର୍ଚ୍ଚ କମ୍‌ କରି ବ୍ୟବସାୟ ଆଗକୁ ବଢ଼ାଇନେବାରେ ଚେଷ୍ଟା କରିବା ଉଚିତ। ସେହିଭଳି ଗ୍ରାହକ ସମ୍ପର୍କ, ବ୍ୟବହାର ଓ ନୀତିନିଷ୍ଠ ବ୍ୟବସାୟ ସଫଳତାର ମୂଳମନ୍ତ୍ର ବୋଲି ମନରେ ରଖିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri