କଳାହାଣ୍ଡି ମେଡିକାଲ କଲେଜରେ ଆରମ୍ଭ ହେବ ପାଠପଢ଼ା

ଭବାନୀପାଟଣା,୬ା୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ସରକାରୀ ମେଡିକାଲ କଲେଜରେ ଚଳିତବର୍ଷ ପାଠପଢ଼ା ଆରମ୍ଭ ହେବ। ୧୦୦ଟି ଏମ୍‌ବିବିଏସ୍‌ ସିଟ୍‌ ଲାଗି ଅନୁମତି ମିଳିଥିବା ନ୍ୟାଶନାଲ ମେଡିକାଲ କମିଶନ ମେଡିକାଲ ଆସେସମେଣ୍ଟ ଆଣ୍ଡ ରେଟିଂ ବୋର୍ଡ ସୂଚନା ଦେଇଛି। ୨୦୨୩-୨୪ ଶିକ୍ଷାବର୍ଷରୁ କଳାହାଣ୍ଡି ମେଡିକାଲ କଲେଜରେ ପାଠପଢ଼ା ଆରମ୍ଭ ହେବ।