ସି.କେ ନାଇଡ଼ୁ ଟ୍ରଫି: ହର୍ଷଳଙ୍କ ଜବରଦସ୍ତ ବ୍ୟାଟିଂ: ମହାରାଷ୍ଟ୍ର ୩୯୩ ରନରେ ଅଲ୍‌ଆଉଟ୍‌

ବରଗଡ଼,୨୧।୧୦(ପ୍ରେମାନନ୍ଦ ଖମାରୀ): ଓଡ଼ିଶା କ୍ରିକେଟ୍‌ ଆସୋସିଏଶନ ଏବଂ ବରଗଡ଼ ଜିଲା କ୍ରିକେଟ ଆସୋସିଏଶନର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡ୍‌ରେ ସି.କେ ନାଇଡ଼ୁ ଏଲିଟ୍‌ ଗ୍ରୁପ(କ) ମ୍ୟାଚ ଚାଲିଛି। ଓଡ଼ିଶା ଏବଂ ମହାରାଷ୍ଟ୍ର ମ୍ଯଯରେ ଚାଲିଥିବା ଏହି ୍ଯଯାଚର ଦ୍ୱିତୀୟ ଦିବସ ସୋମବାର ଖେଳରେ ମହାରାଷ୍ଟ୍ର ଦଳ ୩୯୩ ରନ ସଂଗ୍ରହ କରି ସମସ୍ତ ଉଇକେଟ୍‌ ହରାଇଥିଲା। ଅନ୍ୟପଟେ ଓଡ଼ିଶା ଦଳ ଖେଳ ଆରମ୍ଭ କରି ଖେଳର ଶେଷ ସୁଦ୍ଧା ୩ ଉଇକେଟ୍‌ ହରାଇ ୮୬ ରନ ସଂଗ୍ରହ କରିଛି।
ରବିବାରର ଅସମାପ୍ତ ସ୍କୋର୍‌ ୨୬୮/୫ରୁ ମହାରାଷ୍ଟ୍ର ଖେଳ ଆରମ୍ଭ କରି ସ୍କୋରରେ ଆଉ ୧୨୫ ରନ୍‌ ଯୋଡ଼ି ଅଲ୍‌ ଆଉଟ୍‌ ହୋଇଥିଲା। ରବିବାର ୧୦୧ରନ୍‌ ସଂଗ୍ରହ କରି ରିଟାୟର୍ଡ଼ ହର୍ଟ ହୋଇଥିବା ଦଳର ଖେଳାଳି ହର୍ଷଳ କାଟେ ୧୫୯ ରନ୍‌ର ଏକ ସୁନ୍ଦର ଇନିଂସ୍‌ ଖେଳିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦଳ ପକ୍ଷରୁ ସିଦ୍ଧାନ୍ତ ଦୋଶୀ ୩୬, କୌଶଳ ତାମ୍ବେ ୪୧, ଅଭିଷେକ ପାୱାର ୨୨, ବିକି ଓସ୍ତୱାଲ ୨୭ ରନ୍‌ ସଂଗ୍ରହ କରିଥିଲେ। ଓଡ଼ିଶା ପକ୍ଷରୁ ଆୟୁଷ ବାରିକ ୭୬ ରନ ବିନିମୟରେ ୩ ଏବଂ ଆଶୁତୋଷ ମାରାଣ୍ଡି ୬୫ ରନ୍‌ ବିନିମୟରେ ୨ ଉଇକେଟ୍‌ ନେଇଥିଲେ।
ଏହାର ଜବାବ୍‌ରେ ଓଡ଼ିଶା ଦଳ ଖେଳ ଆରମ୍ଭ କରିଥିଲା। ସୋମବାର ଖେଳ ଶେଷ ସୁଦ୍ଧା ଦଳ ୩ ଉଇକେଟ୍‌ ହରାଇ ୮୬ ରନ୍‌ ସଂଗ୍ରହ କରିଛି। ଦଳ ପକ୍ଷରୁ ବିଶ୍ୱଭୂଷଣ ମୁଦୁଲି ୩୬ ଏବଂ ଦେବବ୍ରତ ପ୍ରଧାନ ୧୫ ରନ୍‌ କରି ଆଉଟ୍‌ ହୋଇ ଯାଇଥିଲେ। ସେହିପରି ଦଳର ସୁନିଲ କୁମାର ସିଂ ୨୭ ଏବଂ ସାୱନ ପାହାଡ଼ିଆ ୭ ରନ୍‌ କରି ଅପରାଜିତ ଅଛନ୍ତି। ମହାରାଷ୍ଟ୍ର ପକ୍ଷରୁ ହର୍ଷଳ କାଟେ ୧୫ ରନ୍‌ ବିନିମୟରେ ୨ ଏବଂ ବିକି ଓସ୍ତୱାଲ ୧୩ ରନ ବିନିମୟରେ ଗୋଟିଏ ଉଇକେଟ୍‌ ନେଇଛନ୍ତି।

ବିସିସିଆଇ ଅମ୍ପାୟାର ନୀତିନ ପଣ୍ଡିତ ଏବଂ କେ. ପ୍ରଭାକର ରାଓ ମ୍ୟାଚ ପରିଚାଳନା କରିଥିଲେ। ହେମନ୍ତ କୁମାର ମ୍ୟାଚ ରେଫେରୀ ଅଛନ୍ତି। ବିରବର ନାୟକ ଅନଲାଇନ ସ୍କୋରର, ସନ୍ଦୀପ ଜି ମାନୁଆଲ ସ୍କୋରର, ତାପସ କୁମାର ନାୟକ ଭିଡ଼ିଓ ଆନାଲିଷ୍ଟ୍‌, ଶୁଭାଶିଷ ଜେନା ଆସିଷ୍ଟାଣ୍ଟ ଭିଡ଼ିଓ ଆନାଲିଷ୍ଟ ଦାୟିତ୍ୱରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri