ଉନ୍ନତୀକରଣ ନାମରେ ଶ୍ରେଣୀଗୃହ ଭାଙ୍ଗି ଦିଆଗଲା

 

ପାରଳାଖେମୁଣ୍ଡି,୨୭।୯(ଗିରିଧାରୀ ପରିଛା):ଗଜପତି ଜିଲା ଗୋଷାଣି ବ୍ଲକ ସରଧାପୁର ପଞ୍ଚାୟତ ସଦରସ୍ଥିତ ଉଚ୍ଚ ବିଦ୍ୟାଳୟର ଉନ୍ନତୀକରଣ ନିମନ୍ତେ ଶ୍ରେଣୀଗୃହଗୁଡିକୁ ପ୍ରାୟ ଏକମାସ ହେଲା ଭାଙ୍ଗି ଦିଆଯାଇଛି। ଏହି କକ୍ଷଗୁଡିକୁ ମରାମତି କିମ୍ବା ପୁନଃନିର୍ମାଣ କରାଯାଉନାହିଁ। ଏପରି ସ୍ଥଳେ ବିଦ୍ୟାଳୟରେ ପଢୁଥିବା ଶତାଧିକ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ବ୍ୟବସ୍ଥାରେ ବାଧା ଉପୁଜୁଥିବା ଅଭିଭାବକ ଓ ଛାତ୍ରଛାତ୍ରୀଗଣ କହିଛନ୍ତି। ସରଧାପୁର ଗ୍ରାମଠାରେ ଥିବା ଉଚ୍ଚ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶହେରୁ ଉର୍ଦ୍ଧ ଛାତ୍ରାଛାତ୍ରୀ ପାଠ ପଢୁଛନ୍ତି। ଏହି ବିଦ୍ୟାଳୟ ଉପରେ ସରଧାପୁର, ଜଙ୍ଗଲପାଡୁ, ଏସ୍‌ଏନ୍‌ଡି ପେଣ୍ଠ, ଉତ୍ତରସେଲ୍ଲୀ ସମେତ ଆଖପାଖ ଗ୍ରାମାଞ୍ଚଳ ଏବଂ ସୀମାନ୍ତବର୍ତ୍ତୀ ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲା ଅନ୍ତର୍ଗତ ଗଙ୍ଗରାଜପୁରମ ପଞ୍ଚାୟତର ବିଭିନ୍ନ ଗ୍ରାମାଞ୍ଚଳର ପିଲାମାନେ ପଢୁଛନ୍ତି। ଗତ ଅଗଷ୍ଟ ମାସରେ ବିଦ୍ୟାଳୟର ଉନ୍ନତୀକରଣ ନିମନ୍ତେ ଶ୍ରେଣୀକକ୍ଷଗୁଡିକୁ ଭାଙ୍ଗି ପୁନଃ ନିର୍ମାଣ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ବୋଲି ପୂର୍ବତନ ସରପଞ୍ଚ ତଥା ସ୍ଥାନୀୟ ବାସିନ୍ଦା ବାବୁ ରାଓ ପ୍ରକାଶ କରିଛନ୍ତି। ବ୍ଲକ ପ୍ରଶାସନର ନିର୍ଦ୍ଦେଶ ପ୍ରକାରେ ବିଦ୍ୟାଳୟର ୫ଟି ଶ୍ରେଣୀ କକ୍ଷରୁ ୪ଟି ଭାଙ୍ଗି ଦିଆଯାଇଥିଲା। ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ପିଲାମାନେ ଗୋଟିଏ କକ୍ଷରେ ବସୁଛନ୍ତି । ଫଳରେ ଶିକ୍ଷାଦାନ ବ୍ୟବସ୍ଥାରେ ବାଧା ଉପୁଜିବା ସହ ପିଲାମାନେ କେଉଁ ବିଷୟ କିଏ ପଢୁଛି ଓ କିଏ ପଢାଉଛି ସେ ନେଇ ଦ୍ବନ୍ଦରେ ରହୁଥିବା ପ୍ରକାଶ କରିଛନ୍ତି। ପୂର୍ବତନ ସରପଞ୍ଚ ଶ୍ରୀ ରାଓଙ୍କ ସମେତ ଗ୍ରାମବାସୀ ଓ ଅଭିଭାବକମାନେ ବ୍ଲକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କାର୍ଯ୍ୟ ଆରମ୍ଭ ହୋଇନଥିବା ଅବିଭାବକମାନେ ଜଣାଇଛନ୍ତି। ଯଦି ଏବେ ଶ୍ରେଣୀ କକ୍ଷଗୁଡିକର ନବୀକରଣ କରିବାର ନ ଥିଲା ତେବେ କାହିକି ଭାଙ୍ଗିବାକୁ ନିର୍ଦ୍ଦେଶ ଦିଆଯାଇଥିଲା? ବର୍ଷା ଦିନ ଜାଣି ଶୁଣି କେମିତି ଭାଙ୍ଗିବାକୁ ଓ କିଏ ନିର୍ଦ୍ଦେଶ ଦେଇଛି ଏ ନେଇ ପ୍ରଶ୍ନ ଉଠାଇଛନ୍ତି ଅଭିଭାବକ। ସେହିପରି ବିଦ୍ୟାଳୟର ଛାତ୍ରୀଛାତ୍ରୀମାନେ ଜଣାଇଛନ୍ତି ଯେ, ଗୋଟିଏ କକ୍ଷରେ ସମସ୍ତଙ୍କୁ ପାଠ ପଢାଯାଉଥିବା ଯୋଗୁଁ ଘୋର ଅସୁବିଧା ଉପୁଜୁଛି । କିଏ କାହାକୁ ପାଠ ପଢାଉଛନ୍ତି ତାହା ବୁଝା ପଡୁନି। ତେଣୁ ସ୍କୁଲର ଶ୍ରେଣୀ କକ୍ଷଗୁଡିକୁ ତୁରନ୍ତ ନିର୍ମାଣ କରାଯାଉ ବୋଲି ଜଣାଇଛନ୍ତି। ଏନେଇ ଗୋଷାଣି ବ୍ଲକ ସହକାରୀ ନିର୍ବାହୀ ଅଧିକାରୀ ନିହାର ନାଇକଙ୍କୁ ପଚରାଯିବାରୁ ଅତି ଶିଘ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବା କଥା କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

୧୫ ବର୍ଷ ପରେ ପ୍ରଥମ ଡିଜିଟାଲ ଜନଗଣନା: ଦିଗପହଣ୍ଡିରେ ପରିଗଣନାକାରୀଙ୍କୁ ମିଳିଲା ତାଲିମ

ଦିଗପହଣ୍ଡି,୨୬। ୩(ଅଶେଷ ନାଥ ମିଶ୍ର):କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଧିନସ୍ଥ ଜନଗଣନା ନିର୍ଦ୍ଦେଶାଳୟ ଏବଂ ବିପର୍ଯୟ ପରିଚାଳନା ବିଭାଗ ଆନୁକୁଲ୍ୟରେ ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri