ଭିଜିଲାନ୍ସ ଜାଲରେ ରାସ୍ତା ଓ ଗୃହ ନିର୍ମାଣ ବିଭାଗ କିରାଣି

ବ୍ରହ୍ମପୁର ଅଫିସ , ୩୦।୧୨: ଗଞ୍ଜାମ ଜିଲା ରାସ୍ତା ଓ ଗୃହ ନିର୍ମାଣ ବିଭାଗ-୧ କାର୍ଯ୍ୟାଳୟର କନିଷ୍ଠ କିରାଣି ଏଲ. କାମରାଜୁ ଦାସ ବ୍ରହ୍ମପର ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି। ସ୍ବତନ୍ତ୍ର ଭିଜିଲାନ୍ସ ଜଜଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଉକ୍ତ ଟିମ୍‌ କିରାଣି କାମରାଜୁଙ୍କ ବ୍ରହ୍ମପୁରସ୍ଥିତ କାର୍ଯ୍ୟାଳୟ, ଆଙ୍କୁଲି ଖାଲା ସାହି ସ୍ଥିତ ବାସଭବନ ସମେତ ଅନ୍ୟସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି । ଏଥିରେ ଭିଜିଲାନ୍ସର ୨ ଡିଏସ୍‌ପି, ୫ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀମାନେ ସାମିଲ ଅଛନ୍ତି । ଚଢ଼ାଉ ଜାରି ରହିଥିବା ବେଳେ କିରାଣିଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ସବିଶେଷ ଆକଳନ କରାଯାଇପାରିନାହିଁ ବୋଲି ଏସ୍‌ପି ତ୍ରିଲୋଚନ ସ୍ବାଇଁ ସୂଚନା ଦେଇଛନ୍ତି।