ଆଦିବାସୀ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦାବିପତ୍ର

କେନ୍ଦୁଝର,୯ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ବିଶ୍ୱ ଆଦିବାସୀ ଦିବସ ଅବସରରେ କେନ୍ଦୁଝର ଆଦିବାସୀ ମିଳିତ କ୍ରିୟାନୁଷ୍ଠାନ କମିଟି ଅଧୀନରେ ୧୫ଟି ଆଦିବାସୀ ସଂପ୍ରଦାୟର ମୁଖିଆ ତଥା ପୂର୍ବତନ ଏବଂ ବର୍ତ୍ତମାନର ବିଭିନ୍ନ ଲୋକ ପ୍ରତିନିଧିଙ୍କ ସହ ବହୁ ସଂଖ୍ୟାରେ ଆଦିବାସୀ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ। ପରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସମବେତ ହୋଇଥିଲେ। ବର୍ତ୍ତମାନ କେନ୍ଦ୍ର ଏବଂ ରାଜ୍ୟସରକାରଙ୍କ ଆଦିବାସୀ, ମହିଳା ବିରୋଧୀ ଆଇନ ଦ୍ୱାରା ସାଧୀନ ପରବର୍ତ୍ତୀ ଭାରତର ସାମ୍ବିଧାନିକ ଅଧିକାରକୁ ସଙ୍କୁଚିତ କରୁଥିବାରୁ ଆଦିବାସୀ ସଂପ୍ରଦାୟର ମୌଳିକ,ସାମାଜିକ, ଅର୍ଥନୈତିକ, ରାଜନୈତିକ, ସାଂସ୍କୃତିକ, ଜଙ୍ଗଲ ଜମି, ପାରମ୍ପରିକ ବିଭିନ୍ନ ସମ୍ପ୍ରଦାୟର ପୂଜାପଦ୍ଧତି ଇତ୍ୟାଦି ପ୍ରଭୃତିର ସୁରକ୍ଷା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉଦ୍ଦେଶ୍ୟରେ ଓଡ଼ିଶାର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଜରିଆରେ ଆଦିବାସୀଙ୍କ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରାଯାଇଛି।