ଦେଶୀ କରୋନା ଟିକାର ହେଲା ପରୀକ୍ଷଣ: ନାହିଁ କୌଣସି ପାର୍ଶ୍ୱ ପ୍ରତିକ୍ରିୟା

ନୂଆଦିଲ୍ଲୀ,୧୭।୭: ଦେଶୀ କରୋନା ଭ୍ୟାକ୍ସିନ କୋଭାକ୍ସିନ(Covaxin)କୁ ନେଇ ଆସିଛି ଖୁସି ଖବର। ଏବେ ଏହା ମାନବ ଶରୀରରେ ପରୀକ୍ଷଣ କରାଯାଇଛି। ହରିୟାଣାର ରୋହତକରେ ପିଜିଆଇରେ ଭଲ୍ୟୁଣ୍ଟିୟର୍ସଙ୍କ ପ୍ରଥମ ଗ୍ରୁପକୁ କୋଭାକ୍ସିନର ପ୍ରଥମ ଡୋଜ୍‌ ଦିଆଯାଇଛି। ହରିୟାଣାର ସ୍ବାସ୍ଥ୍ୟମନ୍ତ୍ରୀ ଅନିଲ ବିଜ କହିଛନ୍ତି ଏହି ଟିକା ନେଇଥିବା ୩ ଜଣ ବ୍ୟକ୍ତି ଏବେ ସୁସ୍ଥ ଅଛନ୍ତି। ସେମାନଙ୍କ ଶରୀର ଏହି ଟିକାକୁ ସହଜରେ ଗ୍ରହଣ କରି ନେଇଛି ବୋଲି ସେ ମତ ରଖିଛନ୍ତି। ବିଶେଷ କରି ଟିକା ନେଇଥିବା ବ୍ୟକ୍ତିଙ୍କ ନିକଟର କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ। ତେବେ ୧୮-୫୫ ବର୍ଷ ବୟସର ସୁସ୍ଥ ବ୍ୟକ୍ତିଙ୍କୁ ଏହି ଟିକା ୨ଟି ଡୋଜରେ ଦିଆଯିବ ବୋଲି କୁହାଯାଇଛି। ଫେଜ୍‌ ୧ ଟ୍ରାଏଲର ଦ୍ୱିତୀୟ ଡୋଜ ୧୪ ଦିନରେ ଦିଆଯିବ। ମୋଟ ୧,୧୨୫ ଜଣ ଭଲ୍ୟୁଣ୍ଟିୟର୍ସଙ୍କୁ ଏହି ଟିକା ଦିଆଯାଇ ପରୀକ୍ଷା କରାଯିବାର ଯୋଜନା ରହିଛି। ପ୍ରଥମ ପର୍ଯ୍ୟାୟରେ ୩୭୫ ଜଣ ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ପ୍ରାୟ ୭୫୦ ଜଣ ରହିଛନ୍ତି। କୋଭାକ୍ସିନ ଦେଶର ଭିନ୍ନ ଭିନ୍ନ ସହରରେ ଥିବା ପ୍ରାୟ ୧୨ଟି ରିସର୍ଚ୍ଚ ଇନଷ୍ଟିଚ୍ୟୁଟରେ କରାଯାଇଛି। ଏଥିରେ ଦିଲ୍ଲୀ, ରୋହତକ, ହାଇଦ୍ରାବାଦ, ବିଶାଖାପଟନମ୍‌, ପାଟନା, ଭୁବନେଶ୍ୱର, କାନପୁର, ଗୋରଖପୁର, ଚେନ୍ନାଇ,ଗୋଆ ଆଦି ସାମିଲ ଅଛନ୍ତି। ବିହାରର ପାଟନାରେ ଏହା ୪ ଦିନ ପୂର୍ବରୁ ପରୀକ୍ଷା କରାଯାଇଥିଲା। ତେବେ ଏହି ଭ୍ୟାକ୍ସିନ କୋଭିଡ -୧୯ ଅପେକ୍ଷା ଲିଭର ଓ ଫୁସଫୁସ୍‌ ଉପରେ କ’ଣ ପ୍ରଭାବ ପକାଉଛି ତାହା ମଧ୍ୟ ଅନୁଧ୍ୟାନ କରାଯାଉଛି। ଏହି ଭ୍ୟାକ୍ସିନ ପରୀକ୍ଷାର ସମସ୍ତ ତଥ୍ୟ ଆଇସିଏମ୍‌ଆର୍‌ ନିକଟକୁ ପଠାଯିବ। ତେବେ ଏହି ଦେଶୀ ଭ୍ୟାକ୍ସିନ ଆସିବାକୁ ପାଖାପାଖି ୧ ବର୍ଷ ୩ ମାସ ସମୟ ଲାଗିପାରେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri