‘କ୍ଲାଇମେଟ୍‌ ଚେଞ୍ଜ: ବିଲ୍ଡିଂ ରିଜିଲିଆନ୍ସ’: ଜଙ୍ଗଲ ସୃଷ୍ଟି ପାଇଁ ପ୍ରତିଶ୍ରୁତିବଦ୍ଧ

ଜଳବାୟୁ ପରିବର୍ତ୍ତନ ଏବେ ସାରା ବିଶ୍ୱ ପାଇଁ ଆହ୍ବାନ ସୃଷ୍ଟି କରିଛି। ଏହାର ମୁକାବିଲା କ୍ଷେତ୍ରରେ ଯୁବପିଢ଼ିଙ୍କ ବଡ଼ ଭୂମିକା ରହୁଛି। ସେମାନେ କିପରି ସଚେତନ ହୋଇ ଅନ୍ୟମାନଙ୍କୁ ଏକ୍ଷେତ୍ରରେ ସହଭାଗୀ କରାଇପାରିବେ ସେଥିପାଇଁ ‘ଧରିତ୍ରୀ’ ଆୟୋଜନ କରୁଛି ‘ଯୁବ ସମ୍ମିଳନୀ’ ବା ‘ୟୁଥ୍‌ କନ୍‌କ୍ଲେଭ୍‌’। ଚଳିତବର୍ଷର ପ୍ରସଙ୍ଗ ରହିଛି ‘କ୍ଲାଇମେଟ୍‌ ଚେଞ୍ଜ:ବିଲ୍ଡିଂ ରିଜିଲିଆନ୍ସ’। ଆସନ୍ତା ୨୪ ତାରିଖରେ ଧରିତ୍ରୀର ୫୧ତମ ଜନ୍ମବାର୍ଷିକୀ ପାଳନ ଅବସରରେ ଯୁବ ସମ୍ମିଳନୀର ଚତୁର୍ଥ ସଂସ୍କରଣ ଅନୁଷ୍ଠିତ ହେବ। ଏହି ୟୁଥ୍‌ କନ୍‌କ୍ଲେଭ୍‌ରେ ରାଜ୍ୟ ଓ ଦେଶର ବିଭିନ୍ନ ପ୍ରାନ୍ତରୁ ଯୁବ ପରିବେଶବିତ୍‌ମାନେ ଯୋଗଦେବେ।

ଧରିତ୍ରୀ ପକ୍ଷରୁ ଆୟୋଜିତ ହେବାକୁ ଥିବା ଯୁବ ସମ୍ମିଳନୀରେ ଯୋଗଦେବେ ଜଙ୍ଗଲ ସୁରକ୍ଷା କ୍ଷେତ୍ରରେ ‘ଲେଡି ଟାର୍ଜନ’ ଭାବେ ପରିଚିତ ମୟୂରଭଞ୍ଜ ଜିଲାର ଯମୁନା ଟୁଡୁ। ଯମୁନା ୫୦ ହେକ୍ଟର ଜଙ୍ଗଲ ଜମିକୁ ସୁରକ୍ଷିତ କରିପାରିଛନ୍ତି। ଏଥିସହ ୧୦ହଜାର ମହିଳାଙ୍କୁ ଏକାଠି କରି ବୃକ୍ଷ ଏବଂ ବନ୍ୟଜନ୍ତୁଙ୍କ ସୁରକ୍ଷା କାର୍ଯ୍ୟରେ ନିୟୋଜିତ କରିପାରିଛନ୍ତି। ସେ ନିଜ ଗ୍ରାମର ମହିଳାମାନଙ୍କୁ ପରିବେଶ ସମ୍ବନ୍ଧୀୟ ଶିକ୍ଷା ମଧ୍ୟ ପ୍ରଦାନ କରିଛନ୍ତି। ପରିବେଶ ସଂରକ୍ଷଣ କ୍ଷେତ୍ରରେ ଉଦ୍ୟମ ଯୋଗୁ ୨୦୧୯ରେ ସେ ପଦ୍ମଶ୍ରୀ ଉପାଧିରେ ସମ୍ମାନିତ ହୋଇଛନ୍ତି। ଯମୁନାଙ୍କ ପରିବେଶ ସୁରକ୍ଷା ପ୍ରୀତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଲେଡି ଟାର୍ଜନ୍‌ ଆଖ୍ୟା ଦେଇଛନ୍ତି।
୧୯୮୦ ମସିହାରେ ମୟୂରଭଞ୍ଜ ଜିଲାରେ ଜନ୍ମିତ ଯମୁନା ଝାଡ଼ଖଣ୍ଡର ପୋଟ୍‌୍‌କା ଜଙ୍ଗଲ ସୁରକ୍ଷା ନେଇ ଅନେକ କାର୍ଯ୍ୟ କରିଛନ୍ତି। ମାଓବାଦୀ, ଜଙ୍ଗଲ ମାଫିଆଙ୍କ ଦ୍ୱାରା ବ୍ୟାପକ ଜଙ୍ଗଲ ନଷ୍ଟହେବା ଯମୁନାଙ୍କୁ ବହୁ କଷ୍ଟ ଦେଇଥିଲା। ସେ ଏହାକୁ ସହଜରେ ଗ୍ରହଣ କରିପାରି ନ ଥିଲେ। ପ୍ରାରମ୍ଭିକ ସ୍ତରରେ ସେ ଗ୍ରାମର ମହିଳାମାନଙ୍କୁ ରୋଷେଇ ପାଇଁ ଜଙ୍ଗଲରୁ କାଠ କାଟିବାକୁ ବାରଣ କରିଥିଲେ। ଯଦି ଆମେ ଜାଳେଣି ପାଇଁ ଏପରି ଭାବେ ଗଛ କାଟି ଚାଲିବା, ତେବେ ଦିନ ଆସିବ ଜଙ୍ଗଲ ସମ୍ପୂର୍ଣ୍ଣ ସଫା ହୋଇଯିବ ବୋଲି ସେ ମହିଳାମାନଙ୍କୁ ବୁଝାଇଥିଲେ। ଯମୁନା କୁହନ୍ତି, ମହିଳାମାନଙ୍କୁ ବୁଝାଇବା ପାଇଁ ସେ ବହୁତ କଷ୍ଟ କରିଛନ୍ତି। କ୍ରମଶଃ ଗ୍ରାମାଞ୍ଚଳର ମହିଳାମାନେ ତାଙ୍କ କଥା ବୁଝି ଜାଳେଣି ପାଇଁ ଗଛ କାଟିବା ବନ୍ଦ କରିଦେଇଛନ୍ତି। ମାଓବାଦୀ ଏବଂ ମାଫିଆଙ୍କ ଭୟ ତାଙ୍କୁ ଅଟକାଇପାରି ନାହିଁ।

୧୯୯୮ରୁ ୨୦୦୫ ପର୍ଯ୍ୟନ୍ତ ଜଙ୍ଗଲରେ ଗଛ କଟା ବନ୍ଦ ପାଇଁ ସେ ସଚେତନତା ସୃଷ୍ଟି କରି ଏହାକୁ ସୁରକ୍ଷା ଦେଇପାରିଛନ୍ତି। ସେ ପ୍ରଥମେ ତାଙ୍କ ଗ୍ରାମର ମହିଳାମାନଙ୍କୁ ଜଙ୍ଗଲ ସୁରକ୍ଷା ପାଇଁ ସଚେତନ କରାଇବା ପରେ ଅନ୍ୟ ଗ୍ରାମର ମହିଳାମାନଙ୍କୁ ସଚେତନ କରାଇଥାନ୍ତି ବୋଲି କହନ୍ତି ଯମୁନା। ସେ ପରିବେଶ ସୁରକ୍ଷା ପାଇଁ ମହିଳାମାନଙ୍କୁ ଶିକ୍ଷାଦାନ କରିଛନ୍ତି। ସେ ପରିବେଶ ସଂରକ୍ଷଣ ପାଇଁ ନିରନ୍ତର ବିକାଶ ଉପରେ ଅଧିକ ଗୁରୁତ୍ୱ ଦେଇଆସିଛନ୍ତି। ବିଶ୍ୱ ସ୍ତରରେ ଦେଖିଲେ ଭାରତରେ ଅଧିକ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଅନୁଭୂତ ହେଉଛି। ତାପମାତ୍ରା ଅଧିକ ରହିବା ସହିତ ଅଂଶୁଘାତଜନିତ ମୃତ୍ୟୁ, ଖାଦ୍ୟ ଉତ୍ପାଦନ ହ୍ରାସ, ଅଧିକ ଦିନ ଧରି ଗ୍ରୀଷ୍ମ ପ୍ରବାହ, ଜଳ ବିବାଦ ଭଳି ସ୍ଥିତି ଉପୁଜୁଛି। ତେଣୁ ଏବେ ନିଷ୍ପତ୍ତି ନେବାର ସମୟ ଆସିଛି। ଏକ ସୁରକ୍ଷିତ ସବୁଜ ଦେଶ ଗଠନ କରିବା ନିମନ୍ତେ ସମସ୍ତେ ବଦ୍ଧପରିକର ହେବା ଆବଶ୍ୟକ ବୋଲି ଯମୁନା କୁହନ୍ତି।
ପ୍ରକୃତିକୁ ଭଲ ପାଉଥିବା ଯମୁନା ପ୍ରତ୍ୟେକ ବର୍ଷ ରାଖୀ ପୂର୍ଣ୍ଣମୀରେ ଗଛରେ ରାଖୀ ବାନ୍ଧିବା ପରିବେଶ ପ୍ରତି ତାଙ୍କର ପ୍ରତିବଦ୍ଧତାକୁ ସୂଚାଇଥାଏ। ଏହା ମାଧ୍ୟମରେ ସେ ସମାଜକୁ ପରିବେଶର ସୁରକ୍ଷା ବାର୍ତ୍ତା ମଧ୍ୟ ଦେଇ ଆସୁଛନ୍ତି। ଗଛ ପ୍ରତି ଥିବା ତାଙ୍କ ଅନାବିଳ ଭଲ ପାଇବା ଯୋଗୁ ସେ ଗ୍ରାମବାସୀଙ୍କୁ ସଚେତନ କରାଇବାରେ ସଫଳ ହେବା ସହ ବନ ସୁରକ୍ଷା ସମିତି ଗଠନ କରିପାରିଥିଲେ। ତାଙ୍କର ଏହି ପ୍ରଚେଷ୍ଟା ଅନେକ ହଜାର ଲୋକଙ୍କୁ ଏକାଠି କରିବା ସହ ବେଆଇନ ଭାବେ ଗଛ କଟାକୁ ରୋକିପାରିଛି। ଯମୁନାଙ୍କ ଏହି ମହତ୍‌ କାର୍ଯ୍ୟକୁ ସମ୍ମାନ ଜଣାଇ ତାଙ୍କୁ ୨୦୧୮ରେ ନୀତି ଆୟୋଗ ଦ୍ୱାରା ପ୍ରଦତ୍ତ ଓମ୍ୟାନ ଟ୍ରାନ୍ସଫରିଂ ଇଣ୍ଡିଆ(ଡବ୍ଲ୍ୟୁଟିଆଇ) ଆଓ୍ବାର୍ଡ ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାକୁ ଟାର୍ଗେଟ କରିପାରେ ପାକିସ୍ତାନର…! ଗୁପ୍ତଚର ସଂସ୍ଥା ମୁଖ୍ୟଙ୍କ ବୟାନ ପରେ ବିଶ୍ୱରେ ଚାଞ୍ଚଲ୍ୟ

ୱାଶିଂଟନ/ଇସଲାମାବାଦ,୧୯।୩: ଆମେରିକାର ଶୀର୍ଷ ଗୁପ୍ତଚର ସଂସ୍ଥାର ମୁଖ୍ୟ ତୁଲସୀ ଗବାର୍ଡଙ୍କ ଏକ ବିସ୍ଫୋରକ ବୟାନ ଏବେ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ପାକିସ୍ତାନ ଏବେ ଏଭଳି…

ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ରଙ୍କୁ ମିଳିବ ସମ୍ମାନଜନକ ‘ଡିଜିପି ଡିସ୍କ ଆୱାର୍ଡ’,ଛୁଟିଛି ଶୁଭେଚ୍ଛାର ସୁଅ

ଛତ୍ରପୁର,୧୯।୩(ଦିଲ୍ଲୀପ ସାମଲ): ପୋଲିସ ସେବାରେ ନିଜର ଉଲ୍ଲେଖନୀୟ କୃତିତ୍ୱ ଓ ଦକ୍ଷତା ପାଇଁ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ (SP) ଶୁଭେନ୍ଦୁ କୁମାର ପାତ୍ର ‘ଡିଜିପି ଡିସ୍କ ଆୱାର୍ଡ’…

IPL 2026 ପୂର୍ବରୁ CSKକୁ ବଡ଼ ଝଟ୍‌କା, ପୁରା ସିଜନ୍‌ରୁ ବାଦ୍‌ ପଡ଼ିଲେ ଘାତକ ବୋଲର୍‌…

ନୂଆଦିଲ୍ଲୀ,୧୯।୩: ଗତ ସିଜନର ଖରାପ ପ୍ରଦର୍ଶନକୁ ପଛରେ ପକାଇ ଆଇପିଏଲ୍‌ ୨୦୨୬ରେ ନୂଆ ଆଶା ଓ ଉତ୍ସାହ ସହ ପଡ଼ିଆକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଥିବା ଚେନ୍ନାଇ ସୁପର…

ଭତ୍ତା ନେବାକୁ ଆସିଥିଲେ ଲୋକେ, ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ ମହୁମାଛି, ଆଉ ତା’ ପରେ…

ଦିଗପହଣ୍ଡି,୧୯ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଜକର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଅପରାହ୍ନରେ ମହୁମାଛି ଆକ୍ରମଣରେ ୪ ଜଣ ଆହତ…

ଦୁଇ ବସ୍‌ ମୁହାଁମୁହିଁ, ୩୦ରୁ ଊର୍ଦ୍ଧ୍ୱ ଯାତ୍ରୀ…

ମୋହନା,୧୯ା୩(ମନ୍ମଥ ମିଶ୍ର): ଘରୋଇ ଯାତ୍ରୀବାହୀ ବସ୍‌ ସହ ମୁଖ୍ୟମନ୍ତ୍ରୀ ବସ୍‌ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୪ ଜଣ ଆହତ ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ…

ଓଡ଼ିଶାର ଏହି ଜିଲାରେ ରହିଛି ହୀରାଖଣି, ସୂଚନା ଦେଇ ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୧୯ା୩: ଓଡ଼ିଶାରେ ମିଳିଛି ହୀରାଖଣିର ସନ୍ଧାନ। ତେବେ ରାଜ୍ୟର ନୂଆପଡ଼ା ଜିଲାରେ ଏହି ଖଣିର ସନ୍ଧାନ ମିଳିଛି। ନୂଆପଡ଼ାର କାଲମିଦାଦରଠାରେ ହୀରା ପଥର ଚିହ୍ନଟ କରାଯାଇଥିବା ନେଇ…

କ୍ରସ୍‌ ଭୋଟିଂ ନେଇ ସୁବାସିନୀଙ୍କ ବଡ଼ ଖୁଲାସା, କହିଲେ ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍‌ ଦେଇଛି

ଭୁବନେଶ୍ୱର,୧୯ା୩: କ୍ରସ୍‌ ଭୋଟିଂ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟିକା ସୁବାସିନୀ ଜେନା। ସେ କହିଛନ୍ତି, ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍‌…

ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି କଣ୍ଟେଇପଲ୍ଲୀ ଭିଏସ୍‌ଏସ୍‌

ଭଞ୍ଜନଗର,୧୯ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ ପକ୍ଷରୁ ଜଙ୍ଗଲ ନିଆଁ ରୋକିବା ପାଇଁ ଏକ ସାଇକେଲ ରାଲି କଣ୍ଟେଇପଲ୍ଲୀରୁ ବାହାରିଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri