ବିନା ଅନୁମତିରେ ଚାଲିଛି ନବମ, ଦଶମ ଶ୍ରେଣୀ ପାଠପଢ଼ା

ମୁନିଗୁଡ଼ା(ଡି.ଏନ୍‌.ଏ.)/ରାୟଗଡ଼ା ଅଫିସ,୨ା୯:ରାୟଗଡ଼ା ଜିଲା ମୁନିଗୁଡ଼ା ସ୍ଥିତ ଏକ ବେସରକାରୀ ଶିକ୍ଷାନୁଷ୍ଠାନରେ ପାଠ ପଢ଼ି ସିବିଏସ୍‌ଇ ବୋର୍ଡ ପରୀକ୍ଷା ପାସ୍‌ କରିବା ପରେ ଏବେ ଛାତ୍ରୀଛାତ୍ର ଅସୁବିଧା ଭୋଗୁଛନ୍ତି। ସ୍ଥାନୀୟ ରୟାଲ ଏକାଡେମୀ ନାମକ ଅନୁଷ୍ଠାନରେ ୮ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ପାଠ ପଢ଼ାଇବା ପାଇଁ ଅନୁମତି ମିଳିଛି। ହେଲେ ଏଠାରେ ୯ମ ଏବଂ ୧୦ମ ଶ୍ରେଣୀ ପିଲାଙ୍କର ବେଆଇନ ଭାବେ ନାମ ଲେଖାଇବା ସହ ପାଠ ପଢ଼ାଚାଲିଛି। ଛାତ୍ରୀଛାତ୍ରଙ୍କଠାରୁ ଲକ୍ଷାଧିକ ଟଙ୍କା ଫିସ୍‌ ଆକାରରେ ମଧ୍ୟ ନିଆଯାଇଥିଲେ ମଧ୍ୟ ଅନେକ ପିଲାଙ୍କୁ ହଇରାଣ କରିବା ପରେ ଏସ୍‌ଏଲ୍‌ସି ଦିଆଯାଇଥିଲା ବୋଲି ଛାତ୍ରୀଛାତ୍ର ଏବଂ ଅଭିଭାବକ ପ୍ରକାଶ କରିଛନ୍ତି। ପିଲାମାନଙ୍କୁ ଏସ୍‌ଏଲ୍‌ସି ପାଇଁ କଳାହାଣ୍ଡି ଜିଲା କେସିଙ୍ଗାକୁ ପଠାଯାଉଥିବା ସେମାନେ କହିଛନ୍ତି।
ସୂଚନାଯୋଗ୍ୟ, ରୟାଲ ଏକାଡେମୀରେ ନବମ ଏବଂ ଦଶମ ଶ୍ରେଣୀ ପିଲାଙ୍କୁ ପାଠ ପଢ଼ାଇବା ପାଇଁ ଅନୁମତି ମିଳିନାହିଁ। ଫଳରେ ସ୍କୁଲ କର୍ତ୍ତୃପକ୍ଷ କେସିଙ୍ଗାସ୍ଥିତ ନିଉ ଲାଇଫ୍‌ ଏକାଡେମୀରେ ଉକ୍ତ ୨ଶ୍ରେଣୀର ଛାତ୍ରୀଛାତ୍ରଙ୍କ ନାମ ଲେଖାଇଥାନ୍ତି। ପରୀକ୍ଷା ମଧ୍ୟ କେସିଙ୍ଗା ଯାଇ ଦେବାକୁ ହୁଏ। ହେଲେ ପାଠପଢ଼ା ମୁନିଗୁଡ଼ା ସ୍ଥିତ ରୟାଲ ଏକାଡେମୀରେ ହୋଇଥାଏ। ତେବେ ରୟାଲ ଏକାଡେମୀରେ ଭଲ ପାଠପଢ଼ା ହେଉ ନ ଥିବାରୁ ପିଲାମାନଙ୍କୁ ଟ୍ୟୁଶନ ପଠାଇବାକୁ ବାଧ୍ୟହେଉଛନ୍ତି ବୋଲି ଅଭିଭାବକମାନେ କହିଛନ୍ତି। ପୂର୍ବରୁ ଏଠାରେ ରୟାଲ ସାଇନ୍ସ କଲେଜ ନାମରେ ଯୁକ୍ତ ୨ ପର୍ଯ୍ୟନ୍ତ ପାଠପଢ଼ା ଚାଲିଥିଲା। ଆବଶ୍ୟକ ଅନୁମତି(ଆଫିଲିଏଶନ) ନ ମିଳିବାରୁ ତାହା ବନ୍ଦ ହୋଇଥିଲା। ସରକାରୀ ଅନୁମତି ଓ ଶିକ୍ଷା ଉପଯୋଗୀ ପରିବେଶ ନ ଥାଇ ମଧ୍ୟ ଏବେ ଏହି ଶିକ୍ଷା ଅନୁଷ୍ଠାନରେ ନବମ ଏବଂ ଦଶମ ଶ୍ରେଣୀ ପାଠପଢ଼ା ଚାଲିଥିବା ଜଣାପଡ଼ିଛି। ଏଭଳି ଅନୁଷ୍ଠାନ ବିରୋଧରେ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ନିମନ୍ତେ ଦାବି ହୋଇଛି।
ନବମ ଓ ଦଶମ ଶ୍ରେଣୀ ନାମଲେଖା ନିମନ୍ତେ ସରକାରୀ ଅନୁମତି ନେଇ ରୟାଲ ଏକାଡେମୀର ମୁଖ୍ୟ ପ୍ରବୀଣ ସିପକାଙ୍କୁ ପଚାରିବାରୁ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇନାହାନ୍ତି। ମୁନିଗୁଡ଼ା ବିଇଓ ଭାସ୍କରଙ୍କୁ ପଚାରିବାରୁ ସେ କହିଛନ୍ତି, ୯ମ ଓ ୧୦ମ ଶ୍ରେଣୀ ପିଲାଙ୍କ ନାମଲେଖା ଏବଂ ପାଠପଢ଼ା ପାଇଁ ରୟାଲ ଏକାଡେମୀକୁ ଅନୁମତି ମିଳିନାହିଁ। ତଥାପି ପିଲାଙ୍କ ନାମ ଲେଖାଯାଉଛି। ନୋ ଅବ୍‌ଜେକ୍‌ସନ ସାର୍ଟିଫିକେଟ(ଏନ୍‌ଓସି) ପାଇଁ ସ୍କୁଲ କର୍ତ୍ତୃପକ୍ଷଙ୍କୁ କୁହାଯାଇଥିଲା ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଏ ନେଇ ଡିଇଓ ପୂର୍ଣ୍ଣଚନ୍ଦ୍ର ବରିହାଙ୍କୁ ପଚାରିବାରୁ ସେ କହିଛନ୍ତି, ସ୍କୁଲ କର୍ତ୍ତୃପକ୍ଷଙ୍କୁ ୩ ମାସ ତଳେ ତାଗିଦ କରାଯାଇଛି। ଏବେ ବିଭାଗୀୟ ଅଧିକାରୀଙ୍କୁ ବୁଝି ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ତେବେ ବେଆଇନ ଭାବେ ଏକ ସ୍କୁଲ ଚାଲିଥିବା ଅଧିକାରୀମାନେ ଜାଣି ମଧ୍ୟ ଏ ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ନ ହେବାକୁ ନେଇ ପ୍ରଶ୍ନ ଉଠୁଛି। ରୟାଲ ଏକାଡେମୀ ଭଳି ଜିଲାରେ ଆଉ କେତେ ଅନୁଷ୍ଠାନ ଏଭଳି ଚାଲିଛି ସେ ନେଇ ଯାଞ୍ଚ କରାଯାଉ ବୋଲି ବୁଦ୍ଧିଜୀବୀଙ୍କ ମଧ୍ୟରେ ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ ଲାଇନ୍‌ ପାର ସମୟରେ ବୃଦ୍ଧଙ୍କୁ ଧକ୍କା ଦେଲା ଟ୍ରେନ୍‌, ଚାଲିଗଲା ଜୀବନ

ଲଖନପୁର,୧୫ା୨(ଗୌତମ ସାହୁ): ଝାରସୁଗୁଡା ଜିଲା ଲଖନପୁର ବ୍ଲକ ସୀମାନ୍ତ କନକତୋରା ଗ୍ରାମର ଫଲ୍ଲବ ପଧାନ(୬୨) ନିକଟସ୍ଥ ପଡ଼ୋଶୀ ରାଜ୍ୟ ଏକତାଳ କ୍ରିକେଟ ପଡ଼ିଆ ପାର୍ଶ୍ୱରେ ଯାଇଥିବା ଏନଟିପିସି…

ରାଜ୍ୟର ସର୍ବୋଚ୍ଚ ଶିବ ପ୍ରତିମୂର୍ତ୍ତି: ବେଲେଶ୍ୱର ପୀଠରେ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁ…

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଆଜି ହେଉଛି ମହାଶିବରାତ୍ରି ପର୍ବ। ତେଣୁ ରବିବାର ଭଞ୍ଜନଗର ଅଞ୍ଚଳର ସମସ୍ତ ଶୈବ ପୀଠରେ ଭଗବାନ ଶିବଠାକୁରଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ…

Mahashivratri 2026: ଜାଗରରେ ମଙ୍ଗଳଙ୍କ ମହାପରିବର୍ତ୍ତନ, ଏହି ୩ରାଶିର ବାଜିବ ଲଟେରୀ!

ମହାଶିବରାତ୍ରି ପର୍ୱକୁ ଭଗବାନ ଶିବଙ୍କ ପୂଜା ଏବଂ ଭକ୍ତିର ସର୍ୱୋତ୍ତମ ଉତ୍ସବ ଭାବରେ ବିବେଚନା କରାଯାଏ। ଏହି ବର୍ଷ ମହାଶିବରାତ୍ରିକୁ ବହୁତ ସ୍ୱତନ୍ତ୍ର ଭାବରେ ବିବେଚନା କରାଯାଏ…

ମା’ କାଳୀଙ୍କ ପାଦତଳେ କାହିଁକି ଶୋଇଥିଲେ ଭଗବାନ ଶିବ, ଜାଣନ୍ତୁ ଆକର୍ଷଣୀୟ କାହାଣୀ…

ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଏହି ଦିନରେ ଭଗବାନ ଶିବଙ୍କୁ ପୂଜା ଏବଂ ଉପବାସ କରାଯାଏ। ଏହି ଦିନରେ ଉପବାସ ଏବଂ ପୂଜା କରିବା ଦ୍ୱାରା ଆନନ୍ଦ…

India vs Pakistan: ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ସବୁଠୁ ବଡ଼ ଭବିଷ୍ୟବାଣୀ! ଜିତିବ ଏହି ଟିମ୍‌ …

କଲମ୍ୱୋ,୧୫ା୨: ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ୍‌ ୨୦୨୬ର ସବୁଠୁ ହାଇ ଭୋଲଟେଜ୍ ମୁକାବିଲା ଆସନ୍ତାକାଲି ଖେଳାଯିବ । ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀଙ୍କ ମଧ୍ୟରେ ଘମାଘୋଟ୍‌ ଲଢେଇ ହେବାକୁ ଯାଉଛି…

ମହାଶିବରାତ୍ରିକୁ ନେଇ ଚଳଚଞ୍ଚଳ ଭୋଗରାଇ: ଭକ୍ତଙ୍କ ପ୍ରବଳ ଗହଳି, ଭୋର ୪.୩୦ରେ ଉଠିବ ମହାଦୀପ

ଭୋଗରାଇ, ୧୫।୨(ପ୍ରଦୀପ ଦାସ): ଆଜି ହେଉଛି ପବିତ୍ର ମହାଶିବରାତ୍ରି। ସମସ୍ତ ଶୈବପୀଠ ହୋଇଛି ଭକ୍ତମୟ। ସବୁଠି ଓଁ ନମଃ ଶିବାୟରେ ପ୍ରକମ୍ପିତ ହେଉଛି ମନ୍ଦିର l ଏଭଳି…

ମହାଦେବଙ୍କୁ ଆରାଧନା ପାଇଁ ଲାଗିଛି ଲମ୍ବା ଧାଡ଼ି, ସବୁଠି ଶୁଭୁଛି ଓମ୍‌ ନଃ ଶିବାୟ

ବଲାଙ୍ଗୀର,୧୫ା୨(ସୁନିଲ କୁମାର ମହାନ୍ତି): ପବିତ୍ର ମହାଶିବରାତ୍ରି ଅବସରରେ ବଲାଙ୍ଗୀର ଜିଲାର ସମସ୍ତ ଶୈବପୀଠ ରବିବାର ଚଳଚଞ୍ଚଳ ହୋଇଉଠିଛି। ସବୁଠି ଓଁ ନମଃ ଶିବାୟ ଶୁଣିବାକୁ ମିଳୁଛି ।…

ଆଜି ଜାଗର: ପ୍ରଭୁ ଲିଙ୍ଗରାଜଙ୍କ ପୀଠରେ ରାତି ୧୦ଟାରେ ଉଠିବ ମହାଦୀପ

ପୁରୁଣା ଭୁବନେଶ୍ୱର,୧୫ା୨(ସୁବାସ ଚନ୍ଦ୍ର ପ୍ରଧାନ): ରବିବାର ମହାଶିବରାତ୍ରି ଓ ଜାଗର ଯାତ୍ରା। ଏନେଇ ଏକାମ୍ର କ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ପୀଠ ଚଳଚଞ୍ଚଳ ହୋଇଉଠିଛି। ମନ୍ଦିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri