ଘରୁ ଆରମ୍ଭ ହେଉ ପରିବେଶ ସୁରକ୍ଷା

କ୍ଲାଇମେଟ୍‌ ଚେଞ୍ଜ:ଦି ପାୱାର ଅଫ୍‌ ୟୁଥ୍‌

ଜଳବାୟୁପରିବର୍ତ୍ତନ ସାରା ବିଶ୍ୱ ପାଇଁ ଆହ୍ବାନ ସୃଷ୍ଟି କରିଥିବାବେଳେ ଯୁବପିଢ଼ି କିପରି ଏ ଦିଗରେ ସଚେତନ ହେବେ ସେଥିପାଇଁ ‘ଧରିତ୍ରୀ’ ଆୟୋଜନ କରୁଛି ‘ଯୁବ ସମ୍ମିଳନୀ’ ବା ‘ୟୁଥ୍‌ କନ୍‌କ୍ଲେଭ୍‌-୨୦୨୨’। ନଭେମ୍ବର ୨୪ ତାରିଖ ‘ଧରିତ୍ରୀ’ର ଜନ୍ମବାର୍ଷିକୀ ପାଳନ ଅବସରରେ ଆୟୋଜନ ହେବାକୁ ଥିବା ଏହି ଯୁବ ସମ୍ମିଳନୀରେ ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତରରୁ ଯୁବ ପରିବେଶବିତ୍‌ମାନେ ଯୋଗଦେବେ। ଏଥିସହିତ ରାଜ୍ୟର ବହୁ ଶିକ୍ଷାନୁଷ୍ଠାନରୁ ଯୁବବକ୍ତା ଅଂଶଗ୍ରହଣ କରି ସେମାନଙ୍କ ସୁଚିନ୍ତିତ ମତାମତ ଦେବେ। ଯୁବ ପରିବେଶବିତ୍‌ଙ୍କ ସମ୍ପର୍କରେ…

ଇଞ୍ଜିନିୟରିଂ ପାଠ ପଢ଼ି କ୍ୟାରିୟର ଆରମ୍ଭ କଲେ। କିନ୍ତୁ ପରିବେଶ ପ୍ରତି ରହିଥିଲା ବିଶେଷ ଦୁର୍ବଳତା। ତେଣୁ ଇଞ୍ଜିନିୟରିଂ ବୃତ୍ତି ଛାଡ଼ି ସେ ପରିବେଶ କ୍ଷେତ୍ରରେ ଉଚ୍ଚଶିକ୍ଷା କଲେ। ଏବେ ଯୁବ ପରିବେଶବିତ୍‌ ଭାବେ ସେ କେବଳ ଓଡ଼ିଶା ନୁହେଁ, ସାରା ବିଶ୍ୱରେ ପରିଚିତ। ସେ ହେଉଛନ୍ତି ବାଲିଅନ୍ତାର ଝିଅ ନୀଳିମା ମିଶ୍ର। ଜାମଶେଦପୁରରେ ଜନ୍ମଗ୍ରହଣ କରିଥିବା ନୀଳିମାଙ୍କ ଛୋଟ ବେଳରୁ ପରିବେଶ ପ୍ରତି ରହିଥିଲା ଦୁର୍ବଳତା। ଭୁବନେଶ୍ୱରରେ ଏକ ଘରୋଇ ଶିକ୍ଷାନୁଷ୍ଠାନରୁ ଇଞ୍ଜିନିୟରିଂ ଶେଷ କରିବା ପରେ ସେ ଦୀର୍ଘ ୪ବର୍ଷ ଏ ଦିଗରେ କାର୍ଯ୍ୟ କରିଥିଲେ। କିନ୍ତୁ ଉଚ୍ଚଶିକ୍ଷା କରିବାର ଇଚ୍ଛା ଏବଂ ପ୍ରାକୃତିକ ସମ୍ପଦ ଉପରେ ଦୁର୍ବଳତା ରହିଥିବାରୁ ଇଞ୍ଜିନିୟରିଂ ଛାଡ଼ିଦେଲେ। ଭୋପାଳସ୍ଥିତ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଫରେଷ୍ଟ ମ୍ୟାନେଜ୍‌ମେଣ୍ଟରୁ ଫରେଷ୍ଟ ମ୍ୟାନେଜମେଣ୍ଟରେ ଏମ୍‌ବିଏ କଲେ। ଚଳିତବର୍ଷ ସେ ବ୍ରିଟେନ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରୁ ଏନ୍‌ଭାଇରନ୍‌ମେଣ୍ଟାଲ ପଲିସିରେ ଏମ୍‌ଫିଲ ଶେଷ କରିଛନ୍ତି। ୨୦୧୯ରେ ହୋଇଥିବା କ୍ଲାଇମେଟ୍‌ ଫୋର୍ସ ଆର୍କଟିକ୍‌ ଏକ୍ସପେଡିଶନରେ ଅଂଶଗ୍ରହଣ କରି ଓଡ଼ିଶା ତଥା ଦେଶକୁ ଗୌରବାନ୍ବିତ କରିଥିଲେ। ସାରା ବିଶ୍ୱରେ ଏହି ଆର୍କଟିକ୍‌ରେ ୮୦ଜଣ ଅଂଶଗ୍ରହଣ କରିଥିବାବେଳେ ସେ ଏକମାତ୍ର ଅଂଶଗ୍ରହଣକାରୀ ଭାବେ ଓଡ଼ିଶାରୁ ମନୋନୀତ ହୋଇଥିଲେ। ଏଥିପାଇଁ ତାଙ୍କୁ ବିିଭିନ୍ନ ମହଲରୁ ଶୁଭେଚ୍ଛା ମିଳିଥିଲା ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପ୍ରଶଂସା କରିଥିଲେ।
ନୀଳିମା ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ଗୁରୁତ୍ୱ ଦେଇଥାନ୍ତି। ନିଜ ବ୍ୟକ୍ତିଗତ ସାମର୍ଥ୍ୟରେ ସେ ସବୁବେଳେ ପରିବେଶ ସଚେତନତା ପ୍ରସାର ପାଇଁ କାର୍ଯ୍ୟ କରନ୍ତି। ଏପରିକି ସେ ବିଭିନ୍ନ କର୍ପୋରେଟ୍‌ ହାଉସ୍‌ରେ ମଧ୍ୟ ପରିବେଶ ସଚେତନତା ଦିଗରେ ଅଭିଭାଷଣ ଦେଇଛନ୍ତି। ସେ ନିଜ ଘରେ ଆବର୍ଜନାକୁ ପୃଥକ୍‌ କରି ରଖନ୍ତି, ବର୍ଜ୍ୟବସ୍ତୁକୁ ପୁନଃ ବ୍ୟବହାର କରନ୍ତି ଏବଂ ଘରେ କମ୍ପୋଷ୍ଟ ମଧ୍ୟ ପ୍ରସ୍ତୁତ କରନ୍ତି। ବର୍ଜ୍ୟବସ୍ତୁ ପୃଥକୀକରଣ, କମ୍ପୋଷ୍ଟ ତିଆରି କରିବା, ଲୋକମାନେ କିପରି ଏକକ ବ୍ୟବହାରଯୁକ୍ତ ପ୍ଲାଷ୍ଟିକ କମ୍‌ ବ୍ୟବହାର କରିବେ ସେ ଦିଗରେ କାର୍ଯ୍ୟ ଜାରି ରଖିଛନ୍ତି। ‘ସିବା ଗ୍ରୀନ ସଲ୍ୟୁଶନ’ ନାମରେ ଏକ ସଂସ୍ଥା ମାଧ୍ୟମରେ ସେ ବିଭିନ୍ନ କର୍ପୋରେଟ୍‌ ହାଉସ୍‌ ସମେତ ସ୍କୁଲ, କଲେଜ ଏବଂ ସ୍ଥାନୀୟ ଲୋକଙ୍କୁ ସଚେତନ କରାଉଛନ୍ତି।
ନୀଳିମାଙ୍କ କହିବା ହେଲା ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ ଏକ ବଡ଼ ଆହ୍ବାନ। ସବୁ କ୍ଷେତ୍ରରେ ଆମେ ପରିବର୍ତ୍ତନ କରିପାରିବା ନାହିଁ। ତେବେ ଗୋଟେ ଜିନିଷରୁ ଆମେ ଘରୁ ଆରମ୍ଭ କରିପାରିବା। ତାହା ହେଉଛି ବର୍ଜ୍ୟବସ୍ତୁ। ଆମ ଘରେ ଯଦି ଓଦା ଏବଂ ଶୁଖିଲା ବର୍ଜ୍ୟବସ୍ତୁକୁ ଅଲଗା ଅଲଗା ରଖିବା ଏବଂ ଓଦା ବର୍ଜ୍ୟବସ୍ତୁକୁ ଖତ କରିପାରିବା, ତେବେ ଗ୍ରୀନ ହାଉସ୍‌ ଏମିଶନକୁ ହ୍ରାସ କରିପାରିବା। ଆମର ବର୍ଜ୍ୟବସ୍ତୁ ଯେପରି ମାଟିକୁ ନ ଯାଇ ତାକୁ କିପରି ପୁନଃବ୍ୟବହାର କରାଯାଇପାରିବ, ସେ ଦିଗରେ ଚିନ୍ତା କରିବା ଦରକାର। ଲୋକମାନେ ନିଜ ବର୍ଜ୍ୟବସ୍ତୁକୁ ପରିଚାଳନା କରିବା ପାଇଁ ଚାହୁଁ ନାହାନ୍ତି। କିନ୍ତୁ ସେହି ବର୍ଜ୍ୟବସ୍ତୁକୁ ଯଦି ସେମାନେ ପୁନଃବ୍ୟବହାର କରିପାରିବେ, ତାହା ସେମାନଙ୍କ ପାଇଁ ଏକ ସମ୍ବଳ ହୋଇପାରିବ। ଆମର ବିଭିନ୍ନ ସଚେତନତା କାର୍ଯ୍ୟକ୍ରମରେ ଲୋକେ ଏହାକୁ ଆଗ୍ରହ ପ୍ରକାଶ କରି ଖତ କିପରି ତିଆରି ହେବ ଜାଣିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି। ଆମେ ତାଙ୍କୁ ଶିଖାଉଛୁ। ଖୁବ୍‌ଶୀଘ୍ର ଆପାର୍ଟମେଣ୍ଟଗୁଡ଼ିକରୁ ଆମେ ଶୁଖିଲା ବର୍ଜ୍ୟବସ୍ତୁ ସଂଗ୍ରହ କରିବାର ଯୋଜନା ରଖିଛୁ ବୋଲି ନୀଳିମା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

SCB ନିଆଁ: ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ଗଠନ କଲେ ମୁଖ୍ୟମନ୍ତ୍ରୀ, ଆଜି ସନ୍ଧ୍ୟା ସୁଦ୍ଧା…

ଭୁବନେଶ୍ୱର,୧୬ା୩(ସୁନିତ୍‌ ମିଶ୍ର): କଟକ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଘଟିଯାଇଥିବା ଦୁର୍ଭାଗ୍ୟଜନକ ଅଗ୍ନିକାଣ୍ଡ ଏବଂ ଏଥିପାଇଁ ରୋଗୀମାନଙ୍କ ମୃତ୍ୟୁ ଯୋଗୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

ମୁହଁ ଖୋଲିଲେ ନବୀନ; ଯେଉଁମାନେ କ୍ରସ୍‌ ଭୋଟିଂ କରିଛନ୍ତି, ସେମାନଙ୍କର କ୍ରିମିନାଲ…

ଭୁବନେଶ୍ବର,୧୬।୩: ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂ ହୋଇଥିବା ନେଇ ସୂଚନା ରହିଛି । ଏହାରି ଭିତରେ ମୁହଁ ଖୋଲିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।…

କ୍ରସ୍‌ ଭୋଟିଂକୁ ମାନିନେଲେ ସୌଭିକ୍‌, କହିଲେ ବାପାଙ୍କୁ ବହିଷ୍କାର କରିଥିଲେ, ପ୍ରତିଶୋଧ ନେଲି

ଭୁବନେଶ୍ୱର,୧୬ା୩:  ରାଜ୍ୟ ସଭା ନିର୍ବାଚନରେ କ୍ରସ୍‌ ଭୋଟିଂ ହୋଇଥିବା ଜୋର୍‌ଦାର ଚର୍ଚ୍ଚା ହେଉଛି। ତେବେ ଏହି କ୍ରସ୍‌ ଭୋଟିଂକୁ ମାନି ନେଇଛନ୍ତି ବିଧାୟକ ସୌଭିକ ବିଶ୍ବାଳ। ବିଜୁ…

କୂଅରେ ପଡିଛି ଯୁବକଙ୍କ ମୃତଦେହ: କୁକୁର ଧରି ପହଞ୍ଚିଲେ ସାଇଣ୍ଟିଫିକ୍‌ ଟିମ୍‌

ଗଞ୍ଜାମ,୧୬।୩ (ବିଦ୍ୟାଧର ସାହୁ ): ଗଞ୍ଜାମ ଥାନା ଅନ୍ତର୍ଗତ ଲକ୍ଷ୍ମୀପୁର ଗ୍ରାମ ନିକଟସ୍ଥ ଏକ କୂଅରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି।  ରବିବାର କୂଅରେ…

କଂଗ୍ରେସରୁ ୩ କ୍ରସ ଭୋଟିଂ: AICCକୁ ଜଣାଇ ଦିଆଯାଇଛି କହିଲେ ଭକ୍ତ

ଭୁବନେଶ୍ୱର,୧୬।୩: କଂଗ୍ରେସରୁ ୩ କ୍ରସ ଭୋଟିଂ ହୋଇଛି ଏ ନେଇ କହିଲେ ପିସିସି ସଭାପତି ଭକ୍ତ ଦାସ। ସେ କହିଛନ୍ତି, ରମେଶ, ସୋଫିଆ, ଦାଶରଥି କ୍ରସ ଭୋଟିଂ…

ରାସ୍ତାରେ ଅଚଳ ୧୦୮ ଆମ୍ବୁଲାନ୍ସ, ପ୍ରସବ ବେଦନାରେ ଛଟପଟ ଆସନ୍ନ ପ୍ରସବା

ନନ୍ଦପୁର/ପାଡୁଆ୧୬।୩(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ବ୍ଲକ ପାନ୍ଥଲୁଙ୍ଗ ପଞ୍ଚାୟତର ଆନ୍ଧ୍ର ସୀମାକୁ ଲାଗି ରହିଥିବା ସାରିଆପାଲି ଗାଁରେ ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି।…

ଭିଜିଲାନ୍ସ ଜାଲରେ ଶିକ୍ଷା ବିଭାଗର ଆକାଉଣ୍ଟାଣ୍ଟ, ୬ହଜାର ଟଙ୍କା ଲାଞ୍ଚ ଦାବି….

ବରଗଡ଼,୧୬।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବରପାଲି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କନିଷ୍ଠ କିରାଣୀ ତଥା ଆକାଉଣ୍ଟାଣ୍ଟ ରଜନୀକାନ୍ତ କର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ…

ଭୋଟ ଦେଲେ ହେଲେ ମୁହଁ ଖୋଲିଲେନି ବିଧାୟିକା ସୋଫିଆ ଫିର୍ଦ୍ଦେସ

ଭୁବନେଶ୍ୱର,୧୬।୩: ଭୋଟ ଦେଲେ ହେଲେ ମୁହଁ ଖୋଲିଲେନି ବିଧାୟିକା ସୋଫିଆ ଫିର୍ଦ୍ଦେସ। ସେ ଭୋଟ ଦେଇ ଚୁପ୍‌ଚାପ୍‌ ଚାଲି ଯାଇଥିଲେ। ଗଣମାଧ୍ୟମକୁ ପ୍ରତିକ୍ରିୟା ନ ଦେଇ ଚାଲଯାଇଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri