‘କ୍ଲାଇମେଟ୍‌ ଚେଞ୍ଜ: ଦି ପାଥ୍‌ ଆହେଡ୍‌’-ଅରଣ୍ୟ ମାନବ ଯାଦବ ପାୟେଙ୍ଗ

ସାରା ବିଶ୍ୱ ପାଇଁ ଜଳବାୟୁ ପରିବର୍ତ୍ତନ ଏବେ ଆହ୍ବାନ ସୃଷ୍ଟି କରିଛି। ଏହାର ମୁକାବିଲା କ୍ଷେତ୍ରରେ ଯୁବପିଢ଼ିଙ୍କର ବଡ଼ ଭୂମିକା ରହୁଛି। ସେମାନେ କିପରି ସଚେତନ ହୋଇ ଅନ୍ୟମାନଙ୍କୁ ଏ କ୍ଷେତ୍ରରେ ସହଭାଗୀ କରାଇବେ, ସେଥିପାଇଁ ‘ଧରିତ୍ରୀ’ ଆୟୋଜନ କରୁଛି ‘ଯୁବ ସମ୍ମିଳନୀ’ ବା ‘ୟୁଥ୍‌ କନ୍‌କ୍ଲେଭ୍‌’। ଚଳିତବର୍ଷର ପ୍ରସଙ୍ଗ ରହିଛି ‘କ୍ଲାଇମେଟ୍‌ ଚେଞ୍ଜ: ଦି ପାଥ୍‌ ଆହେଡ୍‌’। ରାଜ୍ୟର ଯୁବପିଢ଼ିଙ୍କ ମଧ୍ୟରେ ଜଳବାୟୁ ପରିବର୍ତ୍ତନ ନେଇ ସଚେତନତା ସୃଷ୍ଟି କରିବା ପାଇଁ ଆସନ୍ତା ୨୪ ତାରିଖରେ ‘ଯୁବ ସମ୍ମିଳନୀ’ର ତୃତୀୟ ସଂସ୍କରଣ ଅନୁଷ୍ଠିତ ହେବ। ‘ଧରିତ୍ରୀ’ର ୫୦ତମ ଜନ୍ମବାର୍ଷିକୀ ପାଳନ ଅବସରରେ ହେବାକୁ ଥିବା ଏହି ୟୁଥ୍‌ କନ୍‌କ୍ଲେଭ୍‌ରେ ରାଜ୍ୟ ଓ ଦେଶର ବିଭିନ୍ନ ପ୍ରାନ୍ତରରୁ ଯୁବ ପରିବେଶବିତ୍‌ମାନେ ଯୋଗଦେବେ।

‘ଧରିତ୍ରୀ’ ପକ୍ଷରୁ ଆୟୋଜିତ ହେବାକୁ ଥିବା ଯୁବ ସମ୍ମିଳନୀରେ ଯୋଗଦେବେ ଆସାମର ଯାଦବ ପାୟେଙ୍ଗ। ‘ଫରେଷ୍ଟ ମ୍ୟାନ୍‌ ଅଫ୍‌ ଇଣ୍ଡିଆ’ ବା ଭାରତର ଅରଣ୍ୟ ମାନବ ଭାବେ ସେ ପରିଚିତ। ଆସାମ ଜୋରହାଟ ଦେଇ ପ୍ରବାହିତ ବ୍ରହ୍ମପୁତ୍ର ନଦୀର ମଜୁଲୀ ଦ୍ୱୀପପୁଞ୍ଜରେ ଥିବା ଚଡ଼ା(sandbar)କୁ ଜଙ୍ଗଲରେ ପରିଣତ କରି ସେ କେବଳ ନିଜ ରାଜ୍ୟ ନୁହେଁ, ଦେଶ ବିଦେଶରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି। ଯାଦବ ୧୯୫୯ ଅକ୍ଟୋବର ୩୧ରେ ଜୋରହାଟଠାରେ ବିଲୁପ୍ତପ୍ରାୟ ଏକ ଜନଜାତି ସମ୍ପ୍ରଦାୟରେ ଜନ୍ମଗ୍ରହଣ କରିଥିଲେ। ୧୯୭୯ରେ ମାତ୍ର ୧୯ବର୍ଷ ବୟସରୁ ଚାରା ରୋପଣ କରିବା ଆରମ୍ଭ କରିଥିଲେ। ମଜୁଲୀ ଦ୍ୱୀପପୁଞ୍ଜ ଚଡ଼ାରେ ସେ ୨୦ଟି ବାଉଁଶ ଚାରା ପ୍ରଥମେ ଲଗାଇଥିଲେ। ପରେ ଅନେକ ହଜାର ଚାରା ଲଗାଇ ତାହାର ସୁରକ୍ଷା ଦାୟିତ୍ୱ ନେବା ସହ ଉକ୍ତ ଚଡ଼ାକୁ କିପରି ଜଙ୍ଗଲରେ ପରିବର୍ତ୍ତନ କରିବେ ସେହି ଦିଗରେ ଅହରହ କାର୍ଯ୍ୟ କରିଥିଲେ ଯାଦବ। ଭୋର ୩ଟାରୁ ଉଠି ବୋଟ୍‌ ଯୋଗେ ସେଠାକୁ ଯାଇ ଚାରା ରୋପଣ କରିବା ସହ ପୂର୍ବରୁ ଲଗାଯାଇଥିବା ଗଛର ଯତ୍ନ ନେଉଥିଲେ। ଏମିତି ଏକ ସମୟ ଆସିଲା, ୨୦୦ ହେକ୍ଟର ପରିମିତ ଚଡ଼ାଟି ଜଙ୍ଗଲରେ ପରିଣତ ହୋଇସାରିଥିଲା। ଆଉ ଯାଦବଙ୍କ ସ୍ବପ୍ନ ବି ବାସ୍ତବତାର ରୂପ ନେଇଥିଲା। ଏବେ ଏହି ଜଙ୍ଗଲ ୫୫୦ ହେକ୍ଟରକୁ ପରିବ୍ୟାପ୍ତ ହୋଇସାରିଛି। ସେଠାରେ ବିଭିନ୍ନ ପ୍ରକାରର ଗଛ ବଢ଼ିଥିବା ବେଳେ କେବଳ ବାଉଁଶ ଗଛ ୩୦୦ ହେକ୍ଟର ଅଞ୍ଚଳରେ ପରିବ୍ୟାପ୍ତ ରହିଛି। ସେହି ଜଙ୍ଗଲକୁ ଯାଦବଙ୍କ ଡାକ ନାମ ‘ମୋଲାଇ’ ନାମରେ ନାମିତ କରାଯାଇଛି। ବର୍ତ୍ତମାନ ସେଠାରେ ମହାବଳ ବାଘ, ଗଣ୍ଡା, ୧୦୦ରୁ ଊର୍ଦ୍ଧ୍ୱ ହରିଣ ଓ ଠେକୁଆ ରହୁଛନ୍ତି। ମାଙ୍କଡ଼ ସହ ବହୁ ପ୍ରଜାତିର ପକ୍ଷୀଙ୍କର ମଧ୍ୟ ମୋଲାଇ ଜଙ୍ଗଲ ସ୍ଥାୟୀ ବାସସ୍ଥାନ ପାଲଟିଛି। ଏଠାରେ ବହୁ ସଂଖ୍ୟାରେ ଶାଗୁଣା ମଧ୍ୟ ରହୁଛନ୍ତି। ପ୍ରତିବର୍ଷ ପ୍ରାୟ ୧୦୦ ହାତୀର ଏକ ଦଳ ସେହି ଜଙ୍ଗଲକୁ ଯାଆନ୍ତି ଓ ପ୍ରାୟ ୬ମାସ ରହିଥାନ୍ତି। ନିକଟ ଅତୀତରେ ଉକ୍ତ ଜଙ୍ଗଲରେ ୧୦ଟି ହାତୀ ଛୁଆ ମଧ୍ୟ ଜନ୍ମ ନେଇଥିଲେ। ୨୦୦୮ରେ ଯାଦବଙ୍କ ଏହି ଉଦ୍ୟମ ଜଙ୍ଗଲ ବିଭାଗ ନଜରକୁ ଆସିଥିଲା। ୧୧୫ ଟିକିଆ ହାତୀ ଦଳ ନିକଟସ୍ଥ ଗ୍ରାମରେ ଜମି ଓ ଫସଲ ନଷ୍ଟ କରି ‘ମୋଲାଇ’ ଜଙ୍ଗଲକୁ ପଶିଯାଇଥିଲେ। ସେମାନଙ୍କୁ ଖୋଜିବାକୁ ଯାଇ ବନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଯାଦବଙ୍କ ଏହି ଘଞ୍ଚ ଜଙ୍ଗଲକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପରେ ବନ ବିଭାଗର ଅଧିକାରୀମାନେ ପର୍ଯ୍ୟାୟକ୍ରମେ ସେହି ଜଙ୍ଗଲକୁ ଯାଇ ଏହା ଉପରେ ନଜର ରଖିବା ସହ ଯାଦବଙ୍କୁ ସହଯୋଗର ହାତ ବଢ଼ାଇଥିଲେ। ୨୦୧୩ରେ ଶିକାରୀମାନେ ଜଙ୍ଗଲରେ ଗଣ୍ଡାଙ୍କୁ ମାରିବା ପାଇଁ ଯୋଜନା କରିଥିଲେ, କିନ୍ତୁ ଯାଦବଙ୍କ ଯୋଗୁ ତାହା ସଫଳ ହୋଇପାରି ନ ଥିଲା। ପୂର୍ବରୁ ଖବର ପାଇ ଯାଦବ ବନ ବିଭାଗକୁ ଜଣାଇଦେବାରୁ ଶିକାରୀମାନେ ଧରାପଡିଥିଲେ। ଏଥିସହ ସେମାନଙ୍କଠାରୁ ବହୁ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଥିଲା। ଯାଦବ ଏବେ ଏକ ବ୍ୟାଟେରିଚାଳିତ ଗାଡ଼ିରେ ବୁଲି ଜଙ୍ଗଲ ପରିଚାଳନା କରୁଛନ୍ତି। ବ୍ରହ୍ମପୁତ୍ରରେ ଥିବା ଅନ୍ୟ ଚଡ଼ାରେ ଏଭଳି ଜଙ୍ଗଲ ସୃଷ୍ଟି କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି।
ପର୍ଯ୍ୟାବରଣକୁ ଭଲ ପାଉଥିବା ଯାଦବ ସବୁବେଳେ ସେହି ପରିବେଶ ଭିତରେ ରହୁଥିଲେ। ତାଙ୍କ ସହ ପତ୍ନୀ ଓ ତିନି ସନ୍ତାନ ମଧ୍ୟ ସେହି ଜଙ୍ଗଲରେ ରହୁଥିଲେ। ୨୦୧୨ରେ କୋକିଲମୁଖ ଘାଟରେ ଏକ ଘର ତିଆରି କରି ସେଠାକୁ ସ୍ଥାନାନ୍ତର ହୋଇଛନ୍ତି। ନିଜର ରୋଜଗାର ପାଇଁ ଏକ ଗାଈ ଓ ମଇଁଷି ଫାର୍ମ କରିଛନ୍ତି। ସେହି ଫାର୍ମରୁ କ୍ଷୀର ବିକ୍ରି କରି ଯାଦବ ତାଙ୍କ ପରିବାରକୁ ଚଳାଇଥାନ୍ତି। ପରିବେଶକୁ ଭଲ ପାଉଥିବାରୁ ନୂଆ ଜଙ୍ଗଲ ସୃଷ୍ଟି ଉଦ୍ୟମ ଜୀବନର ଶେଷ ସମୟ ଯାଏ ଜାରି ରଖିବେ ବୋଲି ସେ ପଣ କରିଛନ୍ତି। ଏଥିପାଇଁ
ଯାଦବ ବହୁ ସମ୍ମାନ ଓ ପୁରସ୍କାର ପାଇଛନ୍ତି। ୨୦୧୫ରେ ଭାରତ ସରକାର ତାଙ୍କୁ ଦେଶର ଚତୁର୍ଥ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ। ଯାଦବଙ୍କ ଜୀବନକୁ ନେଇ ଡକ୍ୟୁମେଣ୍ଟାରି ମଧ୍ୟ ପ୍ରସ୍ତୁତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ରଥଯାତ୍ରା ପାଇଁ କାଠ ଚିରା ଆରମ୍ଭ

କଟକ,୨୭।୩: ଶୁକ୍ରବାର ପବିତ୍ର ଶ୍ରୀରାମ ନବମୀ। ଗାଁଠୁ ସହର ସବୁଠି ଚଳଚଞ୍ଚଳ। ଏହି ପରିପ୍ରେକ୍ଷୀରେ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ରଥ କାଠ ଚିରଟ ଆରମ୍ଭ ହୋଇଛି।…

ପୋତି ହୋଇଯାଉଛି ବିରୂପା ନଦୀଶଯ୍ୟା, ଜଳପଥ ନିର୍ମାଣ ପ୍ରସ୍ତାବ ସନ୍ଦୀହାନ

ଚଣ୍ଡିଖୋଲ,୨୭ା୩(ପ୍ରଦୀପ୍ତ କୁମାର ପୃଷ୍ଟି): ମହାନଦୀର ଶାଖା ନଦୀ ହେଉଛି ବିରୂପା ଓ ଗେଙ୍ଗୁଟି। ଦୀର୍ଘ ବର୍ଷ ହେବ ଏହି ନଦୀଖନନ ନ ହେବା ଦ୍ବାରା ନଦୀ ଶଯ୍ୟା…

ବଦଳିଲେ ବିଧାୟକ ରାମଚନ୍ଦ୍ର କାଡାମଙ୍କ ପ୍ରତିନିଧି, ଏହି ବ୍ୟକ୍ତିଙ୍କୁ ମିଳିଲା ଦାୟିତ୍ୱ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ପଟ୍ଟାଙ୍ଗି,୨୭।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ନିମନ୍ତେ ବିଧାୟକ ରାମଚନ୍ଦ୍ର କାଡାମଙ୍କ ପ୍ରତିନିଧି ଭାବେ ଗୁପ୍ତ ଶଙ୍କର ପଟ୍ଟନାୟକଙ୍କୁ ବିଧାୟକ କାଡାମ ମନୋନୀତ କରିଛନ୍ତି।…

ଏହି ମାସରେ ମଦ ଦୋକାନ ପାଇଁ ହେବ ଲଟେରୀ, ସୂଚନା ଦେଇ ଅବକାରୀ ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୨୭।୩: ଜିଲାପାଳଙ୍କ ଉପସ୍ଥିତିରେ ଏପ୍ରିଲରେ ମଦ ଦୋକାନ ପାଇଁ ଲଟେରୀ ହେବ। ଏନେଇ ଶୁକ୍ରବାର ସୂଚନା ଦେଉଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ମନ୍ତ୍ରୀ କହିଛନ୍ତି, ଆବଶ୍ୟକ…

ରାମନବମୀରେ ନନ୍ଦପୁର ଚଳଚଞ୍ଚଳ: ରାମ-ସୀତାଙ୍କ ବିବାହ ନୀତି ପରେ…

ନନ୍ଦପୁର,୨୭ା୩(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳ ରାମନବମୀ ପାଳନ ପାଇଁ ଚଳଚଞ୍ଚଳ ହୋଇପଡ଼ିଛି। ନନ୍ଦପୁର ଗଉଡ଼ ସାହି ସ୍ଥିତ ଐତିହାସିକ ରାମମନ୍ଦିର ଓ ରାମଲୀଳା…

ଗଞ୍ଜାମ ଆସୁଛନ୍ତି ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଡ. ପ୍ରବୀଣ ଭାଇ ତୋଗଡ଼ିଆ: ଦେବେ ଉଦ୍‌ବୋଧନ 

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ଗଞ୍ଜାମ ସହରକୁ ପ୍ରଥମ ଥର ପାଇଁ ଆସୁଛନ୍ତି ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧ୍ୟକ୍ଷ ତଥା ଅଗଣିତ ହିନ୍ଦୁ ମାନଙ୍କ ହୃଦୟର ମଣିଷ ଡ.…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri