ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ: ମା’ ଆଣିଲେ ସାଂଘାତିକ ଅଭିଯୋଗ

ଅମରପାଲି,୩।୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ ହରିହର ଯୋର(ଠେଙ୍ଗୋ ଡ୍ୟାମ)ଫାଣ୍ଡି ଅଞ୍ଚଳରେ ଜଣେ ହାଇସ୍କୁଲ ପଢୁଆ ନାବାଳିକାଙ୍କୁ ଅପହରଣ ହୋଇଥିବା ଅଭିଯୋଗ ହୋଇଛି। ନାବାଳିକା ଜଣକ ବହଳପଦର ପଞ୍ଚାୟତ ଅଞ୍ଚଳର ହୋଇଥିବା ବେଳେ ସେ ଉକ୍ତ ଅଞ୍ଚଳର ଏକ ହାଇସ୍କୁଲରେ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିଲେ। ନାବାଳିକା ଜଣଙ୍କୁ କେନଝିରିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତେଲିପାଲି ଗ୍ରାମର ବାଲ କିଶୋର ଡୁମୁରିଆ (୨୧) ନାମକ ଜଣେ ଯୁବକ ଅନ୍ୟ ଜଣେ ଯୁବକଙ୍କ ସହଯୋଗରେ ତାଙ୍କ ଘରୁ ଅପହରଣ କରି ନେଇଥିବା ନାବାଳିକାଙ୍କ ମା’ ଠେଙ୍ଗୋ ଡ୍ୟାମ ଫାଣ୍ଡିରେ ଅଭିଯୋଗ କରିଛନ୍ତି।

ଏନେଇ ଫାଣ୍ଡିରେ କେସ ନଂ ୧୭/୨୬ ରେ ଏକ ମାମଲା ରୁଜୁ ହୋଇଛି। ଠେଙ୍ଗୋ ଡ୍ୟାମ ଫାଣ୍ଡି ଅଧିକାରୀ ବିଭୂନ୍ଦ୍ର ବରାଳ ଏହାର ତଦନ୍ତ ଭାର ନେଇ ଅଧିକ ତଦନ୍ତ କରିବା ସହିତ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛନ୍ତି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଉକ୍ତ ନାବାଳିକାଙ୍କୁ ଉଦ୍ଧାର କରାଯାଇପାରି ନ ଥିବା ବେଳେ ଅପହରଣକାରୀଙ୍କ କୌଣସି ପତ୍ତା ମିଳିପାରି ନାହିଁ। ତେବେ ଘଟଣାଟି ଅଞ୍ଚଳରେ ଏବେ ଚର୍ଚ୍ଚାର ବିଷୟ ହୋଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ ଜଗତରେ ଶୋକ, ପୂର୍ବତନ କ୍ରିକେଟରଙ୍କ ୬୭ବର୍ଷରେ ଦେହାନ୍ତ

ନୂଆଦିଲ୍ଲୀ,୩।୨: ଇଂଲଣ୍ଡରୁ ଏକ ବଡ଼ ଖବର ଆସିଛି। ପୂର୍ବତନ ଇଂଲଣ୍ଡ କ୍ରିକେଟର ଟୋନି ପିଗଟଙ୍କର ୬୭ ବର୍ଷ ବୟସରେ ପରଲୋକ ହୋଇଛି । ତାଙ୍କ ଦେହାନ୍ତ ପରେ…

ଶୁଭାରମ୍ଭ ହେବ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ଲାଭାର୍ଥୀଙ୍କୁ ଆଜି ଟଙ୍କା ଦେବେ ସରକାର

ଭୁବନେଶ୍ବର,୩।୨: ଆଜିଠୁ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା । ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା ତାରାତାରିଣୀଙ୍କ ପୀଠରୁ ଏହା ପ୍ରଥମ ଥର ପାଇଁ…

ଭାରତ ବିପକ୍ଷରେ ଖେଳିବାକୁ ଏମିତି ସର୍ତ୍ତ ରଖିଲା ପାକିସ୍ତାନ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇସଲାମାବାଦ୍‌,୩।୨: ପାକିସ୍ତାନ କ୍ରିକେଟ ବୋର୍ଡର ନାଟକ ଶେଷ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ। ପାକିସ୍ତାନ ପ୍ରଥମେ ଟି୨୦ ବିଶ୍ୱକପ ୨୦୨୬ରେ ଭାରତ ବିପକ୍ଷରେ ଖେଳିବାକୁ ମନା କରିଥିଲା…

ଟାରିଫ ହଟିଲା, ଟ୍ରେଡ ଡିଲ ଘୋଷଣା, ମୋଦିଙ୍କୁ ପ୍ରଶଂସା, କେମିତି ଗୋଟିଏ ଫୋନ କଲରେ ବଦଳିଲା ଟ୍ରମ୍ପଙ୍କ ସ୍ବର? ଜାଣନ୍ତୁ ଟାଇମଲାଇନ

ନୂଆଦିଲ୍ଲୀ/ଓ୍ବାଶିଂଟନ,୩।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ବିଳମ୍ବିତ ସାରେ ଟେଲିଫୋନରେ କଥା ହୋଇଥିଲେ। ଏହା ପରେ, ରାଷ୍ଟ୍ରପତି ଟ୍ରମ୍ପ ଦୁଇ…

ଜିଲାପାଳ, ଏସ୍‌ପିଙ୍କୁ ଭେଟିଲେ ମୃତଚାଷୀଙ୍କ ସମ୍ପର୍କୀୟ

ଲୋଇସିଂହା,୩।୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ନଅଗାଁ (କ) ଗ୍ରାମର ଯୁବଚାଷୀ ବଳରାମ ପଧାନଙ୍କ ଧାନ ବିକ୍ରି ଟଙ୍କା କେରଳ ସ୍ଥିତ ଏକ ବ୍ୟାଙ୍କ ଆକାଉଣ୍ଟରେ ଜମା…

ଭୟଭୀତ ମମତା: ଦିଲ୍ଲୀରୁ ଡକାଇଲେ ସ୍ବତନ୍ତ୍ର ବାହିନୀ

କୋଲକାତା,୩।୨: ଦିଲ୍ଲୀ ପୋଲିସ ଦ୍ୱାରା ଲଗାଯାଇଥିବା କଡ଼ା ସୁରକ୍ଷା ବଳୟ ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତାରୁ ଦିଲ୍ଲୀକୁ ସ୍ବତନ୍ତ୍ର ବାହିନୀ ଡକାଇଛନ୍ତି। ବଙ୍ଗଳା ପୋଲିସର ଏକ…

ଆଜି ହେବନାହିଁ ଅନଲାଇନ ଡେଲିଭରି! ଧର୍ମଘଟକୁ ଓହ୍ଲାଇବେ ଗିଗ୍‌ କର୍ମଚାରୀ, ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୩।୨: ଅନଲାଇନ ଡେଲିଭରି ଆପ୍ସ ଏବଂ ଡିଜିଟାଲ ପ୍ଲାଟଫର୍ମ ସହିତ ଜଡିତ ଗିଗ କର୍ମଚାରୀମାନେ ସେମାନଙ୍କର ସମସ୍ୟାର ପ୍ରତିବାଦରେ ଫେବୃଆରୀ ୩ରେ ଦେଶବ୍ୟାପୀ ଧର୍ମଘଟ ଏବଂ କାର୍ଯ୍ୟ…

ଟି-୨୦ ବିଶ୍ୱକପ ଖେଳିବେନି ପ୍ୟାଟ୍ କମିନ୍ସ, କାରଣ ନେଇ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩।୨: ଅଷ୍ଟ୍ରେଲିଆର ଟେଷ୍ଟ ଏବଂ ODI  ଅଧିନାୟକ ପ୍ୟାଟ୍ କମିନ୍ସ ପ୍ରଥମ ଥର ପାଇଁ ସ୍ୱୀକାର କରିଛନ୍ତି ଯେ ସେ ତାଙ୍କ ଲମ୍ବା କ୍ୟାରିଅର ଏବଂ ୨୦୨୭ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri