Categories: ଫୁରସତ

ଗୋଟିଏ ଭୁଲ୍‌ ଯୋଗୁ ହେଲେ ମାଲାମାଲ୍‌

ସମସ୍ତେ ଜାଣନ୍ତି ଯେ ଯଦି ଜଣେ ବ୍ୟକ୍ତି ଲଟେରୀ ଜିତନ୍ତି ତେବେ ତାଙ୍କୁ ଭାଗ୍ୟଶାଳୀ କୁହାଯାଏ କିନ୍ତୁ ଯଦି ଭୁଲ ଟିକେଟରେ ଲଟେରୀ ଜିତେ ତେବେ ତାଙ୍କୁ ଭାଗ୍ୟବାନ କୁହାଯିବ। ଏଭଳି ଏକ ଘଟଣା ଘଟିଛି ଆମେରିକାର ମିଚିଗାନରେ। ଜଣେ ବ୍ୟକ୍ତିଙ୍କୁ କ୍ଲର୍କ ଭୁଲ ଟିକେଟ ଦେଇଥିଲେ ମଧ୍ୟ ପରେ ସେହି ଟିକେଟରେ ସେ ୧୫ କୋଟି ଟଙ୍କାର ଲଟେରୀ ଜିତିଛନ୍ତି।
ଜଣେ ୫୭ବର୍ଷ ବୟସ୍କ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କ ଟ୍ରକ ଚକାରେ ପମ୍ପ ଭରିବା ପାଇଁ ଯାଇଥିଲେ। ଯେଉଁଥିପାଇଁ ସେ ମିଚିଗାନର ଇଷ୍ଟପଏଣ୍ଟରେ ଥିବା ଏକ ଗ୍ୟାସ ଷ୍ଟେସନରେ ଅଟକି ଯାଇଥିଲେ। ବ୍ୟକ୍ତି ଜଣକ କହିଛନ୍ତି ଯେ, କଏନ୍‌ ଆଣିବାକୁ ଷ୍ଟେସନ କ୍ଲର୍କଙ୍କ ନିକଟକୁ ଯାଇଥିଲେ। ସେ ତାଙ୍କଠାରୁ ୧୦ ଡଲାରର ୭ ସ୍କ୍ରାଚ ଅଫ ଟିକେଟ ଦେବାକୁ କହିଥିଲେ। ଟିକେଟ ଦେବାବେଳେ କ୍ଲର୍କ ଜଣଙ୍କ ଭୁଲରେ ୨୦ ଡଲାରର ଟିକେଟ ଦେଇଥିଲେ। ତା’ପରେ ସେହି ଟିକେଟ ରଖି ବ୍ୟକ୍ତିଜଣଙ୍କ ଘରକୁ ଆସିଥିଲେ। ଏହା ପରେ ଲଟେରୀ ଫଳାଫଳ ଘୋଷଣା ହେଲା। ସଂମ୍ପୃକ୍ତ ବ୍ୟକ୍ତିଜଣଙ୍କ ୨ ମିଲିୟନ ଡଲାରର ଲଟେରୀ ଜିତିଥିଲେ। ଯାହାର ମୂଲ୍ୟ ପ୍ରାୟ ୧୫ କୋଟି ଟଙ୍କା ହେବ। ତେଣୁ କୁହାଯାଏ, ଭଗବାନ ଯେତେବେଳେ ଦିଅନ୍ତ ଛପର ଫାଡି ଦିଅନ୍ତି।

Share