ଜଳବାୟୁ ପରିବର୍ତ୍ତନ ଯୋଗୁ ମୁଦ୍ରାସ୍ଫୀତି ବଢ଼ିବ

ବାକୁ, ୧୩।୧୧ : ଅଜରବୈଜନର ରାଜଧାନୀ ବାକୁରେ ମଙ୍ଗଳବାର ମିଳିତ ଜାତିସଂଘର ୨୯ତମ ବାର୍ଷିକ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ(କପ୍‌୨୯)ରେ ବିଶ୍ୱର ବିଭିନ୍ନ ଦେଶର ନେତା ଯୋଗ ଦେଇଥିଲେ। ସମ୍ମିଳନୀରେ ମିଳିତ ଜାତିସଂଘ ଜଳବାୟୁ ପରିବର୍ତ୍ତନର ଅଧ୍ୟକ୍ଷ ସିମନ୍‌ ଷ୍ଟିଲ୍‌ ଉପସ୍ଥିତ ବିଶ୍ୱନେତାଙ୍କୁ ସମ୍ବୋଧନ କରି କହିଛନ୍ତି, ଜଳବାୟୁ ପରିବର୍ତ୍ତନ ଯୋଗୁ ଆଗାମୀ ଦିନରେ ବିଶ୍ୱର ଅନେକ ଦେଶକୁ ଆର୍ଥିକ କ୍ଷତି ସହିବକୁ ପଡ଼ିବ। ଏହାସହ ମଧ୍ୟ ମୁଦ୍ରାସ୍ଫୀତି ବଢ଼ିବ। ତେଣୁ ଏଥିରୁ ବର୍ତ୍ତିବା ପାଇଁ ଦେଶଗୁଡ଼ିକୁ ତତ୍କାଳ ନିର୍ଣ୍ଣାୟକ ପଦକ୍ଷେପ ନେବା ଆବଶ୍ୟକ ବୋଲି ସେ କହିଛନ୍ତି। ଜଳବାୟୁ ସଙ୍କଟ ଯୋଗୁ ବିଶ୍ୱର ବିଭିନ୍ନ ଦେଶରେ ଅର୍ଥନୀତି ୫% ପର୍ଯ୍ୟନ୍ତ ହ୍ରାସ ପାଇଥିବା ସେ କହିଛନ୍ତି। ଜଳବାୟୁ ପରିବର୍ତ୍ତନ ଯୋଗୁ ବିଭିନ୍ନ ଦେଶର ବିପର୍ଯ୍ୟୟ ଖର୍ଚ୍ଚ ବଢ଼ିବା ସହ ଜରୁରୀ ସେବା ଓ ସାମଗ୍ରୀର ମୂଲ୍ୟ ମଧ୍ୟ ବଢ଼ିଥାଏ। ଏହାକୁ ରୋକିବାକୁ ପ୍ରତ୍ୟେକ ଦେଶକୁ ଜଳବାୟୁ ସମ୍ବନ୍ଧୀୟ କଠୋର ନିଷ୍ପତ୍ତି ନେବାକୁ ପଡ଼ିବ। ଏହି ସମ୍ମିଳନୀରେ ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରେସ୍‌ କହିଛନ୍ତି, ପାଣିପାଗ ଦୃଷ୍ଟିକୋଣରୁ ଚଳିତ ବର୍ଷ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରହିଥିଲା। ସବୁଠାରୁ ଗରମ ଦିନ ଓ ଗରମ ମାସ ଚଳିତ ବର୍ଷ ଅନୁଭୂତ ହୋଇଥିଲା। ସାମ୍ପ୍ରତିକ ସ୍ଥିତିରେ ଏହା ଜଳବାୟୁ ସଙ୍କଟର ପ୍ରଭାବକୁ ଦର୍ଶାଉଛି ବୋଲି ଗୁଟେରେସ୍‌ କହିଛନ୍ତି। ତେବେ ଏହି ସମ୍ମିଳନୀରେ ପ୍ରମୁଖ ବିଶ୍ୱ ନେତାମାନଙ୍କୁ ଦେଖିବାକୁ ମିଳି ନ ଥିଲା। ସବୁଠୁ ଅଧିକ ଅଙ୍ଗାରକାମ୍ଳ ନିର୍ଗମନକାରୀ ୧୩ ଦେଶର ରାଷ୍ଟ୍ର ନେତା କପ୍‌୨୯ ସମ୍ମିଳନୀରେ ଯୋଗ ଦେଇନାହାନ୍ତି। ବିଶ୍ୱର ୪ ଜନବହୁଳ ଦେଶ ଚାଇନା, ଆମେରିକା, ଭାରତ, ଇଣ୍ଡୋନେସିଆର ରାଷ୍ଟ୍ରମୁଖ୍ୟ ଆସି ନ ଥିଲେ। ବୈଶ୍ୱିକ ସ୍ତରରେ ଜଳବାୟୁ ପରିବର୍ତ୍ତନର ମୁକାବିକା ପାଇଁ ଏହା ରାଜନୈତିକ ଇଚ୍ଛାଶକ୍ତିର ଅଭାବକୁ ଦର୍ଶାଉଛି ବୋଲି କହି ଅନେକ ଜଳବାୟୁ ବିଜ୍ଞାନୀ ସମ୍ମିଳନୀରେ ଅସନ୍ତୋଷ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri