ସ୍ବଚ୍ଛତା ଓ ଆମ ସହର

ଚ୍ଛତାକୁ ନେଇ ଅନେକ ଉତ୍ସାହଜନକ କାର୍ଯ୍ୟକ୍ରମ ଚାଲୁଛି। ତେବେ ସ୍ବଚ୍ଛତା ଓ ଆମ ସହରକୁ ନେଇ ଆଲୋଚନା କରିବା ବେଳେ ପ୍ରଥମେ ପ୍ରାଥମିକ ସ୍ତରରୁ ତଥା ପ୍ରାଥମିକ ବିଦ୍ୟାଳୟରୁ ଆରମ୍ଭ କରିବା ଭଲ ହେବ। ସରକାରଙ୍କ ତରଫରୁ ବିଦ୍ୟାଳୟର ସ୍ବଚ୍ଛତାକୁ ନେଇ ଅନେକ କାର୍ଯ୍ୟକ୍ରମ କରାଯାଇଛି। ଏହି ପରିପ୍ରେକ୍ଷୀରେ ୟୁନିସେଫ୍‌ ଓ ଭାରତ ଜ୍ଞାନ ବିଜ୍ଞାନ ସମିତି ମିଳିତ ଉଦ୍ୟମରେ ସରକାରୀ ବିଦ୍ୟାଳୟ ସ୍ତରରେ ସ୍ବଚ୍ଛତାକୁ ନେଇ ୱାଶ୍‌ ଇନ୍‌ ସ୍କୁଲ ନାମରେ ଏକ କାର୍ଯ୍ୟକ୍ରମ ଚାଲୁଥିଲା। ଏହି କାର୍ଯ୍ୟକ୍ରମ ଅନୁସାରେ ପ୍ରତ୍ୟେକ ସ୍କୁଲର ସ୍ବଚ୍ଛତା ତଥା ଶିଶୁମାନଙ୍କର ବିଦ୍ୟାଳୟ ପରିବେଶରେ ଆବଶ୍ୟକତାକୁ ନେଇ ସ୍ବଚ୍ଛତା ଆକ୍ସନ ପ୍ଲାନ୍‌ ବା ଯୋଜନା କରାଯାଇ ସ୍ବଚ୍ଛତାକୁ ନେଇ ମାନଦଣ୍ଡଗୁଡ଼ିକର ନିର୍ଣ୍ଣୟ ଆଧାର କରାଯାଇଥାଏ। ଏହି ସ୍ବଚ୍ଛତା ଆକ୍ସନ ପ୍ଲାନ୍‌କୁ ଅନେକ ବିଦ୍ୟାଳୟ କାର୍ଯ୍ୟକାରୀ କରିବା ପାଇଁ ପ୍ରୟାସ କରିଛନ୍ତି, ସଫଳତାର ସହ କାର୍ଯ୍ୟକାରୀ କରିଛନ୍ତି ଏବଂ କେତେକ କ୍ଷେତ୍ରରେ ଅନ୍ୟମାନଙ୍କଠାରୁ ପ୍ରଶଂସା ପାଇଛନ୍ତି। ଏହିଭଳି କ୍ଷେତ୍ରରେ ଏହି ଲେଖକ ମଧ୍ୟ କେତେକ ବିଦ୍ୟାଳୟ ଦେଖିଛି, ଯେଉଁଠି କି ଶିକ୍ଷକଗୋଷ୍ଠୀ ନିଜର ଇଚ୍ଛାଶକ୍ତି ଓ ଆଗ୍ରହ ହେତୁ ସଫଳ ହୋଇଛନ୍ତି ଏବଂ ଅନେକ ପ୍ରଶଂସିତ ହୋଇଛନ୍ତି। ସ୍ବଚ୍ଛତାକୁ ନେଇ ପ୍ରଶଂସିତ ହୋଇଥିବା ପରବର୍ତ୍ତୀ ସମୟରେ ଅର୍ଥରାଶି ମଧ୍ୟ ଏହି ବିଦ୍ୟାଳୟଗୁଡ଼ିକୁ ଜିଲା କିମ୍ବା ରାଜ୍ୟ ତରଫରୁ ଅର୍ଥ ରାଶି ଯୋଗାଇ ଦିଆଯାଇଛି। ପାଇଖାନାର ଉପଯୋଗୀ ଓ ପାଣି ବ୍ୟବସ୍ଥା, ହାତଧୁଆ, ପାଣିଟାଙ୍କି ତଥା ଅନେକ କିଛି ମାନଦଣ୍ଡ ରହିଛି।
ଏଥିରେ ଶିଶୁଙ୍କୁ ସ୍ବଚ୍ଛତା ଅଭ୍ୟାସ କରାଇବା ପାଇଁ ପ୍ରେରଣାଦାୟକ ସୁବିଧାଗୁଡ଼ିକ ରହିଛି।
ଗାଁ ହେଉ କି ସହର, ପ୍ରତିଦିନ ଶହ ଶହ କୁଇଣ୍ଟାଲ ଆବର୍ଜନା ବାହାରୁଛି। ବର୍ତ୍ତମାନର ସମାଜରେ ପ୍ଳାଷ୍ଟିକ୍‌ର ବହୁଳ ବ୍ୟବହାର, ପ୍ୟାକିଂ ବ୍ୟବସ୍ଥା,ଦୋକାନ ବଜାରରୁ ଆବର୍ଜନା ବାହାରିବା, ଡାକ୍ତରଖାନାର ଆବର୍ଜନା କିମ୍ବା ଅନ୍ୟ କୌଣସି କାରଣରୁ ଅନେକ ପରିମାଣରେ ଆବର୍ଜନା ବାହାରୁଛି। ସରକାରଙ୍କ ତରଫରୁ ପ୍ରତିଦିନ ଗାଡ଼ି ଆସି ଘରୁ ସଂଗ୍ରହ କରିବା ପାଇଁ ବ୍ୟବସ୍ଥା ରହିଛି। କିନ୍ତୁ ଅନେକ କ୍ଷେତ୍ରରେ ଜନସାଧାରଣ ଏହାକୁ ସହଯୋଗ କରୁଥିବା ବେଳେ କେତେକ କ୍ଷେତ୍ରରେ କରୁନାହାନ୍ତି। ଏହାର କାରଣ ହେଲା ଆମର ମାନସିକତା। ସାଧାରଣତଃ ଓଡ଼ିଆମାନଙ୍କ ଅଭ୍ୟାସ ଯେ, ଭୋରରୁ ଘରର ମଇଳା ଓ ଆବର୍ଜନା ସଫା କରିବା। ଓଳିଆ ଗାଡ଼ି ଯଦି ଆସିବା ପୂର୍ବରୁ ଅଳିଆ ନେଇ ସାହି ଛକ, ନାଳ କିମ୍ବା ଅନ୍ୟ କାହା ଦାଣ୍ଡରେ ନେଇ ସଅଳ ସଅଳ କାମ ସାରିଦିଅନ୍ତି! ଏହି ଲେଖକ ଏହିଭଳି କିଛି ସମସ୍ୟାର ଭୁକ୍ତଭୋଗୀ। ଘର ଆଗରେ ମଧ୍ୟ ଏହିଭଳି ନିତିିଦିନ ସମସ୍ୟା ଦେଖାଦେଇଥାଏ। ଭୋରରୁ ତାଙ୍କ ଦାଣ୍ଡ ମୁହଁରେ ଆଣି ଅନେକେ ଓଳିଆ ପକାଇ ପଳାନ୍ତି ଏବଂ ସ୍ବଚ୍ଛତା ଗାଡ଼ି ଆସିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତି ନାହିଁ।
ସ୍ବଚ୍ଛତାର ଅନ୍ୟ ଏକ ସମସ୍ୟା ହେଲା ସହରାଞ୍ଚଳ ହେଉ କିମ୍ବା ଗ୍ରାମାଞ୍ଚଳରେ ସହର ମୁଣ୍ଡରେ ନେଇ ଓଳିଆ ଗଦା କରିବା। ପଂଚାୟତ ତରଫରୁ ହେଉ କିମ୍ବା ସହରାଞ୍ଚଳ, ନଦୀ କୂଳ ହେଉ, ଗାଁ ମୁଣ୍ଡ ହେଉ, ସେଠାରେ ଓଳିଆ ପକାନ୍ତି। ଫଳରେ ଗାଁ ମୁଣ୍ଡରେ କିମ୍ବା ସହର ମୁଣ୍ଡରେ ପସିବାବେଳେ ଏହାର ଦୁର୍ଗନ୍ଧରେ ନାକ ଫାଠି ପଡ଼ିଥାଏ। ଜଣେ ସଚେତନ ନାଗରିକ ଯଦି ଏହାକୁ ଅଧ୍ୟୟନ କରେ, ତେବେ ଏହାକୁ ଅନୁଭବ କରିବ। ବଡ଼କଥା ହେଲା, ସହର ହେଉ କି ଗ୍ରାମଞ୍ଚଳ ସେଠାରେ ଯେଉଁ ସ୍ବଚ୍ଛ ପୋଖରୀଗୁଡ଼ିକ ଥିଲା। ଏବେ ତାହାର ଅବସ୍ଥା ବେଶ୍‌ ସଙ୍କଟାପନ୍ନ ଓ ପ୍ରଦୂଷିତ। ଅନେକ ପୋଖରୀକୁ ପୋତି ଦିଆଗଲାଣି କିମ୍ବା ଓଳିଆ ପକାଇ ଆବର୍ଜନାମୟ କରିଦିଆଗଲାଣି। କେଉଁଠି ଦୂଷିତ ପାଣି ପୋଖରୀରେ ପଶୁଛି। ଜଳାଶୟଗୁଡ଼ିକ ବ୍ୟବହାରଯୋଗ୍ୟ ହୋଇ ରହିନାହିଁ।
ଅନ୍ୟ ଏକ ବଡ଼ ସମସ୍ୟା ହେଲା, ଯେଉଁଠି ସହରାଞ୍ଚଳର କିଛି ଖାଲ ଜାଗା ରହିଛି, ସେଠାରେ ଓଷଧୀୟ ଗଛ ରହୁଥିଲା, ଜଳାଶ୍ରୟ ରହୁଥିଲା, ସେଗୁଡ଼ିକ ବର୍ତ୍ତମାନ ଡମ୍ପିଂ ୟାର୍ଡ ବା ଆର୍ବଜନା କେନ୍ଦ୍ର ପାଲଟିିଛି! ରାୟଗଡ଼ା ସହରରେ ଦେଖୁଥିଲେ, ପ୍ରସିଦ୍ଧ ମଝିଘରିଆଣୀ ମନ୍ଦିର ନିକଟରେ ଖାଲ ଅଞ୍ଚଳ ଥିଲା, ସେଠାରେ ଜଳାଶୟ ରହୁଥିଲା ଏବଂ ଭୂଜଳ ସ୍ତରକୁ ସଂରକ୍ଷଣ କରିବା ନିମନ୍ତେ ବେଶ୍‌ ପ୍ରଭାବ ପକାଇଥାଏ। କିନ୍ତୁ ବର୍ତ୍ତମାନ ଏହାକୁ ସହରାଞ୍ଚଳର ସମସ୍ତ ଆବଜର୍ର୍ନାକୁ ଏଠାରେ ପକାଯାଉଛି। ଏହାଦ୍ୱାରା ରାୟଗଡ଼ା ସହରର ଭୂଜଳ ପ୍ରଦୂଷିତ ହେବାର ଅନେକ ଆଶଙ୍କା ପ୍ରକାଶ ପାଉଛି। ଏହାକୁ ନେଇ କେହି ଆଲୋଚନା କରନ୍ତି ନାହିଁ କିମ୍ବା ଗଣମାଧ୍ୟମର ମଧ୍ୟ ଏଥିପ୍ରତି ନଜର ନାହିଁ। କୌଣସି ଏକାଡେମିକ୍‌ ଅନୁଷ୍ଠାନ ବା ନାଗରିକ ଗୋଷ୍ଠୀ ମଧ୍ୟ ଏହା ସମ୍ପର୍କରେ ତର୍କବିତର୍କ କରୁନାହାନ୍ତି। ଓଡ଼ିଶାର ଆହୁରି ଅନେକ ସହର ଆଜିର ଦିନରେ ପ୍ରଦୂଷିତ ଏବଂ ଏପରିକି ଅନେକ ସହରର ବାୟୁରେ ପ୍ରଦୂଷଣର ମାତ୍ରା ବଢ଼ିଚାଲିଛି ଏବଂ ସ୍ବାସ୍ଥ୍ୟ ଉପରେ ଏହାର ବେଶ୍‌ କୁପ୍ରଭାବ ପଡ଼ୁଛି। ଜଳ, ବାୟ, ପରିବେଶ ସବୁକ୍ଷେତ୍ରରେ ପ୍ରଦୂଷଣ ବଢ଼ି ବଢ଼ି ଚାଲିଛି।
କିଛିଦିନ ତଳେ ଦଳେ ଯୁବବର୍ଗ ଏବଂ ତାଙ୍କର ଅଧ୍ୟାପକଙ୍କ ଏକ ଉଚ୍ଚ ପଦସ୍ଥ ଅଫିସରଙ୍କ ଘର ଆଗ ବଜାରରେ ପିଲାମାନେ ସଫା କରିବା ପାଇଁ ଆକର୍ଷଣୀୟ ପୋଷାକ ପିନ୍ଧି ସୁନ୍ଦର ସୁନ୍ଦର ଝାଡ଼ୁ, ଯାହାକି ଆଜିକାଲିର ବିଜ୍ଞାପନରେ ଦେଖାଯାଉଛି, ତାହାକୁ ଧରି ସଫା କରିବାକୁ ବାହାରିଥିଲେ। ଏହା ଦେଖି ମୁଁ ଅନୁମାନ କଲି, କେବଳ ବିଜ୍ଞାପନ ପାଇଁ! ଅନେକ ସମୟରେ ସ୍ବଚ୍ଛତାକୁ ନେଇ ଯେଉଁ ପ୍ରଚାରପ୍ରସାର ଚାଲିଛି, ଜଣେ ଯଦି ଅନୁଭବ କରିବ, ତେବେ ସେ ଭାବିବ ଯେ ଏହା କେବଳ ନିଜର ବିଜ୍ଞାପନ ପାଇଁ! କିନ୍ତୁ ଅଭ୍ୟାସରେ ପରିଣତ କରିବା କେତେ କଷ୍ଟକର ହେଲେ ମଧ୍ୟ ତାହାକୁ ଆମକୁ ଅଭ୍ୟାସରେ ପରିଣତ କରିବା ପାଇଁ ପ୍ରୟାସ କରିବାକୁ ପଡ଼ିବ।
ଗାନ୍ଧିଜୀ ହୁଅନ୍ତୁ କି ବିନୋବା ଭାବେ କିମ୍ବା ଓଡ଼ିଶାରେ ତାଙ୍କର ଅନୁଗାମୀ ଯଥା ଅନ୍ନପୂର୍ଣ୍ଣା ମହାରଣା, ଶାନ୍ତିଦେବୀ , ରମାଦେବୀ, ଗୋପବନ୍ଧୁ ଚୌଧୁରୀ ହୁଅନ୍ତୁ କିମ୍ବା ଅନେକ ବ୍ୟକ୍ତିବିଶେଷ ଅଛନ୍ତି ଓ ଅନୁଷ୍ଠାନ ଅଛନ୍ତି , ଯେଉଁମାନେ ସ୍ବଚ୍ଛତାକୁ ନେଇ ଅଭ୍ୟାସ ଓ ଜୀବନରେ ଶୃଙ୍ଖଳା ଜାରି ରଖିଆସିଥିଲେ। ବର୍ତ୍ତମାନ ମଧ୍ୟ ଅନେକେ ଅଛନ୍ତିି ଯେଉଁମାନେ ରାସ୍ତା ତିଆରି କରି ଅନ୍ୟମାନଙ୍କ ବାଟ ଚାଲିବାର ପନ୍ଥା ଦେଖାନ୍ତି। ସେମାନେ ଅନ୍ୟମାନଙ୍କୁ ଅନୁସରଣ କରନ୍ତି ନାହିଁ, ନିଜେ ରାସ୍ତା କରନ୍ତି। ବର୍ତ୍ତମାନ ସ୍ଥିତିରେ ସ୍ବଚ୍ଛତାକୁ ନେଇ ନିଜେ ଅଭ୍ୟାସରେ ପରିଣତ କରିବା ସହ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବାର ଆବଶ୍ୟକତା ରହିଛି।
ବିଦ୍ୟାଳୟରେ ଅନେକ କାର୍ଯ୍ୟକ୍ରମ ରହୁଛି ଯାହାକୁ ଶିଶୁଟି ତାହାର ସ୍ବଚ୍ଛତାକୁ ନେଇ ଅଭ୍ୟାସ କରୁଛି। କିନ୍ତୁ ସ୍ବଚ୍ଛତା ସହ ପ୍ରଦୂଷଣର ସମ୍ପର୍କ ରହୁଛି। ଆମେ ଯେତେ ସ୍ବଚ୍ଛ ରହିବା, ପରିବେଶକୁ ଧ୍ୱଂସକରିବାରୁ ରକ୍ଷା କରିବା ପାଇଁ ପ୍ର୍ରୟାସ କରିବା, ଘରରୁ ହିଁ ସ୍ବଚ୍ଛତାର ଅଭ୍ୟାସ ଆରମ୍ଭ କରିବା, ପରିବେଶକୁ ସୁରକ୍ଷା ଯୋଗାଇବା, ତେବେ ପୃଥିବୀ ବଞ୍ଚିରହିବ ଏବଂ ପରବର୍ତ୍ତୀ ପିଢ଼ି ଆମକୁ ମନେରଖିବେ।

ଲୋକନାଥ ପଣ୍ଡା
ରାଣୀଗୁଡ଼ା, ରାୟଗଡ଼ା
ମୋ: ୯୪୩୮୦୮୧୪୩୦


Enter your email to get our daily news in your inbox.

All Right Reserved By Dharitri.Com

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

ମଧ୍ୟପ୍ରାଚ୍ୟ ଉତ୍ତେଜନା ଉପରେ ପାକିସ୍ତାନର ‘ମଧ୍ୟସ୍ଥତା’: ଇରାନ ସ୍ପଷ୍ଟ କଲା ମତ, ଇସ୍ରାଏଲ କହିଲା – ପାକିସ୍ତାନ ଉପରେ ଭରସା ନାହିଁ

ତେହରାନ,୫।୪: ଇରାନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ, କୂଟନୈତିକ କାର୍ଯ୍ୟକଳାପ ତୀବ୍ର ହୋଇଛି। ଏହି ସମୟରେ, ଇରାନର ଉପ-ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାକଚି…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ଭିଡ଼ିଓ ଶେୟାର କରି ଆମେରିକାକୁ ବଡ଼ ଝଟକା ଦେଲା ଇରାନ, ପାଇଲଟଙ୍କୁ ଉଦ୍ଧାର କରିବାକୁ ଆସିଥିବା ଏୟାରକ୍ରାପ୍ଟ ଧ୍ୱଂସ!

ତେହରାନ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ସେନା ୪୮ ଘଣ୍ଟା ଧରି ଲୁଚି ରହିବା ପରେ ଏକ ଉଦ୍ଧାର କାର୍ଯ୍ୟ ପରେ ଏହାର ଜଣେ ବାୟୁସେନା…

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

ଔଷଧ ଉପରେ ୧୦୦% ଟାରିଫ୍‌ ଘୋଷଣା କଲେ ଟ୍ରମ୍ପ, ଭାରତୀୟଙ୍କୁ ଝଟ୍‌କା!

ଓ଼୍ବାଶିଂଟନ,୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ସାମ୍ପ୍ରତିକ ନିଷ୍ପତ୍ତି ଭାରତୀୟ ଔଷଧ କ୍ଷେତ୍ରକୁ ପ୍ରଭାବିତ କରିଛି। ଟ୍ରମ୍ପ ପ୍ରଶାସନ ଆମେରିକା ସରକାରଙ୍କ ସହିତ ମୂଲ୍ୟ ଚୁକ୍ତିନାମାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri