ଗୋମାଂସ ବିକ୍ରିକୁ ନେଇ ସୁନ୍ଦରଗଡ଼ରେ ଗୋଷ୍ଠୀ ସଂଘର୍ଷ, BNS ୧୬୩ ଜାରି

ସୁନ୍ଦରଗଡ଼,୧୫ା୧(ଜୟନାରାୟଣ ମେଣ୍ଡୁଳି):  ସୁନ୍ଦରଗଡ଼ ଟାଉନ୍ ଥାନା ରିଜେଣ୍ଟ ମାର୍କେଟରେ ଗୋଷ୍ଠୀ ସଂଘର୍ଷ । ଗୋମାଂସ ବିକ୍ରିକୁ ନେଇ ଏହି ଉତ୍ତେଜନା ହୋଇଥିବା ସୂଚନା ରହିଛି । ତେବେ ଗୋଷ୍ଠୀ ସଂଘର୍ଷ ପରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ପାରିପାର୍ଶ୍ବିକ ସ୍ଥିତିକୁ ଦେଖି BNS ୧୬୩ ଜାରି କରାଯାଇଛି । ପଶ୍ଚିମଞ୍ଚଳ ଡିଆଇଜି ବ୍ରିଜେଶ ରାୟ,ଏସପି ଅମ୍ରିତ ପାଲ କୌର, ଅତିରିକ୍ତ ଏସପି, ଡିଏସପି, ସମସ୍ତ ଥାନାର ଅଧିକାରୀ, ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ ମାଝୀ, ସୂରଜ କୁମାର ପଟ୍ଟନାୟକ, ସଦର ଉପଜିଲ୍ଲାପାଳ ତେଜସ୍ବିନୀ ବେହେରାଙ୍କ ସମେତ ସ୍ବତନ୍ତ୍ର ମାଜିଷ୍ଟ୍ରେଟଙ୍କ ସହ ୧୦ପ୍ଲାଟୁନ ପୋଲିସ ଫୋର୍ସ ମୂତୟନ ହୋଇଛନ୍ତି । ତେବେ ସଂଘର୍ଷ ବେଳେ ଏକ କାର୍, ସ୍କୁଟି ଏବଂ ଏକ ପିକଅପ ଭ୍ୟାନ ପୋଡି ଦେଇଥିବା ଜଣାପଡ଼ିଛି ।

ଘଟଣା ଘଟିଥିବା ରିଜେଣ୍ଟ ମାର୍କେଟ ସମେତ ସହର ବିଭିନ୍ନ ସମ୍ବେଦନଶୀଳ ସ୍ଥାନ, ବସଷ୍ଟାଣ୍ଡ, ମାର୍କେଟ ଓ ବିଭିନ୍ନ ଛକର ବ୍ୟାପକ ପୋଲିସ ରହିଛନ୍ତି । ପରିସ୍ଥିତି ଉପରେ ପ୍ରଶାସନ ନଜର ରଖିଛି । ଅପରାହ୍ନ ୫ଟାରୁ ସୁନ୍ଦରଗଡ ସହରରେ BNS ୧୬୩ ଜାରି ହୋଇଛି। ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବା ଡିଆଇଜି ଗଣମାଧ୍ୟମକୁ କହିବା ସହ ସୁନ୍ଦରଗଡ ସହରରେ ସ୍ବାଭାବିକ ପରିସ୍ଥିତି ଫେରାଇ ଆଣିବାକୁ ନିବେଦନ କରିଛନ୍ତି । ଏନେଇ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । ସହରରେ ସମସ୍ତ ଦୋକାନ ବଜାର ଗୁଡିକୁ ବନ୍ଦ କରିବାକୁ ଡାକବାଜୀ ଯନ୍ତ୍ର ଜରିଆରେ ନିବେଦନ କରାଯାଇଛି । କୌଣସି ସ୍ଥାନରେ ୫ଜଣରୁ ଅଧିକ ଏକାଠି ନହେବାକୁ ଅନୁରୋଧ କରାଯାଇଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ରକ୍ତରେ ହୋଲି : ଛୁରି ଭୁସିି

ଭୁବନେଶ୍ୱର,୪।୩: ରଙ୍ଗର ପର୍ବ ହୋଲିରେ ଭୁବନେଶ୍ୱରରେ ଚାଞ୍ଚଲ୍ୟ। ସ୍ତ୍ରୀଙ୍କ ରକ୍ତରେ ହୋଲି ଖେଳିଲେ ସ୍ବାମୀ। ହୋଲିରେ ସ୍ତ୍ରୀଙ୍କୁ ଛୁରି ଭୁସିି ହତ୍ୟା କଲେ ସ୍ବାମୀ। ଏଭଳି ଅଭାବନୀୟ…

ଛାତ୍ରାବାସରୁ ୧୦ ଛାତ୍ର ହଷ୍ଟେଲରୁ ଫେରାର୍‌ ଘଟଣା: ଜଙ୍ଗଲରେ ରାତି ବିତାଇଲେ ଦ୍ୱିତୀୟ ଶ୍ରେଣୀ ଛାତ୍ର, ଭୋର୍‌ରୁ ହେଲେ ଉଦ୍ଧାର

ଦାରିଙ୍ଗବାଡି, ୪।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ତିଲୋରୀ ପଞ୍ଚାୟତ ସାମନବାଡି ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୪୦ଶଯ୍ୟା ବିଶିଷ୍ଟ ଛାତ୍ରାବାସରୁ ମଙ୍ଗଳବାର…

ଜୀବନର ରଙ୍ଗ ଛଡେଇନେଲା ଦନ୍ତା ହାତୀ:  ଯୁବକଙ୍କ ମୃତ୍ୟୁ

ମୋରଡା/ରାସଗୋବିନ୍ଦପୁର,୪/୩ (ସ୍ମାରକ ମାଜୀ/ସତ୍ୟବାଦୀ ପରିଡା):ରଙ୍ଗର ପର୍ବ ହୋଲିରେ ମଉଳି ଗଲା ଯୁବକଙ୍କ ଜୀବନର ରଙ୍ଗ। ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ଘଟିଛି। ଏଭଳି ଦୁଖଃଦ ଘଟଣା ଘଟିଛି…

ଟ୍ରକକୁ ପିଟିଲା ଟ୍ରକ: ଦୁଇ ଡ୍ରାଇଭର ଗୁରୁତର

 ବାଲେଶ୍ୱର,୪।୩( ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ଛିଡା ହୋଇଥିବା ସିମେଣ୍ଟ ବୋଝେଇ ଟ୍ରକକୁ ପଛପଟୁ ଧକ୍କା ଦେଲା ଡଷ୍ଟ ବୋଝେଇ ଟ୍ରକ୍‌।…

ଯୁଦ୍ଧ ଯୋଗୁ ହେବନାହିଁ ଭାରତ-ଇଂଲଣ୍ଡ ସେମିଫାଇନାଲ ମ୍ୟାଚ! ଆସିଲା ବଡ଼ ଅପଡେଟ୍‌, କ୍ରିକେଟ୍‌ ପ୍ରେମୀଙ୍କୁ ଝଟକା

ନୂଆଦିଲ୍ଲୀ,୪।୩: ICC ଟି-୨୦ ବିଶ୍ୱକପ ୨୦୨୬ରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ସେମିଫାଇନାଲକୁ ନେଇ ପ୍ରଶଂସକମାନେ ଉତ୍ସାହିତ ଅଛନ୍ତି। ତଥାପି, ମ୍ୟାଚ ପୂର୍ବରୁ, ସୋସିଆଲ ମିଡିଆରେ ଏକ…

ମା’ମାହେଶ୍ୱରୀ ପୀଠରେ ଫଗୁଣ ପୂର୍ଣ୍ଣିମା ଉତ୍ସବ ପାଳିତ, ଏକତ୍ରିତ ହୋଇ ପୂଜାର୍ଚ୍ଚନା କଲେ ଲୋକେ

ଲୋଇସିଂହା,୪।୩( ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଲୁହୁରାପାଲି ମା’ ମାହେଶ୍ୱରୀ ପୀଠରେ ଫଗୁଣ ପୂର୍ଣ୍ଣିମା ଉତ୍ସବ ପାଳିତ ହୋଇଯାଇଛି। ଗ୍ରାମର ଡୁମାଲ ସମ୍ପ୍ରଦାୟର ଲୋକେ…

ଆଜି ରଙ୍ଗର ପର୍ବ ହୋଲି: ସବୁଆଡେ କଡ଼ା ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର,୪।୩: ଆଜି ରଙ୍ଗର ଉତ୍ସବ ହୋଲି। ସାରା ଦେଶରେ ଉତ୍ସବର ମାହୋଲ। ଜଣେ ଜଣକୁ ରଙ୍ଗ ବୋଳି ଶୁଭ ମନାସୁଛନ୍ତି। ଅବିର ଓ ରଙ୍ଗର ତାଳେ ତାଳେ…

୪ର୍ଥ ଆସନ ପ୍ରଶ୍ନବାଚୀରେ…

ଭୁବନେଶର,୩।୩( ସୁନିତ ମିଶ୍ର): ଓଡ଼ିଶାରେ ୪ ରାଜ୍ୟ ସଭା ଆସନ ପାଇଁ ଆସନ୍ତା ମାର୍ଚ୍ଚ ୧୬ରେ ନିର୍ବାଚନ ହେବାକୁ ଯାଉଛି। କହିବାକୁ ଗଲେ ୩ଟି ଆସନରେ ଭୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri