ଭଞ୍ଜନଗର,୨୬।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଶାଖା ୧ ଓ ୨ ପକ୍ଷରୁ ଶୁକ୍ରବାର ମିଳିତ ଭାବେ ସଚ୍ଛତା ହିଁ ସେବା ୨୦୨୫ ପକ୍ଷ ପାଳିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆୱାନକ୍ରମେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଜାତୀୟ ସେବା ଯୋଜନା (ବ୍ୟୁରୋ) ସଂଯୋଜକ ଡ.ଜୟନ୍ତ କୁମାର ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଏହି କାର୍ଯ୍ୟକ୍ରମ ହୋଇଥିଲା।
କଲେଜର ଦୁଇ ଶାଖା ସ୍ବେଚ୍ଛାସେବୀଚ୍ମାନେ ପ୍ରଥମେ ବଟନିକାଲ ଗାର୍ଡେନ ସଫେଇ କରିଥିଲେ। ଏହାପରେ କଲେଜର ଅନ୍ୟାନ୍ୟ ରାସ୍ତା ସଫେଇ କରିବା ସହ କଲେଜର ବିଭିନ୍ନ ସ୍ଥାନରେ ପଡିରହିଥିବା ପ୍ଲାଷ୍ଟିକ ବାହାର କରିଥିଲେ। ଜାତୀୟ ସେବା ଯୋଜନା ସ୍ବେଚ୍ଛାସେବୀଙ୍କ ସେବା କାର୍ଯ୍ୟ ଅନ୍ୟ ଛାତ୍ରୀଛାତ୍ରଙ୍କ ପାଇଁ ଉଦାହରଣ ପାଲଟିଥିଲା।
ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସଙ୍କ ନିର୍ଦ୍ଦେଶକ୍ରମେ ପ୍ରଶାସନିକ ଅଧିକାରୀ ପ୍ରାଧ୍ୟାପକ ବିଭାସ ଦାସ, ଶୈଖିକ ପରିଷଦ ସମ୍ପାଦକ ପ୍ରାଧ୍ୟାପକ ହର ପ୍ରସାଦ ଶତପଥି ସଫେଇସ୍ଥଳ ପରିଦର୍ଶନ କରି ସ୍ବେଚ୍ଛାସେବୀମାନଙ୍କୁ ଉତ୍ସାହିତ କରିବା ସହ ସ୍ବେଚ୍ଛାସେବୀଙ୍କ କର୍ତ୍ତବ୍ୟ ଉପରେ ପରାମର୍ଶ ଦେଇଥିଲେ। ମହିଳା ଶାଖା ୨ ଯୋଜନା ଅଧିକାରୀ ସସ୍ମିତା ଦାସ, ପୁରୁଷ ଶାଖା ୧ ଯୋଜନା ଅଧିକାରୀ ବି ପ୍ରଧାନ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ।


