ଭାଗବତର ଆହ୍ବାନ

ଗୋ ଶ୍ରୀମଦ୍‌ ଭାଗବତର ସ୍ଥାନ ଓ ଆହ୍ବାନ ବିଚାର୍ଯ୍ୟ। ଭାରତୀୟ ପ୍ରଜ୍ଞାମାନସ ବେଦରୂପୀ କଳ୍ପବୃକ୍ଷର ପରିପକ୍ୱ ସୁମିଷ୍ଟ ଫଳ ‘ଭାଗବତ’ ମୁକ୍ତିମାର୍ଗର ସୋପାନ। ଭଗବାନଙ୍କ ସାକ୍ଷାତ ଶବ୍ଦମୟୀ ମୂର୍ତ୍ତି। ସନାତନ ସଂସ୍କୃତିର ଅମୂଲ୍ୟରନତ୍। ଅଷ୍ଟାଦଶ ପୁରାଣମାନଙ୍କ ମଧ୍ୟରେ ଶ୍ରୀମଦ୍‌ ଭାଗବତ ମହାପୁରାଣର ସ୍ଥାନ ସ୍ବତନ୍ତ୍ର। ଏହା ଭଗବାନଙ୍କର ମୁଖ ନିଃସୃତ ବାଣୀ, ଯାହାକି ଗୁରୁଶିଷ୍ୟ ପରମ୍ପରା। କ୍ରମେ ବ୍ରହ୍ମା, ନାରଦ, ବ୍ୟାସଦେବ, ଶୁକ ମହର୍ଷି ଆଦିଙ୍କ ମାଧ୍ୟମରେ ଆଜିର ମଣିଷ ପାଇଁ ସୁଲଭ ହୋଇପାରିଛି। ମହର୍ଷି ବ୍ୟାସଦେବ ଉପନିଷଦ, ବ୍ରହ୍ମସୂତ୍ର, ଶପ୍ତଦଶ ପୂରାଣ ରଚନା କରି ସାରିବା ପରେ ମଧ୍ୟ ପରମ ଶାନ୍ତି ପାଇ ପାରି ନାହାନ୍ତି। ମହର୍ଷି ନାରଦଙ୍କୁ ଏହି ଅଶାନ୍ତି ଅତୃପ୍ତିର କାରଣ ଜିଜ୍ଞାସା କରି ବ୍ୟାସଦେବ କହିଲେ, ଆପଣ ନିଜେ ତ୍ରିକାଳଦର୍ଶୀ। ଆପଣ ଏ ଅଶାନ୍ତିରୁ ମୁକ୍ତିର ମାର୍ଗ ମତେ ଦେଖାଇ ଦିଅନ୍ତୁ। ନାରଦ କହିଲେ ଆପଣ ଧର୍ମ, ଅର୍ଥ, କାମ, ମୋହ ଚତୁବର୍ଗଙ୍କୁ ପୁରାଣମାନଙ୍କରେ ସନ୍ନିବିଷ୍ଠ କରିଛନ୍ତି କିନ୍ତୁ ରସରାଜ ଶ୍ରୀକୃଷ୍ଣଙ୍କର ରସଭରା ଲୀଳା ବର୍ଣ୍ଣନା କରିନାହାନ୍ତି। ତାଙ୍କ ରସମୟ ଲୀଳାର ବର୍ଣ୍ଣନା ଆପଣଙ୍କୁ ଶାନ୍ତି ଓ ତୃପ୍ତି ଦେଇପାରିବ। ଏହା ହିଁ ଶ୍ରୀମଦ୍‌ ଭାଗବତର ଉତ୍ସ। ମହାମୁନି ବ୍ୟାସ ସଂସ୍କୃତରେ ଲୀଳାମୟଙ୍କ ରସମୟ ଲୀଳା ବର୍ଣ୍ଣନା କରି ତାଙ୍କ ପ୍ରିୟପୁତ୍ର ଶୁକମୁନିଙ୍କୁ ଶୁଣାଇଲେ। ତାଙ୍କ ମୁଖରୁ ସୈବତ ଆଦି ମୁନିଋଷିମାନେ ଏହାର ଗୂଢ଼ ତତ୍ତ୍ୱ ଓ ରହସ୍ୟମୟ ଜାଣିଲେ। ପ୍ରଜାନୁରଞ୍ଜନ, ଧର୍ମପ୍ରାଣ ମହାରାଜ ପରିକ୍ଷିତ ଋଷିପୁତ୍ରଙ୍କ ଅଭିଶାପନର ପ୍ରମାଦଗ୍ରସ୍ତ ଅବସ୍ଥାରେ ପବିତ୍ର, ଗଙ୍ଗାକୂଳରେ ମୁନି ଋଷିଙ୍କ ନିକଟରେ ଉପସ୍ଥିତ ହେଲେ। ସାତଦିନ ମଧ୍ୟରେ ସର୍ପ ଦଂଶନରେ ତାଙ୍କର ମୃତ୍ୟୁ ଅନିବାର୍ଯ୍ୟ। ମୁନି ବାକ୍ୟ ଅନ୍ୟଥା ହେବନାହିଁ। ମହାମୁନି ଶୁକଙ୍କ ଚରଣରେ ମହାରାଜ ଶରଣ ଭିକ୍ଷା କରି ଯେଉଁ ତିନୋଟି ପ୍ରଶ୍ନର ଉତ୍ତର ଜିଜ୍ଞାସା କଲେ ତାହା ହିଁ ସମଗ୍ର ଭାଗବତ ମହାଗ୍ରନ୍ଥ। ସେ ତିନୋଟି ପ୍ରଶ୍ନ ହେଉଛି – କହ ଜୀବନ ଯିବା ବେଳେ – କିବା ସାଧିବି ମହିତଳେ, କିବା ଶୁଣିବ କର୍ଣ୍ଣ ପଥେ – ସ୍ମରଣ କି କରିବି ଚିତ୍ତେ, କିବା ବଚନ ଉଚ୍ଚାରଣ- ପୂଜି ବି କାହାର ଚରଣ। ଏ ସମସ୍ତ ପ୍ରଶ୍ନର ଉତ୍ତର କୃଷ୍ଣନାମ ଭଜନରେ ରହିଛି ବୋଲି ମୁନିବର କହିଛନ୍ତି। ବ୍ୟାସକୃତ ଏହି ସଂସ୍କୃତ ମହାକାବ୍ୟକୁ ନିଜ ନିରକ୍ଷର ଜନନୀଙ୍କ ଇଚ୍ଛାକୁ ସମ୍ମାନ ଦେଇ ଷୋଡ଼ଶ ଶତାବ୍ଦୀରେ ପଞ୍ଚସଖା ଯୁଗର ଅନ୍ୟତମ ମହାକବି ଶ୍ରୀ ଜଗନ୍ନାଥ ଦାଶ ନବାକ୍ଷରୀ ଛନ୍ଦ ରଚନା କରିଥିଲେ।
ଭକ୍ତକବି ଜଗନ୍ନାଥଙ୍କ ପିତା ଭଗବାନ ଦାଶ ଥିଲେ ପୁରାଣ ପଣ୍ଡା। ମାତ୍ର ୧୬ ବର୍ଷ ବୟସରେ ପିତୃହରା ହୋଇ ତାଙ୍କୁ ତାଙ୍କର କୌଳିକ ବୃତ୍ତି ଗ୍ରହଣ କରିବାକୁ ହେଲା। ସ୍ବରଚିତ ଭାଗବତ ମହାପୁରାଣକୁ ଶ୍ରୀମନ୍ଦିରର ବଟ୍ଟଗଣେଶଙ୍କ ତଳେ ବସି ପାଠ କଲେ। ଏହି ସମୟରେ ଏକଦା ତାଙ୍କର ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ସହିତ ସାକ୍ଷାତ ହେଲା। ସେ ଭାଗବତ ପଠନ, ଗାୟନ, ମନନ ଓ ଚର୍ଚ୍ଚାରେ ବିମୁଗ୍ଧ ହୋଇ ତାଙ୍କୁ କୋଳାଗ୍ରତ ପୂର୍ବକ ଅତିବଡ଼ୀ ଉପାଧିରେ ଅଭିଷିକ୍ତ କଲେ। ତାଙ୍କର ଲୋକପ୍ରିୟତା ଓ ଉଚ୍ଚ ପ୍ରଶଂସା ତଥାକଥିତ ବଡ଼ପଣ୍ଡାମାନଙ୍କର ଈର୍ଷାର କାରଣ ହେଲା। ଫଳତଃ ସେ ତାଙ୍କୁ ଓ ଜନନୀଙ୍କୁ ବହୁ କଠିନ ସମୟ ଦେଇ ଗତି କରିବାକୁ ପଡ଼ିଲା। କିନ୍ତୁ ତାଙ୍କ ପ୍ରତିଭାର ସୁରଭୀ ଗଜପତି ପ୍ରତାପ ରୁଦ୍ର ଦେବଙ୍କ ସଦୟ ଦୃଷ୍ଟି ଆକର୍ଷଣ କଲା। ଗଜପତିଙ୍କ ମହାନୁଭବତାର ଫଳସୃତି ସ୍ବରୂପ ଶ୍ରୀକ୍ଷେତ୍ରରେ ନିର୍ଜନ ବେଳାଭୂମିରେ ସାତଲଉଡି ମଠ ନିର୍ମାଣ ହେଲା। ଆଜି ତାହା ପ୍ରତ୍ୟେକ ଓଡ଼ିଆର ମହାତୀର୍ଥ। କବି ଜନ ଉଇକ୍ଳିପଂ ଇଂଲିଶ ଭାଷାରେ ବାଇବେଲର ଅନୁବାଦ କରି ପ୍ରଚାର କରନ୍ତେ ଇଂଲଣ୍ଡର ସାମାଜିକ ଜୀବନରେ ଅଭୂତପୂର୍ବ ଜାଗରଣ ସୃଷ୍ଟି ହୋଇଥିଲା। ସେହିପରି ଇତିହାସ ପ୍ରସିଦ୍ଧ ମାର୍ଟିନ ଲୁଥର ବାଇବେଲକୁ ଜର୍ମାନ ଭାଷାରେ ଅନୁବାଦ କରି ୟୁରୋପରେ ଅଭାବନୀୟ ପରିବର୍ତ୍ତନ ସୃଷ୍ଟି କରିଥିଲେ। ଅନୁରୂପ ଥିଲା ଓଡ଼ିଆ ଭାଗବତ ଓ ଓଡ଼ିଶାର ଜନଜୀବନ।
ଓଡ଼ିଆ ଭାଗବତ ଓଡ଼ିଆ ଜାତିର ଗଣ୍ଠିଧନ। ଏହି ପୁଣ୍ୟଗ୍ରନ୍ଥ ଓଡ଼ିଆର ଜୀବନ ମରଣର ସାଥୀ। ସେଥିପାଇଁ ଗାଁ ଗାଁରେ ରହିଥିଲା ‘ଭାଗବତ ଟୁଙ୍ଗି’। ଭାଗବତ ଟୁଙ୍ଗି ତା’ର ଓ ଅଲେଖ ଟୁଙ୍ଗୀର ବିଲୁପ୍ତି ଆଜି ଜନଜୀବନକୁ କଳୁଷିତ କରିଛି- ରସାତଳକୁ ଟାଣି ନେଉଛି। ଏହାର ପୁନରୁଜ୍ଜୀବନ ଓଡ଼ିଆ ଜାତିର ଧ୍ୟେୟ ହେଉ।

ବିମଳ ପ୍ରସନ୍ନ ଦାସ
ମୋ: ୯୪୩୮୧୮୬୨୨୬


Enter your email to get our daily news in your inbox.

All Right Reserved By Dharitri.Com

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri