ସୁସ୍ଥ ରଖେ ସ୍ବଚ୍ଛତା…

ନାରୀ ଜୀବନର ଏକ ପ୍ରାକୃତିକ ଶାରୀରିକ ପ୍ରକ୍ରିୟା ହେଉଛି ପିରିୟଡ୍‌ସ। ହେଲେ ଏହାକୁ ନେଇ ଏବେବି ସମାଜରେ ଅନେକ କୁସଂସ୍କାର ଭରି ରହିଛି। ଫଳରେ ଲଜ୍ଜାବଶତଃ ହେଉ ଅବା ସ୍ବଚ୍ଛତା ଅଭାବରୁ ଅନେକ ଝିଅ ଏଥିପାଇଁ
ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ମଧ୍ୟ ହେଉଛନ୍ତି। ତେଣୁ ମନରୁ ସଂକୋଚ ଛାଡ଼ି ଏ ସମୟରେ କିପରି ପରିଚ୍ଛନ୍ନତା ରକ୍ଷାକରିବେ
ସେ ନେଇ ସଭିଙ୍କୁ
ସଚେତନ କରିବାର ସମୟ ଆସିଛି…

କିଶୋରୀମାନଙ୍କ ପାଇଁ ମାସିକ ଋତୁସ୍ରାବ ଏକ ପ୍ରାକୃତିକ ଓ ସ୍ବାଭାବିକ ପ୍ରକ୍ରିୟା- ଯାହା ମାସକୁ ମାସ ହୋଇଥାଏ। ଏହା ସ୍ତ୍ରୀ ହର୍‌ମୋନ୍‌ ଇଷ୍ଟ୍ରୋଜେନ୍‌ ଓ ପ୍ରୋଜେଷ୍ଟେରନ୍‌ର ସମ୍ପୂର୍ଣ୍ଣ ସନ୍ତୁଳନରେ ହୋଇଥାଏ। ଇଷ୍ଟ୍ରୋଜେନ୍‌ର ପରିମାଣ କମିଗଲେ ଜରାୟୁର ଶୈଷ୍ମିକ ଝିଲ୍ଲୀରୁ ରକ୍ତ କ୍ଷରଣ ହୋଇଥାଏ। ଏହା ସେମାନଙ୍କର ମାନସିକ, ଶାରୀରିକ ଓ ବୌଦ୍ଧିକ ବିକାଶରେ ସାହାଯ୍ୟ କରିଥାଏ।
ଭାରତରେ ୫୦ ପ୍ରତିଶତ ଅଳ୍ପ ବୟସର ବାଳିକା, ମାସିକ ଋତୁସ୍ରାବ (ମେନାର୍କି) ଆରମ୍ଭ ହେବା ଆଗରୁ ଏହା କ’ଣ ଏବଂ ଏହା କାହିଁକି ହୁଏ ଜାଣି ନ ଥା’ନ୍ତି। ହେଲେ କିଶୋରୀ ବା ଆଦ୍ୟ ଯୌବନପ୍ରାପ୍ତ ବାଳିକାମାନେ ସ୍ବଚ୍ଛତା ଓ ସ୍ବାସ୍ଥ୍ୟରକ୍ଷାର ନିୟମ ନ ମାନିଲେ ବିଭିନ୍ନ ପ୍ରକାର ପ୍ରଜନନଜନିତ ସଂକ୍ରମଣର ଶିକାର ହୋଇଥା’ନ୍ତି ା ବେଳେବେଳେ ଏହା ଏତେ ଗୁରୁତର ହୋଇଥାଏ ଯେ, ସେମାନଙ୍କୁ ଗର୍ଭାଶୟ ହରାଇବାକୁ ପଡ଼ିଥାଏ। ଏହାଛଡ଼ା ଭାରତରେ ପ୍ରାୟ ଝିଅମାନେ ଦ୍ୱିତୀୟ ଶ୍ରେଣୀର ନାଗରିକ ହିସାବରେ ବହୁ ଅବହେଳାର ଶିକାର ହୋଇଥା’ନ୍ତି । ଏବେବି ଆମ ଦେଶରେ ମାସିକ ଋତୁସ୍ରାବକୁ ନେଇ ଅନେକଗୁଡ଼ିଏ କୁସଂସ୍କାର ବା ବିଧିନିଷେଧ କାର୍ଯ୍ୟ ରହିଛି, ଯଥା ଏହି ସମୟକୁ ‘ଅପରିଷ୍କାର’ ସମୟ କହି ଝିଅମାନଙ୍କୁ ଏକ ଅଲଗା, ଅନ୍ଧାରୁଆ କୋଠରିରେ ଏକା ରହିବାକୁ ଦିଆଯାଇଥାଏ।
ସେମାନେ ପ୍ରାୟ ଏକ ସପ୍ତାହ ପର୍ଯ୍ୟନ୍ତ ଗୋଟିଏ ମସିଣା ଉପରେ ବସନ୍ତି। ସେମାନଙ୍କୁ ମନ୍ଦିର ଓ ପବିତ୍ର ସ୍ଥାନ ଭ୍ରମଣ ତ ଦୂରର କଥା ଖେଳାଖେଳି କରିବା ତଥା ସ୍କୁଲ ଯିବା ପାଇଁ ବାରଣ କରାଯାଇଥାଏ। ଏମିତିକି ସାଧାରଣ ଖାଇବା ଜିନିଷ ମଧ୍ୟ ବାରଣ ହୋଇଯାଏ ା ହେଲେ ଧୀରେ ଧୀରେ ଏ ଭ୍ରାନ୍ତ ଧାରଣାକୁ ଦୂରେଇ ମାସିକ ଋତୁସ୍ରାବ ସମୟରେ କେମିତି ନିଜକୁ ସଂକ୍ରମଣରୁ ରକ୍ଷା କରି ଝିଅଟିଏ ସୁସ୍ଥ ରହିବ ଏବଂ ମେନ୍‌ଷ୍ଟ୍ରୁଆଲ୍‌ ହାଇଜିନ୍‌ ରକ୍ଷା କରିବ ସେଥିପାଇଁ ପରାମର୍ଶ ଦେବା ଆବଶ୍ୟକ। ଝିଅମାନେ ମାସିକ ଧର୍ମ ସମୟରେ ସ୍ବଚ୍ଛତା ରକ୍ଷା ନ କଲେ ଗର୍ଭାଶୟ ଭିତରକୁ ଜୀବାଣୁ ସଂକ୍ରମଣ ହୋଇଥାଏ । ପୁରୁଣା କପଡ଼ା ବ୍ୟବହାର ନ କରି ଏହି ସମୟରେ ସାନିଟାରି ପ୍ୟାଡ୍‌ ବ୍ୟବହାର କରିବା ସହ ୪ ରୁ ୬ ଘଣ୍ଟା ବ୍ୟବଧାନରେ ବଦଳାଇବା ସହ ନିଜେ ମଧ୍ୟ ଭଲ ଭାବେ ସାବୁନ ଲଗାଇ ଧୋଇ ହେବା ଦରକାର।
ଆଗକାଳରେ ସାନିଟାରି ନ୍ୟାପ୍‌କିନ୍‌ର ବ୍ୟବହାର ମହିଳାମାନେ ଜାଣି ନ ଥିଲେ। ତେଣୁ ସାଧାରଣ କପଡ଼ାକୁ ବ୍ୟବହାର କରୁଥିଲେ। ତାକୁ ଧୋଇ, ଶୁଖାଇ ପୁଣି ଥରେ ପରବର୍ତ୍ତୀ ମାସରେ ବ୍ୟବହାର କରୁଥିଲେ, ଯାହା ହାଇଜିନ୍‌ର ବିରୁଦ୍ଧ ଥିଲା। ଏଥିରେ ଅନ୍ୟ ସାଧାରଣ ସଂକ୍ରମଣ ସହ ଫଙ୍ଗସ୍‌ ସଂକ୍ରମଣ ମଧ୍ୟ ହେଉଥିଲା। ବେଳେବେଳେ ସେମାନଙ୍କୁ ‘ଟକ୍ସିକ୍‌ ସକ୍‌ ସିଣ୍ଡ୍ରୋମ୍‌’ ଭଳି ଅତି ଗୁରୁତର ସଂକ୍ରମଣ ହେଉଥିଲା । ଏଥିରୁ ରକ୍ଷା ପାଇବା ପାଇଁ ବର୍ତ୍ତମାନ ସମସ୍ତେ ହାଇଜିନିକାଲି ପ୍ରସ୍ତୁତ ସାନିଟାରି ପ୍ୟାଡ୍‌ ବ୍ୟବହାର କରିବା ଆବଶ୍ୟକ। ମାସିକ ଧର୍ମ ସମୟରେ ପୋଖରୀ ବା ନଈରେ ଗାଧୋଇବା ଉଚିତ ନୁହେଁ, କାରଣ ଏଥିରେ ଗର୍ଭାଶୟରେ ସଂକ୍ରମଣ ହୋଇଥାଏ ।
ତେଣୁ ଗାଁ ଗହଳିଠାରୁ ଆରମ୍ଭ କରି ସହରାଞ୍ଚଳରେ ସମସ୍ତେ ଏହି ସମୟରେ ସତର୍କତା ଓ ସ୍ବଚ୍ଛତା ଅବଲମ୍ବନ କରିବା ଜରୁରୀ। ଝିଅମାନେ ଅଯଥା ଭୟଭୀତ ନ ହୋଇ ଏ ସମୟରେ କ’ଣ କରିବେ ଏବଂ କେମିତି ସ୍ବାସ୍ଥ୍ୟରକ୍ଷାର ନିୟମ ମାନି ଚଳିବେ ସେକଥା ମା’ ମାଉସୀ, ବଡ଼ ଭଉଣୀ ବା ଘରର ଅନ୍ୟ ମହିଳାମାନଙ୍କଠାରୁ ଜାଣି ରଖିବା ଆବଶ୍ୟକ। ବିଦ୍ୟାଳୟରେ ମଧ୍ୟ ଫିଜିଓଲୋଜି ହାଇଜିନ୍‌ ଓ ଡୋମେଷ୍ଟିକ୍‌ ସାଇନ୍ସ କ୍ଲାସରେ ଏହା ଶିକ୍ଷା ଦେବା ଜରୁରୀ । ଏ ବିଷୟରେ ସବୁ ପ୍ଲାଟଫର୍ମରେ ଖୋଲାଖୋଲି କଥାବାର୍ତ୍ତା ହେବା ଜରୁରୀ। ଯେମିତି ଝିଅଟି ମାସିକ ଋତୁସ୍ରାବ ସମୟକୁ ନେଇ ଘରେ କିମ୍ବା ବାହାରେ ନିଜକୁ ନୂ୍ୟନ ବା ହୀନ ବୋଲି ମନେକରିବ ନାହିଁ। ମାସିକ ଋତୁସ୍ରାବ ତା’ର ଜନ୍ମଗତ ଅଧିକାର ଏବଂ ଏହି ସମୟରେ ସ୍ବଚ୍ଛତା ରକ୍ଷା କରିବା ମଧ୍ୟ ତା’ର ଏକ ବଳିଷ୍ଠ ଅଧିକାର ଏକଥା ସମସ୍ତେ ଜାଣିବା ଉଚିତ୍‌ ା

 

ଲଜ୍ଜାର ନୁହେଁ, ନାରୀ ମର୍ଯ୍ୟାଦାର ବିଷୟ
ଅଙ୍କିତା ସାହୁ (ପ୍ୟାଡ୍‌ ଓମ୍ୟାନ୍‌, ଢେଙ୍କାନାଳ)- ଜଣେ ସାମ୍ବାଦିକା ଭାବେ ଅନେକ ସମୟରେ ମହିଳାଙ୍କ ସ୍ବାସ୍ଥ୍ୟ ଓ ସ୍ବଚ୍ଛତା ଉପରେ ଅଧିକାଂଶ ସମୟରେ ଲେଖାଲେଖି କରେ। ସେନେଇ ପ୍ରାମାଣିକ ଚଳଚ୍ଚିତ୍ର ମଧ୍ୟ କରେ। ତେଣୁ ବିଭିନ୍ନ ସମୟରେ ବିଭିନ୍ନ ଜାଗାକୁ ଯାଇ ତଥ୍ୟ ସଂଗ୍ରହ କରିବାକୁ ପଡ଼ିଥାଏ। ନିଜ କାମ ଭିତରେ ଜାଣିବାକୁ ପାଇଲି, ଏବେବି ଋତୁସ୍ରାବକୁ ନେଇ ବିଭିନ୍ନ ମହଲରେ ଭୟ ଏବଂ ଲଜ୍ଜା ଭରିରହିଛି। ତା’ଛଡ଼ା କେତେକଙ୍କ ଆର୍ଥତ୍କ ପରିସ୍ଥିତି ଯୋଗୁ ସାନିଟାରି ନ୍ୟାପ୍‌କିନ କିଣିବା ସହଜ ନୁହେଁ। ଅନେକ ସ୍ଥାନରେ ମହିଳାମାନେ ସ୍ବଚ୍ଛତା ଉପରେ ଅବଗତ ନ ଥିବାରୁ ଅନେକ ରୋଗର ସମ୍ମୁଖୀନ ହେଉଛନ୍ତି। ତେଣୁ ବ୍ୟକ୍ତିଗତ ଭାବେ ତାଙ୍କର ଏହି ଭୟ ଏବଂ ଲଜ୍ଜାକୁ ଦୂର କରିବା ଲାଗି ପ୍ରୟାସ ଆରମ୍ଭ କଲି। ପିରିୟଡ୍‌ କୌଣସି ଲଜ୍ଜାର ବିଷୟ ନୁହଁ ଏହା ନାରୀ ମର୍ଯ୍ୟାଦାର ବିଷୟ, ତେଣୁ ଏ ସମୟରେ କିପରି ସ୍ବଚ୍ଛତା ରକ୍ଷା କରିବେ, ସେ ସମ୍ପର୍କରେ ସଭିଙ୍କୁ ଅବଗତ କରାଇଲି।
ବର୍ତ୍ତମାନ ସୁଦ୍ଧା ପ୍ରାୟ ୭୦୦ରୁ ଊଦ୍ଧର୍‌ବ ଗ୍ରାମ ଓ ୧୦୦ଟି ଶିକ୍ଷାନୁଷ୍ଠାନରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରିଥିବା ବେଳେ ଅନୂ୍ୟନ ୧ ଲକ୍ଷ ହିତାଧିକାରୀ ସଚେତନତା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏପରିକି ମାଗଣାରେ ୬୦ହଜାର ନ୍ୟାପ୍‌କିନ୍‌ ବଣ୍ଟନ ମଧ୍ୟ କରିସାରିଛି।

 

ଭଗବାନ ଦାସ(ବ୍ରହ୍ମପୁର)- ନାରୀଙ୍କ ପାଇଁ ଋତୁସ୍ରାବ ଏକ ପ୍ରାକୃତିକ ପ୍ରକ୍ରିୟା। ତେଣୁ ଏ ସମୟରେ ସେମାନଙ୍କୁ ନିଚା ଦେଖେଇବା କିମ୍ବା ଲଜ୍ୟା ଦେବା ଅନୁଚିତ୍‌। ଏ ସମୟରେ ଅନେକଙ୍କୁ କଷ୍ଟ ଅନୁଭବ ହୋଇଥାଏ ହେଲେ ଲାଜରେ ସେମାନେ ପ୍ରକାଶ କରିପାରନ୍ତି ନାହିଁ। ଏମିତିକି କେହି କେହି ଅନ୍ୟ ସମସ୍ୟାର ବି ଶିକାର ହୁଅନ୍ତି। ତେଣୁ ଆଜିର ଶିଖିତ ସମାଜରେ ନାରୀ ଜାତିକୁ ଆଗକୁ ନେବାକୁ ହେଲେ ଏସବୁ ଭାବନା ଦୂର କରିବା ଦରକାର। ନିଜେ ମଧ୍ୟ ବିଶ୍ୱାବିଦ୍ୟାଳୟରେ ଆବଶ୍ୟକ ସମୟରେ ଅନେକ ଝିଅଙ୍କୁ ସହଯୋଗ କରିଛି ଏବଂ ଅନ୍ୟମାନଙ୍କୁ ମଧ୍ୟ ମାନସିକତାରେ ପରିବର୍ତ୍ତନ ଆଣି ଝିଅଙ୍କୁ ସହଯୋଗ କରିବାକୁ ପରାମର୍ଶ ଦେଇଛି।
ଉଷଶ୍ରୀ ସାହୁ(ଛାତ୍ରୀ, ଗଞ୍ଜାମ)- ପିରିୟଡ୍‌ସ୍‌ ନାରୀକୁ ଯୌବନପ୍ରାପ୍ତି କରାଏ ଏବଂ ମା’ ହେବାର କ୍ଷମତା ଦିଏ। ଏହା ଠିକ୍‌ ଭାବେ ନ ହେଲେ କିମ୍ବା ଏ ସମୟରେ ପରିଚ୍ଛନତା ଅଭାବ ହେଲେ ବିଭିନ୍ନ ରୋଗ ବି ଦେଖାଦିଏ। ହେଲେ ଏହାକୁ ନେଇ ସମାଜରେ ଏମିତିକି କିଛି କୁସଂସ୍କାର ଏବେବି ପ୍ରଚଳିତ ଅଛି ଯେଉଁଥିପାଇଁ ଏବିଷୟରେ କହିବାକୁ ସଂକୋଚ ଲାଗେ। ଏ ସମୟରେ କଷ୍ଟ ହେଉଥିଲେ ବି ଲାଜରେ କହିହୁଏ ନାହିଁ। ବାହାରକୁ ଗଲେ କାଳେ କିଏ ଜାଣିଦେବ ସେଥିପାଇଁ ଡର ଲାଗେ। ଏସବୁ ମାନସିକତାରେ ପରିବର୍ତ୍ତନ ଆସିଲେ ମୋ ଭଳି ପ୍ରତ୍ୟେକ ନାରୀ ବିନା ସଂକୋଚରେ ରହିପାରିବେ ସେଥିରେ ସନ୍ଦେହ ନାହିଁ।

 

ଆଜି ମେନ୍‌ଷ୍ଟ୍ରୁଆଲ୍‌
ହାଇଜିନ ଡେ’…
ମାସିକ ଋତୁସ୍ରାବ ସମୟରେ ପରିଷ୍କାର ପରିଚ୍ଛନ୍ନ ରହି କିପରି ସ୍ବଚ୍ଛତା ରକ୍ଷା କରିବାକୁ ପଡ଼ିବ ଏବଂ ଗାଁ ଗହଳର ଅଳ୍ପ ବୟସର ଝିଅମାନଙ୍କୁ ମାସିକ ଋତୁସ୍ରାବ ବିଷୟରେ ସଚେତନତା ସୃଷ୍ଟି କରିହେବ, ଏଥିପାଇଁ ସାରା ବିଶ୍ୱରେ ମେ’ ମାସର ୨୮ ତାରିଖକୁ ‘ମେନ୍‌ଷ୍ଟ୍ରୁଆଲ୍‌ ହାଇଜିନ ଡେ’ ଭାବେ ପାଳନ କରାଯାଉଛି। ମାସିକ ଋତୁସ୍ରାବ ଯେ’ ଗୋଟିଏ ସାଧାରଣ ବାୟୋଲୋଜିକାଲ ପ୍ରୋସେସ୍‌ ଏଥିରେ ଦୁଃଖ, ଲଜ୍ଜା ବା’ ଅଛୁଆଁ ଆଦି କୌଣସି କୁସଂସ୍କାରର ସ୍ଥାନ ନାହିଁ ଏକଥା ସବୁ ଝିଅମାନେ ଜାଣିବା ଉଚିତ୍‌। ମେନ୍‌ଷ୍ଟ୍ରୁଆଲ ହାଇଜିନ୍‌ ଡେ’ର ଲକ୍ଷ୍ୟ ହେଉଛି ୨୦୩୦ ସୁଦ୍ଧା ସମସ୍ତେ ମାସିକ ଋତୁସ୍ରାବକୁ ନାରୀ ଜୀବନର ଏକ ସାଧାରଣ ପ୍ରକ୍ରିୟା ହିସାବରେ ଗ୍ରହଣ କରିବେ, ସବୁ କୁସଂସ୍କାର ଓ ଅନ୍ଧବିଶ୍ୱାସକୁ ଦୂରେଇ ଦେବେ ଏବଂ ନିଜେ ନିଜର ସ୍ବଚ୍ଛତା ପାଇଁ ଦୃଷ୍ଟି ରଖି ସାନିଟାରି ପ୍ୟାଡ୍‌ ପରିଧାନ କରିବେ।

-ସ୍ତ୍ରୀ ରୋଗ ଓ ପ୍ରସୂତି ବିଶେଷଜ୍ଞ
ଲିଙ୍କ୍‌ରୋଡ଼, କଟକ-୧୨


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri