ନିଆଁରେ ନୁହେଁ ରାବଣର ମୁହଁକୁ ପାଦରେ ଦଳି କରାଯାଏ ବଧ…

କୋଟା,୨୫।୧୦: ବିଜୟାଦଶମୀ, ଅସତ୍ୟ ଉପରେ ସତ୍ୟର ବିଜୟ। ଅନ୍ଧାର ଉପରେ ଆଲୋକର ବିଜୟ। ଏହିଦିନ ଶ୍ରୀରାମ ରାବଣକୁ ମାରି ଦୁନିଆରେ ଶାନ୍ତି ପ୍ରତିଷ୍ଠା କରିଥିଲେ। ସେବେଠାରୁ ଆମେ ବିଜୟାଦଶମୀରେ ରାବଣପୋଡି ଉତ୍ସବ ପାଳନ କରିଥାଉ। ରାବଣର କୁଶପତ୍ତଳିକା ମୂର୍ତ୍ତି ପ୍ରସ୍ତୁତ କରି ଅଗ୍ନି ସଂଯୋଗ କରି ଆମେ ବିଜୟର ଉତ୍ସବକୁ ବହୁ ଧୁମଧାମରେ ପାଳନ କରୁ। ଦେଶର ବିଭିନ୍ନ ରାଜ୍ୟରେ ମଙ୍ଗଳବାର ରାବଣପୋଡି ଉତ୍ସବ ପାଳନ ହୋଇସାରିଛି। କିନ୍ତୁ ଆମେ ଆପଣଙ୍କୁ ଏପରି ଏକ ସ୍ଥାନର ନାଁ କହିବାକୁ ଯାଉଛୁ ଯେଉଁଠି ରାବଣ ପୋଡିର ଭିନ୍ନ ଏଫେ ପରମ୍ପରା ରହିଛି।

ଦଶହରା ଉତ୍ସବ ଉପଲକ୍ଷେ ରାଜସ୍ଥାନର କୋଟାରେ ଏକ ନିଆରା ପରମ୍ପରାରେ ରାବଣପୋଡି କରାଯାଇଥାଏ। କୋଟାର ନାନ୍ତା ଅଞ୍ଚଳରେ, ଦଶହରାରେ ମାଟିର ରାବଣ ତିଆରି କରାଯାଇଥାଏ। ଏବଂ ସେହି ରାବଣକୁ ନିଆଁରେ ନୁହେଁ ପାଦରେ ଦଳି ରାବଣପୋଡିର ପରମ୍ପରା ପାଳନ କରାଯାଏ। ଏହି ପ୍ରଥା ଏଠାରେ ୧୫୦ବର୍ଷ ଧରି ଚାଲିଆସୁଛି। ସହରର ଜେଠି ସମ୍ପ୍ରଦାୟର(ଗୁଜୁରାଟୀ) ଲୋକ ଏହି ପରମ୍ପରାକୁ ପାଳନ କରୁଛନ୍ତି। ସେମାନେ ଆଖଡାରୁ(କୁସ୍ତି କସରତ କରାଯାଉଥିବା ଘର) ମାଟି ନେଇ ରାବଣ ପ୍ରସ୍ତୁତ କରରିଥା’ନ୍ତି। ସେହି ରାବଣକୁ ବିଜୟା ଦଶମୀ ଦିନ ପାଦରେ ଦଳି ବିଜୟର ଉତ୍ସବକୁ ପାଳନ କରିଥା’ନ୍ତି। ଏହି ପରମ୍ପରାକୁ ଦେଖିବାକୁ ଦେଶର ବିଭିନ୍ନ କୋଣରୁ ହଜାର ହଜାର ଲୋକ କୋଟାକୁ ଆସିଥା’ନ୍ତି।

ସୂଚନାଯୋଗ୍ୟ, ନବରାତ୍ରୀ ସମୟରେ ହିଁ ମାଟିରେ ରାବଣ ନିର୍ମାଣ କରାଯାଏ। ନିର୍ମାଣ ସମୟରେ ଏଥିରେ ୯ଦିନ ଯାଏଁ ବିହନ ବୁଣାଯାଏ। ମାଟିର ଏକ ବଡ ଚଟାଣରେ ରାବଣର ମୁହଁ ତିଆରି କରାଯାଏ। ଦଶହରା ଦିନ ସେହି ମାଟିରେ ଘାସ ଉଠିଯାଇଥାଏ। ସେହି ଛୋଟ ଛୋଟ ଘାସକୁ ମାଆ ଦୁର୍ଗାଙ୍କୁ ଅର୍ପଣ କରାଯାଏ। ଏହାପରେ ଜେଠି ସମ୍ପ୍ରଦାୟର କୁସ୍ତି ଯୋଦ୍ଧାମନେ ରାବଣ ଉପରେ କୁସ୍ତି ଖେଳିଥା’ନ୍ତି। କୁସ୍ତି ଖେଳିବା ସମୟରେ ରାବଣକୁ ପାଦରେ ଦଳି ନଷ୍ଟ କରାଯାଏ। ଏହି ପରମ୍ପରାରେ ରାବଣକୁ ମୂର୍ତ୍ତିକୁ ପାଦରେ ଦଳିବା ଦ୍ୱାରା ଅସତ୍ୟ ଉପରେ ସତ୍ୟର ବିଜୟ ହୋଇଥାଏ ବୋଲି ବିବେଚନା କରାଯାଏ।

ଜେଟି ସମ୍ପ୍ରଦାୟର ଲୋକମାନେ ଗୁଜୁରାଟୀ ବ୍ରାହ୍ମଣ ଅଟନ୍ତି ଯେଉଁମାନେ ଗୁଜୁରାଟର ବିଭିନ୍ନ ଅଞ୍ଚଳରୁ ଆସି କୋଟାର ନାନ୍ତା ଅଞ୍ଚଳରେ ବସବାସ କରିଛନ୍ତି। ଜେଟି ସମ୍ପ୍ରଦାୟୀ କୁସ୍ତି ଖେଳିବାକୁ ଭଲପାଆନ୍ତି। ଏହି ଅଞ୍ଚଳରେ ଜେଟି ସମ୍ପ୍ରଦାୟର ପ୍ରାୟ ୧୨୦ ପରିବାର ବାସ କରନ୍ତି। ମୋଗଲ ଶାସନ ସମୟରେ ଜେଟି ସମ୍ପ୍ରଦାୟର କୁସ୍ତିଯୋଦ୍ଧାମାନେ କୁସ୍ତି ଖେଳରେ ମୋଗଲ ରାଜାଙ୍କ କୁସ୍ତିଯୋଦ୍ଧାଙ୍କୁ ପରାସ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri