ଜଳବାୟୁ ବିସ୍ଥାପନ ଓ ସ୍ବାସ୍ଥ୍ୟ ସଙ୍କଟ

ପ୍ରତିବର୍ଷ ବନ୍ୟା, ମରୁଡ଼ି, ବନାଗ୍ନି ଓ ବାତ୍ୟାରେ ୨୧.୫ ମିଲିୟନ ଲୋକ ବିସ୍ଥାପିତ ହେବାକୁ ବାଧ୍ୟ ହେଉଛନ୍ତି। ଏହି ସଂଖ୍ୟା ଆଗାମୀ ଦଶନ୍ଧିଗୁଡ଼ିକରେ ଅଧିକ ବୃଦ୍ଧି ପାଇବା ସମ୍ଭାବନା ରହିଛି। ଏପରିକି ୨୦୫୦ ସୁଦ୍ଧା ପାଖାପାଖି ୧.୨ ବିଲିୟନ ଲୋକ ଘର ଛାଡ଼ିବେ ବୋଲି ଆକଳନ କରାଯାଇଛି। ବ୍ୟାପକ ହେଉଥିବା ଜଳବାୟୁ ସଙ୍କଟ କେବଳ ଏକ ମାନବୀୟ ବିପର୍ଯ୍ୟୟ ନୁହେଁ ବରଂ ଏହା ବୈଶ୍ୱିକ ସ୍ବାସ୍ଥ୍ୟ ବ୍ୟବସ୍ଥା ପ୍ରତି ବଡ଼ ବିପଦ। ଜଳବାୟୁ ବିସ୍ଥାପନ ପ୍ରତ୍ୟକ୍ଷ ଏବଂ ପରୋକ୍ଷରେ ଲୋଙ୍କ ସ୍ବାସ୍ଥ୍ୟ ପ୍ରତି ବିପଦ ଓ ଏହା ଚିକିତ୍ସା ସେବାରେ ବାଧକ ସାଜିଛି। ଫଳରେ ଚିକିତ୍ସା ପାଇଁ ଜଳବାୟୁ ପ୍ରଭାବିତ ଲୋକେ ଡାକ୍ତର, ଡାକ୍ତରଖାନା, ଏବଂ ସ୍ବାସ୍ଥ୍ୟକର୍ମୀ ପାଇପାରୁନାହାନ୍ତି। ଜଳବାୟୁ ପରିବର୍ତ୍ତନ ଯୋଗୁ ଘଟୁଥିବା ସ୍ଥାନାନ୍ତର ଯୋଗୁ ଦାରିଦ୍ର୍ୟ ବଢୁଛି। କମ୍‌ ଜାଗାରେ ସ୍ଥାନାନ୍ତରିତ ଲୋକମାନେ ଅଧିକ ରହିବାକୁ ବାଧ୍ୟ ହେଉଛନ୍ତି ଏବଂ ସାମାଜିକ ଅସ୍ଥିରତା ସୃଷ୍ଟି ହେଉଛି। ଅନେକ ସମୟରେ ଖାଦ୍ୟ ଉତ୍ପାଦନ ଗମ୍ଭୀର ଭାବେ ପ୍ରଭାବିତ ହେଉଥିବାବେଳେ ଅପରିଷ୍କାର ପରିବେଶରେ ସଂକ୍ରାମକ ରୋଗ ବ୍ୟାପୁଛି। ଜଳବାୟୁ ସଙ୍କଟ ଜାତିସଂଘର ନିରନ୍ତର ବିକାଶ ଲକ୍ଷ୍ୟ ହାସଲରେ ବାଧା ଦେଉଥିବାରୁ ଅନେକ ଲକ୍ଷ ଲୋକଙ୍କ ସ୍ବାସ୍ଥ୍ୟ ଏବଂ ସୁସ୍ଥତା ପ୍ରତି ବିପଦ ଉପୁଜିଛି। ଉଚ୍ଚ ଆୟ ବର୍ଗର ଦେଶଗୁଡ଼ିକ ଲୋକ ମଧ୍ୟ ସୁରକ୍ଷିତ ନୁହନ୍ତି। ୨୦୨୨ରେ କେବଳ ଆମେରିକାରେ ୩.୨ ନିୟୁତ ବୟସ୍କ ପ୍ରାକୃତିକ ବିପର୍ଯ୍ୟୟ ହେତୁ ବିସ୍ଥାପିତ କିମ୍ବା ସ୍ଥାନାନ୍ତର ହୋଇଥିଲେ।
ଫାର୍ମାସ୍ୟୁଟିକାଲ ବା ଔଷଧ ପ୍ରସ୍ତୁତକାରୀ କମ୍ପାନୀଗୁଡ଼ିକ ବିଶ୍ୱ ସ୍ବାସ୍ଥ୍ୟ ସାମର୍ଥ୍ୟକୁ ସଶକ୍ତ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବା ଜରୁରୀ। ବିଶେଷକରି ଯୁଦ୍ଧାଞ୍ଚଳରେ ସେମାନଙ୍କ ଯୋଗଦାନ ଅଧିକ ରହିବା ଦରକାର। କାରଣ ଏହି ଅଞ୍ଚଳରେ ଜୀବନ ରକ୍ଷାକାରୀ ଔଷଧ ଏବଂ ଟିକା ଯୋଗାଣରେ ପ୍ରାୟତଃ ଅଧିକ ଅଭାବ ରହିଛି। ଫାର୍ମାସ୍ୟୁଟିକାଲ ଶିଳ୍ପଗୁଡ଼ିକ କାର୍ବନ ଡାଇଅକ୍ସାଇଡ୍‌ ନିର୍ଗମନ ହ୍ରାସ କରିବାରେ ଅଧିକ ପରିବେଶ ଉପଯୋଗୀ କାର୍ଯ୍ୟକ୍ରମ ଗ୍ରହଣ କରୁଛନ୍ତି। ହେଲେ ଏହିସବୁ ପଦକ୍ଷେପ ଜଳବାୟୁ ପରିବର୍ତ୍ତନ ଯୋଗୁ ଯୋଗାଣ ଶୃଙ୍ଖଳରେ ଦେଖାଯାଇଥିବା ବାଧା ଦୂରକରିପାରୁନାହିଁ। ଏହିସବୁ ବିପଦ ୨୦୧୭ରେ ସମ୍ପୂର୍ଣ୍ଣ ଭାବେ ପ୍ରକାଶ ପାଇଥିଲା, ଯେତେବେଳେ ହୁରିକେନ୍‌ ମାରିଆ ପୁର୍ଟୋ ରିକୋର ଔଷଧ ଉପତ୍ାଦନ ସେକ୍ଟରକୁ ଧ୍ୱଂସ କରିଦେଇଥିଲା। ସେତେେବେଳେ ଆମେରିକାରେ ବ୍ୟବହାର ହେଉଥିବା ଔଷଧର ୧୦% ଏଠାରେ ଉପତ୍ାଦନ ହେଉଥିଲା। ଯେପରିକି ନୋଭାର୍ଟିସ ଏବଂ ନୋଭୋ ନୋର୍ଡିସ୍କ ଭଳି କେତେକ ଔଷଧ ନିର୍ମାତା କମ୍ପାନୀ ଅତ୍ୟଧିକ ଜଳବାୟୁ ବିପର୍ଯ୍ୟୟ ଦ୍ୱାରା ବିସ୍ଥାପିତ ଲୋକଙ୍କୁ ସହଯୋଗ କରିବାକୁ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଅପରପଟେ, ଆଉ କିଛି କମ୍ପାନୀ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ଅର୍ଥ କିମ୍ବା ଔଷଧ ଯୋଗାଇଥିଲେ। ଜଳବାୟୁ ସଙ୍କଟ ଓ ମାନବୀୟ ଆବଶ୍ୟକତା ବଢୁଥିବାରୁ ଏହିସବୁ ଦାନ ପରିମାଣ ବୃଦ୍ଧି କରିବାକୁ ଦାବି ହେଉଛି। ଜୋର୍ଡାନର ଔଷଧ ଉପତ୍ାଦନକାରୀ କମ୍ପାନୀ ହିକ୍‌ମା ୨୦୨୦ରେ ୪ ମିଲିୟନ ଓ ୨୦୨୩ରେ ୪.୯ ମିଲିୟନ ଆମେରିକୀୟ ଡଲାର ଦାନକରିଥିଲା। ଏଥିରୁ ଅଧିକାଂଶ ଜୋର୍ଡାନର ଆଖପାଖ ଅଞ୍ଚଳରେ ବିନିଯୋଗ କରାଯାଇଥିଲା। ତେବେ ବିସ୍ଥାପିତ ସମୁଦାୟଗୁଡ଼ିକ କିଭଳି ସ୍ଥାୟୀ ଭାବେ ସ୍ବାସ୍ଥ୍ୟ ଉପତ୍ାଦ ପାଇପାରିବେ ତାହା ନିଶ୍ଚିତ କରିବାକୁ କୌଣସି କମ୍ପାନୀ ଏକ ସମନ୍ବିତ ତଥା ବିସ୍ତୃତ ରଣନୀତି ପ୍ରସ୍ତୁତ କରିନାହାନ୍ତି। ବାସ୍ତବରେ ଏକ ବ୍ୟାପକ ସାମଗ୍ରିକ ଦୃଷ୍ଟିକୋଣ ଦରକାର। ଜାରି ରହିଥିବା ଜଳବାୟୁ ସଙ୍କଟ ମଧ୍ୟରେ ଔଷଧ ନିର୍ମାତା କମ୍ପାନୀଗୁଡ଼ିକ ସ୍ବାସ୍ଥ୍ୟସେବା ବ୍ୟବସ୍ଥାକୁ ମଜଭୁତ କରିବା ପାଇଁ ଏକ ୪ସୂତ୍ରୀ ରଣନୀତି ଗ୍ରହଣ କରିବା ଉଚିତ।
ପ୍ରଥମେ ଔଷଧ ନିର୍ମାତା କମ୍ପାନୀଗୁଡ଼ିକ ସେମାନଙ୍କ ଯୋଗାଣ ଶୃଙ୍ଖଳରେ ଉନ୍ନତି ଆଣି ଦୁର୍ଗମ ଅଞ୍ଚଳରେ ସମ୍ଭାବ୍ୟ ବିପଦରେ ରହିଥିବା ଜନ ସମୁଦାୟକୁ ଔଷଧ ଯୋଗାଇଦେଇ ପାରିବେ। ରେଫ୍ରିଜରେଟର ନ ଥିବା ଉତ୍ତପ୍ତ ଅଞ୍ଚଳରେ ବେଶିଦିନ ରହିବା ଭଳି ନୂଆ ଔଷଧ ପ୍ରସ୍ତୁତି ଦିଗକୁ ବିଚାରକୁ ନେଇପାରିବେ। ତେବେ ସେମାନେ ଜେନେରିକ୍‌ ଔଷଧର ବ୍ୟାପକ ବଣ୍ଟନ ପାଇଁ ଏକ ଦୃଢ଼ ବ୍ୟବସ୍ଥା ସେମାନଙ୍କ ରଣନୀତିରେ ସାମିଲକରିବା ଦରକାର। ଏହା ନୂଆକରି ସାମ୍ନାକୁ ଆସୁଥିବା ସଂକ୍ରାମକ ରୋଗର ମୁକାବିଲା କରିବାରେ ସବୁଠୁ ପ୍ରଭାବୀ ସାଧନ। ଦ୍ୱିତୀୟରେ ଫାର୍ମାସ୍ୟୁଟିକାଲ କମ୍ପାନୀଗୁଡ଼ିକ ଜଳବାୟୁ ସମ୍ବେଦନଶୀଳ ରୋଗକୁ ଲକ୍ଷ୍ୟକରି ଗବେଷଣା ଏବଂ ଟିକା ବିକାଶ ତଥା ଚିକିତ୍ସା, ପରୀକ୍ଷଣ କ୍ଷେତ୍ରରେ ନିବେଶ କରିବା ଆବଶ୍ୟକ। ବିଶ୍ୱତାପନ ବୃଦ୍ଧି ଯୋଗୁ ମଶାଜନିତ ରୋଗ ଯଥା ଡେଙ୍ଗୁ, ମ୍ୟାଲେରିଆ ଓ ଜିକା ଏବଂ ଜଳବାହିତ ରୋଗ ଯଥା ହଇଜା ଓ ଶିଗେଲାର ପ୍ରାବଲ୍ୟ ବଢ଼ିବାରେ ଲାଗିଛି। ଏହିସବୁ ରୋଗ ବିସ୍ଥାପିତ ଲୋକଙ୍କ ପାଇଁ ବେଶି ବିପଦ। କିଛି ନୂତନତ୍ୱର ଆବଶ୍ୟକତା ରହିଛି। ଏହାବାଦ୍‌ ବିକାଶଶୀଳ ଦେଶଗୁଡ଼ିକରେ ଅତି ଆବଶ୍ୟକ ଔଷଧର ଉପଲବ୍ଧତାରେ ଉନ୍ନତି ଆଣିଥିବା ଔଷଧ ନିର୍ମାତା କମ୍ପାନୀଗୁଡ଼ିକୁ ନେଇ ର଼୍ୟାଙ୍କ୍‌ ପ୍ରସ୍ତୁତ କରୁଥିବା ଆସେସ୍‌ ଟୁ ମେଡିସିନ ଇଣ୍ଡେକ୍ସ ବା ଔଷଧ ଉପଲବ୍ଧତା ସୂଚକାଙ୍କ ୨୦୨୪ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଦର୍ଶାଇଛି, ନୂଆକରି ପ୍ରକାଶ ପାଉଥିବା ଭୂତାଣୁ ଏବଂ ଅଣଦେଖା କରାଯାଉଥିବା ଟ୍ରପିକାଲ ଡିଜିଜ୍‌ ପାଇଁ ଫାର୍ମାସ୍ୟୁଟିକାଲ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ (ଆର୍‌ ଆଣ୍ଡ ଡି) ପାଇପଲାଇନ ଅର୍ଥାତ୍‌ ସମ୍ଭାବ୍ୟ ରୋଗକୁ ଠାବକରି ତାହା ପାଇଁ ଉପଯୁକ୍ତ ଓ ଫଳପ୍ରଦ ଔଷଧ ପ୍ରସ୍ତୁତ କରିବା ପ୍ରକ୍ରିୟା ହ୍ରାସ ପାଇଛି। ଚରମ ପାଣିପାଗ ଓ ଦୁର୍ବଳ ପରିମଳ ଦ୍ୱାରା ବୃଦ୍ଧିପାଉଥିବା ଆଣ୍ଟିମାଇକ୍ରୋବାୟାଲ ରେଜିଷ୍ଟାନ୍ସର ମୁକାବିଲା କରିବା ପାଇଁ ନୂଆ ଆଣ୍ଟିବାୟୋଟିକ୍ସ ଉପରେ ଗବେଷଣାର ଅଭାବ ହିଁ ସ୍ବାସ୍ଥ୍ୟଗତ ବିପଦକୁ ଆହୁରି ଜଟିଳ କରିଦେଇଛି।
ତୃତୀୟରେ ଫାର୍ମାକମ୍ପାନୀସବୁ ବିଶେଷକରି ଜଳବାୟୁ ବିସ୍ଥାପନ ଉପରେ ଗୁରୁତ୍ୱ ଦେଉଥିବା ମାନବୀୟ ସଂସ୍ଥାଗୁଡ଼ିକ ସହ ଦୀର୍ଘମିଆଦୀ ସହଭାଗିତା ବଜାୟ ରଖିବା ଉଚିତ। ସ୍ବାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଆଣିବାରେ ସରକାରୀ ଓ ଘରୋଇ ସହଭାଗିତା ଏ କ୍ଷେତ୍ରରେ ପ୍ରଭାବୀ ବୋଲି ପ୍ରମାଣିତ ହୋଇଛି। ଉଦାହରଣ ସ୍ବରୂପ, ୨୦୧୦ ପରଠାରୁ ଟିକା ପ୍ରସ୍ତୁତକାରୀ କମ୍ପାନୀଗୁଡ଼ିକ ମଧ୍ୟରେ ଆଗୁଆ ଜିଏସ୍‌କେ ଏବଂ ଫାଇଜର ଭ୍ୟାକ୍ସିନ ଆଲାଏନ୍ସେ ଗାଭିକୁ ଅନେକ କୋଟି ଟିକା ଡୋଜ୍‌ ଯୋଗାଇ ଦେଉଛନ୍ତି। ଫଳରେ ବିଶ୍ୱରେ ସାଧନର ଅଧିକ ଅଭାବ ଥିବା ଦେଶଗୁଡ଼ିକ ମଧ୍ୟରୁ କେତେକରେ ଲୋକଙ୍କ ଜୀବନ ରକ୍ଷା ହୋଇପାରୁଛି। ଶେଷରେ ଫାର୍ମାକମ୍ପାନୀଗୁଡ଼ିକ ସେମାନଙ୍କ ଔଷଧ ପ୍ରସ୍ତୁତି ଓ ଯୋଗାଣ ଶୃଙ୍ଖଳରେ ସବୁଜଗୃହ ବାଷ୍ପ ନିର୍ଗମନ ହ୍ରାସ କରିବା ଲାଗି ଦୃଢ଼ ପଦକ୍ଷେପ ନେବା ଦରକାର। ଜଳବାୟୁ ପ୍ରଭାବ ପରିପ୍ରେକ୍ଷୀରେ ପାରମ୍ପରିକ ଉପତ୍ାଦନକାରୀ ଶିଳ୍ପ ତୁଳନାରେ ଫାର୍ମା ଶିଳ୍ପର ଜଳବାୟୁ ପ୍ରଭାବକୁ କମ୍‌ ଗୁରୁତ୍ୱ ଦିଆଯାଉଛି। କିନ୍ତୁ ଏହି ସେକ୍ଟର ଅଟୋମୋବାଇଲ ଇଣ୍ଡଷ୍ଟ୍ରିଠାରୁ ଅଧିକ କାର୍ବନ ଡାଇଅକ୍ସାଇଡ୍‌ ନିର୍ଗମନ କରେ।
ସ୍ବାସ୍ଥ୍ୟ ସଙ୍କଟ ଦୂରକରିବାରେ ଭାଗୀଦାରି ଏବଂ ଅନ୍ୟ ଅଂଶୀଦାରଙ୍କ ଯୋଗଦାନ ଓ ସକ୍ରିୟ ସହଯୋଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିଶେଷକରି ବୈଶ୍ୱିକ ସ୍ବାସ୍ଥ୍ୟ ଓ ଜଳବାୟୁ ଲକ୍ଷ୍ୟଗୁଡ଼ିକ ସହ ସମାନ୍ତରାଳ ଭାବେ ବିଜ୍‌ନେସ୍‌ ଚଳାଇବା ଲାଗି ନିବେଶକମାନେ କମ୍ପାନୀଗୁଡ଼ିକୁ ଉତ୍ସାହିତ କରିବା ଉଚିତ। ଏହା କେବଳ ଏକ ବିକଳ୍ପ ନୁହେଁ, ବରଂ ଏହା ଗୁରୁତ୍ୱପୂର୍ଣ୍ଣ ଦୀର୍ଘକାଳୀନ ବିତ୍ତୀୟ ଓ ଖ୍ୟାତିଗତ ଲାଭର ପ୍ରତିବଦ୍ଧତା ପ୍ରକାଶ କରେ। ଜଳବାୟୁ ବିସ୍ଥାପନ ଦ୍ରୁତଗତିରେ ସ୍ବାସ୍ଥ୍ୟ ପ୍ରତି ବିପଦ ବୃଦ୍ଧିକରି ଚାଲିଛି। ଏହାର ମୁକାବିଲା କରିବାରେ ଫାର୍ମାସ୍ୟୁଟିକାଲ ଶିଳ୍ପର ଏକ ନୈତିକ ଉତ୍ତରଦାୟିତ୍ୱ ରହିଛି। ଏହାକୁ ପ୍ରଭାବୀ ଢଙ୍ଗରେ କରିବା ପାଇଁ କମ୍ପାନୀଗୁଡ଼ିକ ଏବକାର ଧାରାରୁ ଦୂରେଇ ଯାଇ ଜଳବାୟୁ ସଙ୍କଟରେ ଅଧିକ ପ୍ରଭାବିତ ଲୋକଙ୍କୁ ଅତି ଆବଶ୍ୟକ ଜୀବନ ରକ୍ଷାକାରୀ ଚିକିତ୍ସା ଯୋଗାଇଦେବା ଉଚିତ।
ସିଇଓ, ଦି ଆସେସ୍‌ ଟୁ ମେଡିସିନ ଫାଉଣ୍ଡେଶନ


Enter your email to get our daily news in your inbox.

All Right Reserved By Dharitri.Com

ଚର୍ଚ୍ଚ କବାଟ ଭାଙ୍ଗି ବୁଲାଇଲେ କଳାକନା : ଥାନାରେ…

ଦାରିଙ୍ଗବାଡି, ୧୨।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିଆଙ୍ଗବାଲି ଚର୍ଚ୍ଚ ଗୃହର ମୁଖ୍ୟ କବାଟକୁ ତଡାଯାଇ ବହୁ ସାଉଣ୍ଡ ସିଷ୍ଟମର ଯନ୍ତ୍ରପାତି ଚୋରି ହୋଇଥିବା…

ମା ’ ବାଙ୍କେଶ୍ୱରୀ ମନ୍ଦିର ନିକଟ ରାସ୍ତାରେ ସ୍କୁଟିରୁ ପଡି ଆଖିବୁଜିଲେ ଗ୍ରାମରକ୍ଷୀ: କାନ୍ଦବୋବାଳିରେ ଫାଟିପଡୁଛି…

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗାଁ ର ଗ୍ରାମରକ୍ଷୀ ଭାବେ କାର୍ଯ୍ୟକରୁଥିବା ରଙ୍କ ନାଇକ(୭୦)ରବିବାର ସକାଳେ ସ୍କୁଟିରୁ ଖସିପଡ଼ି ମୃତ୍ୟୁବରଣ କରିଛନ୍ତି।…

ରେଷ୍ଟୁରାଣ୍ଟରେ ଘରୋଇ ଏଲ୍‌ପିଜି ସିଲିଣ୍ଡର: ମାଡିବସିଲା…

ନୂଆପଡ଼ା,୧୨ା୪ (ମକାରୁ ବେମାଲ): ନୂଆପଡ଼ା ଜିଲା ଖରିଆର ରୋଡ୍‌ସ୍ଥିତ ପାଳ ରେଷ୍ଟୁରାଣ୍ଟରେ ଘରୋଇ ଏଲ୍‌ପିଜି ସିଲିଣ୍ଡରକୁ ବାଣିଜି୍ୟକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଥିବା ଅଭିଯୋଗ ପରେ ଯୋଗାଣ ବିଭାଗର…

‘ପାକିସ୍ତାନ ହିଁ ଏମିତି କରିପାରେ’; ଇସଲାମାବାଦରେ ଆମେରିକା-ଇରାନ ବାର୍ତ୍ତାକୁ ନେଇ…

ନୂଆଦିଲ୍ଲୀ,୧୨।୪: ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତାକୁ ନେଇ କଂଗ୍ରେସ ସାଂସଦ ଶଶି ଥରୁର ବଡ଼ ବୟାନ ଦେଇଛନ୍ତି। ପାକିସ୍ତାନ…

ଭବିଷ୍ୟତ ଗଠନ ପାଇଁ ଛାତ୍ରୀଛାତ୍ରଙ୍କୁ ଆହ୍ବାନ ଦେଲେ ଅଧ୍ୟକ୍ଷ

ଭଞ୍ଜନଗର,୧୨।୪(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗ ପକ୍ଷରୁ ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀଛାତ୍ରଙ୍କୁ ଶନିବାର ବିଦାୟ ସମ୍ବର୍ଦ୍ଧନା…

ବୋଲେରୋ ଧକ୍କାରେ ବାଇକ୍‌ ଚାଳକଙ୍କ ମୃତ୍ୟୁ,୨୦ ଘଣ୍ଟା ହେଲା ହୋଇପାରିନି ମୃତଦେହ ବ୍ୟବଚ୍ଛେଦ

ଦାରିଙ୍ଗବାଡ଼ି,୧୨ା୪(ଅରୁଣ ସାହୁ): ବୋଲେରୋ ଧକ୍କାରେ ବାଇକ୍‌ଚାଳକଙ୍କ ମୃତ୍ୟୁ ଘଟଣାର ଇତିମଧ୍ୟରେ ପ୍ରାୟ ୨୦ ଘଣ୍ଟା ବିତିଯାଇଥିଲେ ମଧ୍ୟ କୌଣସି ମାମଲା ରୁଜୁ ହୋଇ ନ ଥିବା ଓ…

Dharitri Business Eminence Award 2026: ଶିକ୍ଷା ବ୍ୟବସାୟ ନୁହେଁ, ଭବିଷ୍ୟତ ଗଢ଼ିବାର ମାଧ୍ୟମ

ଶିକ୍ଷା ଶିଳ୍ପରେ ଜଣେ ଆଗଧାଡ଼ିର ଉଦ୍ୟୋଗୀ ଭାବେ ସୋମଦତ୍ତ ବେହୁରା ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଭୁବନେଶ୍ୱରସ୍ଥିତ କେ.ଟି. ଗ୍ଲୋବାଲ୍‌ ସ୍କୁଲର ପ୍ରତିଷ୍ଠାତା ସୋମଦତ୍ତ ବେହୁରା…

ଚାଇନାକୁ ଧମକ ଦେଲେ ଟ୍ରମ୍ପ, ଏମିତି କଲେ ଭୋଗିବ ପରିଣାମ: ସାରା ବିଶ୍ୱ ହଲଚଲ

ଓ୍ବାଶିଂଟନ୍‌,୧୨।୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ଘୋଷଣାର କିଛି ଦିନ ପରେ ଉଭୟ ଦେଶର ପ୍ରତିନିଧି ଦଳ ପାକିସ୍ତାନରେ ମୁହାଁମୁହିଁ ଆଲୋଚନା କରିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri