ଶ୍ରେଣୀ ବିପଦ

ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ପୁଅ ପାର୍ଥ ଓ ତାଙ୍କ ବ୍ୟବସାୟିକ ସହଯୋଗୀ ପୁନେର ମୁନ୍ଧଓ୍ବା-କେରୋଗାଁଓ ପାର୍କ ଅଞ୍ଚଳରେ ୪୦ ଏକର ସରକାରୀ ଜମିକୁ ୩୦୦ କୋଟି ଟଙ୍କାରେ କିଣିବା ବିଷୟ ପ୍ରଘଟ ହେବା ପରେ ମହାରାଷ୍ଟ୍ର ରାଜନୀତିରେ ଉତ୍ତାପ ବୃଦ୍ଧି ପାଇଛି। ଏହି ଜମିର ମୂଲ୍ୟ ୧,୮୦୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଥିବା ବେଳେ ତାହାକୁ କାରସାଦି କରାଯାଇ କିଣାଯାଇଥିବା ଅଭିଯୋଗ ହୋଇଛି। ଫଳରେ ଭାଜପା ପରିଚାଳିତ ମହାୟୁତି ସରକାର ଅଡ଼ୁଆରେ ପଡ଼ିଛନ୍ତି। ସୂଚନା ଦିଆଯାଇପାରେ ଯେ, ସେଠାରେ ଭାଜପା ନେତା ଦେବେନ୍ଦ୍ର ଫଡ୍‌ନବିସ ମୁଖ୍ୟମନ୍ତ୍ରୀ ଥିବା ବେଳେ ଜାତୀୟତାବାଦୀ କଂଗ୍ରେସ ପାର୍ଟି(ଏନ୍‌ସିପି)ରୁ ଅଜିତ ପାଓ୍ବାର ଓ ଶିବ ସେନାରୁ ଏକନାଥ ସିନ୍ଦେ ଉପମୁଖ୍ୟମନ୍ତ୍ରୀ ଅଛନ୍ତି। ଭାଜପା ଦୁର୍ନୀତିକୁ ପ୍ରଶ୍ରୟ ଦିଏ ନାହିଁ ବୋଲି କହୁଥିବା ବେଳେ ମେଣ୍ଟ ସରକାରର ଉପମୁଖ୍ୟମନ୍ତ୍ରୀଙ୍କ ପୁଅ ଜମି ହେରଫେରରେ ଜଡ଼ିତ ରହିବା ମହାରାଷ୍ଟ୍ର ରାଜନୀତିକୁ ଗରମ ରଖିବା ସ୍ବାଭାବିକ। ସବୁଠାରୁ କୌତୂହଳ କଥା ହେଉଛି ସ୍ବୟଂ ଅଜିତ ପାଓ୍ବାର କହିଛନ୍ତି, କିଣାଯାଇଥିବା ଜମି ସରକାରଙ୍କର ବୋଲି ତାଙ୍କ ପୁଅ ଓ ସହଯୋଗୀମାନେ ଜାଣି ନ ଥିଲେ। ବିରୋଧୀ ଦଳଗୁଡ଼ିକ ଉପମୁଖ୍ୟମନ୍ତ୍ରୀ ଅଜିତଙ୍କ ଏହି ଘଟଣାରେ ସମ୍ପୃକ୍ତି ଥିବା ଅଭିଯୋଗ ଆଣି ନୈତିକ ଦୃଷ୍ଟିକୋଣରୁ ସେ ଇସ୍ତଫା ଦିଇନ୍ତୁ ବୋଲି ଦାବି କରିଛନ୍ତି। ଏ ନେଇ ସେମାନେ ନ୍ୟାୟିକ ତଦନ୍ତ ମଧ୍ୟ ଦାବି କଲେଣି।
ଏଠାରେ ଉଲ୍ଲେଖଯୋଗ୍ୟ, ଆଜିର ଭାରତରେ ତୁଳନାତ୍ମକ ଭାବରେ ଦେଖିଲେ ଅଜିତ୍‌ ପାଓ୍ବାରଙ୍କ ପୁତ୍ର ସରକାରୀ ଜମି ପାଇଁ ଅତ୍ୟଧିକ ଅର୍ଥ ଦେଇ ଜମି ହାତେଇଛନ୍ତି। ଅନ୍ୟ ଗୋଟିଏ ଉଦାହରଣ ଦେଖାଯାଉ। ବିହାରର ଭାଗଲପୁର ଜିଲାରେ ଆଦାନୀ କମ୍ପାନୀକୁ କୋଇଲା ଚାଳିତ ବିଦ୍ୟୁତ୍‌ ଶକ୍ତି ଉତ୍ପାଦନ କାରଖାନା ସ୍ଥାପନ କରିବା ପାଇଁ ୧,୦୫୦ ଏକର ଜମି ରାଜ୍ୟ ସରକାର ୩୩ ବର୍ଷ ପାଇଁ ଲିଜ୍‌ ଆକାରରେ ଦେଇଛନ୍ତି। ଆଦାନୀକୁ ମୂଲ୍ୟ ଭାବେ ପ୍ରତ୍ୟେକ ବର୍ଷ ଏକର ପିଛା ୧ ଟଙ୍କା ଦେବାକୁ ବାଧ୍ୟ କରାଯିବ। ଅର୍ଥାତ୍‌ ୧,୦୫୦ ଏକର ପାଇଁ ବାର୍ଷିକ ୧,୦୫୦ ଟଙ୍କା ଦେଇ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଲିଜ୍‌ ଦିଆଗଲା। ଅନିର୍ଦ୍ଦିଷ୍ଟ କାଳ ଏଇଥିପାଇଁ କୁହାଯାଉଛି କାରଣ ସରକାରୀ ଜମିକୁ ଯେଉଁ ଉଦ୍ଦେଶ୍ୟରେ ଦିଆଯାଇଛି ସେହି ଉଦ୍ଦେଶ୍ୟରେ ଯଦି ବ୍ୟବହାର କରାଯାଏ, ତେବେ ସବୁବେଳେ ଲିଜ୍‌ ନବୀକରଣ ହୋଇଚାଲୁଥିବ। ଉଲ୍ଲେଖଯୋଗ୍ୟ ଯେ, ଭାଗଲପୁର ଜମି ଉପରେ ଥିବା ପ୍ରାୟ ୧୦ ଲକ୍ଷ ଗଛ କଟାଯିବା ଆରମ୍ଭ ହୋଇଛି, ଯାହାକୁ ଚାଷୀ ସଙ୍ଗଠନଗୁଡ଼ିକ ବିରୋଧ କରିଛନ୍ତି। ପରବର୍ତ୍ତୀ ସମୟରେ, ଉତ୍ପାଦନ ଆରମ୍ଭ ହେବା ପରେ, କମ୍ପାନୀ ତାହାର ବିଦ୍ୟୁତ୍‌ ୟୁନିଟ୍‌ ପିଛା ୬ ଟଙ୍କାରେ ରାଜ୍ୟ ସରକାରଙ୍କୁ ବିକ୍ରି କରିବ।
ଏଭଳି ପ୍ରଚ୍ଛଦପଟରେ ଗୋଟିଏ ବିଷୟ ମନକୁ ଆସୁଛି। ସମସ୍ତେ ମନେରଖିବା ଉଚିତ ହେବ ଯେ ଦେଶ ଏବଂ ସମାଜ ପାଇଁ ଅଧିକରୁ ଅଧିକ କୋଟିପତି ସୃଷ୍ଟି ହେବା ମଙ୍ଗଳମୟ। ଚାଇନା ଭଳି କମ୍ୟୁନିଷ୍ଟ ଦେଶରେ ମଧ୍ୟ ବୁଦ୍ଧି ଖଟାଇ କୋଟିପତି ହେବାର ଯଥେଷ୍ଟ ସୁଯୋଗ ସୃଷ୍ଟି କରାଯାଇଛି। ତେବେ ଏହି କୋଟିପତିମାନେ ସରକାରୀ କାର୍ଯ୍ୟ, ନିର୍ବାଚନ ପ୍ରକ୍ରିୟା ଏପରିକି ଗଣମାଧ୍ୟମର ମାଲିକାନା କିମ୍ବା ପରିଚାଳନାରେ ହସ୍ତକ୍ଷେପ କରିପାରିବେ ନାହିଁ ବୋଲି ଚାଇନାରେ ବ୍ୟବସ୍ଥା ଅଛି। ଅନ୍ୟ ଭାଷାରେ କହିବାକୁ ଗଲେ କୋଟିପତି ହେବା ଅପରାଧ ନୁହେଁ ଏବଂ ଜଣେ ହୋଇପାରିବେ। କିନ୍ତୁ କୋଟିପତି ଶ୍ରେଣୀ ସୃଷ୍ଟି କଲେ ତାହା ଦେଶ ପାଇଁ କ୍ଷତିକାରକ ହେବ। ଏହାର କାରଣ ମୁଖ୍ୟତଃ ବୁଝାପଡ଼େ ଯେ ସେହି ଅତୁଳନୀୟ ସମ୍ପତ୍ତିର ମାଲିକମାନେ ସବୁ କ୍ଷେତ୍ରରେ ମୁଣ୍ଡ ପୂରାଇଲେ ପରବର୍ତ୍ତୀ ସମୟରେ ସେମାନେ ପଛରେ ରହି ଦେଶର ମଙ୍ଗ ଧରିବାକୁ ପ୍ରଚେଷ୍ଟା କରିବେ। ଗୋଟିଏ ଗଣତାନ୍ତ୍ରିକ ଜନମଙ୍ଗଳ ରାଷ୍ଟ୍ରରେ ଆଦାନୀ ଓ ଟାଟାଙ୍କ ଭଳି ହାତଗଣତି କେତେ କମ୍ପାନୀକୁ ଯଦି ଆକାଶଠୁ ଭୂମି ପର୍ଯ୍ୟନ୍ତ ସବୁକିଛି ଟେକି ଦିଆଯାଏ, ତେବେ ଖୁବ୍‌ଶୀଘ୍ର ଜନସାଧାରଣଙ୍କ କ୍ଷତି ଘଟିବ।
ଶେଷରେ ଅଜିତ୍‌ ପାଓ୍ବାରଙ୍କ ପୁତ୍ର ହାତେଇ ନେଇଥିବା ସରକାରୀ ଜମିକୁ ବ୍ୟବହାର କରିବେ କି ନାହିଁ ତାହା କେହି କହିପାରିବେ ନାହିଁ। ହୁଏତ ପରବର୍ତ୍ତୀ ସମୟରେ ସେହି ଜମିକୁ କୌଣସି ଗୋଟିଏ ବଡ଼ କର୍ପୋରେଟ ହାଉସ୍‌କୁ ଆହୁରି ଅଧିକ ଅର୍ଥରେ ବିକ୍ରି କରିଦେଇପାରନ୍ତି। ତେଣୁ ମୁଖ୍ୟ ବିଷୟ ହେଲା କୋଟିପତି ସୃଷ୍ଟି ହେଲେ ସେମାନଙ୍କ ମାଧ୍ୟମରେ ଅନେକ ସାଧାରଣ ଲୋକ ଚାକିରି କରି ଦରମା ପାଇବେ। କିନ୍ତୁ ଯେତେବେଳେ ରାଜନୈତିକ କ୍ଷମତା ବ୍ୟବହାର କରାଯାଏ, ସେତେବେଳେ ଯେଉଁ ବଡ଼ କର୍ପୋରେଟ ବା କୋଟିପତି ଶ୍ରେଣୀ ସୃଷ୍ଟି ହୁଏ, ସେହି ଶ୍ରେଣୀ ଦେଶ ଏବଂ ସମାଜର ମନ୍ଦ କରିବସିବେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଶଙ୍ଖଭବନରୁ ଆସିଲା ଖୁସି ଖବର, ପୌର ନିର୍ବାଚନ ପୂର୍ବରୁ ଈଶ୍ୱର-ପୂର୍ଣ୍ଣଙ୍କୁ ମିଳିଲା ଗୁଡ଼ାରିର ବଡ଼ ଦାୟିତ୍ୱ

ଗୁଡ଼ାରି,୨୧ା୯(ପ୍ରମୋଦ କୁମାର ପତି): ବିଜୁ ଜନତା ଦଳର ଗୁଡ଼ାରି ନଗର କମିଟି ସଭାପତି ଭାବେ ବିଜେଡି ନେତା ଈଶ୍ୱର ପାଣିଗ୍ରାହୀଙ୍କୁ ଦଳ ଦାୟିତ୍ୱ ପ୍ରଦାନ କରିଥିବା ବେଳେ…

ନିର୍ବାଚନ ପ୍ରଚାର ସମୟରେ ପ୍ରାର୍ଥୀଙ୍କୁ ହତ୍ୟା, ଦେଖନ୍ତୁ ଛାତିଥରା ଭିଡ଼ିଓ

ଲିମା,୨୧।୯: ପେରୁର ଆଙ୍କାଶ (Ancash) ଅଞ୍ଚଳରେ ଏକ ନିର୍ବାଚନ ପ୍ରଚାର ସମୟରେ ସାମ୍ବାଦିକା ତଥା ଆଞ୍ଚଳିକ ଗଭର୍ଣ୍ଣର ପ୍ରାର୍ଥୀ ସୁସି ଆପୋଣ୍ଟେ ପୋଲୋଙ୍କୁ ଗୁଳି କରି ହତ୍ୟା…

ଗଭୀର ଅବପାତକୁ ନେଇ ଗଞ୍ଜାମ ଜିଲା ପ୍ରଶାସନର ଆଗୁଆ ପ୍ରସ୍ତୁତି, ଅଧିକାରୀ ହେଡ୍‌କ୍ୱାର୍ଟର ନ ଛାଡ଼ିବାକୁ ନିର୍ଦ୍ଦେଶ

ଛତ୍ରପୁର,୨୧ା୯(ଦିଲ୍ଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଯୋଗୁ ସମ୍ଭାବ୍ୟ ପ୍ରବଳ ବର୍ଷା ଓ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ଗୋରୁ ବୋଝେଇ ପିକଅପ ଜବତ: ୯ ଗୋରୁ ଉଦ୍ଧାର, ୨ ଜଣ ଅଟକ

ପାଟଣା, ୨୧।୯,(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ କର୍ମଚାରୀଙ୍କୁ ବଡ ସଫଳତା ମିଳିଛି। ବିଶସ୍ତ ସୂତ୍ରରୁ ଖବର ପାଇ କେନ୍ଦୁଝର ଡି ଏଫ ଓ…

‘ତୁମେ ଭଜା ଚଣା ବିକିବାକୁ ଯାଇଥିଲ…’ ବାବର ଆଜମଙ୍କ ବୟାନ ଉପରେ ବର୍ଷିଲେ ୱାସିମ ଆକ୍ରମ

ଇସଲାମାବାଦ,୨୧।୯: ବାବର ଆଜମଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନ ଉଠାଇ ଓ୍ବାସିମ ଆକ୍ରମ କହିଛନ୍ତି ଯେ ଲର୍ଡସରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ପରେ ହିଁ ତାଙ୍କର ତୁରନ୍ତ ପଦରୁ…

ବଦଳୁଛି ନିଯୁକ୍ତି ରଣନୀତି: ଛୋଟ ସହରରେ ବଡ଼ ସୁଯୋଗ

ମୁମ୍ବାଇ, ୨୧ା୯ (ପି.ଟି.): ‘ଜିନିୟସ ଏଚ୍‌ଆର୍‌ଟେକ୍‌’ର ରିପୋର୍ଟ ଅନୁଯାୟୀ, ଗତ ଦୁଇ ବର୍ଷ ମଧ୍ୟରେ ୬୯ ପ୍ରତିଶତ ବ୍ୟବସାୟିକ ପ୍ରତିଷ୍ଠାନ ଟାୟାର-୨ ଓ ୩ ସହରଗୁଡ଼ିକରୁ ନିଜ…

ସ୍ମାର୍ଟସିଟି ସ୍କୁଲରେ ଅସଜଡ଼ା ଭିତ୍ତିଭୂମି, ନିମ୍ନମାନର କାର୍ଯ୍ୟ କରି ଟଙ୍କା ହଡ଼ପ

ରାଉରକେଲା,୨୧ା୯(ଦିନେଶ ମିଶ୍ର): ଶିକ୍ଷାକ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହାସତ୍ତ୍ୱେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆସୁନାହିଁ। ଏହା କୌଣସି ଅପହଞ୍ଚ…

ଭାରତ-ପାକିସ୍ତାନ ଫାଇନାଲରେ ମୁହାଁମୁହିଁ ହେବେ କି? ଜାଣନ୍ତୁ ଦୁଇ ଦେଶ ମଧ୍ୟରେ ମ୍ୟାଚ କେବେ ଅନୁଷ୍ଠିତ ହେବ

ନୂଆଦିଲ୍ଲୀ,୨୧।୯: କ୍ରିକେଟରେ ଯେତେବେଳେ ଭାରତ ଓ ପାକିସ୍ତାନ ଦଳ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଉତ୍ସାହ ଚରମ ସୀମାରେ ପହଞ୍ଚିଯାଏ। ବର୍ତ୍ତମାନ ସମୟରେ ଏହି ଦୁଇ ଦେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?