ଧୋକା ଦେଲେ ସରକାର! ପୁଣି ବଡ଼ ଆନ୍ଦୋଳନ ଘୋଷଣା କଲା CJP: ଏଇଠୁ ହେବ ଆରମ୍ଭ

ନୂଆଦିଲ୍ଲୀ,୨୪।୮: କକରୋଚ ଜନତା ପାର୍ଟି (CJP) ଆସନ୍ତା ୫ ସେପ୍ଟେମ୍ବରରେ ଦିଲ୍ଲୀରେ ରାଷ୍ଟ୍ରବ୍ୟାପୀ ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ କରିବାକୁ ଘୋଷଣା କରିଛି। ଦଳ ଭାରତ ସରକାରଙ୍କ ଉପରେ ଯୁବପିଢ଼ିଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ନକରିବାର ଅଭିଯୋଗ ଆଣିଛି। CJPର କହିବା ଅନୁସାରେ, ୨୫ ଜୁଲାଇରେ ସରକାର ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୁତି ପରେ ଦେଶବ୍ୟାପୀ ଚାଲିଥିବା ଯୁବ ଆନ୍ଦୋଳନକୁ ଭରସାର ସହିତ ପ୍ରତ୍ୟାହାର କରାଯାଇଥିଲା। କିନ୍ତୁ ଏପର୍ଯ୍ୟନ୍ତ ସେହି ପ୍ରତିଶ୍ରୁତିଗୁଡ଼ିକ ପୂରଣ ହୋଇନଥିବା ଦଳ ଅଭିଯୋଗ କରିଛି। ଏହାର ପ୍ରତିବାଦରେ ୫ ସେପ୍ଟେମ୍ବରରେ ଏହି ପ୍ରଦର୍ଶନ କରାଯିବ।

CJP ଅନୁସାରେ, ୫ ସେପ୍ଟେମ୍ବରରେ ନୂଆଦିଲ୍ଲୀର ଇଣ୍ଡିଆ ଗେଟ୍‌ରେ ଶାନ୍ତିପୂର୍ଣ୍ଣ ମାର୍ଚ୍ଚ ଆରମ୍ଭ ହେବ। ପ୍ରଦର୍ଶନକାରୀମାନେ ସେଠାରୁ ନୂଆଦିଲ୍ଲୀ ପୋଲିସ ମୁଖ୍ୟାଳୟ ଦିଗକୁ ଆଗକୁ ବଢ଼ିବେ। ଏହାକୁ ଶାନ୍ତିପୂର୍ଣ୍ଣ ବିରୋଧ ଭାବେ ଆୟୋଜନ କରାଯିବ ବୋଲି ଦଳ କହିଛି। ଏହି ମାର୍ଚ୍ଚରେ ଦେଶର ବିଭିନ୍ନ ଅଞ୍ଚଳରୁ ଛାତ୍ର, ଯୁବକ ଏବଂ ଯୁବ ସଂଗଠନଗୁଡ଼ିକ ସାମିଲ ହେବାର ଆଶା ରହିଛି। CJP କହିଛି ଯେ, NEET ପରୀକ୍ଷା ସମ୍ପର୍କିତ ଘଟଣାରେ ଜୀବନ ହରାଇଥିବା ଛାତ୍ରଛାତ୍ରୀ ଏବଂ ପୋଲିସ ବର୍ବରତାର ଶିକାର ହୋଇଥିବା ପରିବାରଗୁଡ଼ିକ ଏହି ମାର୍ଚ୍ଚର ନେତୃତ୍ୱ ନେବେ। ସେମାନଙ୍କ ସହ ଛାତ୍ର ଏବଂ ଯୁବ ସଂଗଠନଗୁଡ଼ିକ ମଧ୍ୟ ମାର୍ଚ୍ଚରେ ସାମିଲ ହେବେ। ଏହା ସହ ଦେଶର ବିଭିନ୍ନ ସ୍ଥାନରୁ ଯୁବ ନାଗରିକମାନେ ଦିଲ୍ଲୀରେ ପହଞ୍ଚିବେ ବୋଲି CJP ଆଶା ପ୍ରକାଶ କରିଛି।

 

Odisha’s No.1 Odia Daily

Share